ତାଗିଦ୍ ପରେ ସୁଧୁରିଲେ ; ବଢିଲା ଭୋଜନାର୍ଥି ଙ୍କ ଭିଡ଼…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ଶ୍ରୀଯୁକ୍ତ ଲଳିତ କୁମାର କହଁର ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ଏବଂ ସୁଶ୍ରୀ ପ୍ରଭାତୀ ଝୋଡିଆ ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସହରର ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ସମୟ ରେ ତାଙ୍କ ସହିତ ଥିବା ସ୍ଥାନୀୟ ତହସିଲଦାର ଶରତ ଚନ୍ଦ୍ର ନାୟକ ଆହାର କେନ୍ଦ୍ରରେ ଯୋଗାଯାଉଥିବା ଖାଦ୍ୟକୁ ଖାଇ ପରଖିଥିଲେ । ଦିଆଯାଇଥିବା ଖାଦ୍ୟ ନିମ୍ନ ମାନର ଏବଂ କମ୍ ଗୁଣ ବତ୍ତା ଥିବା ଅନୁଭବ କରି ପରିଚାଳନା କର୍ତ୍ତୃପକ୍ଷ ଙ୍କୁ ତାଗିଦ୍ କରିବା ସହ ଆଗାମୀ ଦିନରେ ଏଭଳି ଖାଦ୍ୟ ଦିଆଗଲେ ସେମାନଙ୍କ ଠାରୁ ପରିଚାଳନା ଦାୟୀତ୍ବ କୁ ଓହରାଇ ନେବେ ବୋଲି ନିର୍ବାହୀ ଅଧିକାରୀ ରୋକ୍ ଠୋକ୍ କହିଥିଲେ ।

ପ୍ରକାଶ ଥାଉକି ଏଠାରେ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହୋଇ ଆସୁଥିଲା ।ଏହି ନିମ୍ନ ମାନ ଖାଦ୍ୟ ଯୋଗୁଁ ଲୋକେ ଏଠାରୁ ମୁହିଁ ଫେରାଇ ନେଉଥିଲେ । ତାଗିଦ୍ କରିବା ପରେ ପରିଚାଳନା କମିଟି ଖାଦ୍ୟରେ କିଛି ସୁଧାର ଆଣିଛନ୍ତି । ଯଦ୍ୱାରା ପରିଦର୍ଶନ ସମୟ ରେ ଆହାର କେନ୍ଦ୍ରକୁ ଆସିଥିବା କମ୍ ସଂଖ୍ୟକ ଭୋଜନାର୍ଥି ଙ୍କ ସଂଖ୍ୟା ପରଦିନ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଏଭଳି ମଝି ମଝିରେ ଅଚାନକ ପରିଦର୍ଶନ କରାଗଲେ ଗ୍ରାହକ ସୁବିଧାରେ ଭଲ ଖାଦ୍ୟ ପାଇବା ସହ ଏଠାରେ ଚାଲିଥିବା ଦୁର୍ନୀତିକୁ ରୋକା ଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *