୫ ଦଫା ଦାବୀ ନେଇ ଜିଲ୍ଲାପାଳ ଅଫିସରେ ଆଦିବାସୀ ସଂଘ …!

!!! ଦକ୍ଷୀଣ ଓଡିଶା ଜୋନାଲ ମୁଖ୍ୟ ପ୍ରବୀର ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋରାପୁଟ)- ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ୫ ଦଫା ଦାବୀ ପତ୍ର ପ୍ରଦାନ କରିବା ନିମନ୍ତେ ସଂଘ କର୍ମକର୍ତ୍ତା ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ନିକଟରେ ପହଞ୍ଚି ଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।  କପସାଲଟା ଗାଁ ରେ ମକା ଫସଲ ନଷ୍ଟ ଓ ଘରପୋଡ଼ି ଘଟଣା ଭଳି ଅଶୋଭନୀୟ ବର୍ବୋରଚିତ ଘଟଣା କୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବୀ ପତ୍ର ରେ କପସାଲଟା, ସାରିଆଲଟା ଓ ଲାକଟିପକନା ଗାଁ ରେ  ବନ ସୁରକ୍ଷା ସମିତି ପକ୍ଷରୁ ନଷ୍ଟ କରାଯାଇଥିବା ୧୦୦ ଏକରରୁ ଉର୍ଦ୍ଧ୍ଵ ମକା ଫସଲ ର କ୍ଷତିପୂରଣ ଦେବା, ଚାରି ଖଣ୍ଡ ଗ୍ରାମର ବାସିନ୍ଦା ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସରକାରଙ୍କ ଜଙ୍ଗଲ ଜମି ସତ୍ୱାଧିକାର ନିୟମକୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ବୁର୍ଜା ପଞ୍ଚାୟତ ରେ ଗଠିତ ହୋଇଥିବା ବନ ସୁରକ୍ଷା ସମିତି କୁ ରଦ୍ଦ କରି ନୂତନ କମିଟି ଗଠନ କରିବା, ଫସଲ ନଷ୍ଟ ଓ ଘର ପୋଡ଼ିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାଲକାନଗିରି କନ୍ଧ ସାମାଜ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଏହି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ମାଲକାନଗିରି ଜିଲ୍ଲା କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗି ,ସମ୍ପାଦକ ହରିବନ୍ଧୁ ଗୋଲୋରି ,ଉପଦେଷ୍ଟା ବିଲୋ ପାଙ୍ଗି ,ଅଭିଭକ୍ତ କୋରାପୁଟ ଜିଲ୍ଲା ମୂଳ ନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଧ୍ଵଜ ମାଝି , ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଜିଲ୍ଲା ସଭାପତି ଦିବାକର ପୂଜାରୀ , ସାଧାରଣ ସମ୍ପାଦକ ଭଗବାନ ବୈରାଗୀ ,ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସଭାପତି ରାଜେଶ ଜାନି ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ଠାରେ ଦାବି ପତ୍ର ନେଇ ପହଞ୍ଚି ଥିଲେ ।

Leave a Reply

Your email address will not be published. Required fields are marked *