ଧୁମଧାମ ରେ ପାଳନ ହେଲା ଅଗ୍ରସେନ ଜୟନ୍ତୀ..!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କେସିଙ୍ଗା) – ଅଗ୍ରୱାଲ ସମାଜ ର ଆତ୍ମା ର ଉତ୍ସବ ଅଗ୍ରସେନ ଜୟନ୍ତୀ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମହାଆଡ଼ମ୍ବର ସହିତ ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି। ଅଗ୍ରସେନ ଜୟନ୍ତୀ କୁ ସ୍ମରଣୀୟ କରିବା ପାଇଁ ଅଗ୍ରୱାଲ ସମାଜ ସହିତ ଅନେକ ସଂଗଠନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଥିବା ଉକ୍ତ ଜୟନ୍ତୀ ପାଇଁ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଖେଳକୁଦ ବ୍ୟତୀତ ଅନେକ ଚିତ୍ତାକର୍ଷକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ଅଞ୍ଚଳବାସୀ ଙ୍କୁ। ଅଗ୍ରସେନ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇପଡ଼ିଥିଲା କେସିଙ୍ଗା ସହର।ବିରାଟ ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରି କୁ ମନମୁଗ୍ଧ କରିଥିଲା। ସେବା ସମାନତା ଓ ଅହିଂସା କୁ ମୂଳ ଲକ୍ଷ ନେଇ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମାଜର ଏକତା ଓ ଏକତ୍ରିତତା ଓ ଭାଇଚାରା ଦେଖିବାକୁ ମିଳିଥିଲା।ଚଳିତ ବର୍ଷ କେସିଙ୍ଗା ଅଗ୍ରୱାଲ ସଭା ତାହାର ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ପାଳନ କରୁଛି। ଏହି ଅବସରରେ ଅଗ୍ରସେନ ଜୟନ୍ତୀ ଦିନ ସକାଳୁ ରାତ୍ରି ପର୍ଯ୍ୟନ୍ତ ସମ୍ମାନ ପୁରସ୍କାର ଓ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ର ରାଜ୍ୟ ସଭାପତି ଅରୁଣା ଅଗ୍ରୱାଲ ଏବଂ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ମାରୱାଡ଼ି ଯୁବା ମଞ୍ଚ ର ରାଷ୍ଟ୍ରୀୟ କନଭେନର ଅନୁରାଧା ଅଗ୍ରୱାଲ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମ କୁମାର ଜୈନ, ସମ୍ପାଦକ ରୋହିତ ଅଗ୍ରୱାଲ, ସଭାପତି ପ୍ରବୀଣ ଅଗ୍ରୱାଲ ( କାଲୁ ), ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *