ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଠାରେ , ୭୫ ତମ ଏନ୍ ସି ସି ଦିବସ ପାଳିତ ।

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡ଼ା ଜିଲ୍ଲା ସଦର ମହକୁମା ରେ ଅବସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଠାରେ , ୭୫ ତମ ଏନ୍ ସି ସି ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାର୍ଥୀ ଙ୍କୁ ନେଇ ଚିତ୍ରାଙ୍କନ ଫର୍ଦ୍ଦ ପ୍ରତିଯୋଗିତା ସହ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରୀନୁ ମାଣ୍ଡାଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିଦ୍ଧାର୍ଥ ହୁଇକା ଦ୍ଵିତୀୟ ସ୍ଥାନ ଓ କାହ୍ନ। ବାଙ୍ଗାରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଝୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀ ମାନଙ୍କ ମଧ୍ୟରୁ ସୋନାଲି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରିୟଙ୍କା ବିଡିକା ଦ୍ଵିତୀୟ ସ୍ଥାନ ଓ ମାଲେଶ୍ୱରି ସୁନା ଙ୍କ ସହ ଅନିମା ପିଡ଼ିକାକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

 

ଏନ୍ ସି ସି ଅଧିକାରୀ ପଦବୀରୁ ଅବସର ନେଇଥିବା ହିନ୍ଦୀ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାଶ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ନିମନ୍ତେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ କର୍ଣ୍ଣଲ ବି,ଏସ୍,ଶ୍ରୀନିବାସ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁବେଦାର ମେଜର ଏସ,କେ,ଜେନା ଏବଂ ବିଦ୍ୟାଳୟର ଭାରପ୍ରପ୍ଟ ପ୍ରଧାନ ଶିକ୍ଷକ ଏମ,ମୁରଲୀ ଙ୍କ ସହ ପ୍ରଥମ ଏନ୍ ସି ସି ଅଧିକାରୀ ଶ୍ରୀମତୀ ପ୍ରମିଳା ମହାପାତ୍ର ଯୋଗଦେଇ ଶ୍ରୀ ଦାଶ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଦିଦ୍ୟାର୍ଥି ଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବୃକ୍ଷ ରୋପଣ କରାଯାଇଛି । ଏନ୍ ସି ସି ବିଦ୍ୟାର୍ଥୀ ଙ୍କ ମଧ୍ୟରୁ ଉତ୍ତମ କେଡ୍ ର ବିଦ୍ୟାର୍ଥୀ ଭାବେ ଉଡାଣ ବିଭାଗରୁ ଏମ ଡି ମୁନା ଖାଁ, ଆର୍ମି ବାହିନୀ ( ବାଳିକା ବିଭାଗ ) ପକ୍ଷରୁ ପାୟଲ ମହାଙ୍କୁଡ ଓ ଆର୍ମୀ ବାହିନୀ ( ବାଳକ ବିଭାଗ) ପକ୍ଷରୁ ରୋମିୟୋ କୌଶଲ୍ୟା ଙ୍କୁ ଉତ୍ତମ ସମର ଶିକ୍ଷାର୍ଥୀ ଭାବେ ମନୋନୀତ କରାଯାଇ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମକର୍ତ୍ତା ଙ୍କ ସହିତ ବିଦ୍ୟାର୍ଥୀ ମାନେ ସମ୍ମିଳିତ ହୋଇ ଥିଲେ।

Leave a Reply

Your email address will not be published. Required fields are marked *