ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ…!

!!! ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ବଲାଙ୍ଗୀର ସଦର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲ ସଭାଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ଆଯୋଜନ କରିଥିଲେ। ପ୍ରଥମରୁ ବଲାଙ୍ଗୀର ବିକାଶ ପାଇଁ ବର୍ଷକ ଥରେ କିମ୍ବା ତା ଠାରୁ ଉର୍ଦ୍ଧ୍ବ ଜିଲ୍ଲା ଯୋଜନା ବୋର୍ଡ ବୈଠକ ବସିବା କଥା କିନ୍ତୁ ତାହା ବିଗତ ୪ ବର୍ଷ ପରେ ବସିଲା। ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ଦ୍ବାରା ସେ ମହାମାରୀ କରୋନା ପାଇଁ ଏହି ବୈଠକ ହୋଇ ପାରୁ ନ ଥିବା ଦର୍ଶାଇଥିଲେ। ସରକାରଙ୍କ ଦଳର ପୌରପରିଷଦ ଅଧ୍ୟକ୍ଷା ଠାରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ସମେତ ବ୍ଳକ୍ ଅଧ୍ୟକ୍ଷା ,ଅଧ୍ୟକ୍ଷ , ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି।ତଥାପି ଯୋଜନା ବୋର୍ଡ ବୈଠକ ବସି ପାରୁନାହିଁ। ଳୋୟରଶୁକତେଳ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ମୂଖ୍ୟ ଡାକ୍ତର ଖାନା ସମେତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନକୁ ଡାକ୍ତର ଶୂନ୍ୟ। ରୋଗୀ ମାନେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ବା ହସ୍ପିଟାଲକୁ ଗଲେ ସାଧାରଣ ରୁ ସାଧାରଣ ରୋଗ ପାଇଁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରୁଛନ୍ତି। ରାଜ୍ୟ ସରକାରଙ୍କୁ ବଲାଙ୍ଗୀର ଜିଲ୍ଲାରେ କଳକାରଖାନା ପ୍ରତିଷ୍ଠା କରିବା ପାଇଁ ବାରମ୍ବାର ଦାବି ଉପସ୍ଥାପନ କରୁଅଛି। ଟେକ୍ ଷ୍ଟାଇଲ ଫେକ୍ଟ୍ରି ଓ ବିଜୟା ନନ୍ଦ ଚିନି କଳକୁ ପୁନ୍ନ ଉଦ୍ଧାର କରା ଯାଇ ଚାଷୀ ମାନଙ୍କ ମେରୁଦଣ୍ଡ ସବଳ କରିବା ଓ ନିୟୁକ୍ତି ର ସୁଯୋଗ ସୃଷ୍ଟି କରିବା ପାଇଁ ସୁଯୋଗ ରହିଛି। ଦାଦନ ପ୍ରବଣ ଜିଲ୍ଲା ରେ କିଛି ମାତ୍ରାରେ ରୋକିବାରେ ସହାୟତା ହେବ। ଜିଲ୍ଲାର ସମସ୍ତ ପର୍ଯଟନ ସ୍ଥଳୀ ହରିଶଙ୍କର ହେଉ କି ରାଣୀପୁର ଝରିଏଲ କିମ୍ବା ଭୀମ ଡୁଙ୍ଗୁରି କୁ ବିକାଶ କରାଯାଉ। ଲୋକଙ୍କ ଆର୍ଥିକ ସଦୃଢ ହେବ। ମାଁ ସମଲେଶ୍ବରୀ ମନ୍ଦିର ପୁନଃ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଅନୁଦାନ ପାଇଁ ଦାବି ରଖିଛି। ପୁରୀ ଓ ଭୂବନେଶ୍ବର ଠାରେ କୋଟି କୋଟି ଟଙ୍କା ର ଅନୁଦାନ ପ୍ରଦାନ କରାଯାଉଛି କିନ୍ତୁ ବଲାଙ୍ଗୀର ପାଇଁ ଅନୁଦାନ ଶୁନ୍ଯ ରହିବା ଦୁର୍ଭାଗ୍ୟ ବିଷୟ ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାଇଁ ମୁଣ୍ଡ ଟେକିବା ସ୍ୱଭାବିକ। ଆଗାମୀ ବିଧାନସଭା ରେ ବଲାଙ୍ଗୀର ଠାରେ ଏକ ଇଞ୍ଜିନିୟରିଂ କଲେଜ ପାଇଁ ଦାବି ଉପସ୍ଥାପନ କରିବି ବୋଲି ମତ ରଖିଥିଲେ।ସଂସ୍କୃତି ଭବନ ଲୋକାର୍ପଣ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର ଏହାକୁ ନେଇ କୌଣସି ବିଶେଷ ପ୍ରତିକ୍ରିୟା ଦିଆଯାଇ ପାରିବନାହିଁ ବୋଲି କହିଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ମଞ୍ଚାସୀନ ଥିବା ବେଳେ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *