ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ;ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ରାୟଗଡ଼)- ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ ।
ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ବିଷଦ ସୂଚନା ଦେବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଅନେକ ବର୍ଷ ଧରି ନିଷ୍ଠାପର ଓ ନିରପେକ୍ଷ ଭାବରେ କାର୍ଯ୍ୟକରି ନିର୍ବାଚନ ଆୟୋଗ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରତିଷ୍ଠା କରିପାରିଛନ୍ତି । ସେହି ସମ୍ମାନକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଭ୍ରମାତ୍ମକ ତଥା ବିଭ୍ରାନ୍ତକାରୀ ସୂଚନାର ସଠିକ ମୁକାବିଲା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭୋଟର ତାଲିକାରୁ ଜଣେବି ଯୋଗ୍ୟ ମତଦାତା ନାମ ନ କଟିବା ଏବଂ ଜଣେ ବି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସଂଯୁକ୍ତ ନ ହେବା ଉପରେ ଭାରତ ନିର୍ବାଚନ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେବା ସହ ସେହି ଅବଲୋକନରେ ଓଡିଶାରେ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ସାହୁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସବିଶେଷ ତଥ୍ୟ ପିପିଟି ମାଧ୍ୟମରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ତା’ସହିତ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ନିର୍ବାଚନ କମିଶନ ନେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଭ୍ରମାତ୍ମକ ସୂଚନା ଯଥା-ଗୁଡ଼ାଏ ଲୋକଙ୍କ ନାମ ଏକା ସହିତ କଟିଯିବ, ବୁଥ୍‌ ଲେବୁଲ୍‌ ଅଧିକାରୀମାନେ ଭୁଲ ତଥ୍ୟ ଦେଉଛନ୍ତି, ଘର ନମ୍ବର ନଥିବା ଘର, ଗୋଟିଏ ଠିକଣାରେ ଅନେକ ଲୋକଙ୍କ ପଞ୍ଜିକରଣ ଭଳି ଭ୍ରମାତ୍ମକ ତଥ୍ୟ ବିଷୟରେ ଜାଣିବା ପରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସଠିକ୍‌ ତଥ୍ୟ ଲୋକଲୋଚନକୁ ଆଣି ଭୁଲ ତଥ୍ୟର ତ୍ୱରିତ ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିୟମିତ ପ୍ରେରିତ ପ୍ରେସ ବିଜ୍ଞପ୍ତି ଓ ସୂଚନାକୁ ସାମାଜିକ ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରର ଜନସାଧାରଣଙ୍କ ଅବଗତି ନିମନ୍ତେ ନିରବଛିନ୍ନ ଭାବେ ପ୍ରେରଣ କରିବା ସହିତ ସୃଜନାତ୍ମକ ମତାମତ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି l

ଉତ୍ସବ ପୂର୍ବକ ଭାବେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ପାଳନ, ସଫଳତାର ସହିତ ରାୟଗଡାଠାରେ ଆୟୋଜିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)-  ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ରାୟଗଡାଙ୍କ ଉଦ୍ୟମରେ ଆଜି ରାୟଗଡା ବ୍ଲକ୍ କନ୍ଫରେନ୍ସ ହଲ୍‌ରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫ ଉତ୍ସବପୂର୍ବକ ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅକ୍ଷୟ କୁମାର ଖାମୁଣ୍ଡୁ,(CDO, Rayagada ) ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସରସ୍ୱତୀ ମାଝୀ (Zilla parishad President, Rayagada ), ଡ଼ା. ସରସ୍ୱତୀ ରାୟ,(Principal, Autonomous college, Rayagada ), ଶ୍ରୀମତୀ ଶାନ୍ତିଲତା ମୁଣି(ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ମିନତି ଦେଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO), ଶ୍ରୀମତୀ ଅହଲ୍ୟା ସୁନା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (DPO), ଶ୍ରୀମତୀ ପ୍ରତିମା ରାଣୀ ଦାସ,(PO cum PO), ଓ ଶ୍ରୀମତୀ ଶୈଳଜା ଦାସ,(PO, Rayagada Sub-Division) ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍ ICDS ପ୍ରକଳ୍ପ ଅଧୀନର ସିଡିପିଓମାନେ, ପୋଷଣ BCs, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ, ହେଲ୍ପର ଓ ମହିଳା ଓ ଶିଶୁ ବିକାଶ ବିଭାଗ ରାୟଗଡାର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ସେପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଅତିଥି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପୋଷଣ ମାସର ମୂଖ୍ୟ ଉଦ୍ଦେଶ୍ୟ ହେଉଛି — ଜିଲ୍ଲାର କୌଣସି ମା’ ଓ ଶିଶୁ କୁପୋଷଣର ଶିକାର ହେବା ନାହିଁ। ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଆମେ ସୁସ୍ଥ ସମାଜ ଗଠନ କରିପାରିବୁ। ପ୍ରୋଜେକ୍ଟ ଅଫିସର-କମ୍-ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତିମା ରାଣୀ ଦାସ ତାଙ୍କ ଭାଷଣରେ ସ୍ଥୂଳତା (Obesity) ଓ ଏହାର ସ୍ୱାସ୍ଥ୍ୟ ଓ ସମାଜ ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅସନ୍ତୁଳିତ ଖାଦ୍ୟ ଅଭ୍ୟାସ ଓ ଅକ୍ରିୟ ଜୀବନଶୈଳୀ ଦ୍ୱାରା ସ୍ଥୂଳତା ବଢ଼ି ଚାଲିଛି ଯାହା ହୃଦରୋଗ, ଡାୟାବେଟିଜ୍‌ ଓ ଅନ୍ୟାନ୍ୟ ଦୀର୍ଘ ରୋଗର ମୂଳ କାରଣ ହେଉଛି। ସେହିପରି ପୋଷଣ ଯୋଗୁଁ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ବୋଲି ତାଙ୍କ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ICDS ପ୍ରକଳ୍ପ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନ (Recipe Demonstration) କରାଯାଇଥିଲା। ବିଭିନ୍ନ ମା’ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ତିଆରି ପୋଷଣଯୁକ୍ତ ଖାଦ୍ୟ – ଶଷ୍ୟ, ଡାଲି, ସବୁଜ ସାଗ, କ୍ଷୀର, ଅଣ୍ଡା ଓ ପିଠା ପ୍ରଦର୍ଶିତ ହୋଇଥିଲା। ସେଥିରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ମାନଙ୍କୁ ପୁରସ୍କାର, ଟ୍ରୋଫି ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହାସହିତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ ଭିତ୍ତିକ ଚିତ୍ରାଙ୍କନ, ତର୍କ , କୁଇଜ୍ ଓ ଭାଷଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ବିଜେତାମାନଙ୍କୁ ମଧ୍ୟ ସମ୍ମାନ ପତ୍ର ଓ ଟ୍ରୋଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ମଧୁଲତା ଦଣ୍ଡସେନା, (D.C.ପୋଷଣ , ରାୟଗଡା) , ଦିବାକର ପରିଛା ସଂଯୋଜକ ମହିଳା ସଶକ୍ତି କରଣ କେନ୍ଦ୍ର ଓ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ (SRA) (W&CD Deptt.) ଙ୍କ ଦ୍ୱାରା ସଂଯୋଜନା ଓ ପରିଚାଳନା କରାଯାଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଶ୍ରୀମତୀ ମିନତି ଦେଓ ଙ୍କ ନେତୃତ୍ୱ ଏବଂ ସହଯୋଗରେ ସଫଳତାପୂର୍ଣ୍ଣ ଭାବେ ଆୟୋଜନ କରାଯାଇଥିଲା। ପରିଶେଷରେ ଅତିଥିମାନଙ୍କ ଦ୍ୱାରା ପୋଷଣ ସଂକଳ୍ପ ଗ୍ରହଣ ଓ ସମସ୍ତ ଅଂଶଗ୍ରହୀମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରାଯାଇଥିଲା।

ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି, ଭl. ପ୍ର.ସେ.ଙ୍କ ଅଧ୍ୟକ୍ଷତlରେ ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ, ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା, ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଶିଳ୍ପ ସଂସ୍ଥା ମାନଙ୍କ ତରଫରୁ ପ୍ରାପ୍ତ ପରିପlର୍ଷିକ ଉନ୍ନୟନ ପାଣ୍ଠି ଜିଲ୍ଲା ଅଂଶର ବିନିଯୋଗ ଉପରେ ଆଲୋଚନା କରିଥିଲେ l ଖଣୀ ଖାଦାନ ଦ୍ୱାରା ପ୍ରଭାବିତ ଲୋକଙ୍କର ବିକାଶ ନିମନ୍ତେ ପାଣ୍ଠି ବିନିଯୋଗ କରିବା,ରାୟଗଡ଼ ଜିଲ୍ଲାରେ ଖଣୀ ଖାଦାନ ଓ କାରଖାନା ଯୋଗୁଁ ପରିବେଶ, ସ୍ୱାସ୍ଥ୍ୟ ଓ ସାମାଜିକ ଆର୍ଥିକ ପ୍ରଭାବିତ ଅଂଚଳରେ ଲୋକଙ୍କ ଦୀର୍ଘ ମିଆଦି ସ୍ଥାୟୀ ଜୀବନଜୀବିକା ଦୀର୍ଘ ମିଆଦି ପ୍ରକଳ୍ପ କାର୍ଯ୍ୟକ୍ରମ କାର୍ଯ୍ୟକlରୀ କରି ବିଶେଷ ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ଦୁରକରିବା କରିବା ଜିମନ୍ତେ ଉଦୁଷ୍ଟ l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଭାବିତ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରlଯିବ l ଏହି ବୈଠକରେ ମାନ୍ୟବର ସାଂସଦ ଜିଲ୍ଲା ଖଣିଜ ପାଣ୍ଠି ପ୍ରଭାବିତ ଅଂଚଳର ଲୋକଙ୍କ ବିକାଶ ନିମନ୍ତେ ସଦୁପଯୋଗ କରିବାକୁ କହିଥିଲେ ଓ ବିନିଯୋଗ ବିବରଣୀ ପ୍ରାଦlନ କଲେ ଆମେ ସେଠାକୁ ଯାଇ ଆବୁଧ୍ୟାନ କରିବୁ ବୋଲି କହିଥିଲେ l ସେହିପରି ମାନ୍ୟବର ବିଧାୟକ ୨୦୨୨-୨୩ର ବିନିଯୋଗ ବିବରଣୀ ଉପସ୍ଥାପନା କରିବାକୁ କହିଥିଲେ l ତଟା ସାହିରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଟ୍ରାଫିକ ଜlମ ହେଉଛି ଯଦି ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଆମ୍ବୁଲାନ୍ସ ସେବା ବଦା ପ୍ରାପ୍ତ ହେଉଥିବା କଥା ପ୍ରକାଶ କରି ଗୋଟିଏ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ l ସେହି ଅଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିନିଯୋଗ କରିବାକୁ କହିଥିଲେ l ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ବାର୍ଷିକ ଯୋଜନା ଓ ପଞ୍ଚ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲା ଗତ ୨୦୧୫ ମସିହାରୁ ଏଯାଏଁ ୪୨୦କୋଟି ଖଣିଜ ପାଣ୍ଠି ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଜିଲ୍ଲାକୁ ମିଳିଛି l ସେଥିରୁ ଆସନ୍ତା ବର୍ଷ ମାଙ୍କରେ ୧୩୬କୋଟି ଟଙ୍କlର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବା ନିମନ୍ତେ ପଦ୍ଧକ୍ଷେପ ନିଆଯିବ l ଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଅହ୍ନା ସାହେବ ଓହଲେ, ସିଡିଏମଓ ଡା. ବି. ସରୋଜିନୀ ଦେବୀ, ଖଣୀ ଉପନିର୍ଦ୍ଧେଶକ କୋରାପୁଟ, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ଶ୍ରୀ ଆମ୍ଭିକେୟ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଗୁଣୁପୁର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥା, ରାୟଗଡ଼, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ସଦସ୍ୟ ପିଲକୁ ମାଝୀ, ସଦସ୍ୟା ରୁଆଡେଇ ମାଝୀ, ସୁରେନ୍ଦରୀ ମାଝୀ, ଅନି ମାଝୀ ଆଦି ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ l

କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ/କଲ୍ୟାଣସିଂପୁର)-୧୩.୧୦.୨୦୨୫ତାରିଖ ଦିନ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ କୁମାର, ସିଡ଼ିଓ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ସମିତି ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଦ୍ରାକା ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ୭୫ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୬୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l

ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ୪ଜଣକୁ ୬୦ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଆଜିର ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଅଭିଯୋଗ ଶିବିରରେ ତହସିଲଦାର,କଲ୍ୟାଣ ସିଂପୁର, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମନୀଷା ଦାସ,ସହକାରୀ ଜିଲ୍ଲାପାଳ (ଗ୍ରୀଭାନ୍ସ) ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ ।