କାହା ବାହୁଛାୟା ତଳେ ଗୁଣପୁର ପୌର ପରିଷଦ ର ସେନିଟାଇଜର ଇନ୍ସପେକ୍ଟର(ଏସ୍.ଆଇ) ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ପୋୖର ପରିଷଦ ର ପରିମଳ ବ୍ୟବସ୍ଥା ସଠିକ ସମ୍ପାଦନ ହୋଇପାରୁନଥିବା ବାରମ୍ବାର ଅଭିଯୋଗ ହୋଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ହୋଇଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନଥିବାରୁ ଏହି ଦାୟୀତ୍ୱ ରେ ଥିବା କର୍ମଚାରୀ କାହା ବାହୁ ଛାୟା ତଳେ ରହି ବଳିୟାନ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କରୋନା ସଂକ୍ରମିତ କୁ ପ୍ରତିହତ କରିବା ନିମନ୍ତେ ସାନିଟାଇଜର ବ୍ଯବସ୍ଥା କୁ ସୁଦୃଢ଼ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ନିମନ୍ତେ ବହୁ ଗୁରୁତ୍ଵ ଦେଉଥିବା ବେଳେ ଗୁଣପୁର ପୌରାଞ୍ଚଳ ରେ ଏହା ସଠିକ କାର୍ଯ୍ୟକାରି ହେଉନଥିବା ଅଭିଯୋଗ ହେଉଛି। କରୋନା ଯୋଗୁଁ ସମସ୍ତ ଚଳନୀୟ ବ୍ୟବସ୍ଥା କୁ ସଙ୍କୁଚିତ କରାଯାଇ ଲକଡାଉନ କରାଯାଇଥିବା ବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଉନଥିବା ନୀନ୍ଦନୀୟ।

କରୋନା ସଂକ୍ରମିତ ପରିସ୍ଥିତି ରେ ସହରାଞ୍ଚଳ ର କୌଣସି ସ୍ଥାନରେ ବ୍ଲିଚିଙ୍ଗ ପାଉଣ୍ଡର ପକାଇବା କିମ୍ବା କୌଣସି ନାଳ ନର୍ଦ୍ଦମା ରେ ଫିନାଇଲ ସିଞ୍ଚନ କରିବା ବ୍ୟବସ୍ଥା କରାଯାଉନାହିଁ। କେବଳ ସହରକୁ କୌଣସି ଭି.ଆଇ.ପି ବ୍ୟକ୍ତି ଆସୁଥିବା ବେଳେ କିମ୍ବା କୌଣସି ସରକାରୀ ଉତ୍ସବ ସମୟରେ ହିଁ କିଛି ସ୍ଥାନ ରେ ବ୍ଲିଚିଙ୍ଗ ପାଉଣ୍ଡର ପକାଉଥିବାର ଦ୍ରୁଶ୍ୟମାନ ହେଉଛି। ଏଠି ପ୍ରଶ୍ନ ଉଠୁଛି ପରିମଳ ବ୍ୟବସ୍ଥା ସକାସେ ବ୍ଲିଚିଙ୍ଗ ଏବଂ ଫିନାଇଲ ପରିଷଦ ପକ୍ଷରୁ କ୍ରୟ ହେଉଛି ନା ନାହିଁ। ଯଦି କ୍ରୟ ହେଉଛି ତେବେ ଏଗୁଡିକ ଯାଉଛି କେଉଁ ଆଡ଼େ। ପୌରାଞ୍ଚଳ ମଧ୍ୟରୁ ଅଳିଆ ଉଠାଣ ଏବଂ ନର୍ଦ୍ଦମା ସଫା କରିବା ନିମନ୍ତେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ଥିବା ବେଳେ ଅସ୍ଥାୟୀ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯିବା ସତ୍ତ୍ୱେ ଏଠାର ପରିମଳ ବ୍ୟବସ୍ଥା ଠପ ହୋଇପଡୁଛି। ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କ୍ଷେତ୍ର ରେ ବହୁ ହେର ଫେର ହେଉଥିବା ଅଭିଯୋଗ ହେଉଛି। ନିର୍ବାଚିତ ପୌର ପରିଷଦ ମଣ୍ଡଳୀ ଭାଙ୍ଗି ଦିଆଯାଇ ଚେୟାରମ୍ୟାନ୍ ପଦବୀ ହଟାଯିବା ପରଠାରୁ ସ୍ଥାନୀୟ ପୌର ପରିଷଦ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବୁଦ୍ଧିଜିବୀ ମାନେ ମତ ବ୍ୟକ୍ତ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରାଯିବା ନିମନ୍ତେ ସାଧାରଣ ରେ ଦାବି ହେଉଛି। ଏପରିକି କୋଭିଡ଼-୧୯ ଭଳି ଏକ ସମ୍ବେଦନଶୀଳ ପରିସ୍ଥିତି ରେ ପୌର ପରିଷଦ କାର୍ଯ୍ୟାଳୟ ଭିତରେ ଥିବା କାଉନ୍ସିଲ ହଲ ରେ ସନ୍ଧ୍ୟା ସମୟରେ କିଛି କର୍ମଚାରୀ ଏହାକୁ ନିଜର ମଦ ଆଡ଼ା କରିନେଇଥିବା ସାଧରଣରେ କୁହା ବୋଲା ହେଉଛନ୍ତି । ଏଥି ପ୍ରତି ପ୍ରଶାସକ ଦୃଷ୍ଟି ଦେବେ କି ?

Leave a Reply

Your email address will not be published. Required fields are marked *