ସାଇବର ସୁରକ୍ଷା ସଚେତନତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….!
ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଶିକାର ହେଉଥିବାରୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ବିର୍ଦେଶ କ୍ରମେ ବ୍ୟାପକ ସଚେତନତା ସୃଷ୍ଟିକରିବା କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ଏଥିନିମନ୍ତେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ଭାରଚୁଳ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆରକ୍ଷୀ ଅଧିକ୍ଷକା ସ୍ୱାତୀ ଏସ କୁମାରଙ୍କ ଉପସ୍ଥିତରେ ଆଲୋଚନା କରିଥିଲେ l ସାଇବର ଅପରାଦ୍ଧ ରୋକିବା ନିମନ୍ତେ ଜଣସଚେତନତା ନିହାତି ଆବଶ୍ୟକ l ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତର ପର୍ଯ୍ୟନ୍ତ ବ୍ୟlପକ ସଚେତନତା କରାଯିବ l ବିଶେଷ କରି ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ରିଲ ଓ କ୍ଵିଜ ପ୍ରତିଯୋଗିତା ଆୟୋଜକ କରାଯିବ l ମାରାଥନ ଓ ସାଇକ୍ଲଥନ ରାଲି ଆଦି ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଥିଲେ l ଏହି ବୈଠକରେ ଅତିରକ୍ତ ପୋଲିସ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ,ପିଏ ଆଇଟିଡିଏ, ରାୟଗଡ଼ ଓ ଗୁଣପୁର,ସମସ୍ତ ଥାନା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଡିପିଏମ ଓଏଲ ଏମ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦି ଯୋଗଦେଇଥିଲେ l

