‘ଚିକେନ୍‌ ପକ୍ସ’ ଦାଗ ଦୂର କରିବାର ସବୁ ଘରୋଇ ଉପଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ଏମିତି ଏକ ରୋଗ ଯାହା ହେବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ପଡ଼ି ଫଳି ଯିବା ସହ ଖୁବ୍‌ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହାଡ଼ଫୁଟି କମିବା ପରେ ଫଳି ଯାଇଥିବା ସ୍ଥାନରେ ଦାଗ ହୋଇଯାଏ। ଅଧିକାଂଶ ସମୟରେ ଏହି ଦାଗ ଦୂର ହୋଇଯାଏ ଓ ବେଳେ ବେଳେ ଦୂର ହୋଇ ନ ଥାଏ। ସାଧାରଣତଃ ଅବହେଳା କାରଣରୁ ଏହି ସବୁ ଦାଗ ରହିଯାଇଥାଏ। ଏହି ଦାଗ ଦୂର ହେବା ପାଇଁ ଭବିଷ୍ୟତରେ ସମସ୍ୟା ବି ହୋଇଥାଏ। ଅନେକ ଏହି ଦାଗ ଦୂର କରିବା ପାଇଁ ବିଭିନ୍ନ କସ୍‌ମେଟିକ୍ସର ବ୍ୟବହାର କରିଥା’ନ୍ତି। ତେବେ ଏଭଳି କସ୍‌ମେଟିକ୍ସର ବ୍ୟବହାର ଯୋଗୁ ଏହାର ସାଇଡ୍‌ ଇଫେକ୍ଟ୍‌ ବି ଦେଖା ଦେଇଥାଏ। ଏଣୁ ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ପରେ ଏହାର ଦାଗକୁ ଦୂର କରିବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ।

ଆସନ୍ତୁ ଜାଣିବା, କେଉଁ କେଉଁ ଉପଚାର ଦ୍ୱାରା ‘ଚିକେନ୍‌ ପକ୍ସ’ର ଦାଗକୁ ଦୂର କରାଯାଇ ପାରିବ।

ଲେମ୍ବୁ ରସ: ଲେମ୍ବୁ ରସରେ ଭିଟାମିନ୍‌-ସି ଥାଏ।  ଯାହା ହାଡ଼ଫୁଟି ଦାଗକୁ ହଟାଇବାରେ ସାହାଯ୍ୟ କରେ। ଲେମ୍ବୁ ରସକୁ ନେଇ ଶରୀରର ପ୍ରଭାବିତ ସ୍ଥାନରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ।  ତାପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏମିତି କଲେ ଖୁବ୍‌ କମ୍‌ ଦିନରେ ଦାଗ ଛାଡ଼ିଯିବ।

ମହୁ: ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାରେ ହୋଇଥିବା ଦାଗକୁ ଦୂର କରି ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ।  ଦାଗ ହୋଇଥିବା ସ୍ଥାନରେ ମହୁ ଲଗାଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।  ଏହି ପ୍ରକ୍ରିୟାକୁ ପ୍ରତିଦିନ ଥରେ ଲେଖାଏ କରିବା ଦ୍ୱାରା  ଦାଗ ଛାଡ଼ି ଯାଇଥାଏ।

ଭିଟାମିନ୍‌-ଇ ତେଲ: ଭିଟାମିନ୍‌-ଇ ତେଲରେ ଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାର ଦାଗ ଗୁଡିକୁ ଛଡ଼ାଇ ଦେଇଥାଏ। ପ୍ରତିଦିନ ଭିଟାମିନ୍‌-ଇ ଅଏଲ୍‌କୁ ପ୍ରଭାବିତ ଅଂଶ ଲଗାନ୍ତୁ। ଦାଗ ଛାଡ଼ିଯିବ।

ଚା’ ସହ ଏହି ସବୁ ଜିନିଷ ଖାଇଲେ ହୋଇପାରେ କ୍ଷତିକାରକ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପ୍ରାୟ ଅଧିକାଂଶ ଲୋକଙ୍କ ଦିନ କପେ ଚା’ କିମ୍ବା କଫିରୁ ଆରମ୍ଭ ହୋଇଥାଏ। କିଛି ଲୋକ ଚା’ ସହିତ ସ୍ନାକ୍ସ ମଧ୍ୟ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହେବ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ।

ଏବେ ଚାଲନ୍ତୁ ଜାଣିବା, ଚା’ ସହ ଖାଇବାକୁ ବାରଣ କରାଯାଉଥିବା ଜିନିଷଗୁଡ଼ିକ କ’ଣ?

୧. ସକାଳେ ଆପଣ ଚା’ ସହ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଚା’ରେ ଥିବା ଟେନିନ୍‌ ଓ ପ୍ରୋଟିନ୍‌ ଏକାଠି ହେଲେ ଶରୀରର କ୍ଷତି ହୋଇଥାଏ।

୨. ଅଧିକାଂଶ ଲୋକ ଚା’ରେ କଫି ପାଉଡ୍‌ର ମିଶାଇ ପିଇଥା’ନ୍ତି। ଏଭଳି ଆଦୌ କରନ୍ତୁ ନାହିଁ। କାରଣ ଚା’ ସହ କଫିରେ ଥିବେ କୈଫିନ୍‌ ମିଶିଲେ ପେଟରେ ଆସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ।

୩. ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ। କିନ୍ତୁ କେବେ ହେଲେ ଏହାକୁ ଚା’ ସହ ଏକାଠି ଖାଆନ୍ତୁ ନାହିଁ। କାରଣ ଏପରି କଲେ ଶରୀରରେ ରକ୍ତହୀନତା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇପାରେ।

୪. ଭୁଲ୍‌ରେ ବି ମାଛ, ମାଂସ କିମ୍ବା କୌଣସି ପ୍ରକାର ଆମିଷ ଖାଦ୍ୟ ସହ ଚା’ ପିଅନ୍ତୁ ନାହିଁ। କାରଣ ଏହା ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ଫଳରେ ପେଟରେ ଯନ୍ତ୍ରଣା ସହ ଶରୀରରେ ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଓ ରକ୍ତହୀନତା ପରି ସମସ୍ୟା ଦେଖା ଦେଇଥାଏ।

୫. ମନେ ରଖନ୍ତୁ, କେବେହେଲେ ଖାଇବା ପୂର୍ବରୁ ଓ ଖାଇବା ପରେ ତୁରନ୍ତ ଚା’ ପିଇବେ ନାହିଁ। ଏହା ଶରୀରର ଅନେକ କ୍ଷତି କରିଥାଏ। ଏହା ଆସିଡିଟି, ଅଲ୍‌ସର୍‌, ଆପେଣ୍ଡିସ୍‌ ଭଳି ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ। ସବୁବେଳେ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ୧ ଘଣ୍ଟା ପରେ ଚା’ ପିଇବା ଉଚିତ୍।

ଆଜିର ରାଶିଫଳ – ୧୦.୦୧.୨୦୧୯ (ଗୁରବାର) ।

ମେଷ: ମାନସିକ ଶାନ୍ତି ଫେରି ପାଇବେ। ସରକାରୀ ଅନ୍ୟାନ୍ୟ ସ୍ତରରୁ ଆୟ ଆସିପାରେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ।

ବୃଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସୁ-ସମ୍ପର୍କ ରହିବ। କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ। କୁଳ ଉଳକାରୀ ହେବେ। ମନରେ ପ୍ରସନ୍ନତା ଦେଖାଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭରେ ଚାଲିବ।

ମିଥୁନ: ଲାଗି ରହିଥିବା ବିବାଦ ନିର୍ବିଘ୍ନରେ ସମାଧାନ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ।

କର୍କଟ: ମାନସିକ ସ୍ତରରେ ଦୁର୍ବଳ ରହିବେ। କଳହ ଜନିତ ମାନସିକ ପୀଡ଼ା ଅନୁଭବ କରିପାରନ୍ତି।ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ସିଂହ: ବହୁ ସହଯୋଗୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶର ଉପାଦେୟ ହେବ। କାର୍ୟ୍ୟରେ ସଫଳ ହେବେ।

କନ୍ୟା: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଢ଼େର ସୁନାମର ଅଧିକାରୀ ହେବେ। କାର୍ୟ୍ୟ କ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ବିପଦ ଏଡ଼ାଇ ଆଗକୁ ବଢ଼ିବେ।

ତୁଳା: ଆଲୋଚନା ମାଧ୍ୟମରେ କାର୍ୟ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ବିଛା: ପାରସ୍ପରିକ ବୁଝାମଣା ଠିକ୍ ରହିବ। ବାଦ-ବିବାଦର ସମାଧାନ ହେବ। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ମର୍ୟ୍ୟାଦା ମିଳିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତ୍ରରୁ ଲାଭ ପାଇବେ।

ଧନୁ: କଥାରେ ଲୋକଙ୍କୁ ବାନ୍ଧି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।

ମକର: ବିଭିନ୍ନ ସ୍ତରରୁ ସୁପରାମର୍ଶ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବର ଆଧାର ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି।

କୁମ୍ଭ: କିଛି ସମୟ ପାଇଁ ବ୍ୟକ୍ତିଗତ କାର୍ୟ୍ୟ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଐଶ୍ବର୍ୟ୍ୟଯୁକ୍ତ ହେବେ। ମୋକଦ୍ଦମାରେ ଜିଣି ଧନଲାଭ ହେବାର ସୂଚନା ମିଳୁଛି।

ମୀନ: ପରିଶ୍ରମ ଯେତେ ଅଧିକ କଲେ ବି ସଫଳତା ମିଳିବା କଷ୍ଟସାଧ୍ୟ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ସାହସୀ ଓ ଜ୍ଞାନୀ ହେବେ।

ଆଜିର ରାଶି ଫଳ । ୦୯.୦୧.୨୦୧୯ , ବୁଧବାର ।

ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଚାକିରିଆମାନଙ୍କର ପଦୋନ୍ନତି ହୋଇପାରେ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଗଣେଶଙ୍କ ଆରଧନା କରନ୍ତୁ। ମନ ଶାନ୍ତ ରହିବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଗହଣା କିମ୍ବା ଯାନବାହାନ କିଣିବାର ଯୋଗ ରହିଛି।

ସିଂହ: ମାନସିକ ଅଶାନ୍ତିରେ ରହିବେ। ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କନ୍ୟା: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହ ଖୁସିରେ ଦିନଟି କାଟିବେ। ଶୁଭ ସମାଚାର ମିଳିପାରେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମକର: ଧାର୍ମିକ ସ୍ଥଳୀକୁ ବୁଲି ଯାଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

କୁମ୍ଭ: ଆଜି କାହାକୁ ଧାର ଦିଅନ୍ତୁ ନାହିଁ। ଯେତେଦୂର ସମ୍ଭବ ଯାତ୍ରା କରନ୍ତୁ ନାହିଁ, କାରଣ ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

ମୀନ: ଦିନଟି ଭଲରେ କଟିବ। ଚାକିରି କରୁଥିବା ଲୋକେ ପ୍ରଶଂସିତ ହେବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଖରାଦିନର ପ୍ରବଳ ଗରମରୁ ଏମିତି ବଞ୍ଚାନ୍ତୁ ନିଜକୁ

ଗରମ ଧୀରେ ଧୀରେ ବଢ଼ି ଚାଲିଛି। ବର୍ତ୍ତମାନ ଏହା ପ୍ରାୟ ୪୦ ଡିଗ୍ରି ଯାଏଁ ହୋଇ ଯାଇଛି। ଏହା ଧୀରେ ଧୀରେ ଆହୁରି ଅଧିକ ବଢ଼ି ୪୮ ରୁ ୫୦ ଡିଗ୍ରି ଯାଏଁ ପହଞ୍ଚିପାରେ। ଆଗକୁ ଆସୁଥିବାଏଭଳି ଗରମରୁ ପଙ୍ଖା କିମ୍ବା କୁଲର୍‌ ମଧ୍ୟ ତ୍ରାହି ଦେବାରେ ସମର୍ଥ ହେବେ ନାହିଁ। ଜାଣନ୍ତୁ, ଏଭଳି ପରିସ୍ଥିତିରେ ଆପଣ ନିଜକୁ କେମିତି ରକ୍ଷା କରିବେ….
ପ୍ରବଳ ଗରମରୁ ଏମିତି ବଞ୍ଚାନ୍ତୁ ନିଜକୁ: ଜୋର୍‌ ଗରମ ପବନ ବୋହିଲା ବେଳେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କନ୍ତୁ। ଚପଲ କିମ୍ବା ଜୋତା ପିନ୍ଧି ବାହାରକୁ ଯାଆନ୍ତୁ। ଖାଲି ପେଟ ବା କିଛି ନ ଖାଇ ବାହାରକୁ ଯାଆନ୍ତୁ ନାହିଁ। ବହୁ ସମୟ ଖରାରେ ରୁହନ୍ତୁ ନାହିଁ। ଯଦି ଅଧିକ ଝାଳ ବୋହୁଛି ତା’ହେଲେ ତୁରନ୍ତ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଗରମ ଓ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ, ଏହା ଦ୍ୱାରା ଶରୀରରେ ଉତ୍ତାପ ବଢ଼ିଥାଏ। ବାହାରକୁ ବାହାରିଲା ବେଳେ କଳା ରଙ୍ଗ ଛାଡ଼ି ଅନ୍ୟ ହାଲୁକା ରଙ୍ଗର ଛତା ବ୍ୟବହାର କରନ୍ତୁ। ପିଲାମାନଙ୍କୁ ଓ ଗୃହପାଳିତ ପଶୁଙ୍କୁ ଗାଡ଼ିରେ ଛାଡ଼ନ୍ତୁ ନାହିଁ। ଜିମ୍‌ ନ ଯିବା ଭଳି ସ୍ଥିତି ଦେଖା ଦେଲେ ଘରେ ରହି ବ୍ୟାୟାମ ବା ଯୋଗାସନ କରନ୍ତୁ। ଦିନସାରା ୧୦-୧୨ ଗ୍ଲାସ୍‌ ପାଣି ନିଶ୍ଚୟ ପିଅନ୍ତୁ। ଦିନରେ ୨ ଥର ଥଣ୍ଡା ପାଣିରେ ଗାଧାନ୍ତୁ।

ଆପଣ ବି ଖାଇବେ ରାଶି ଲଡୁ , ଜାଣିଲେ ଏହାର ଫାଇଦା

ରାଶି ଲଡୁ ଏବଂ ରାଶି ତେଲର ଆମ ସମାଜରେ ଯଥେଷ୍ଟ ପ୍ରଚଳନ ରହିଛି। ତେବେ ରାଶିର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ଯଥେଷ୍ଟ ପରିମାଣର ରାଶି ଖାଇଲେ ଏହା ଆପଣଙ୍କର ଯୌନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପ୍ରତ୍ୟହ ଅନ୍ୟୁନ ୧୦୦ ଗ୍ରାମ୍‌ ରାଶି ଦ୍ୱାରା ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଗ୍ରହଣ କଲେ ଏହି ସୁଫଳ ମିଳିଥାଏ ବୋଲି ଚିକିତ୍ସକଙ୍କ ମତ ।

ଏହା ହାଇପର୍‌ ଟେନସନ୍‌ ସହ ଲଢ଼ିବାର କ୍ଷମତା ମଧ୍ୟ ମିଳିଥାଏ। ଏତଦ୍‌ବ୍ୟତୀତ ରକ୍ତଚାପଜନିତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍‌ ସିଷ୍ଟମ୍‌ରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ । ରାଶିରେ ପଚୁର ପରିମାଣରେ ଭିଟାମିନ୍‌ ଏବଂ ମିନେରାଲ୍‌ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍‌ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ବିଶେଷକରି ରାଶି ଖାଇଲେ ବା ରାଶି ତେଲ ଲଗାଇଲେ ତ୍ୱଚା ମୁଲାୟମ ବି ରହେ ।

ବୁଲିବାକୁ ଯିବା ସମୟରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ୪ଟି ଉପାୟ

କିଛି ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବାହାରକୁ ବୁଲିବାକୁ ଯିବା ସମୟରେ ହେଉଥିବା ଅସୁବିଧା ପାଇଁ କିଛି ଲୋକ ନିଜ ପସନ୍ଦକୁ ପୂରା କରି ପାରନ୍ତି ନାହିଁ । ବସ୍‌ ବା କାର୍‌ ଯୋଗେ ଦୂର ସ୍ଥାନକୁ ଯିବା ବେଳେ କିଛି ଲୋକଙ୍କର ବାନ୍ତି ହୋଇଥାଏ । ଯାହାଫଳରେ କି ସେମାନେ ଦୂର ସ୍ଥାନକୁ ଯିବା ପାଇଁ ଡ଼ରି ଥାଆନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଏବଂ ଏହି ସମସ୍ୟା ପାଇଁ ଆପଣ ଦୂର ସ୍ଥାନକୁ ଯିବା ଛାଡ଼ି ଦେଇଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ । ଏହି ଉପାୟ ଆପଣାଇ ଆପଣ ନିଜର ଯାତ୍ରା ସୁଖମୟ କରି ପାରିବେ । ତେବେ ଆସନ୍ତୁ ଜାଣିବା ଯାତ୍ରା ସମସୟରେ ବାନ୍ତି ଲାଗିଲେ କ’ଣ କରିବେ ।

୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି ତେବେ ମସଲା ଜିନିଷ ଅଧିକ ଖାଆନ୍ତୁ ନାହିଁ । ମସଲା ଜିନିଷ ଖାଇବା ଦ୍ୱାରା ପେଟ ଖରାପ ହେବା ସହ ଗ୍ୟାସ ହୋଇ ଯାଇଥାଏ । ଯାହା ଫଳରେ ଆପଣଙ୍କୁ ବାନ୍ତି ଲାଗିଥାଏ । ସେଥିପାଇଁ ହଜମ ହେବାକୁ ସମୟ ଲାଗୁଥିବା ଖାଦ୍ୟ ଯାତ୍ରା ସମୟରେ ଖାଆନ୍ତୁ ନାହିଁ ।
୨.ଲବଙ୍ଗ : କିଛି ଲବଙ୍ଗ ନେଇ ତାକୁ ଭଲ ଭାବରେ ପେଶି ଏହାକୁ ଏକ ଡ଼ବାରେ ରଖି ଦିଅନ୍ତୁ । ଯାତ୍ରା କରିବା ସମୟରେ ଯେତେବେଳେ ଆପଣଙ୍କୁ ବାନ୍ତ ଲାଗିବା ସେତେବେଳେ ଲବଙ୍ଗ ଚୂନାରେ ଚିନି ଏବଂ କଳା ଲୁଣ ମିଶାଇ ଖାଆନ୍ତୁ । ଏହାକୁ ଖାଇବାର କିଛି ସମୟ ପରେ ଆପଣଙ୍କର ଏହି ଅସୁବିଧା ଦୂର ହୋଇଯିବ ।
୩.ଅଦା : ଅଦାରେ ଆଣ୍ଟିମେଟ୍ରିକ୍‌ ଗୁଣ ରହିଛି ଯାହା ବାନ୍ତିକୁ ରୋକିଥାଏ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ସାଥୀରେ ଅଦା ନେଇଥାଆନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଆସିବା ଭଳି ଅନୁଭବ ହେବ ସେତେବେଳେ ଅଦା ବା ଅଦା ଚା’ ପିଅନ୍ତୁ । ଏହାକୁ ପିଇବା ପରେ ବାନ୍ତିର ସମସ୍ୟା ରହି ନଥାଏ ।
୪.ଲେମ୍ବୁ : ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌ ରହିଛି ଯାହା ଶରୀର ପାଇଁ ଲାଭ ଦାୟକ । ବାନ୍ତି ଲାଗିବା ବେଳେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ । ତୁରନ୍ତ ଆରାମ ମିଳିବ ।

କଲରା ଜୁସ୍‌ ପିଅନ୍ତୁ ଓ ରୋଗମୁକ୍ତ ରୁହନ୍ତୁ, ଜାଣନ୍ତୁ କଲରା ଜୁସ୍‌ ପିଇବାର ଫାଇଦା ବିଷୟରେ…

କଲରା ଜୁସ୍‌ ପିଇବାର ଅନେକ ଫାଇଦା ରହିଛି ବୋଲି ଯୋଗଗୁରୁ ବାବା ରାମଦେବ ତାଙ୍କ ଯୋଗ ଶିବିରରେ ପ୍ରାୟ ଉପଦେଶ ଦେଇଛନ୍ତି। ଏହା ସହ ଆୟୁର୍ବେଦରେ ବତାଯାଇଛି ଯେ କଲରାରେ ଏମିତି ନ୍ୟୁଟ୍ରିସନ୍‌ ଥାଏ ଯାହା ବହୁତ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ଏହି ଜୁସ୍‌ ପିଇବାର କିଛି ଉପଚାର ବିଷୟରେ….
ଏଥିରେ ଅଛି ଫାଇବର: ଏହାକୁ ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍‌ ହୋଇଥାଏ।
ଏଥିରେ ଅଛି ଅଲ୍କେଲାଇଡ୍‌ସ୍‌: ଏହା ଦ୍ୱାରା ବ୍ଲଡ୍‌ ସର୍କୁଲେସନ୍‌ରେ ଉନ୍ନତି ହୋଇଥାଏ।
ଏଥିରେ କୋଲେଷ୍ଟ୍ରଲ୍‌ ର ମାତ୍ରା କମ୍‌ ଅଛି: ଏହା ହୃଦ୍‌ଜନୀତ ରୋଗରୁ ବଞ୍ଚାଇଥାଏ।
ଏଥିରେ ଅଛି ପୋଲିପେଷ୍ଟାଇଡ୍‌-ପି: କଲରା ଜୁସ୍‌ ପିଇଲେ ବ୍ଲଡ୍‌ ସୁଗର ଲେବଲ୍‌ କଣ୍ଟ୍ରୋଲ ରହିଥାଏ ଓ ମଧୁମେହରୁ ମୁକ୍ତି ମିଳିଥାଏ।
ଏଥିରେ ଅଛି ଫସ୍‌ଫରସ୍‌: ଏହା ଦ୍ୱାରା ଦାନ୍ତ ମଜବୁତ ହୋଇଥାଏ ଓ ମାଢ଼ି ସମସ୍ୟା ଦୂର ହୋଇଥାଏ।
ଏଥିରେ ଅଛି କେଲ୍‌ସିୟମ୍‌: ଏହା ଦ୍ୱାରା ହାଡ଼ ମଜବୁତ୍‌ ହୋଇଥାଏ।
ଏଥିରେ ଅଛି ବିଟା କେରୋଟିନ ଭିଟାମିନ A: ଏହା ପାଇଁ ଆଖି ସୁସ୍ଥ ରହିଥାଏ।
ଏଥିରେ ଅଛି ଆଣ୍ଟିଅକ୍ସିଡେଣ୍ଟ୍‌: ଏହା ଦ୍ୱାରା ଶରୀରରୁ ଟାକ୍ସିନ୍‌ ଦୂର ହୋଇଥାଏ ଓ କ୍ୟାନ୍‌ସର୍‌ରୁ ମଧ୍ୟ ରକ୍ଷା ମିଳିଥାଏ।
ଏଥିରେ ଅଛି ପୋଟେସିୟମ୍‌: ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।