ଗୁଣପୁର ଗ୍ରସ୍ତ ରେ ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ; ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ସଜବାଜ ବିଜେଡ଼ି.!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର) – ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ସଜବାଜ ଆରମ୍ଭ କରି ଦେଲାଣି ଶାସକ ବିଜେଡ଼ି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସର୍ବ ପ୍ରଥମ ଦଳ ଭାବରେ ବିଜେଡ଼ି ତାର ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ପ୍ରଥମ କରି ଗୁଣୁପୁର ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି । ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏହି ସମ୍ମିଳନୀରେ ନୂଆ ପର୍ଯ୍ୟବେକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଆନ୍ଧ୍ରରେ ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀ କୁ ଗ୍ରହଣ କରି ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ରୁଦ୍ଧଦ୍ୱାର ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଅତନୁ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା କିପରି ପହଞ୍ଚିବ, ସାଧାରଣ ଲୋକେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ଏଥିପାଇଁ ବିଜେଡ଼ି ସବୁ ବେଳେ ଗୁରୁତ୍ୱ ଦେଇଛି । ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି । ପର୍ଯ୍ୟବେକ୍ଷକ ଙ୍କ ଗସ୍ତ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାସ ଙ୍କ ସମେତ ବହୁ କର୍ମୀ ଓ କାର୍ଯ୍ୟକାର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *