ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ।
!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର)- ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ଗୁଣପୁର ଶାଖ ତରଫରୁ ଆଜି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖ ତରଫରୁ ଜୁଲାଇ ୯ ତାରିଖ ରେ ୭୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି ଏବଂ ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଛି । ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖ ର ସଭାପତି ଅଧ୍ୟ।ପକ ପ୍ରଫୁଲ୍ଲ ଲିମା ପରିଷଦ ପତାକା ଉତ୍ତୋଳନ କରିଥିବା ବେଳେ ବିଭାଗ ପ୍ରମୂଖ ଉମା ଶଙ୍କର ଦାଶ ଉଦବୋଧନ ଦେଇ କହି ଥିଲେ ସମାଜ ବଦଳିବା ନିମନ୍ତେ ବ୍ୟକ୍ତି ବଦଳିବା ନିହାତି ଜରୁରି ଓ ଦେଶ ସୁରକ୍ଷିତ ରହିବା ନିମନ୍ତେ ବର୍ତ୍ତମାନ ପରିସ୍ଥିତି ରେ ଦେଶ ବିରୋଧ ରେ ଚାଲିଥୁବା ଷଡ଼ଯନ୍ତ୍ର ପ୍ରତି ସମସ୍ତ ବିଦ୍ୟର୍ଥୀ ସଚେତନ ରହିବା ଦରକାର ବୋଲି ଆହ୍ୱାନ ଦେଇଥିଲେ ।

ସ୍ଥାନୀୟ ବଂଶଧାରା କଲେଜ ନିକଟରେ ହୋଇଥିବା ଏହି ପଟକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ସମସ୍ତ କାର୍ଯ୍ୟ କାର୍ତା ଗୁଣପୁର ବନ ଖଣ୍ଡ ସହ ମିଶି ବଂଶଧାରା କଲେଜ ପରିସର ଓ ହଳଦିଆ ନାଳ ରାସ୍ତା ରେ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଶେଷ ସାୟୀ ସେନାପତି, ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ର।ଖୀ ଦ।ଶ, ଅଧ୍ୟପକ ପ୍ରଶାନ୍ତ ହୋତା, ଅଧ୍ୟପକ ପୁଣ୍ୟ ଶ୍ଲୋକ ସାହୁ, ନଗର ସମ୍ପାଦକ ସାଇ ପାଣିଗ୍ର।ହୀ, କାଳିଆ ଶବର, ବି କିରଣ, ଶିଵ ଦ।କୁଆ, ବି ସତୀଶ କୁମାର, ଏସ ଶିବାଜୀ, ଧର୍ମେନ୍ଦ୍ର ପୃଷ୍ଟି, ଚିନା କେଶବା, ଅଧ୍ୟପକଲକ୍ଷ୍ମୀ ମହାଙ୍କୁଡ଼, ପ୍ରଫୁଲ୍ଲ ଶତପଥି, ମନୋଜ ମହାରଣା ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପୂର୍ଣ ବନ୍ଦେ ମାତାରମ ଗାନ କରି ସମାପ୍ତି କରାଯାଇଥିଲା ।

