ରାସ୍ତା ଫ୍ଲେବର୍ ନିର୍ମାଣ ଟଙ୍କାକୁ ମିଳିମିଶି ହରିଲୁଟ୍; କୋଦଳା ଏନଏସି ରେ ନିର୍ମିତ ହେଉଛି ନିମ୍ନ ମାନର ରାସ୍ତା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ( କୋଦଳା) – ଗଂଜାମ ଜିଲ୍ଲା କୋଦଳା ଏନଏସି ବିକାଶ ପାଇଁ ଯେତିକି ଚର୍ଚ୍ଚାରେ ଦୁର୍ନୀତି ପାଇଁ ତା ଠାରୁ ଅଧିକ ଚର୍ଚ୍ଚାରେ ରହି ଆସୁଛି। ଗତ କିଛି ବର୍ଷ ଧରି କୋଦଳା ଏନଏସି ସହରାଞ୍ଚଳ ଯୋଜନାରେ ବିକଶିତ ହେଉଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ତଥା ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଏପରିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରକାଶ ପାଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଆଖି ଦୃଶିଆ ପଦକ୍ଷେପ ନିଆ ନ ଯିବାରୁ ଦିନକୁ ଦିନ କୋଦଳା ଏନଏସିରେ ପିସି ରାଜ୍ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଟି କାର୍ଯ୍ୟକୁ ଦେଖିଲେ ଏହି କଥା ସ୍ପଷ୍ଟ ବାରି ହୋଇପଡ଼ୁଛି। ଇଏ ହେଉଛି କୋଦଳା ଏନଏସି ଅନ୍ତର୍ଗତ ପିଡବ୍ଲୁଡି ରାସ୍ତା ଠାରୁ ଦିଗି ସଂଯୋଗ କରୁଥିବା ରାସ୍ତା। ଏଠାରେ ସରକାରୀ ଯୋଜନାରେ ରାସ୍ତାକୁ ଫ୍ଲେବର୍ କାମ କରାଯାଇଛି। ତେବେ ରାସ୍ତା ନିର୍ମାଣର ମାତ୍ର କିଛି ମାଷ ପରେ ଫ୍ଲେବର୍ ଉଠି ରାସ୍ତା ଆଁ କଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କାର୍ଯ୍ୟ କେତେ ଟଙ୍କାର ତାହା ସର୍ବସାଧାରଣ ଜାଣନ୍ତି ନାହିଁ। ସୂଚନା ଫଳକ ନଥିବାରୁ ସରକାରୀ କାମ କିଭଳି ଚାଲିଛି ସେ ସମ୍ପର୍କରେ ଜାଣି ହେଉନି କହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଏନେଇ କୋଦଳା ଏନଏସି ଯନ୍ତ୍ରୀ ଜିତେନ୍ଦ୍ର ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ର କୌଣସି ଉତ୍ତର ଦେଇନଥିଲେ ଏଇ ଏନଏସି ହୋଉଥିବା ଦୃନୀତି ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ର ନଜର ପଡୁନଥିବା ଅତି ଦୃଭାଗ୍ୟ କଥା ଏବେ ଦେଖିବାକୁ ବାକି ରହିଲା ଏବେ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି!

Leave a Reply

Your email address will not be published. Required fields are marked *