ଗୁଣୁପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) -୨॰୦ର ‘ଅଙ୍ଗୀକାର-୨୦୨୫’ ଅଭିଯାନ ଅଧୀନରେ ଆଜି ଗୁଣୁପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆବାସ ଯୋଜନା ରେ ସମ୍ପୂର୍ଣ ହୋଇଥିବା ଆଠ ଗୋଟି ହିତାଧିକାରୀ ଙ୍କ ଗୃହ ପ୍ରବେଶ କରାଯାଇଥିଲା |

ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼, ପରିଷଦର କାର୍ଯ ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ୱାର୍ଡ କାଉନସିଲର, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ସି.ଏଲ. ଟି.ସି. ଶ୍ରୀ ଶୁଭ୍ରଜିତ ସ୍ୱାଇଁ, ସି.ଏଲ. ଟି.ସି. ଅଶୋକ କୁମାର ପଣ୍ଡା, ଏମ ଆଣ୍ଡ ଇ ଏକ୍ସପର୍ଟ ଦୀପକ କୁମାର କୋଠିଆ, ପୌର ପରିଷଦର, ଅମିନ, ଏମ.ଆଇ.ଏସ କମ୍ପୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର, ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ | ପୌର ପରିଷଦର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼, ପ୍ରଧାନମନ୍ତ୍ରୀ ଆଦାସ ଯୋଜନା ହିତାକାରୀମାନଙ୍କୁ ଘରର ଚାବି ବଣ୍ଟନ କରିଥିଲେ ଏବଂ ନୂତନ ଗୃହ ପ୍ରବେଶ ପାଇଁ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ; ସଞ୍ଜୟ ଧଙ୍ଗଡାମାଝୀ ସଭାପତି, ସୁନୀଲ ଧଙ୍ଗଡାମାଝୀ ସାଧାରଣ ସମ୍ପାଦକ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ଅନୁଷ୍ଠାନର ସଭାଗୃହରେ ଗୁରୁବାର ସନ୍ଧ୍ୟାରେ ଏନେଇ ଆୟୋଜିତ ବୈଠକର ସଭାପତିତ୍ବ କରିଥିଲେ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବେ ପୁନର୍ବାର ବିଜୟ କୁମାର ଧଙ୍ଗଡାମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି। ସେହିପରି ଭାବେ ସର୍ବସମ୍ମତିକ୍ରମେ ସଭାପତି ଭାବେରେ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉପସଭାପତି ଭାବେ ଜୟଦ୍ରଥ ଜାଲ, ସାଧାରଣ ସମ୍ପାଦକ ଭାବେ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ଭାବରେ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବେ ସୁରେଶ କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଓ ସଂଗଠନ ସମ୍ପାଦକ ଭାବେ ପ୍ରକାଶ ଧଙ୍ଗଡାମାଝୀ ମନୋନୀତ ହୋଇଛନ୍ତି। ଆଗକୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ଓ ବାର୍ଷିକ ଉତ୍ସବ ପାଳନ ନେଇ ତାରିଖ ଘୋଷଣା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।

କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟଜଳ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)-  ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ୬ ତାରିଖଠାରୁ ୧୬ ତାରିଖ ଯାଏ ସଚେତନ କରାଯାଇଛି। ସହରର ୧୨ଟି ଓ୍ବାର୍ଡର ପ୍ରତ୍ୟେକ ଗଳିକନ୍ଦିକୁ ସଚେତନ ରଥ ଯାତ୍ରା କରି ଓ୍ବାର୍ଡବାସୀଙ୍କୁ ଜଳ ହିଁ ଜୀବନ ଲିପ୍‌ଲେଟ୍‌ ବଣ୍ଟନ କରିଥିଲେ। ପାନୀୟ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ ଏହାର ସଠିକ୍‌ ବ୍ୟବହାର, ଜଳ ସଂରକ୍ଷଣ ସମସ୍ତଙ୍କ ପାଇଁ ଏହା ଏକ ଗୁରୁ ଦାୟିତ୍ୱ ଏବଂ ନିରାପଦ ଏବଂ ଗୁଣାତ୍ମକ ପାଇପ ଜଳ ଯୋଗାଣ, ଟ୍ୟାପ୍‌ରେ ସଫା ପାନୀୟ ଜଳ ରଖିବା ସହିତ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳସାଥୀଙ୍କ ଉପଯୁକ୍ତ ବ୍ୟବହାର ଉପରେ ଓ୍ବାର୍ଡବାସୀଙ୍କୁ ସଚେତନ କରାଯାଇଥିଲା। ଗୁରୁବାର ଉଦ୍‌ଯାପନୀ ଦିବସରେ ହିତାଧିକାରୀଙ୍କୁ ପାନୀୟଜଳ ସଫାସୁତୁରା ରଖିବା ସହ ଟ୍ୟାପ୍‌ ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଉକ୍ତ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରରେ ପ୍ରତ୍ୟେକ ଗଳିକନ୍ଦିରେ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିବାରୁ ହିତାଧିକାରୀଙ୍କୁ ପାନୀୟ ଜଳକୁ ସଠିକ୍‌ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି।

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ତମାଖୁ ସେବନ ଅଧିକାଂଶ ଅଣୁ ସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ । ତମାଖୁ ବର୍ଜନ ଆଜିର ଯୁବପିଢି ପାଇଁ ଆହ୍ଵାନ୍ । ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ତମାଖୁ ମୁକ୍ତ ସମାଜ ଓ ଜିଲ୍ଲା ଗଠନ ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ,ଯୁବପିଢି କିପରି ସଚେତନ ହୋଇ ତମାଖୁ ସେବନରୁ ନିଜକୁ ଦୂରେଇ ରଖିବେ ସେ ସମ୍ପର୍କରେ ବିଶେଷକରି ସ୍ଵାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଅବକାରୀ, ପୋଲିସ ବିଭାଗ ଓ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଅଧିକ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ତମାଖୁ ଓ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ । ତମାଖୁ ମୁକ୍ତ ବିଦ୍ୟାଳୟ, ଗ୍ରାମ ଗଠନ ଦିଗରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଙ୍ଗ, ସଚେତନତା ଶୋଭାଯାତ୍ରା, ଡାକବାଜି ଜନ୍ତ୍ର ଦ୍ଵାରା ପ୍ରଚାର, ସ୍କୁଲ କଲେଜ ରେ ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ଵାସ୍ଥ୍ୟ ଉପରେ ତମାଖୁ ର କୁପ୍ରଭାବ ବିଶ୍ୱରେ ଚିନ୍ତାର କାରଣ ହୋଇଅଛି । ତମାଖୁ ସେବନ ଦ୍ଵାରା ସାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି । ତମାଖୁ ସେବନ ଦ୍ଵାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ଵାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ୨୮ ଲକ୍ଷରୁ ଉର୍ଦ୍ଦ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥାନ୍ତି । ତମାଖୁ ଧୂଆଁରେ ୭ ହଜାର ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଟି କର୍କଟ ରୋଗର କାରଣ ଅଟେ । ଧୂମହିନ୍ ତମାଖୁରେ ୩ ହଜାର ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥି ମଧ୍ୟରୁ ୨୮ ଟି କର୍କଟ ରୋଗର କାରଣ ଅଟେ ।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ତମାଖୁ ମୁକ୍ତ ଅଭିଯାନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ଓଡିଶା ଆସନ୍ତା ଡିସେମ୍ବର 9,2025 ପର୍ଯ୍ୟନ୍ତ ଚାଲିବ। ଡି.ପି.ଏମ୍. ଦିଲୀପ ଦୁବେ କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସହକାରୀ ଜିଲ୍ଲା ଶିକ୍ଷା ଅଧିକରୀ ହେମସାଗର ମହାନନ୍ଦ, ଏ.ଡି.ପି.ଏଚ.ଓ. (ଲେପରୋସି) ଡ଼ା. ଟୁଡୁ, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ସହକାରୀ ପରିଚାଳକ (ଏନ୍.ସି.ଡି.) ସଂଯୁକ୍ତା ବାଗ, ଏଫ୍.ଏସ୍.ଓ. ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ଶପଥ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼/ରାମନାଗୁଡା)- ୨୭-୨୧୦-୨୦୨୫ରିଖ ଠାରୁ ଆସନ୍ତା ତା:୦୨-୧୧-୨୦୨୫ରିଖ ପର୍ଯ୍ୟନ୍ତ ରାୟଗଡ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ୨୭-୧୦ତାରିଖ ଦିନ ରାମନାଗୁଡା ବ୍ଲକ ପରିସରରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରାୟଗଡ ଆଶୁତୋଷ କୁଲକର୍ଣ୍ଣି, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ କୁମାର, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀ ଓ ପଦାଧିକାରୀଙ୍କୁ ଦୁର୍ନୀତି ନିବାରଣ ଉପରେ ମାର୍ଗ ଦର୍ଶନ କରି ଶପଥ ପାଠ କରାଇଥିଲେ l ସେହିପରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ କର୍ମଚାରୀ ମନେ ଆଜି ଶପଥ ପାଠ କରିଥିଲେ l ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତାହେ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଆସନ୍ତା ତା ୨୯/୧୦/୨୦୨୫ରିଖରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l