ଖଜୁରୀ ଗଛ ର କିଗୁଣ ଗାଇବି ମୂଳରୁ ପାହାଚ ପାହାଚ…!
!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପରିମଳ ରଖିବା ନିମନ୍ତେ ପ୍ରଶାସନର ତତ୍ପରତା ସ୍ୱାଗତ ଯୋଗ୍ୟ । ଏହା କେବଳ କାନ୍ଥ ଚିତ୍ର ଓ ଛକ ନିକଟରେ ନିର୍ମିତ କିଛି କାରୁକାର୍ଯ୍ୟ ମାଧ୍ୟମ ରେ ସୀମିତ ହୋଇ ରହିଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ପୋୖର ପରିଷଦ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ କୁ ନେଇ ବଡାଖାନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

କିନ୍ତୁ ସହରର ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ରହୁନଥିବାରୁ ପରିମଳ ବ୍ୟବସ୍ଥା ଠପ ହୋଇପଡିଥିବା ଅଭିଯୋଗ ହେଉଛି । ସହରର ପରିମଳ ବ୍ୟବସ୍ଥା କୁ ନେଇ ବାରମ୍ବାର ଅଭିଯୋଗ ହେବାରୁ ଏଠାରେ କାର୍ଯ୍ୟରତ ସେନିଟାଇଜର ଇନିସ୍ପେକ୍ଟର ଡମ୍ବୁରୁ ବାଉରୀଙ୍କୁ ବଦଳୀ କରାଯାଇ ଏଠାକୁ ଏଠି କାର୍ଯ୍ୟକରି ଅଭିଯୋଗ କ୍ରମେ ବଦଳୀ ହୋଇଥିବା ପୂର୍ବତନ କର୍ମକର୍ତ୍ତା ଭେଙ୍କେଟ ରାଓଙ୍କୁ ପୁଣି ଅଣାଯାଇଛି । ଏହି କର୍ମଚାରୀ ଜଣକ ରାଜନୈତିକ ବାବୁଙ୍କର ସୁପାରିଶ ରେ ପୁଣି ଏଠାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ କହି ଠିକ ଭାବେ କାର୍ଯ୍ୟ ତୁଲାଉନଥିବା , ଏପରିକି ବାବୁ ଜଣଙ୍କୁ ପରିମଳ ତଦାରଖ ନିମନ୍ତେ ସହର ମଧ୍ୟରେ ଅନୁଧ୍ୟାନ କରିବାକୁ ଯିବା ଦେଖିବାକୁ ମେଳୁନଥିବା ଅଭିଯୋଗ ଉଠୁଛି । ଯଦ୍ୱାରା ସହର ପରିମଳ ବ୍ୟବସ୍ଥା ନିମନ୍ତେ ବହୁ ଅର୍ଥରେ ଟେଣ୍ଡର ନେଇଥିବା ଠିକାଦାର ଆଶିଷ ପଟ୍ଟନାୟକ ଙ୍କ ମନମୁଖୀ କାର୍ଯ୍ୟ ବଢ଼ିବାରେ ଲାଗିଥିବା କୁହାଯାଉଛି । ପୋୖର ପ୍ରଶାସକ ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏମାନଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ତାଙ୍କୁ ଏଠାରୁ ବଦଳୀ କରିଦେବା ନିମନ୍ତେ ନିଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯେଉଁଠି ପ୍ରଶାସକ ମୁହଁ ମୋଡୁଛନ୍ତି ସେଠି କିଏ ସୁଧାର ଆଣିବ ବୋଲି ପ୍ରଶ୍ନ ଉଠୁଛି । ଦେଖିବାକୁ ରହିଲା ଏଠି ଆଉ କେତେଦିନ ଚାଲିବ ଏହି ରାଜନୈତିକ ଝରା ଛାଇ ଖେଳ ।


