ଗୁଣପୁର ମେଡ଼ିକାଲ ଛକ ଠାରେ ବିଜେପି ର ନିର୍ବାଚନ କାର୍ଯ୍ୟାଳୟ ଉଦ୍ଘାଟିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ସଦର ମହକୁମା ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଡ଼. ଗିରିଧର ଗମାଙ୍ଗ ଙ୍କ ଦ୍ୱାରା ବିଜେପି ପାର୍ଟି ର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି ।

ଏହି ଉଦ୍ଘାଟନୀ ଉତ୍ସଵ ରେ ବର୍ତ୍ତମାନ ର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ଗମାଙ୍ଗ , ବିଜେପି ର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାହୁ , ଗୁଣପୁର ନଗର ସଭାପତି ଅନିଲ ସାହୁକାର , ବ୍ଲକ ସଭାପତି ଉଦୟ ପାଢ଼ୀ , ଶ୍ରୀନିବାସ ସ୍ୱାଇଁ , କାଳିଦାସ ବାଙ୍ଗାରି , ଗାଡ଼େ ଶବର , ସବିତା ଶବର , ଲକ୍ଷ୍ମୀ ଶ୍ରୀରାମ , ତ୍ରିନାଥ ପଣ୍ଡା , ବିଦ୍ୟାଧର ଶବର ଓ ପି ନାଗରାଜୁ ପ୍ରମୁଖ ଙ୍କ ସହ ବିଜେପି ର କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ ।

କାର୍ଯ୍ୟାଳୟ ଉଦ୍ଘାଟନ ପରେ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖା ଦେଇଥିଲା ।

ଏହି ଅବସର ରେ ଡ଼ଃ. ଗିରିଧର ଗମାଙ୍ଗ କର୍ମୀ ଙ୍କୁ ପ୍ରେରଣା ଦେବା ଛଳ ରେ ଶିଶିର ଗମାଙ୍ଗ ଙ୍କୁ ଆଗାମୀ ନିର୍ବାଚନ ରେ ବହୁଳ ପରିମାଣ ରେ ଭୋଟ ଦେଇ ମୋ ହାତ ମୁଠା କୁ ଶକ୍ତ କର ବୋଲି ବାର୍ତ୍ତା ଦେଇଥିଲେ ।

କର୍ମୀ ଙ୍କ ଉତ୍ସାହ ଓ କର୍ତବ୍ୟ ନିଷ୍ଠା ହିଁ ଚଳିତ ନିର୍ବାଚନ ରେ ବିଜେପି କୁ ଏକ ନମ୍ବର ରେ ରଖି ଜିତାଇ ପାରିବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ଗମାଙ୍ଗ କହିଛନ୍ତି ।

!!! ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ !!!

Leave a Reply

Your email address will not be published. Required fields are marked *