ଗଜପତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା “ହୌଶଲା” ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାରେ ଥିବା ଶିଶୁ ମାନଙ୍କ ଯତ୍ନ ନେଉଥିବା ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଯୋଗିତା “ହୌଶଲା-୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୫ଟି ଶିଶୁଙ୍କୁ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନର ୮୦ ଜଣ ଶିଶୁ ଯୋଗଦେଇ ୧୦୦ ମିଟର ଦୌଡ , ୨୦୦ ମିଟର ଦୌଡ , ଉଚ୍ଚଡିଆଁ , ଲମ୍ବଡିଆଁ , ୪୦୦ ମିଟର ରିଲେ ରେସ୍ , ଚେସ , ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁମାନେ ନିଜ ନିଜର ପାରିଦର୍ଶିତା ପ୍ରଦର୍ଶନ କରିଥିଲେ ।ଏହି ପ୍ରତିଯୋଗିତା ଗୁଡିକରେ ଯେଉଁ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନଙ୍କ ନାମକୁ ରାଜ୍ୟ ସ୍ତରୀୟ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ପାଈଁ ପଠାଇ ଦିଆଗଲା ।ଆସନ୍ତା ୩୦/୧୦/୧୯ ଏବଂ ୩୧/୧୦/୨୦୧୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହୌଶଲା ପ୍ରତିଯୋଗିତାରେ ଏହି ଶିଶୁ ଏବଂ ଅନ୍ୟ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କ ମଧ୍ୟରେ ପୁଣି ଥରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନ୍ୟ ପକ୍ଷରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଯେଉଁ ଶିଶୁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।ଏହି ପ୍ରତିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଏବଂ ଜିଲ୍ଲା ଚାଇଲଡ୍ ଲାଇନର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *