ଉଛେଦ ପୂର୍ବରୁ ଥଇଥାନ କଲା ପୌରପରିଷଦ  .

  !!! ବଲାଙ୍ଗିର ରୁ ଜିତେଶ ଶତପଥି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଲାଙ୍ଗିର)- ଲୋକଙ୍କୁ ବାସହୀନ ଆଶ୍ରାହୀନ ଓ ଅସହାୟ କରି ଛାଡିଦେଇ ଧ୍ବସଂସ୍ତୁପ ଉପରେ ବିକାଶ ଆମର ଲକ୍ଷ ନୁହେଁ । ବଲାଙ୍ଗିର ର ସବୁ ବର୍ଗ ର ଲୋକଙ୍କୁ ନେଇ ବିସ୍ତାପନ ପୁର୍ବରୁ ଉଚିତ ଥଇଥାନ କରି ବିକାଶ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ । ଆମେ ରାତି ଅଧିଆ ଉଛେଦ ନ କରି ଲୋକଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାନ ଦେଇ ଏକ ସୁନ୍ଦର ବଲାଙ୍ଗିର ଗଠନ କରିବା ଆମର ଲକ୍ଷ୍ଯ ବୋଲି ଆଜି ମହାରାଣୀ ସାଗର ପାଖରେ ଥିବା ତୁଲସୀନଗର ଖ ବସ୍ତି ବାସିନ୍ଦାଙ୍କୁ ବିଷ୍ଣୁମୁଣ୍ଡା ଠାରେଥିବା ଆଦର୍ଶ କଲୋନୀ ରେ ପଟ୍ଟା ପ୍ରଦାନ ଅବସର ରେ ସମସ୍ତ କାଉନସିଲର ଦୃଢ ସ୍ବର ରେ ଏ କଥା କହିଛନ୍ତି । ମହାରାଣୀ ସାଗର ଉନ୍ନତିକରଣ ନାଁ ରେ ଜବର ଦଖଲ କରି ବସ୍ତି ତିଆରି କରିରହୁଥିବା ଲୋକଙ୍କୁ ମହାରାଣୀ ସାଗର ଉନ୍ନତିକରଣ ନାମ ରେ ୨୪ଘଣ୍ଟିଆ, ୪୮ ଘଣ୍ପିଆ ନୋଟିସ ଦେଇ ଉଛେଦ କରାଯାଉଥିବା ଉଦ୍ୟମ କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ବ ରେ ସମସ୍ତ କାଉନସିଲର ଦୃଢ ବିରୋଧ କରୀଥିଲେ । ଯଦିଓ ମହାରାଣୀ ସାଗର ର ଉନ୍ନତିକରଣ ପାଇଁ ଟଙ୍କା ଆସିଛି ବୋଲି କୁହାଯାଉଛି ମାତ୍ର ଏହାର ଡିପିଆର ସହିତ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନଥିବା ବେଳେ ତରବରିଆ ଉଛେଦ ଉଦ୍ୟମ କେବଳ ପୌରପରିଷଦ କୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାର ଚକ୍ରାନ୍ତକାରୀ ଙ୍କୁ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦିଆଯିବା ପରେ ତରବରିଆ ଉଛେଦ ଉଦ୍ୟମ ବନ୍ଦ କରାଯାଇଛି । ପୌରାଧ୍ୟକ୍ଷା ଦେଇଥିବା ପ୍ରତିଶୃତି ଅନୁଯାଇ ମହାରାଣୀ ସାଗର ଆଡିରେ ରହୁଥିବା ୧୬ ଜଣ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *