ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ମାର୍କ ଦେବା ଘଟଣାରେ ପାତର ଅନ୍ତର । ପିଲା ଓ ଅଭିଭାବକ ଅସନ୍ତୁଷ୍ଟ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ସି ବି ଏସ ଇ ଅଧୀନରେ ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ମ୍ୟାଟ୍ରିକ ପିଲାଙ୍କୁ ମାର୍କ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ହୋଇଛି। ଏପରିକି କିଛି ନିର୍ଦ୍ଧିଷ୍ଟ ପିଲାଙ୍କୁ ଅଧିକ ମାର୍କ ଦେବା ସହ ବହୁ ପିଲାଙ୍କର ମାର୍କ ଜାଣିଶୁଣି କମାଇ ଦିଆଯାଇଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଏପରିକି ପାଠ ନପଢ଼ାଇ ପରୀକ୍ଷା କରି ପିଲାଙ୍କୁ ହତୋତ୍ସାହ କରିବା ସହ ଯେଉଁ ପିଲାମାନେ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ଡାକି ଆଣି ପରୀକ୍ଷା କରାଇବା ସହ ପିଲାଙ୍କୁ ଜାଣିଶୁଣି ମନଇଚ୍ଛା ମାର୍କ ଦେଇ ପିଲାଙ୍କ ମାନସିକତାକୁ ଦୁର୍ବଳ କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ନିର୍ଦ୍ଧିଷ୍ଟ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ ସଠିକ ମାର୍କ ଦେଇଥିବା ବେଳେ ଅନ୍ୟମାନେ ମୁହଁ ଦେଖା ମାର୍କ ଦେଇଛନ୍ତି। ଏପରିକି ମାର୍କ ଦେବା ଆଗରୁ ଯେଉଁ ଅଭିଭାବକ ମାନେ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଥିଲେ ସେମାନଙ୍କୁ ଅଧିକ ମାର୍କ ଦିଆଯାଇଛି। ଏପରିକି ପିଲାଙ୍କୁ ବିଦ୍ୟାଳୟକୁ ଡାକି ତାଙ୍କ ଉତ୍ତର ଖାତାକୁ ପୁନଃ ଲେଖାଇ ଅଧିକ ମାର୍କ ଦିଆଯାଇଥିବା ନେଇ ନିର୍ଦ୍ଧିଷ୍ଟ ସୂତ୍ରରୁ ଜଣାପଡ଼ିଛି। ପିଲାମାନେ ବୋର୍ଡ ପରୀକ୍ଷାକୁ ଆଖିଆଗରେ ରଖି ପ୍ରସ୍ତୁତି ଚଳାଇ ଥିବାବେଳେ ଶ୍ରେଣୀ ପରୀକ୍ଷାରେ କୋର୍ସ ପଢ଼ାଯାଇନଥିବାରୁ ଦ୍ବନ୍ଦ୍ୱ ରେ ରହି କମ ମାର୍କ ଆଣିଥିବା ବେଳେ ପାତର ଅନ୍ତର ନୀତିରେ ପିଲାଙ୍କୁ ମାର୍କ ଦେଇ ସି ବି ଏସ ଇ ର ଗାଇଡ଼ ଲାଇନ ବୋଲି କହି ବିଦ୍ୟାଳୟର କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇ ଅସନ୍ତୁଷ୍ଟ ମାନେ ପରୀକ୍ଷା ଦେବା ପାଇଁ କହିଛନ୍ତି ଯାହାକି ପିଲାଙ୍କ ମନରେ ଆଘାତ ଆଣିଛି। ସେପଟେ ସି ବି ଏସ ଇ ନିର୍ଦେଶ ପ୍ରକାରେ ନିର୍ଦ୍ଧିଷ୍ଟ ମାର୍କ ଦିଆଯାଇଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିବା ସହ ଏହି ବିଦ୍ୟାଳୟରେ ଏପରି କାରସାଦି ହେଉଥିବା ନେଇ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସେପଟେ ଘରୋଇ ଟିଉସନ କରୁଥିବା ଶିକ୍ଷକ ଯେଉଁ ମାନେ ବିଦ୍ୟାଳୟ ଷ୍ଟାଫ ଙ୍କ ସହ ସାଲିସ କରିଛନ୍ତି ଅଥବା ଉକ୍ତ ବିଦ୍ୟାଳୟର କର୍ମଚାରୀ ଟିଉସନ କରୁଛନ୍ତି ସେହି ପିଲାଙ୍କର ମାର୍କ ଉତ୍ତର ଖାତାରେ ବୃଦ୍ଧି କରି ଦିଆଯାଇଛି ବୋଲି ଚର୍ଚ୍ଚାଚାଲିଛି। ପରୀକ୍ଷା ହୋଇଥିଲେ ଅଧିକ ମାର୍କ ରଖିବେ ବୋଲି ପିଲା କହୁଥିବା ବେଳେ ଆଗକୁ ଏହା ଶୁଭଙ୍କର ନୁହେଁ ବୋଲି ପିଲା କହୁଛନ୍ତି। ସେପଟେ ବିଦ୍ୟାଳୟରେ ହୋଇଥିବା ଅନେକ ଅନିୟମିତତା ଆଗକୁ ପଦାରେ ପଡିବ ବୋଲି ଅଭିଯାନ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *