ସୁଷୁମା ସ୍ଵରାଜ ଙ୍କ ବିୟୋଗରେ ସିନାପାଲି ବସଷ୍ଟାଣ୍ଡ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି…!
!!! ନୂଆପଡ଼ା ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ନୂଆପଡ଼ା) – ସିନାପାଳି ଭାରତୀୟ ଜନତା ପାର୍ଟି ତରଫରୁ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସଭା ନେତ୍ରୀ ସୁଷମା ସ୍ଵରାଜ ଙ୍କ ଵିୟୋଗ ରେ ଆଜି ଦିନ ୧୧ ଟାରେ ସିନାପାଳି ବସଷ୍ଟାଣ୍ଡ ଠାରେ ଅମର ଆତ୍ମାର ସଦ୍ଗତି ପାଇଁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ,ସଧାରଣ ସମ୍ପାଦକ ସୁବ୍ରତ କୁମର ଠାକୁର ,ମଣ୍ଡଳ ସଭାପତି ଆରୀ ଯୋଷି, ଆଇନଜିବୀ ସୁବ୍ରତ ମେହେର, ସଂଜୟ ବେହେରା,ମାର୍କଣ୍ଡ ଗହୀର,ପ୍ରତାପ ଗୋଆଲ,ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ଯୋଶୀ ଓ ଭାରତୀୟ ଜନତା ପାଟି ର ଶତାଧିକ କର୍ମୀ ଙ୍କ ଉପସ୍ଥିତି ଥିଲେ। ସଭା ଶେଷ ରେ ୨ ମିନିଟ ନିରବ ପ୍ରାର୍ଥନା କରି ସଭାସାଙ୍ଗ କରାଯାଇଥିଲା ।

