ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି l ଡ଼lଙ୍ଗସରଡା ରାଜସ୍ବ ସର୍କଲ ଅନ୍ତର୍ଗତ ସାରିକମl ଗ୍ରାମ ଓ ଚନ୍ଦ୍ରପୁର ତହସିଲ କାର୍ଯାଳୟର ରାଜସ୍ୱ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଏହାପରେ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ କରି ରାଜସ୍ୱ କାର୍ଯ୍ୟକ୍ରମ ଉପରେ ବିଶେଷ କରି ରାଜସ୍ୱ ଆଦାୟ, ବସୁନ୍ଧରା ଯୋଜନା ଓ ସରକାରୀ ଜମିର ସମୀକ୍ଷା କରିଥିଲେ l

ଏହା ସହିତ ପଟ୍ଟlର ଖାନା ଦୁଇ ସଂଶୋଧନ, ଜମିଜମା କମ୍ପୁଟରୀକରଣ,ଜଙ୍ଗଲଜମି ଅଧିକାର ଆଇନରେ ସଫଳ ପରିଚାଳନା, ବିଦ୍ୟାଳୟ ମହାବିଦ୍ୟାଳୟ ନାମରେ ପଟ୍ଟl ସଂଶୋଧନ, ଜାତୀୟ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ରାଜସ୍ବ ଡକା ବଙ୍ଗଳା ନିର୍ମାଣ,ଜମିଜମା କ୍ରୟ ବିକ୍ରୟର ଫୁଙ୍ଖାନୁପୁଙ୍ଖ ସମୀକ୍ଷା ତଥା ତ୍ବରିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ଓ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତୁରନିତ କରିବା ନିମନ୍ତେ ସାରିକାମ ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ l

ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ତହସିଲଦାର ଚନ୍ଦ୍ରପୁର ଶ୍ରୀ ସୁନୀଲ କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ, ପ୍ରଦାନ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ର କର୍ମଚାରୀ,ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *