କେସିଙ୍ଗା ଜଗନ୍ନାଥ ପଡ଼ା ୪୫ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭାବନିପାଟଣ।)- କେସିଙ୍ଗା ଜଗନ୍ନାଥ ପଡ଼ା  ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଅପରାହ୍ନରେ ଆମ୍ବଜି ମନ୍ଦିର ଠାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ସୁଶାନ୍ତ ମହାପାତ୍ର ଉପ ସଭାପତି  ସମ୍ପାଦକ ସଂତୋଷ କୁମାର କୋଷଧକ୍ଷ ସଞ୍ଜୟ ମହାନ୍ତିଙ୍କ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶହ ଶହ ସଂଖ୍ୟାରେ ମାଁ ଓ ଭଉଣୀ ମାନେ ଏଥିରେ ଯୋଗ ଦେଇ ସ୍ଥାନୀୟ ଅମ୍ବାଜି ମନ୍ଦିର ରୁ ଜଳ ଆଣି ଲକ୍ଷ୍ମୀ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ କଳସ ସ୍ଥାପନ କରି ଥିଲେ।

ଏହି ପୂଜାରେ ବରିଷ୍ଟ ସହଯୋଗୀ ନଳୀନ ପଟ୍ଟନାୟକ ଓ ସହଧର୍ମିଣୀ କର୍ତ୍ତା ଭବରେ ପୂଜା ବିଧି କରିବେ। ପ୍ରତିବର୍ଷ ଭଳି ୧୦ ଦିନ ଧରି ପାଳନ ହେବ। ସମସ୍ତ ପ୍ରକାର ପ୍ରସ୍ତୁତି ଯଥା ତୋରଣ, ଆଲୋକ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦିନକୁ ଅପେକ୍ଷା କରିଛନ୍ତି।

ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭାବନିପାଟଣ।)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣ। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୋରଭଟା ଗ୍ରାମ ହେଉଛି ପକ୍ଷୀ ପ୍ରେମୀ ଗାଁ। ପ୍ରତି ବର୍ଷ ବର୍ଷାଋତୁ ଆରମ୍ଭ ହେଲେ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଆସନ୍ତି ଓ ଗ୍ରାମ ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଁ ଧରଣୀ ପୀଠରେ ଥିବା ଗଛରେ ବସା ବାନ୍ଧି ଆଶ୍ରୟ ନିଅନ୍ତୁ ଓ ଆଖପାଖ ଜମି ଓ ପୋଖରୀରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି ଓ ବଂଶ ବିସ୍ତାର କରିଥାନ୍ତି। ବୋରଭଟା ଗ୍ରାମର ଯୁବ ଗୋଷ୍ଠୀ ପକ୍ଷୀ ମାନଙ୍କ ସୁରକ୍ଷା ଦେବା ସହ କୌଣସି ବାହାରିଆ ଲୋକ ପକ୍ଷୀ ଶିକାର କରିବା ପାଇଁ ଆସିଲେ ମନା କରନ୍ତି। ପ୍ରତି ବର୍ଷ ପକ୍ଷୀ ଆସିବା କାରଣ ଶାନ୍ତ ପରିବେଶ, ସହଜ ଓ ସୁବିଧାରେ ଖାଦ୍ୟ ସଂଗ୍ରହ ଓ ସୁରକ୍ଷିତ ଥିବାରୁ ଆସି ରହି ଥାଆନ୍ତି ଓ ପେବୃୟାରୀ ମାସ ପରେ ଫେରି ଯାଆନ୍ତି। ଗ୍ରାମର ଝାଙ୍କର ଶ୍ରୀରାମାକାନ୍ତ ମାଝୀଙ୍କ ଘର ପାଖରେ ଥିବା ହେତୁ ସବୁବେଳେ ଦୃଷ୍ଟି ଦିଅନ୍ତି। ବନ ବିଭାଗ ପକ୍ଷରୁ ଯଦି ପକ୍ଷୀ ମାନଙ୍କ ପାଇଁ ରହିବା ବ୍ୟବସ୍ଥା କଲେ ବହୁତ୍ ଭଲ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଯୁବ ଗୋଷ୍ଠୀ।

ସ୍ଥାୟୀ ପରିବା ବଜାର ନେଇ ବଢୁଛି ବିବାଦ ଓ ଅସନ୍ତୋଷ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଫ୍ଲାଏଓଭର ମରାମତି ପାଇଁ ବନ୍ଦ ରହିଥିବା ପରିବା ଓ ଫଳ ବଜାର ର ସ୍ଥାନ ନିରୂପଣ ପାଇଁ ଦିନକୁ ଦିନ ଅସନ୍ତୋଷ ବଢିବା ସହ ବିବାଦ ବଢୁଛି I ପୌର ପ୍ରଶାସନ ବାରମ୍ବାର ତାଗିଦ ସତ୍ୱେ ପୁନର୍ବାର ପୁରୁଣା ସ୍ଥାନରେ ପରିବା ଦୋକାନ ଖୋଲିଛି। ପୌର ପରିଷଦ ପକ୍ଷରୁ ରାମକୃଷ୍ଣ ନଗର ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଖୋଲାଯାଇଥିବା ନୂତନ ପରିବା ବଜାର ନେଇ ବିବାଦ ସୃଷ୍ଟି ହୋଇଛି। ଏକ ନିର୍ଦିଷ୍ଟ ସମ୍ପ୍ରଦାୟ ଲୋକ ଉକ୍ତ ସ୍ଥାନକୁ ସେମାନଙ୍କ ଶ୍ମଶାନ ବୋଲି ଦାବି କରିଛନ୍ତି। ଏହାକୁ ନେଇ ଆଜି ପୁଲିସ ଓ ପୌର ପରିଷଦ କର୍ମଚାରୀ ଉକ୍ତ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ। ହେଲେ ଶ୍ମଶାନ ଜମି ଛାଡ଼ିବାକୁ ସେମାନେ ନାରାଜ ଥିବା ପରିଲକ୍ଷିତ ହୋଇଥିଲା। ଏଭଳିକି ପରିବା ବିକ୍ରି ପାଇଁ ଆସୁଥିବା ବ୍ୟବସାୟୀଙ୍କୁ କିଛି ଅସାମାଜିକ ବ୍ୟକ୍ତିମାନେ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ପରିବା ଓ ଫଳ ବ୍ୟବସାୟୀ ନିଜର ପୁରୁଣା ସ୍ଥାନରେ ପୁନର୍ବାର ଦୋକାନ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ତେବେ ପୌର ପରିଷଦର କୌଣସି ସଠିକ୍ ନିଷ୍ପତ୍ତି ନଥିବା କାରଣରୁ ବ୍ୟବସାୟୀ ଓ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ଏଣେ ଏଥିପାଇଁ ଫ୍ଲାଏଓଭର ମରାମତି କାର୍ଯ୍ୟ ମଧ୍ୟ ବିଳମ୍ବ ହେବାରେ ଲାଗିଛି। ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।