କନ୍ଧମାଳ ଠାରେ ପୁଣି ସମ୍ବିଧାନ ର ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ।

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – ପୁଣି ସମ୍ବିଧାନ ର ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ।ଆଜି କନ୍ଧମାଳ ଜିଲା ରାଇକିଆ ବ୍ଲକ ରେ ଖବର ସଂଗ୍ରହ କରୁଥିବା ସମୟ ରେ ସରକାରୀ ବାବୁ ଙ୍କ ର ଆକ୍ରୋଷ ର ଶିକାର ହୋଇଛନ୍ତି ଏହି କାର୍ଯ୍ୟରତ ସାମ୍ବାଦିକ ଜଣକ।ସୂଚନାଥାଉ କି ସଂଘର୍ଷ ୱେବ ମିଡ଼ିଆ ର କନ୍ଧମାଳ ଜିଲା ପ୍ରତିନିଧି ଗୁପ୍ତେ ପ୍ରଧାନ ଆଜି ରାଇକିଆ ପଂଚାୟତ ଅଫିସ ରେ ପହଂଚି କିଛି ତଥ୍ୟ ସଂଗ୍ରହ ସକାଶେ ଯାଇଥିବା ସମୟ ରେ ସେତେବେଳେ ସେଠାରେ କୌଣସି ଅଫିସର ଉପସ୍ଥିତ ନଥିବା କାରଣ ରୁ ନିଜ ମୋବାଇଲ ସାହାଯ୍ୟ ରେ ଭିଜୁଆଲ ନେବା କୁ ଚେଷ୍ଟା କରୁଥିବା ସମୟ ରେ ପଂଚାୟତ ର ଜଣେ ତଳିଆ କର୍ମଚାରୀ ସେଠାରେ ପହଂଚିବା ସହିତ ସାମ୍ବାଦିକଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହିତ ମାଡ ମାରିବା ଅଭିଯୋଗ କରିଛନ୍ତି।ଆମ ରାଜ୍ୟ କନ୍ଧମାଳ ଜିଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାବେଳେ ଏଠି ପ୍ରାୟ ଲୋକ ନିରଖ୍ୟର୍ ଏହାକୁ ଲକ୍ଷ କରି ଏଠି ସରକାରୀ କର୍ମଚାରୀ ଜୁଲମ୍ ଦିନ କୁ ଦିନ ବଢୁଥିବା ଦେଖିବାକୁ ମିଲୁଅଛି।ସରକାରୀ କର୍ମଚାରୀ ଙ୍କ ର ଇଙ୍ଗିତ ରେ ପ୍ରାୟ ସବୁ କାର୍ଯ୍ୟ ଚାଲୁଥିବା ବେଳେ ଏହି୫ଟି କାର୍ଯ୍ୟକ୍ରମ କାହା ସକାଶେ ବୋଲି ଜନସାଧାରଣ ରେ ଚର୍ଚ୍ଚା ଛଲିଅଛି।ଆମ ଦେଶ ର ସମ୍ବିଧାନ କୁ ପ୍ରତ୍ୟେକ ସମାନ ଜଣାଇବା ପାଇଁ ବିଧି ଥିବା ବେଳେ ଏଠି ୪ର୍ଥ ସ୍ତମ୍ଭ ଉପରେ ବାରମ୍ବାର ପ୍ରହାର କରାଯାଉଛି।ସମ୍ବିଧାନ ର ଯଦି ଗୋଟିଏ ସ୍ତମ୍ଭ ଦୁର୍ବଳ ହୋଇଯାଏ ତେବେ ୩ଟି ସ୍ତମ୍ଭ ରେ ସୁରକ୍ଷିତ ରହିବ ତ।ଏଠି ସରକାରୀ କର୍ମଚାରୀ ଙ୍କ ର gundagardi ଚାଲିଛି କାହା ଇଙ୍ଗିତ ରେ।ଗୁପ୍ତେ ପ୍ରଧାନ ଏବେ ନ୍ୟାୟ ପାଇଁ ଥାନା ର ଦ୍ଵାରସ୍ଥ ହୋଇଥିବା ବେଳେ ତାହାଙ୍କୁ ଉଚିତ ନ୍ୟାୟ ମିଳିବ ତ ନା ସରକାରୀ କର୍ମଚାରୀ ଙ୍କ ର ଇଙ୍ଗିତ ରେ ଫସିଜିବେ ତାହା ଦେଖିବାକୁ ବାକି ରହିଲା।ଯଦି ଗୁପ୍ତେ ପ୍ରଧାନ ଙ୍କୁ ଆଗାମୀ ଦିନ ରେ ନ୍ୟାୟ ନା ମିଳେ ତେବେ ସାମ୍ବାଦିକ ମାନେ ରାଜରାସ୍ତା କୁ ଆସିବା ସକାଶେ ବାଧ୍ୟ ହେବେ ବୋଲି କନ୍ଧମାଳ ଜିଲ୍ଲା ସାମ୍ବାଦିକ ଗଣ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *