ଉତ୍ସବ ପୂର୍ବକ ଭାବେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ପାଳନ, ସଫଳତାର ସହିତ ରାୟଗଡାଠାରେ ଆୟୋଜିତ…!
ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ରାୟଗଡାଙ୍କ ଉଦ୍ୟମରେ ଆଜି ରାୟଗଡା ବ୍ଲକ୍ କନ୍ଫରେନ୍ସ ହଲ୍ରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫ ଉତ୍ସବପୂର୍ବକ ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅକ୍ଷୟ କୁମାର ଖାମୁଣ୍ଡୁ,(CDO, Rayagada ) ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସରସ୍ୱତୀ ମାଝୀ (Zilla parishad President, Rayagada ), ଡ଼ା. ସରସ୍ୱତୀ ରାୟ,(Principal, Autonomous college, Rayagada ), ଶ୍ରୀମତୀ ଶାନ୍ତିଲତା ମୁଣି(ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ମିନତି ଦେଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO), ଶ୍ରୀମତୀ ଅହଲ୍ୟା ସୁନା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (DPO), ଶ୍ରୀମତୀ ପ୍ରତିମା ରାଣୀ ଦାସ,(PO cum PO), ଓ ଶ୍ରୀମତୀ ଶୈଳଜା ଦାସ,(PO, Rayagada Sub-Division) ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍ ICDS ପ୍ରକଳ୍ପ ଅଧୀନର ସିଡିପିଓମାନେ, ପୋଷଣ BCs, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ, ହେଲ୍ପର ଓ ମହିଳା ଓ ଶିଶୁ ବିକାଶ ବିଭାଗ ରାୟଗଡାର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ସେପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଅତିଥି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପୋଷଣ ମାସର ମୂଖ୍ୟ ଉଦ୍ଦେଶ୍ୟ ହେଉଛି — ଜିଲ୍ଲାର କୌଣସି ମା’ ଓ ଶିଶୁ କୁପୋଷଣର ଶିକାର ହେବା ନାହିଁ। ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଆମେ ସୁସ୍ଥ ସମାଜ ଗଠନ କରିପାରିବୁ। ପ୍ରୋଜେକ୍ଟ ଅଫିସର-କମ୍-ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତିମା ରାଣୀ ଦାସ ତାଙ୍କ ଭାଷଣରେ ସ୍ଥୂଳତା (Obesity) ଓ ଏହାର ସ୍ୱାସ୍ଥ୍ୟ ଓ ସମାଜ ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅସନ୍ତୁଳିତ ଖାଦ୍ୟ ଅଭ୍ୟାସ ଓ ଅକ୍ରିୟ ଜୀବନଶୈଳୀ ଦ୍ୱାରା ସ୍ଥୂଳତା ବଢ଼ି ଚାଲିଛି ଯାହା ହୃଦରୋଗ, ଡାୟାବେଟିଜ୍ ଓ ଅନ୍ୟାନ୍ୟ ଦୀର୍ଘ ରୋଗର ମୂଳ କାରଣ ହେଉଛି। ସେହିପରି ପୋଷଣ ଯୋଗୁଁ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ବୋଲି ତାଙ୍କ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ICDS ପ୍ରକଳ୍ପ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନ (Recipe Demonstration) କରାଯାଇଥିଲା। ବିଭିନ୍ନ ମା’ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ତିଆରି ପୋଷଣଯୁକ୍ତ ଖାଦ୍ୟ – ଶଷ୍ୟ, ଡାଲି, ସବୁଜ ସାଗ, କ୍ଷୀର, ଅଣ୍ଡା ଓ ପିଠା ପ୍ରଦର୍ଶିତ ହୋଇଥିଲା। ସେଥିରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ମାନଙ୍କୁ ପୁରସ୍କାର, ଟ୍ରୋଫି ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହାସହିତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ ଭିତ୍ତିକ ଚିତ୍ରାଙ୍କନ, ତର୍କ , କୁଇଜ୍ ଓ ଭାଷଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ବିଜେତାମାନଙ୍କୁ ମଧ୍ୟ ସମ୍ମାନ ପତ୍ର ଓ ଟ୍ରୋଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ମଧୁଲତା ଦଣ୍ଡସେନା, (D.C.ପୋଷଣ , ରାୟଗଡା) , ଦିବାକର ପରିଛା ସଂଯୋଜକ ମହିଳା ସଶକ୍ତି କରଣ କେନ୍ଦ୍ର ଓ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ (SRA) (W&CD Deptt.) ଙ୍କ ଦ୍ୱାରା ସଂଯୋଜନା ଓ ପରିଚାଳନା କରାଯାଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଶ୍ରୀମତୀ ମିନତି ଦେଓ ଙ୍କ ନେତୃତ୍ୱ ଏବଂ ସହଯୋଗରେ ସଫଳତାପୂର୍ଣ୍ଣ ଭାବେ ଆୟୋଜନ କରାଯାଇଥିଲା। ପରିଶେଷରେ ଅତିଥିମାନଙ୍କ ଦ୍ୱାରା ପୋଷଣ ସଂକଳ୍ପ ଗ୍ରହଣ ଓ ସମସ୍ତ ଅଂଶଗ୍ରହୀମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରାଯାଇଥିଲା।



ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ୍ୟା, କନ୍ୟା ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ନେତୃତ୍ୱରେ ଆଗୁଆ ହେବାକୁ ପ୍ରେରିତ କଲେ। କଳ୍ପନା ଚାୱଲା ,ସୁନିତା ୱିଲ୍ଲିଅମ ର ଉଦାହରଣ ଦେଇ ଉଚ୍ଛାହୀତ କରିଥିଲେ, ୫୯ ଶତକଡା ବାଳିକା କଲେଜରେ ନାମ ଲେଖେଇ ପାରୁନାହାନ୍ତି । ପିରାମଲ ଫାଉଣ୍ଡେସନ ର ନରେଶ ଶର୍ମା ବାଲ୍ୟ ବିବାହ ତଥା ଋତୁସ୍ରାବ ବିଷୟ ରେ ସମାଜର ମାନସିକତା କଣ ଜଣେଇ ଥିଲେ , ନିଜର ଆତ୍ମବିଶ୍ବାସ ବଢାନ୍ତୁ , ସ୍ବର ଉଠାନ୍ତୁ , ଆଖିରେ ଆଖି ମିଶେଇ କଥା ହେବା ଶିଖିବା ପାଇଁ ବୁଝିଥିଲେ। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ କବିତା ମାଧ୍ୟମ ରେ ଉଚ୍ଛାହୀତ କରିଥିଲେ । କିଶୋରୀ ବାଳିକା ମାନଙ୍କ ମଧ୍ୟରେ କୁଇଜ,ନୃତ୍ୟ, ବକୃତା, ଗଳ୍ପ ଲିଖନ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ,କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା । କିଶୋରୀ ବାଳିକା ମାନେ କାହାଣୀ କାନ୍ଥ ରେ “ମୋ ସ୍ବର ମୋ ଅଧିକାର” ଥିମ କୁ ନେଇ କାହାଣୀ ଲେଖି କାହାଣୀ କାନ୍ଥ ରେ ଓ ଚିତ୍ର ଅଙ୍କନ କରି ଗ୍ରାଫିଟି ବୋର୍ଡ ରେ ଲଗାଇ ଥିଲେ । ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ର ବାର୍ତା “ ମୁଁ ହେଉଛି ସେହି ଝିଅ , ଯେଉଁ ପରିବର୍ତନ ର ମୁଁ ନେତୃତ୍ବ ନେଉଛି : ସଙ୍କଟର ଅଗଧାଡ଼ିରେ ଝିଅମାନେ “ ଉପରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାସ ଆଲୋକପାତ କରିଥିଲେ । । କାର୍ୟକ୍ରମ କୁ ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ଉପଖଣ୍ଡ ପି. ଓ.ଶୈଳଜା ଦାସ ଗୁଣୁପୁର ସିଡିପିଓ , ଜିଲ୍ଲା ପ୍ରଶାସନ, ହେନା ରାଣୀ ପ୍ରଧାନ,ଶିଶୁ ଅଧିକାର କର୍ମୀ ଆଭା ସଂସ୍ଥା, ରାଣୀ ସାହୁ, ଅରେଡା Technical professional , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମକର୍ତ୍ତା , କିଶୋରୀ ବାଳିକା , ସୁପର ଭାଇଜର, ଅଙ୍ଗନବାଡି କର୍ମୀ , ସମାଜସେବୀମାନେ ଉପସ୍ଥିତ ହେଇଥିଲେ। ଶେଷରେ ଶ୍ରୀମତୀ ମିନତୀ ଦେଓ , ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଜଣାଇ କାର୍ୟକ୍ରମ ସମାପ୍ତ କରିଥିଲେ ।


