ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୁର୍ନୀତି ନିବାରଣ ସପ୍ତାହ ପାଳନ ର କିଛି ଦିନି ବିତିନାହିଁ ଗୁଣପୁର ପୌର ପରିଷଦ ରୁ ବାରି ହେଉଛି ଦୁର୍ନୀତି ର ଗନ୍ଧ । ସହର ଉନ୍ନତିକରଣ ନାମ ରେ ଲୋକ ଙ୍କୁ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ପୁରଣା ଗୁଣପୁର ଠାରେ ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ରେ ନିର୍ମାଣ ହେଉଛି ପ୍ରମୋଦ ଉଦ୍ୟାନ ତଥା ପାର୍କ ଚତୁର୍ପାଶ୍ୱର ସୀମା ସରହଦ(ବାଉଣ୍ଡ୍ରୀ) । ଏଥି ନିମନ୍ତେ ଚଳିତ ବର୍ଷ ପୌର ପରିଷଦ ପକ୍ଷରୁ ଠିକା ପ୍ରସ୍ତାବ ତଥା ଟେଣ୍ଡର ର ବିଜ୍ଞାପନ ବାହାର କରାଯାଇଥିଲା । ଏଥିରେ ସର୍ବମୋଟ ୧୯ ଜଣ ଠିକାଦାର ଟେଣ୍ଡର ପକାଇଥିବା ବେଳେ ଟେଣ୍ଡର ଏବଂ ଚୟନ ପ୍ରକ୍ରିୟା ପୂରଣ ହେବା ପରେ ଠିକା ପ୍ରସ୍ତାବଟି ସିବାଶିିଷ ସାହୁ ନାମକ ଠିକାଦାର ଙ୍କ ପକ୍ଷରେ ପୌର ପରିଷଦ ପକ୍ଷରୁ ଘୋଷଣା ହୋଇଥିଲା । ପୌର ପରିଷଦ ର କାର୍ଯ୍ୟାଦେଶ ସଂଖ୍ୟା – ୨୦୦୫/୨୧ ଅନୁଯାୟୀ ଏବଂ ଠିକାଦାର ଓ ପୌର ପରିଷଦ ର ଚୁକ୍ତିପତ୍ର ସଂଖ୍ୟା – ୩୦/୨୧ ତା ୨୧/୦୮/୨୦୨୧ ରିଖ ଦିନ ସିବାଶିଷ ସାହୁ ଙ୍କୁ ଏହି କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଚୁକ୍ତି କରି ଆଦେଶ ପତ୍ର ଦିଆଯାଇଥିଲା । ଉକ୍ତ ଚୁକ୍ତି ରେ ଲିଖିତ ହୋଇଥିଲା ଯେ ପୁରଣା ଗୁଣପୁର ଠାରେ ହେଉଥିବା ପ୍ରମୋଦ ଉଦ୍ୟାନ ର ସୀମା ସରହଦ ନିର୍ମାଣ ନିମନ୍ତେ ସିମେଣ୍ଟ ରେ ତିଆରି ଇଟା ବ୍ୟବହାର କରି ଉକ୍ତ ସୀମା ସରହଦ ଟି ନିର୍ମାଣ କରାଯିବ ଏବଂ ସୀମା ସରହଦ ମଧ୍ୟରେ ରହିଥିବା ଗ୍ରାଉଣ୍ଡ ରେ ମୋରମ୍ ର ଢଳେଇ ପକାଇ ସମତୁଲ କରାଯିବ । 
ଗୁଣପୁର ପୋୖର ପରିଷଦ ରୁ ଦୁର୍ନୀତି ର ଗନ୍ଧ…!

