ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୁର୍ନୀତି ନିବାରଣ ସପ୍ତାହ ପାଳନ ର କିଛି ଦିନି ବିତିନାହିଁ ଗୁଣପୁର ପୌର ପରିଷଦ ରୁ ବାରି ହେଉଛି ଦୁର୍ନୀତି ର ଗନ୍ଧ । ସହର ଉନ୍ନତିକରଣ ନାମ ରେ ଲୋକ ଙ୍କୁ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ପୁରଣା ଗୁଣପୁର ଠାରେ ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ରେ ନିର୍ମାଣ ହେଉଛି ପ୍ରମୋଦ ଉଦ୍ୟାନ ତଥା ପାର୍କ ଚତୁର୍ପାଶ୍ୱର ସୀମା ସରହଦ(ବାଉଣ୍ଡ୍ରୀ) । ଏଥି ନିମନ୍ତେ ଚଳିତ ବର୍ଷ ପୌର ପରିଷଦ ପକ୍ଷରୁ ଠିକା ପ୍ରସ୍ତାବ ତଥା ଟେଣ୍ଡର ର ବିଜ୍ଞାପନ ବାହାର କରାଯାଇଥିଲା । ଏଥିରେ ସର୍ବମୋଟ ୧୯ ଜଣ ଠିକାଦାର ଟେଣ୍ଡର ପକାଇଥିବା ବେଳେ ଟେଣ୍ଡର ଏବଂ ଚୟନ ପ୍ରକ୍ରିୟା ପୂରଣ ହେବା ପରେ ଠିକା ପ୍ରସ୍ତାବଟି ସିବାଶିିଷ ସାହୁ ନାମକ ଠିକାଦାର ଙ୍କ ପକ୍ଷରେ ପୌର ପରିଷଦ ପକ୍ଷରୁ ଘୋଷଣା ହୋଇଥିଲା । ପୌର ପରିଷଦ ର କାର୍ଯ୍ୟାଦେଶ ସଂଖ୍ୟା – ୨୦୦୫/୨୧ ଅନୁଯାୟୀ ଏବଂ ଠିକାଦାର ଓ ପୌର ପରିଷଦ ର ଚୁକ୍ତିପତ୍ର ସଂଖ୍ୟା – ୩୦/୨୧ ତା ୨୧/୦୮/୨୦୨୧ ରିଖ ଦିନ ସିବାଶିଷ ସାହୁ ଙ୍କୁ ଏହି କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଚୁକ୍ତି କରି ଆଦେଶ ପତ୍ର ଦିଆଯାଇଥିଲା । ଉକ୍ତ ଚୁକ୍ତି ରେ ଲିଖିତ ହୋଇଥିଲା ଯେ ପୁରଣା ଗୁଣପୁର ଠାରେ ହେଉଥିବା ପ୍ରମୋଦ ଉଦ୍ୟାନ ର ସୀମା ସରହଦ ନିର୍ମାଣ ନିମନ୍ତେ ସିମେଣ୍ଟ ରେ ତିଆରି ଇଟା ବ୍ୟବହାର କରି ଉକ୍ତ ସୀମା ସରହଦ ଟି ନିର୍ମାଣ କରାଯିବ ଏବଂ ସୀମା ସରହଦ ମଧ୍ୟରେ ରହିଥିବା ଗ୍ରାଉଣ୍ଡ ରେ ମୋରମ୍ ର ଢଳେଇ ପକାଇ ସମତୁଲ କରାଯିବ । କିନ୍ତୁ ଦୁଃଖର ବିଷୟ ଏହିକି ଯେ ସେଠାରେ ବ୍ୟବହୃତ ମୋରମ୍ ନିମନ୍ତେ ଠିକାଦାର କୌଣସି ପ୍ରକାର ରୟେଲ୍ଟି ପୈଠ ନକରି ମୋରମ୍ ର ଚୋରା ଚାଲାଣ କରୁଥିବା ଅଭିଯୋଗ କରି ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରତିବାଦ କରିଥିଲେ । ଯଦ୍ୱାରା କି ଠିକାଦାର ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତି ରେ ପ୍ରାୟ ୪୦,୦୦୦ ଟଙ୍କା ର ତଣ୍ଡ ଗଣିବା କୁ ବାଧ୍ୟ ହୋଇଥିଲେ । ଏହା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଉକ୍ତ ପ୍ରମୋଦ ଉଦ୍ୟାନ ର ସୀମା ସରହଦ ସିମେଣ୍ଟ ତିଆରି ଇଟା ରେ ନିର୍ମାଣ କରିବା ନିମନ୍ତେ ଠିକାଦାର ସିବାିଶିଷ ସାହୁ ଚୁକ୍ତିବଦ୍ଧ । କିନ୍ତୁ ଠିକାଦାର ଏବଂ ପୌର ପରିଷଦ ର ଏମ୍ ଇ ବିଶ୍ୱନାଥ ସାରକା ଓ କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରାଙ୍କ ମଧୁଚନ୍ଦ୍ରିକା ରେ ଠିକାଦାର ସିମେଣ୍ଟ ଇଟା ରେ ସୀମା ସରହଦ ନିର୍ମାଣ ନକରି ମାଟି ତିଆରି ଇଟା ରେ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ଉଠିଛି।ଉକ୍ତ ବିଷୟ ନେଇ ପୋୖର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ଚରଣ ଦାଶଙ୍କ ସହ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ର କର୍ମକର୍ତ୍ତା ଯୋଗାଯୋଗ କରିବାରୁ ସେ ଏହି ବିଷୟ ସମ୍ପର୍କ ରେ ଅଜ୍ଞ ବୋଲି ସୂଚାଇ ବା ପରେ ଘଟଣା ସମ୍ପର୍କ ରେ ଏମ୍. ଇ ଶ୍ରୀ ବିଶ୍ୱନାଥ ସାରକା ଏବଂ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁକାନ୍ତ ବେହେରା ଙ୍କ ସହ ମଞ୍ଚ ର କର୍ମକର୍ତ୍ତା ଯୋଗାଯୋଗ କରିବାରୁ ସେ ଉକ୍ତ ଠିକାଦାର ଙ୍କ ସହ ସାଲିସ କରିବା ନିମନ୍ତେ ପ୍ରସ୍ତାବ ଦେଇ ଦୁର୍ନୀତି କୁ ଘଣ୍ଟ ଘୋଡ଼ାଉ ଥିବା କେତେ ଯଥାର୍ଥ ବୋଲି ମଞ୍ଚ ଦୃଢ଼ ନିନ୍ଦା କରିଛି । ଏକ ସରକାରୀ ଅଧିକାରୀ ହୋଇ ଜଣେ ଦୁର୍ନୀତି ଗ୍ରସ୍ତ ଠିକାଦାର ଙ୍କୁ ଘଣ୍ଟ ଘୋଡ଼ାଇବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଘଟଣା ର ସବିଶେଷ ତଦନ୍ତ କରି ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଗୁଣପୁର ଶାଖା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମଞ୍ଚର ଆବାହକ ଶ୍ରୀ ଶକ୍ତି ଦାଶ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here