କଲ୍ୟାଣସିଂହପୁର ରେ ମହୁମାଛି ଆକ୍ରମଣ ଦ୍ଵାରା ସ୍ୱାମୀ ସ୍ତ୍ରୀ ଗୁରୁତର
ଏଥର ସମ୍ଭାଳ ବ୍ୟୁରୋ (କଲ୍ଯାଣ ସିଂପୁର୍) – ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ମହୁମାଛି ଆକ୍ରମଣ ରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି।ଆଜି ଅପରାହ୍ନ ସମୟରେ ପାର୍ସାଲି ପଞ୍ଚାୟତ କାଡ଼ଙ୍ଗେଲି ଗ୍ରାମର କାଡ୍ରାକା ମିଣି ବୟସ ପ୍ରାୟ ( ୬୫ ) ସ୍ତ୍ରୀ କାଡ୍ରାକା କୁମରାଡ଼ି ବୟସ ( ୬୦ ) ଦୁହେଁ କଲ୍ୟାଣ ସିଂହପୁର ବ୍ୟାଙ୍କ କୁ ( KYC ) ଓ ପୁରୁଣା ପାସ୍ ଵୁକ୍ ଦେଇ ନୂତନ ପାସ୍ ଵୁକ୍ ବଦଳି କରିବାକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ଠାରେ ମହୁମାଛି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ରିଜ ଦେଇ ନିୟମଗିରି, ଜଗନ୍ନାଥ ପୁର, ପୋଲମା,ଥେରୁବାଲି ଦେଇ ଅଞ୍ଚଳର ଲୋକେ ରାୟଗଡା ପ୍ରତିଦିନ ଯିବାଆସିବା କରୁଥିବା ବେଳେ ବ୍ରିଜ ତଳଭାଗରେ ୩ଟି ମହୁଫେଣା ବସା ବାନ୍ଧି ରହିଛି , ଏହି ମହୁମାଛି ସମୟ ସମୟରେ ତାଣ୍ଡବ କରୁଥିବା ସକାଶେ ଲୋକେ ଭୟଭୀତ ହେଉଛନ୍ତି।

ଠିକ୍ ସେହିପରି ଆଜି ମଧ୍ୟ ମହୁମାଛି ର ତାଣ୍ଡବ ଦିନ ଦିଇ ପହରରେ ଦେଖିବାକୁ ମିଳିଛି , ଏହି ସମୟରେ ପାର୍ସାଲି ପଂଚାୟତ କାଡ଼ଙ୍ଗେଲି ଗ୍ରାମର ବୃଦ୍ଧ ସ୍ୱାମୀ ସ୍ତ୍ରୀ ମହୁମାଛି ର ହାବୁଡ଼ରେ ପଡିଥିଲେ।ଉଭୟ ସ୍ୱାମୀ ସ୍ତ୍ରୀ ବୃଦ୍ଧଥିବାରୁ ଦୌଡ଼ି ପାରିନଥିଲେ ଫଳରେ ମହୁମାଛି ର ଶିକାର ହୋଇଥିଲେ। ଦୁହି ସ୍ୱାମୀ ସ୍ତ୍ରୀ କୁ ଗୋଟେ ନୁହଁକି ଦୁଇଟି ନୁହଁ ଶହ ଶହ ମହୁମାଛି ଆକ୍ରମଣ କରିଥିଲା। ସେହି ସମୟରେ ପାଖରେ ଥିବା ଇଣ୍ଡିଆନ ପେଟ୍ରୋଲିୟମ ପାର୍ଶ୍ଵରେ ଲୋକେ କିଛି ସମୟ ଭୟ ଭିତରେ ଦୁଇ ପାର୍ଶରେ ଅଟକି ରହିଥିବା ଦେଖିବାକୁ ମିଳିଛି ।ଗରୁତର ସ୍ୱାମୀ ସ୍ତ୍ରୀ ଙ୍କୁ ଦେଖଣା ହାରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଛନ୍ତି। ଡାକ୍ତର ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉଭୟ ଙ୍କ ଦେହ ସୁସ୍ଥ ଥିବା ଶୁଣିବାକୁ ମିଳୁଛି।



