ୟୁଏଇରେ ହେବ ଆଇପିଏଲ୍ର ବାକି ମ୍ୟାଚ୍…!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇପିଏଲ୍ର ଚଳିତ ସିଜନର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକି ସବୁ ମ୍ୟାଚ୍ ଖେଳାଯିବ। ଆଜି ବିସିସିଆଇର ସ୍ପେଶାଲ ଜେନେରାଲ୍ ମିଟିଂ (ଏସ୍ଜିଏମ୍)ରେ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ଗୁଡିକର ଆୟୋଜନ ଲାଗି ୟୁଏଇ ବୋର୍ଡ ରାଜି ହୋଇଛି। ଚଳିତ ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯିବା ବେଳକୁ ଆଉ ୩୧ଟି ମ୍ୟାଚ୍ ଖେଳାଯିବା ବାକି ଥିଲା। ସୂଚନାଯୋଗ୍ୟ, କରୋନା ଯୋଗୁ ୨୦୨୦ରେ ମଧ୍ୟ ୟୁଏଇରେ ଆଇପିଏଲ୍ ଅନୁଷ୍ଠିତ ହୋଇଥିଲା।

