ଗୁଣପୁର ତହସିଲଦାର ଙ୍କ ଆନ୍ଧ୍ର ଓଡିଶା ସୀମା ସ୍ଥିତି ସମୀକ୍ଷା ସହ ଯାଞ୍ଚ କଡାକଡି କରିବା ନେଇ ତତ୍ପରତା ।
!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି କ୍ଷେତ୍ରରେ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସ୍ଥାନିୟ ତହସିଲଦାର ଏଫ୍ ଏକ୍କା ଉପସ୍ଥିତ ରହି ଆନ୍ଧ୍ର ଓଡିଶା ବଡର ଗୁଡିକ ର ସଡକ ପଥରେ ପ୍ରତ୍ୟେକ ଗାଡିକୁ ଯାଞ୍ଚ କରିଛନ୍ତି । ଆଜି ଠାରୁ ଆନ୍ଧ୍ର ଓଡିଶା ସଂଯୋଗ କରୁଥିବା ସିମାନ୍ତବର୍ତୀ ସଡକ ଗୁଡିକରେ ଯେଉଁ ଗାଡି ଚଳାଚଳ କରୁଛି ସେଗୁଡିକୁ ପୋଲିସ ପ୍ରଶାସନ ମଧ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଗୁଣପୁର ଜଗନ୍ନାଥପୁର ନିକଟ ବାସନାଗୁଡା ବଡର ଓ ରାମନାଗୁଡା ନିକଟବର୍ତୀ କାଟିକି ବଡର ଓ ଅମ୍ବାଦଳା ନିକଟରେ ମଧ୍ୟ ଗୋଟିଏ ଚେକ୍ ପଏଣ୍ଟ କରାଯାଇଛି। ଏହି ଚେକ୍ ପଏଣ୍ଟ ଗୁଡିକରେ ଆନ୍ଧ୍ର ରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯିବା ସହ ସେମାନଙ୍କ ତଥ୍ୟ ରଖାଯାଉଛି। ସେମାନଙ୍କର ଭେକ୍ସିନେସନ୍ ସାର୍ଟୀଫିକେଟ୍ କିମ୍ବା ୭୨ ଘଣ୍ଟା ମଧ୍ୟରେ କରୋନା ଟେଷ୍ଟ୍ କରିଥିବା ରିର୍ପୋଟ ରହିଥିବା ଆବଶ୍ୟକ । ଚେକ୍ ପଏଣ୍ଟ୍ ରେ ଚେକ୍ କରିବା ବେଳେ ଏହି ରିର୍ପୋଟ ନଥିଲେ ସେମାନେ ୭ ଦିନ ପାଇିଁ କ୍ବାରେଣ୍ଟାଇନ୍ ରେ ରହିବେ। ସୀମା ରେ ରହିଥିବା ଚେକ୍ ପଏଣ୍ଟ ଗୁଡିକରେ ସ୍ଥାନିୟ ତହସିଲଦାର ସ୍ଥିତି ପରଖୀଛନ୍ତି। ଚେକ୍ ପଉଣ୍ଟ ଗୁଡିକରେ ପ୍ରଶାସନ ଏକ ଅସ୍ଥାୟି କ୍ୟାମ୍ପ୍ କରି ଯାଞ୍ଚ କାର୍ଯ୍ୟ ଚାଲୁ ରଖିଛି ।

