ଗ୍ରୁପ ଲୋନ୍ କରାଇଦେବା କହି ମହିଳା ଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିବା ବେଳେ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ l

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – କୋଡିଏ ହଜାର ଗ୍ରୁପ ଲୋନ କରାଇ ଦେବା କହି ନିରୀହ ମହିଳାଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଛି ନକଲି ସଂସ୍ଥା ! ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅଧିନ କେ.ବରିଡା ଗ୍ରାମରେ l ସୂଚନା ମୁତାବକ ଗତମାସ ରେ କେ. ବରିଡା ଗ୍ରାମର ମୁଖ୍ୟ ରାସ୍ତାରେ ଗୋଟିଏ ଘର ଭଡା ସୂତ୍ରରେ ନେଇ CMCSHG ନିଧି ଲିମିଟେଡ଼୍ ନାମକ ଏକ ସଂସ୍ଥା ଗଠନ କରି ଆଖପାଖ ଅଞ୍ଚଳର ନିରୀହ ମହିଳା ମାନଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ହଜାର ହଜାର ଟଙ୍କା ସଂଗ୍ରହ କରି ସଂସ୍ଥାର କର୍ମଚାରୀ ମାନେ ଚମ୍ପଟ ମାରିବା ବେଳେ ଗ୍ରାମବାସୀ ମାନେ ଜଣେ କର୍ମଚାରୀ ଙ୍କୁ ଅଟକ ରଖିଥିବା ଦେଖିବାକୁ ମିଳିଛି l ଏହି ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ସହିଦ୍ ନଗର ରେ ରହିଥିବା କୁହାଯାଉଥିବା ବେଳେ ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ପୂର୍ବରୁ ନଜିର ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ମଧ୍ୟ ଠକେଇ ଯୋଜନାରେ ଏହି ସସ୍ଥା ସ୍ଥାପନା କରାଯାଇଥିବା କୁହାଯାଉଛି l ଅନ୍ୟପଟେ ଲୋକଙ୍କ ଟଙ୍କା ନ ଫେରାଇବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଟକ ରଖାଯିବା ନେଇ ଠକେଇ ହୋଇଥିବା ମହିଳା ମାନେ କହିଥିବା ବେଳେ ଏହି ଫ୍ରଡ଼୍ ସଂସ୍ଥା କିଭଳି ପ୍ରଶାସନ ର ଅଜାଣତ ରେ ଏହି ଅଞ୍ଚଳରେ ଖୋଲିଲା ତାହା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏନେଇ ସଂସ୍ଥା ର ଡିଇରେକ୍ଟର ବୋଲି ପରିଚୟ ଦେଉଥିବା ଦେବାଶିଷ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆମର ସବୁ କାଗଜ ପତ୍ର ଠିକ୍ ଅଛି। ସମସ୍ତ ଙ୍କୁ ସେମାନଙ୍କ ର ଅର୍ଥ ରାଶି ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *