ସମ୍ବଲପୁରୀ ଦିନ ପାଳନ;ସଂକଳନ ଲେଦା ଉନ୍ମୋଚନ…!
!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ପଦ୍ମପୁର) – ପଶ୍ଚିମ ଓଡ଼ିଶା ର ଭାଷା, ସାହିତ୍ୟ ଓ ସଂସ୍କୃତି ର ପ୍ରବହମାନତା ର ଧାରାରେ “ଅଗଷ୍ଟ-୧ ସମ୍ବଲପୁରୀ ଦିନ୍” ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର ପ୍ରଧାନ ଙ୍କର ପବିତ୍ର ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ-୧ କୁ ସମ୍ବଲପୁରୀ ଦିନ ହିସାବ ରେ ପଶ୍ଚିମ ଓଡ଼ିଶା ର ପୁରପଲ୍ଲୀ ରୁ ଆରମ୍ଭ କରି ସହରାଞ୍ଚଳ ଯାଏ ପାଳିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ବାଟକଢୁଆଲ କୁଟୁମ୍ବ ବୁବୁଡା ପଦ୍ମପୁର ଙ୍କ ଆୟୋଜନ ରେ ପଦ୍ମପୁର ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ସମ୍ପାଦନା ରେ ପ୍ରତିଦିନ ପ୍ରକାଶ ପାଇ ଆସୁଥିବା ଫେସବୁକ କଳାପଟା “ଲେଦା” ର ପ୍ରଥମ ବାର୍ଷିକୀ ସଂକଳନ୨୦୨୧ ର ସଂକଳନ ର ଉନ୍ମୋଚନ ଅବସରରେ ବୁବୁଡା ସ୍ଥିତ କଲ୍ୟାଣମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀମାନ ବିନୋଦ ବୈକାର କବି ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କବି ବୈରାଗୀ ସାହୁ, କବୟିତ୍ରୀ ଯଶୋବନ୍ତୀ ନାଏକ,କବି ସନ୍ତୋଷ ସ୍ୱାଇଁ, ନାରାୟଣ ପୋଢ,କୁବେର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ତଥା କବି ନିରଞ୍ଜନ ତ୍ରିପାଠୀ ଯୋଗଦାନ କରି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଗାଁ,ମାଟି,ପାଣି ପବନ ତଥା ଗ୍ରାମ୍ୟ ଜୀବନର ସୁଖ ଦୁଃଖ କୁ ନେଇ ସାହିତ୍ୟ କେମିତି ମର୍ମସ୍ପର୍ଶୀ, ଭାବପୂର୍ଣ୍ଣ ଓ ଯେ ତନୁମନକୁ ଛୁଇଁ ପାରେ,ପୂର୍ବ ସୁରୀ ଙ୍କ ସାହିତ୍ୟ କୃତି ଉପରେ ବକ୍ତା ତଥା ଅତିଥି ମାନେ ଆଲୋକପାତ କରିଥିଲେ। ଏକ ବିରାଟ ଭୂଖଣ୍ଡ ପଶ୍ଚିମ ଓଡ଼ିଶା ର ପ୍ରାଚୀନ ଇତିହାସ ଅତ୍ୟନ୍ତ ଗୈାରବାବହ। ସେ ସବୁକୁ ଖୋଜି ଜନ ସମୁଦାୟ ଙ୍କ ନିକଟକୁ ପହଞ୍ଚାଇବାର ସମୟ ଆସିଛି ବୋଲି ଆହ୍ୱାନ କରାଯାଇଥିଲା। ସାହିତ୍ୟ ସାର୍ବଜନୀନ ତଥା ଗଣମୁଖୀ ହେଲେ କବି ର ସାର୍ଥକତା ବୋଲି ମତପ୍ରକାଶ ପାଇଥିଲା। ମୁଖ୍ୟ ଆକର୍ଷଣ ଭାବେ ବୁଡାମାଲ ଗ୍ରାମର ସ୍ୱାତୀ ପଟେଲ ଯେକି ବର୍ତ୍ତମାନ ନବମ ଶ୍ରେଣୀ ର ଛାତ୍ରୀ ସେ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବିମୋହିତ କରିଥିଲେ। ଏହି ସମାରୋହରେ ପଶ୍ଚିମ ଓଡ଼ିଶା ର ବହୁ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ।



କବିତା ପାଠୋତ୍ସବ ରେ କବିଶ୍ରୀ- ଧ୍ରୁବଚରଣ ପ୍ରଧାନ,ରିପୁନ ସାହୁ, ଇଶ୍ୱର ସାହୁ, ପ୍ରଶାନ୍ତ ନାଗ, ପ୍ରମୋଦ କଲେତ, ବୈରାଗୀ ସାହୁ,ରୋଜ ପ୍ରଧାନ, ଶ୍ୟାମସୁନ୍ଦର ସିଂ ଯୋଗଦେଇ ନିଜ ସ୍ବରଚିତ କବିତା ପାଠ କରିଥିବାବେଳେ କବୟିତ୍ରୀ ସାଗରିକା ସାହୁ, ଜୟନ୍ତୀ ବରିହା,ଯଶୋବନନ୍ତୀ ନାୟକ ପ୍ରମୁଖ ନିଜନିଜ ରଚିତ ସମ୍ବଲପୁରୀ କବିତା ମାନ ଶ୍ରୋତାଙ୍କୁ ଶୁଣାଇ ବିମୋହିତ କରିପକାଇଥିଲେ। ଶେଷରେ ଏ ଅଞ୍ଚଳର କବୟତ୍ରୀ ମିସ ନମିତା ଦୀପ ଙ୍କ ଆଜି ଜନ୍ମଦିନ ଏଇଠି ପାଳନ କରାଯାଇଥିଲା। ସମ୍ବଲପୁରୀ ଭାଷା ଏକାଡେମୀ ର ଜଣେ ବରିଷ୍ଠ ସଦସ୍ୟ ତଥା ବାଟ କଢୁଆଲ ର ସହ ସମ୍ପାଦକ ଶ୍ରୀମାନ ପୈାଳସ୍ତ୍ୟ ସାହା ଙ୍କ ସଂଯୋଜନା ରେ ଏହି ସୁନ୍ଦର କବିତା ଆସର ଆବେଗମୟ ହୋଇ ଉଠିଥିଲା। ଶେଷରେ ବାଟ କଢୁଆଲ ର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

