ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ, ତେଣୁ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ। ତେଣୁ ଡାଏଟିଂ କରିବା ବେଳେ କେଉଁ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା ।

  • କଦଳୀ: କଦଳୀକୁ ଏକ ସୁପରଫୁଡ୍ ବୋଲି କୁହାଯାଏ । କିନ୍ତୁ ଏହା ଏକ ଏଭଳି ଫଳ, ଯାହାକୁ ଆପଣ ଅଧିକ ମାତ୍ରାରେ ଖାଇପାରିବେ ନାହିଁ। କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ  ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ। ଡାଏଟିଂ କରୁଥିବା ବ୍ୟକ୍ତି ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଉଚିତ।
  • ଅଙ୍ଗୁର: ସ୍ୱାସ୍ଥ୍ୟ ପାଇଁ ଭଲ ଅଙ୍ଗୁର। କିନ୍ତୁ ଏଥିରେ ଅଧିକମାତ୍ରାରେ ସର୍କରା ଜାତୀୟ ପଦାର୍ଥ ରହିଛି, ଯାହା ଓଜନ ବଢ଼ାଇବା କାମ କରେ। ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଏବଂ ୧୬ ଗ୍ରାମ ଚିନି ଅଛି।  ଯଦି ଆପଣ ଏହାକୁ ନିୟମିତ ରୂପେ ଖାଉଛନ୍ତି ତେବେ ଓଜନ ବଢ଼ିପାରେ। ତେଣୁ ଆପଣ ଯଦି ଡାଏଟିଂରେ ଅଛନ୍ତି ତା’ହେଲେ ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ।
  • କିସମିସ: ଡ୍ରାଏ ଫ୍ରୁଟସ ବା କିସମିସରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଛି । ଅଙ୍ଗୁର ତୁଳନାରେ ଏକ ଗ୍ରାମ କିସମିସରେ ଅଧିକ କ୍ୟାଲୋରୀ ଥାଏ ବୋଲି କୁହାଯାଉଛି। ଏକ କପ କିସମିସରେ ପାଖାପାଖି ୫୦୦ କ୍ୟାଲୋରୀ ଅଛି। ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି କିସମିସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।
  • ଆଭୋକାଡୋ: ଅଧିକ କ୍ୟାଲୋରୀ ଯୁକ୍ତ ଫଳ ମଧ୍ୟରୁ ଗୋଟିଏ ହେଉଛି ଆଭୋକାଡୋ। ୧୦୦ ଗ୍ରାମ ଆଭୋକାଡୋରେ ପ୍ରାୟ ୧୬୦ କ୍ୟାଲୋରୀ ଥାଏ। ଏହାକୁ ଅଧିକ ଖାଇଲେ ଓଜନ ବଢ଼ିପାରେ। ଆପଣ ଚାହିଁଲେ ଏହି ଫଳକୁ କମ ମାତ୍ରାରେ ନିଜ ଡାଏଟରେ ସାମିଲ କରିପାରବେ।
  • ଆମ୍ବ: ଆମ୍ବକୁ ଫଳମାନଙ୍କ ରାଜା କୁହାଯାଏ। କାରଣ ଅନ୍ୟ ଫଳ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେଉଛି ଆମ୍ବ। ଗୋଟିଏ ଖଣ୍ଡ ଆମ୍ୱରେ ୯୯ କ୍ୟାଲୋରୀ ରହିଛି, ୨୩ ଗ୍ରାମ ଚିନି ଏବଂ ୩ ଗ୍ରାମ ଫାଇବର ରହିଛି। ଯଦି ଆପଣ ଡାଏଟିଂରେ ରହି ଓଜନ ହ୍ରାସ କାରିବାକୁ ଚାହୁଁଛନ୍ତି, ତେବେ ସୀମିତ ପରିମାଣରେ ଆମ୍ବ ଖାଇବା ଭଲ।
ଡିପ୍ରେସନ ଦୂର କରିବ କଫି, ଜାଣନ୍ତୁ ଆଉ କ’ଣ ମିଳିବ ଫାଇଦା ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସକାଳୁ ସକାଳୁ କପେ ଗରମାଗରମ ଚା କିମ୍ବା କଫି ପିଇଗଲେ ପୂରା ଦିନଟା ଫ୍ରେଶ,ଫ୍ରେଶ ଲାଗେ।  କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରର ବୋଲି ଲୋକଙ୍କ ମନରେ ଧାରଣା ରହିଛି। କିନ୍ତୁ ଆଜି ଏପରି ଭ୍ରାନ୍ତ ଧାରଣା ମନରୁ ଦୂର କରି ଜାଣିବା କଫିରୁ ଶରୀରକୁ  ମିଳିବାକୁ ଥିବା ଫାଇଦା ବିଷୟରେ ।
  • ସକାଳେ କଫି ପିଇବା ଦ୍ୱାରା କେବଳ ଯେ ଫ୍ରେଶ ଲାଗେ ତାହା ନୁହେଁ, ଏହାଦ୍ୱାରା ଡିମେନଶିଆରୁ ମଧ୍ୟ ବହୁ ମାତ୍ରାରେ ମୁକ୍ତି ମିଳିଥାଏ। ରିସର୍ଚ୍ଚ ମୁତାବକ, କଫିରେ ଥିବା ମସ୍କିଷ୍କରେ ମହଜୁଦ ଥିବା ଏଞ୍ଜାଇମ୍ସକୁ  କେଫିନରୁ ଶକ୍ତି  ମିଳିଥାଏ ଏବଂ ଏହା ସ୍ନାୟୁକୋଷକୁ  ରକ୍ଷା କରିଥାଏ।
  • ଡିପ୍ରେସନ ଦୂର କରିଥାଏ କଫି। ଏଥିସହ ରେଗୁଲାଗ କଫି ସେବନ କରୁଥିବା ଲୋକଙ୍କର ସୁଇସାଇଡ କରିବା ରିସ୍କ ମଧ୍ୟ କମିଥାଏ। ହାବର୍ଡ ସ୍କୁଲ ଅଫ୍‌ ପବ୍ଲିକ ହେଲଥ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ମହିଳା ଦିନକୁ ୪ କପ୍‌ କିମ୍ବା ତା’ଠୁ ଅଧିକ କଫି ପିଅନ୍ତି ସେମାନେ ଡିପ୍ରେସନର ଶିକାର କମ୍‌ ହୁଅନ୍ତୁ। ଅର୍ଥାତ ଡିପ୍ରେସନର ଶିକାର ହେବା ଆଶଙ୍କା ଆହୁରି ୨୦ ପ୍ରତିଶତ କମିଯାଏ।
  • ଏକ କପ୍‌ କଫିରେ ୧.୮ ଗ୍ରାମ ଫାଇବର ଥାଏ। ଦିନ ସାରା ୨୦ରୁ ୩୮  ଗ୍ରାମ ଫାଇବର ଗ୍ରହଣ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେଣୁ କଫି ସେବନ କରୁଥିବା ଲୋକ ଏହାଦ୍ୱାରା ନିୟମିତ  ଭାବେକିଛି ଫାଇବର ପାଇପାରିଥାନ୍ତି।
  • ୨୦୧୫ରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଦିନ ସାରା ୪ କପ୍‌ରୁ ଅଧିକ କଫି ପିଇବା ଦ୍ୱାରା ବହୁ ଗମ୍ଭୀର ବେମାରରୁ ରକ୍ଷା ମିଳିପାରିବ। ରୋଗ ବଢ଼ିବାର କାରଣ ସାଜୁଥିବା ନ୍ୟୁରଲ ଇଂଫ୍ଲେମେଶନକୁ ରୋକିଥାଏ କଫି। କେଫିନ୍‌ରେ ଥିବା ତତ୍ତ୍ୱ ଶରୀରରେ ଚର୍ବି କମାଇଥାଏ। ବହୁ ରିସର୍ଚ୍ଚରୁ ସାବ୍ୟସ୍ତ ହୋଇସାରିଛି କି କେଫିନ୍‌ ଶରୀରରେ ୩ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ମେଟାବାଲିକ ରେଟ୍‌କୁ ବୁଷ୍ଟ କରିଥାଏ।

coffee

  • ଅନ୍ୟ ଏକ ରିସର୍ଚ୍ଚରୁ ଜଣାପଡ଼ିଛି, କେଫିନ୍‌ ଦ୍ୱାରା ମୋଟା ଲୋକଙ୍କ ଶରୀରରେ ୧୦ ପ୍ରତିଶତ ଓ ଦୁର୍ବଳ ଲୋକଙ୍କ  ଶରୀରରେ ୨୯ ପ୍ରତିଶତ ଫ୍ୟାଟ୍‌ ବର୍ଣ୍ଣ ହୋଇଥାଏ।
୧୩ ଫେବ୍ରୁଆରୀ, ଶନିବାର: ଆଜି ର ରାଶିଫଳ …!

ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ନୃତ୍ୟ ଓ ଅଭିନୟ କ୍ଷେତ୍ରରେ ଥିବା ଲୋକେ ମାନସମ୍ମାନ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ।

ମିଥୁନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ପ୍ରତିକାର: ଗଣେଶ ମହାପ୍ରଭୁଙ୍କ ପାଖରେ ଲଡୁ ଭୋଗ କରନ୍ତୁ।

କର୍କଟ: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବ। ପ୍ରତିକାର: ମା’ଙ୍କୁ ପ୍ରଣାମ କରନ୍ତୁ।

ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

କନ୍ୟା: ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।

ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।

କନ୍ୟା: ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।

ତୁଳା: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ। ନିଜ ଲୋକମାନେ କାର୍ଯ୍ୟରେ ବାଧା ଉପୁଜାଇବେ। ଆର୍ଥିକ ଚିନ୍ତା ଯୋଗୁ ମାନସିକ ଅଶାନ୍ତି ଦେଖାଦେବ।

ବିଛା: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।

ଧନୁ: ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ସଂପନ୍ନ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ସାହିତ୍ୟ, କଳା ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।

ମକର: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର– ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ।

କୁମ୍ଭ: ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ ସହିତ ଆଭୂଷଣ ପ୍ରାପ୍ତି ଯୋଗ ରହିଛି।

ମୀନ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଲାଭ ପାଇବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର– ମଥାରେ ଚନ୍ଦନ ଧାରଣ କରନ୍ତୁ।

ଭୁଲ୍‌ରେ ବି ଖାଆନ୍ତୁନି ଏହି ସବୁ ବାସି ଖାଦ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଧିକାଂଶ ଲୋକ ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଗରମ କରି ଖାଇଦିଅନ୍ତି। ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ଅନେକ ଖାଦ୍ୟ ରହିଛି, ଯାହାକୁ ବାସିରେ ଖାଇଲେ ଆପଣ ରୋଗରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ଅଣ୍ଡା: ଅଣ୍ଡାରେ ସବୁଠୁ ଅଧିକ ସାଲ୍ମୋନେଲା ଥାଏ। ଏହା ଏକ ପ୍ରକାର ବ୍ୟାକ୍ଟେରିଆ, ଯାହା କଞ୍ଚା ଏବଂ ଦର ସିଝା ଅଣ୍ଡାରେ ମିଳେ। ଅଧିକାଂଶ ଲୋକ ଅଣ୍ଡାକୁ ଦରସିଝା ଖା’ନ୍ତି। ଫଳରେ ଏଭଳି ଅଣ୍ଡାରୁ ବ୍ୟାକ୍ଟେରିଆ ଭଲ ଭାବେ ନଷ୍ଟ ହୋଇନଥାଏ।ଆଉ ଯଦି ଏହି ଅଣ୍ଡା ବାସି ହୋଇଯାଏ ତେବେ ଏଥିରେ ବ୍ୟାକ୍ଟେରିଆର ମାତ୍ରା ଦୁଇ ଗଣ ହୋଇଯାଏ । ଫଳରେ ଜ୍ୱର, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ।

ଆଳୁ: ଆଳୁକୁ ରୋଷେଇ କରିବା ପରେ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଦିଆଯାଏ ତେବେ ଏଥିରେ କ୍ଲୋଷ୍ଟିଡିଅମ ବୋଟିଲିନମ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ଯୋଗୁଁ ଦୃଷ୍ଟି ଶକ୍ତି କମିବା, ମୁହଁ ଶୁଖିଯିବା, ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇପାରେ। ଅଳୁକୁ କେବେବି ବାସି ଖାଇବା ଉଚିତ ନୁହେଁ । ସେହିପରି ଏହାକୁ କେବେବି ଓଭାନରେ ପୁଣି ଗରମ କରି ଖା’ନ୍ତୁ ନାହିଁ।

ପାଳଙ୍ଗ: ପାଳଙ୍ଗରେ ଭରପୁର ମାତ୍ରାରେ ନାଇଟ୍ରେଟ ଥାଏ। ପଳଙ୍ଗକୁ ଅଧିକ ରୋଷେଇ କରିବା ଦ୍ୱାରା ଏହା କାର୍ସିନୋଜେନିକ ନାଇଟ୍ରୋସେମାଂସରେ ପରିଣତ ହୋଇଯାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏଥିପାଇଁ ପାଳଙ୍ଗକୁ ବାସି ରଖି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ।

ବାସି ଭାତ: ଭାତକୁ ରୁମ ଟେମ୍ପେରଚରେ କିଛି ସମୟ ଛାଡି ଦେବା ପରେ ସେଥିରେ ବେସିଲସ ସେରେସ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ବାସି ଭାତକୁ ଗରମ କରି ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ମଧ୍ୟ ରହିଥାଏ। ତେଣୁ ଭାତ ରୋଷେଇ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ଖାଇଦେବା ଉଚିତ।

ଚିକେନ୍‌: ଅଣ୍ଡା ଭଳି ଚିକେନ୍‌କୁ ମଧ୍ୟ ଅଧିକ ସମୟ ରୋଷେଇ କଲା ପରେ ରଖିଲେ ସେଥିରେ ଦ୍ରୁତ ଗତିରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗେ। ତେଣୁ ଏହାକୁ ମଧ୍ୟ ବାସି ଖାଇବା ଉଚିତ ନୁହେଁ। ଚିକେନକୁ ଭଲ ଭାବେ ଅଧିକ ଗରମ ଦେଇ ରୋଷେଇ କରି ଖାଇବା ଉଚିତ।

ତେଲ ଯୁକ୍ତ ଖାଦ୍ୟ: ତେଲ ଯୁକ୍ତ ଖାଦ୍ୟକୁ ଥଣ୍ଡା ହେବା ପରେ ପୁଣି ଥରେ ଗରମ କଲେ ସେଥିରୁ ଏକ ପ୍ରକାରର କେମିକାଲ ସୃଷ୍ଟି ହେଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେଲ ଯୁକ୍ତ ଖାଦ୍ୟକୁ ବାସି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ସମୁଦ୍ର ମାଛ: ବାସି ସମୁଦ୍ର ମାଛ ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ସମୁଦ୍ର ଜାତୀୟ ଖାଦ୍ୟ ତଥା ମାଛକୁ ବାରମ୍ବାର ଅଧିକ ତାପମାତ୍ରାରେ ଗରମ କରିବା ଦ୍ୱାରା ଏଥିରେ ଧୀରେ ଧୀରେ ଜୀବାଣୁ ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତିରେ ଏହାକୁ ଖାଇବା ଦ୍ୱାରା ମଣିଷ ଅସୁସ୍ଥ ହୋଇପଡିବା ଆଶଙ୍କା ରହିଥାଏ।

ଓଜନ କମାଇବାକୁ ଚାହୁଁଥିଲେ ଖା’ନ୍ତୁ ଡାଲି-ଭାତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଓଜନ କମାଇବା ଏବଂ ପତଳା ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ ଯୋଗ କରେ ତ ଆଉ କିଏ ଜିମ ଯାଏ। ସେହିପରି ପତଳା ହେବା ପାଇଁ ଅନେକ ଲୋକେ ଡାଏଟ ମଧ୍ୟ ଫଲୋ କରନ୍ତି । ଖାଦ୍ୟ ଛାଡି କେବଳ ଗ୍ରୀନ ସାଲଡ ଏବଂ ଜୁସ୍‌ ପିଅନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଭାତ-ଡାଲି ବଦଳରେ ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଭାତ-ଡାଲି ଖାଇଲେ ଓଜନ ବଢ଼ିଯାଏ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହା ଭୁଲ ଧାରଣା। ସଠିକ ଢ଼ଙ୍ଗରେ ଏବଂ ଠିକ ଉପାୟରେ ଭାତ ଡାଲି ଖାଇଲେ ଓଜନ କମିପାରିବ। ଏହାକୁ ଆପଣ ଚାହିଁଲେ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଭାତ-ଡାଲିକୁ କିଭଳି ନିଜ ଡାଏଟ ସାମିଲ କଲେ ଓଜନ କମିବ।

  • ଅଧିକାଂଶ ଲୋକ ଭାବନ୍ତି ଯଦି ସେମନେ ଭାତ-ଡାଲି ଖାଇବେ ତେବେ ସେମାନଙ୍କ ଓଜନ ବଢ଼ିଯିବ। ଏହା ଏକ ସାଧାରଣ ଖାଦ୍ୟ। ପ୍ରାୟ ସମସ୍ତଙ୍କ ଘରେ ଡାଲି-ଭାତ ତିଆରି ହୁଏ। ଏହାକୁ ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
  • ଡାଲିରେ ପ୍ରୋଟିନର ମାତ୍ରା ଭରପୁର ରହିଛି ଏବଂ ଚାଉଳରେ କାର୍ବୋହାଇଡ୍ରେଟ୍‌। ଯେତେବେଳେ ଡାଲି ଏବଂ ଭାତକୁ ଆପଣ ଏକା ସହ ଖାଇବେ, ସେତେବେଳେ ଆପଣଙ୍କ ଶରୀରକୁ କାର୍ବୋହାଇଡ୍ରେଟ୍‌ ସହ ଅନେକ ଆବଶ୍ୟକୀୟ ଭିଟାମିନ ମିଳିପାରିବ। ଡାଲି ଏବଂ ଭାତ ଶରୀରରେ ହଜମ ପ୍ରକ୍ରିୟାକୁ ଠିକ ରଖେ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ଡାଲି-ଭାତର କମ୍ବିନେସନ ଓଜନ କମାଇବାର ସବୁଠୁ ଭଲ ବିକଳ୍ପ। ଏଥିରେ ଥିବା ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ।  ଫଳରେ ଓଜନ କମାଇବାରେ ଏହା ସହାଯ୍ୟ କରିଥାଏ।
  • ନିରାମିଶାଷି ବ୍ୟକ୍ତିଙ୍କ ପାଇଁ ପ୍ରୋଟିନର ସବୁଠୁ ଭଲ ମାଧ୍ୟମ ହେଉଛି ଡାଲି-ଭାତ। ଏହା ଓଜନ କମାଇବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
  • ଡାଲି-ଭାତରେ ଫାଇଭର ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ରୁହେ ନାହିଁ।
  • ଆପଣ ଓଜନ କମାଇବା ପାଇଁ ଯଦି ଡାଏଟ କରୁଛନ୍ତି ତେବେ ଭାତ-ଡାଲିକୁ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଦିନରେ ଥରେ ଭାତ-ଡାଲି ଖାଇବା ଦ୍ୱାରା ଓଜନ ବଢ଼ିବା ବଦଳରେ କମିପାରିବ।
ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ଶୀତ ଦିନ; ଜାଣନ୍ତୁ, କେଉଁ ଖାଦ୍ୟଠୁ ଦୂରେଇ ରହିବା ଭଲ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆମ ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିନିମନ୍ତେ ସନ୍ତୁଳିତ ଖାଦ୍ୟ ସହ ଜୀବନଚର୍ଯ୍ୟାକୁ  ଶୃଙ୍ଖଳିତ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏବେ ଶୀତ ଦିନ ଥିବାରୁ ସାଧାରରତଃ ଗରମାଗରମ ଚଟପଟା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ଶୀତ ଦିନେ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ। ଖାଦ୍ୟପେୟରେ ନିୟନ୍ତ୍ରଣ ନ ରଖିଲେ ଡାଇବେଟିସ ରୋଗୀଙ୍କ ନିମନ୍ତେ ଏହି ଋତୁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଥଣ୍ଡା ଦିନରେ ରକ୍ତରେ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ କିଛି ଖାଦ୍ୟ ପଦାର୍ଥକୁ ମନା କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସାଧାରଣତଃ ଶୀତଦିନେ ଅଧିକ ଛଣାଛଣି ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏଥିରେ ଥିବା ଫ୍ୟାଟ୍‌ ଶରୀରରେ ଜମା ହୋଇ ରହିଥାଏ, ଯାହାକି କେବେ ବି ଶୁଭଙ୍କର ନୁହେଁ। ତେଣୁ ଘରେ ପ୍ରସ୍ତୁତ ଗରମାଗରମ ପରାଟା, ମକା ରୋଟି, ସିଙ୍ଗଡ଼ା, ପୁରୀ ବା କଚୋଡ଼ି, ଚିପ୍ସ ଆଦି  ଛଣା ଖାଦ୍ୟଠୁ ଡାଇବେଟିସ ରୋଗୀ ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।

ଭିଟାମିନ ସିରେ ଭରପୂର କମଳା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ କମଳାରେ ଅଧିକ ମାତ୍ରାରେ ସୁଗାର ଥିବାରୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନେ ଏହା ଖାଇବାକୁ ବାରଣ କରାଯାଇଥାଏ।

ଇନସୁଲିନ ନେଉଥିବା ରୋଗୀଙ୍କ ପ୍ରତି ହାଇପୋଗ୍ଲିସିମିୟାର ବିପଦ ଥାଏ। ଏଥିନିମନ୍ତେ ସେମାନେ ନିଶାଠୁ ଦୂରେଇ ରହିବା ଉଚିତ। ଜଣେ ସାଧାରଣ ଲୋକ  ନିଶା ନେବା ଦ୍ୱାରା ଯେଉଁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥାଏ, ଜଣେ ସୁଗାର ରୋଗୀ ତା’ଠୁ ବହୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ।

ସୋଡ଼ା ତଥା ଅଧିକ ମାତ୍ରାରେ ମିଠା ଥିବା ପାନୀୟ ପଦାର୍ଥଠୁ ଦୂରେଇ ରହିବା ଉଚିତ। ମୁଖ୍ୟତଃ ବଜାରରେ ମିଳୁଥିବା, ଥଣ୍ଡା, ଜୁସ୍‌ କିମ୍ବା ପ୍ୟାକଡ ହୋଇଥିବା ପାନୀୟରେ ଭରପୂର ମାତ୍ରାରେ ଶର୍କରା ଥାଏ। ତେଣୁ ଏହାଠୁ ଦୂରେଇ ରହିବା ଉଚିତ।

ମହୁରେ ଅଧିକ ପରିମାଣର କାର୍ବୋହାଇଡ୍ରେଡ ଥାଏ। ଏହା  ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। ତେଣୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନରେ ଏପରି ଖାଦ୍ୟ ପଦାର୍ଥଠୁ ନିଜକୁ ଦୂରେଇ ରଖିବା ଉଚିତ।

ଡାଇବେଟିସ ରୋଗୀ ଶୀତ ଦିନେ ଚର୍ବିରରେ ଭରପୂର ମାଂସ ଖାଇବା ଉଚିତ ନୁହେଁ। ଏଥିରେ ଥିବା ଫ୍ୟାଟ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସୁସ୍ଥ ରହିବାକୁ ଖାଉଛନ୍ତି କି ଅଧିକ ରୁଟି ? ଦେଖାଦେଇପାରେ ସାଂଘାତିକ ସମସ୍ୟା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ନିଜ ମେନୁରେ ଭାତ ବଦଳରେ ରୁଟିକୁ ସାମିଲ କରୁଛନ୍ତି। ଏପରିକି କିଛି ଲୋକ ଦିନରେ ୩ ଥର ରୁଟି ଖାଇବାକୁ ପସନ୍ଦ କରୁଛନ୍ତି।  କିଏ ମୋଟାପା କମାଇବା ପାଇଁ ତ କିଏ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଏପରି କରୁଛନ୍ତି। କିନ୍ତୁ ଅଧିକ ରୁଟି ଖାଇବା ବି ଶରୀର ପାଇଁ ଅଧିକ କ୍ଷତିକାରକ। ଏହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବ ବୋଲି ବହୁ ଗବେଷଣାରୁ ଜଣାପଡ଼ିଛି। କିଛି ଲୋକଙ୍କ ଶରୀରରେ ଆକ୍ସଲେଟର ମାତ୍ରା ଆବଶ୍ୟକତାଠାରୁ ଅଧିକ ରହିଥାଏ। ଏପରି ଲୋକଙ୍କୁ ରୁଟିଠୁ ଦୂରେଇ ରହିବା ଉଚିତ। ଯଦି କାହା ଶରୀରରେ ଆକ୍ସଲେଟର ମାତ୍ରା ଅଧିକ ହୋଇଯାଏ, ତାହା ଗଭୀର ସଙ୍କଟ ସୃଷ୍ଟି କରେ। ବହୁ ଲୋକଙ୍କ ପାଚନ କ୍ରିୟା ଉପରେ ଏହା ପ୍ରଭାବ ପକାଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଠିକ୍‌ ରହୁଛି, ସେମାନଙ୍କ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। କିନ୍ତୁ ଯେଉଁମାନଙ୍କ ପାଚନ ଟିକେ ଦୁର୍ବଳ ରହୁଛି, ବାସି ରୁଟି ଖାଇବା ଦ୍ୱାରା ସେମାନଙ୍କ ହଜମ ଶକ୍ତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇପାରେ। ରୁଟିରେ ଭରପୂର ମାତ୍ରାରେ କାର୍ବୋହାଇଡ୍ରେଡ ମହଜୁଦ ଥାଏ। ଆମ ଶରୀରକୁ ପ୍ରତିଦିନ ପ୍ରାୟତଃ ୨୫ ଗ୍ରାମର କାର୍ବୋହାଇଡ୍ରେଡ ଆବଶ୍ୟକ ହୋଇଥାଏ। କିନ୍ତୁ ୩ ଟାଇମ୍‌ ରୁଟି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ୪ଶହ ଗ୍ରାମ କାର୍ବୋହାଇଡ୍ରେଡ ମିଳିଥାଏ। ଯାହାକି ଶରୀର ପାଇଁ ସାଂଘାତିକ ହୋଇଥାଏ। ଗହମ, ଜଅରେ ଗ୍ଲୋଟିନ ନାମକ ଏକ ପ୍ରୋଟିନ ଥିବା ବେଳେ ସେଥିରେ ଗ୍ଲାଇଡିନ୍‌ ନାମକ ଏକ ପ୍ରକାର ତତ୍ତ୍ୱ ରହିଛି। ଯାହାକି କିଛି ଲୋକଙ୍କ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଏହାର ଲକ୍ଷଣ ସ୍ୱରୂପ ଶରୀରର ଉଚ୍ଚତା ତଥା ଓଜନ ନ ବଢ଼ିବା, ତ୍ୱଚା ସଂକ୍ରାନ୍ତୀୟ ରୋଗ, ଗ୍ୟାସ୍‌, ପେଟ ସମସ୍ୟା, ମାଇଗ୍ରେନ, ପେଟ ଫୁଲିବା ଆଦି ସମସ୍ୟା ଦେଖାଦେଇଥାଏ। ଏପରି ସମସ୍ୟା ଦେଖାଦେଲେ ରୁଟିରୁ ଦୂରେଇ ରହିବାକୁ ପରାମର୍ଶ ଦେଇପାରନ୍ତି ଡାକ୍ତର। ଏପରି ସ୍ଥିତିରେ ଗ୍ଲୁଟୋନଫ୍ରି  ଡାଏଟ ନିଜ ମେନୁରେ ସାମିଲ କରିପାରନ୍ତି।  ମାଣ୍ଡିଆ, ବାଜରା ଆଦିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏସବୁରୁ ପ୍ରସ୍ତୁତ ରୋଟି, ଉପମା, କ୍ଷୀର, ଇଡଲି, ଦୋସା ଏପରିକି ମିଠା ବି ପ୍ରସ୍ତୁତ କରି ଆପଣ ଖାଇପାରନ୍ତି।

ଖାଇବା ପରେ ଭୁଲ୍‌ରେ ବି ଏହି ସବୁ କାମ ଉଚିତ ନୁହଁ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅଧିକ କାମ ଯୋଗୁଁ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ।  ଏଥିଯୋଗୁଁ ଆମ ଶରୀରର ଅନେକ ସିଷ୍ଟମ ପ୍ରଭାବିତ ହେବାକୁ ଲାଗେ। ଶରୀରକୁ ସୁସ୍ଥ ରଖିବା ପାଇଁ ସର୍ବଦା ପୋଷକ ତତ୍ତ୍ବରେ ଭରପୁର ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଅନେକ ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଯେପରିକି ଭୋଜନ କରିବା ପରେ କ’ଣ ସବୁ ନକରିବା ଉଚିତ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ନଚେତ ଆମ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗେ। 

  • ପୋଷକ ତତ୍ତ୍ବର ସବୁଠୁ ଭଲ ସ୍ରୋତ ହେଉଛି ଫଳ। କିନ୍ତୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାଦ୍ବାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ହଜମ ଶକ୍ତି କମିଯାଏ। ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ। ତେଣୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। ଖାଲି ପେଟ କିମ୍ବା ଭୋଜନ କରିବାର କିଛି ସମୟ ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।
  • ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ବ୍ୟାୟାମ କରନ୍ତୁ ନାହିଁ। ଏଭଳି କଲେ ଅସୁବିଧା ହୋଇପାରେ। ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।
  • ଭୋଜନ କରିବା ପାରେ ଧୂମପାନ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ । ତମାଖୁରେ ଥିବା ନିକୋଟିନ ଅକ୍ସିଜେନ ସହ ମିଶି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଫଳରେ ଶରୀରରେ ଅନେକ ଗୁଡିଏ ସମସ୍ୟା ଦେଖାଦିଏ। ରକ୍ତ ସଂଚାଳନରେ ବାଧା ଦେବା ସହ ଶରୀରରେ ଅକ୍ସିଜେନର ଅଭାବ ସୃଷ୍ଟି କରିବା ସହ ଅନ୍ତନଳୀ କ୍ୟାନସର ହେବା ଭଳି ବିପଦ ରହିଥାଏ।
  • ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଶୋଇବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ହାନୀକାରକ । ପ୍ରକୃତରେ ଖାଇବା ପରେ ହଜମ ହେବା ପାଇଁ ଅଧିକ ସମୟ ଲାଗେ। ଏଭଳି ସ୍ଥିତିରେ ନିଦ ଆମ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ। ଏଥିପାଇଁ ଅଧିକାଂଶ ଲୋକଙ୍କ ଶୋଇକି ଉଠିବା ପରେ ପେଟ ଫୁଲିବା, ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ।
  • ଗାଧୋଇବା ପରେ ଶରୀରକୁ ଆରାମ ମିଳେ। କିନ୍ତୁ ଖାଦ୍ୟ ଖାଇବା ପରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାର । ପ୍ରକୃତରେ ଖାଦ୍ୟ ଖାଇବା ପରେ ପାଚନ ତନ୍ତ୍ର କାମ କରିବା ଆରମ୍ଭ କରେ । ଏଭଳି ସ୍ଥିତିରେ ଯଦି ଆମେ ଗାଧୋଇବା ତେବେ ଆମ ପାଚନ କ୍ରିୟା ଧିମା ପଡିଯାଇଥାଏ। ତେଣୁ ଗାଧୋଇବା ପରେ ହିଁ ଭୋଜନ ଗ୍ରହଣ କରିବା ଉଚିତ।
  • ସେହିପରି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ଆସିଡିଟ ଭଳି ସମସ୍ୟା ଦେଖାଦେଇଥାଏ।
  • ଅଧିକାଂଶ ଅଫିସରେ କାମ କରୁଥିବା ଲୋକେ ଖାଇବା ପରେ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି। ଅଧିକାଂଶ ଚା’ ପିଅନ୍ତି ମଧ୍ୟ। ଚା’ରେ ପଲିଫିନାଲ୍ସ ଏବଂ ଟେନିଂସ ଭଳି କେମିକଲ ଥାଏ, ଯାହା ଆମ ଭୋକକୁ ମାରିଦିଏ। ଏହା ଆମ ଶରୀରରେ ଥିବା ପ୍ରୋଟିନ, ଆଇରନର  ମାତ୍ରାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେଣୁ ଖାଦ୍ୟ ଖାଇବା ପରେ ଚା’ ପିଇବା ଉଚିତ ନୁହେଁ।
ସୋରିଷ ତେଲ କେତେ ଭଲ ଜାଣନ୍ତୁ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଶେଷକରି ଭାରତୀୟ ବ୍ୟଞ୍ଜନରେ ସୋରିଷ ତେଲକୁ ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଅନେକଙ୍କ ଘରେ ଏହି ତେଲ ବ୍ୟବହାର ହୁଏ। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ ।  ବିକଳ୍ପ ଚିକିତ୍ସା ପାଇଁ କିଛି ଲୋକେ ସୋରିଷ ତେଲକୁ ମଧ୍ୟ ବ୍ୟବହାର କରନ୍ତି। ଏହି ତେଲ ପାଚନ ତନ୍ତ୍ର, ଶ୍ୱାସ ପ୍ରଣାଳୀ ଓ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍ ରହିଛି ଯାହା ହୃଦ ରୋଗର ସମ୍ଭାବନା କମ କରିଥାଏ। ତେବେ ସୋରିଷ ତେଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ତେବେ ଆମ ଶରୀର ପାଇଁ ସୋରିଷ ତେଲ କେତେ ଭଲ ଓ କେତେ ଖରାପ ଆସନ୍ତୁ ଜାଣିବା।

  • -ହୃଦ ସମ୍ବନ୍ଧୀୟ ସମସ୍ୟା ବଢାଇବା ସହ ଏହା ଫୁସଫୁସ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ପ୍ରାରମ୍ଭିକ ଚରଣରେ ଏହା ଶ୍ୱାସ ତନ୍ତ୍ରକୁ ପ୍ରଭଵିତ କରିଥାଏ ଯେଉଁଥିପାଇଁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଅଧିକ ସମୟ ଧରି ସୋରିଷ ତେଲ ସେବନ କଲେ ଫୁସଫୁସ କ୍ୟାନସର ହେବା ସମ୍ଭାବନା ରହିଛି।
  • -ସୋରିଷ ତେଲରେ ଆଉ ଏକ ହାନିକାରକ ରାସାୟନିକ ପଦାର୍ଥ ରହିଛି ଯାହାକୁ ଏଲିଲ୍ ଆଇସୋଥିଓସିଆନେଟ୍ କୁହାଯାଏ। ଏହା ଫୁସଫୁସ, ପାକସ୍ଥଳୀ, ଅନ୍ତନଳୀ ଇତ୍ୟାଦିରେ କ୍ଷତ ସୃଷ୍ଟି କରିପାରେ।
  • – ସୋରିଷ ତେଲ ତ୍ୱଚାକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଏହା ତ୍ୱଚାର କାର୍ଯ୍ୟକୁ ପ୍ରତିରୋଧ କରିଥାଏ। ଯାହାଦ୍ୱାରା ଏପିଡର୍ମାଲ୍ କେରାଟିନୋସାଇଟ୍ ଗଠନରେ ବାଧା ସୃଷ୍ଟି ହୋଇଥାଏ।
  • – ସୋରିଷ ତେଲରୁ ତ୍ୱଚାରେ ଆଳର୍ଜି ଭଳି ସମସ୍ୟା ମଧ୍ୟ ଦେଖାଦିଏ । ମୁଖ୍ୟତଃ ଇମ୍ୟୁନୋଗ୍ଲୋବୁଲିନ୍ ଇ କିମ୍ବା ଆଇଜିଆଇ ମଧ୍ୟସ୍ଥତା ଭଳି ଆଲର୍ଜି ସୃଷ୍ଟି କରିଥାଏ।  ଫଳରେ କୁଣ୍ଡେଇ ହେବା, ତ୍ୱଚା ନାଲି ପଡିଯିବା, ତ୍ୱଚା ଶୁଷ୍କ ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ।
  • – ଅତ୍ୟଧିକ ସୋରିଷ ତେଲ ଖାଇବା ଦ୍ୱାରା ରାଇନାଇଟିସ୍ ହେବା ସମ୍ଭାବନା। ଶ୍ୱାସ ନଳୀରେ ଥିବା କୋଷଗୁଡିକରେ ଛିଦ୍ର ସୃଷ୍ଟି ହୋଇଥାଏ। ଫଳରେ କାଶ, ଛିଙ୍କ, ନାକ ବୋହିବା ଭଳି ସମସ୍ୟା ଦେଖାଥାଏ।
  • – ଗର୍ଭବତୀ ମହିଳା ସୋରିଷ ତେଲ ସେବନ କରିବା ଉଚିତ ନୁହେଁ। କାରଣ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଭୃଣ ସହ ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ରସାୟନ ଯୋଗୁଁ ଗର୍ଭପାତର ସମ୍ଭାବନା ମଧ୍ୟ ରହିଥାଏ।
ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ତେବେ ସାବଧାନ… ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ଶୀତ ଦିନ ଆସିବା ମାତ୍ରେ ଆମ ଶରୀରର ମିଜାଜ ବଦଳିଯାଏ। ଏହି ସମୟରେ ଥଣ୍ଡା, ଜ୍ୱର ବା ଇନ୍‌ଫେକସନ୍‌ ହେବା ନେଇ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ  ଶୀତ ଦିନେ ଲୋକେ ଗରମ ଗରମ ଖାଦ୍ୟ ଖାଇବା, ଗରମ ପୋଷାକ ପିନ୍ଧିବା, ଗରମ କଫି କିମ୍ବା ଚା’ ପିଇବା ସହ ଗରମ ପାଣିରେ ଗାଧୋଇବା ପାଇଁ ଭଲ ପା’ନ୍ତି। ତେବେ ଏସବୁ ଆମ ଶରୀର ପାଇଁ କେତେ ଭଲ ଏବଂ କେତେ କ୍ଷତିକାର ହୋଇପାରେ ଜାଣିଛନ୍ତି କି । ଆସନ୍ତୁ ସେ ଉପରେ ନଜର ପକାଇବା। 

  • – ଶୀତ ଦିନେ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଗରମ ପାଣି ଆମ ତ୍ୱଚାରେ ଥିବା କେରାଟିନ ନାମକ ସେଲ୍ସକୁ ନଷ୍ଟ କରିଦିଏ। ଏହା ଦ୍ୱାରା ତ୍ୱଚାରେ କୁଣ୍ଡେଇ ହେବା, ଶୁଷ୍କ ହୋଇଯିବା ତଥା ଲାଲ ପଡିଯିବା ଭଳି ସମସ୍ୟା ଦେଖାଦେଇଥାଏ ବିଶେଷଜ୍ଞମାନେ ମତ ଦିଅନ୍ତି।
  • – ଶୀତ ଦିନେ ନିଜକୁ ଗରମ ରଖିବା ଭଲ କଥା, କିନ୍ତୁ ଗରମ ରଖିବା ଚକ୍କରରେ ଅଧିକ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀର ଓଭର ହିଟିଂର ଶିକାର ହୋଇପାରେ। ଅଧିକ ଗରମ ହେବା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କାମ କରିବା ବନ୍ଦ କରିଦିଏ।
  • – ଶୀତ ଦିନେ ସାଧାରଣତଃ ଅଧିକ ଭୋକ ହୁଏ। ଏଭଳି ସ୍ଥିତିରେ ଲୋକ ନିଜ ସ୍ୱାସ୍ଥ୍ୟ ଚିନ୍ତା ନକରି ଅଧିକ ଖାଦ୍ୟ ଖାଇଥା’ନ୍ତି। ଫାଷ୍ଟଫୁଡ ଖାଦ୍ୟ ପ୍ରତି ମନ ବଳାଇଥାନ୍ତି। ଫଳରେ ଓଜନ ବଢ଼ିବା ସହ ଶରୀରରେ ଅନେକ ରୋଗ ସମସ୍ୟା ମଧ୍ୟ ବଢ଼ିଥାଏ। ତେଣୁ ଶୀତଦିନେ ଭୋକ ହେଲେ ଫଳ କିମ୍ବା ହାଇ ଫାଇଭର ଯୁକ୍ତ ପରିବା ଖାଇବା ଉଚିତ।
  • – ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଲୋକେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରନ୍ତି। କନ୍ତୁ ଏଥିରେ ଥିବା କେଫିନ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ତେଣୁ ଶୀତଦିନେ ଅତି ବେଶୀରେ ଦିନରେ ୨ କିମ୍ବା ୩ କପ୍‌ରୁ ଅଧିକ ଚା’ କିମ୍ବା କଫି ପିଇବା ଉଚିତ ନୁହେଁ।
  • – ଶୀତ ଦିନେ କମ୍‌ ଶୋଷ ହୁଏ, ଫଳରେ ଲୋକେ କମ୍‌ ପାଣି ପିଅନ୍ତି। ପାଣି ନ ପିଇବା ଯୋଗୁଁ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦିଏ। ଏହାଦ୍ୱାରା କିଡ୍‌ନୀ ଜନିତ ସମସ୍ୟା ଏବଂ ହଜମ ଶକ୍ତି କମିବାକୁ ଲାଗେ। ପେଟ ଜନିତ ସମସ୍ୟା ଦେଖାଦିଏ। ତେଣୁ ଶୀତଦିନେ ଅଧିକରୁ ଅଧିକ ପାଣି ପିଇବା ଉଚିତ।