ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଦ୍ଵାରା ସ୍ଵସ୍ଥତା ହିଁ ସେବା ଅନୁଷ୍ଠିତ ହୋଇଯାଇଛି…!

!!! କୋରାପୁଟ ଜିଲ୍ଲାରୁ ଶ୍ୟାମଖିଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଲକ୍ଷ୍ମୀପୁର)- ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଦ୍ଵାରା ସ୍ଵସ୍ଥତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ଲକ୍ଷ୍ମୀପୁର ଶାଖା ପରିଚାଳକ ଏମ୍. ବାସୁଦେବଙ୍କ ନେତୃତ୍ବରେ ଜିତେନ୍ଦ୍ର କୁମାର ପ୍ରଧାନ, ଲକ୍ଷ୍ମୀପୁର ବ୍ୟାଙ୍କ କର୍ମଚାରୀ ମିଲୋନ ଦାସ, ପ୍ରଭାକର ମହାନନ୍ଦିଆ, ମନୋଜ କୁମାର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ନୂତନ ଭାବେ କାକିରିଗୁମ୍ମା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଖୋଲିବାକୁ ଥିବା ଶାଖା ପରିଚାଳକ ବିଶ୍ବରଂଜନ କାଏସ୍ତ ଯୋଗଦେଇ ବ୍ୟାଙ୍କ୍ ଚାରି ପାର୍ଶ, ନିକଟରେ ଥିବା ଓ.ଏମ୍.ସି , ମେଡ଼ିକାଲ ଓ ବଜାର ଭୁଲି ରାସ୍ତା ଘାଟ ସଫା କରି ସ୍ଵସ୍ଥତା ଅଭିଯାନ ଜରିଆରେ ଲକ୍ଷ୍ମୀପୁର ଓ କାକିରିଗୁମ୍ମା ବ୍ୟାଙ୍କ୍ ପରିଚାଳକ ଲୋକଙ୍କୁ ନିଜ ନିଜର ଘର ଚାରିପାଖ ସଫା ରଖିବା ସହ ଅନ୍ୟ ମାନଙ୍କୁ ସଫାସୁତୁରା ରଖିବା ପାଇଁ ସଚେତନତା କରାଇଥିଲେ। ବ୍ୟାଙ୍କ୍ ମ୍ୟାନେଜରଙ୍କ ଏଭଳି କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।

ହର୍ଷ ଉଲ୍ଲାସର ସହ ମାଙ୍କୁ ଦେଲେ ମେଲାଣି….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ରାୟଗଡ଼ ସହରରେ ଥିବା ପୁଲିସ୍ କଲୋନୀ ଦୁର୍ଗା ପୂଜା ମଣ୍ଡପ ଠାରେ ୨୮ତାରିଖ ସପ୍ତମୀ ଠାରୁ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା। ନୀତି ନିୟମ ଅନୁସାରେ ମା ଦୁର୍ଗାଙ୍କ ସମସ୍ତ ସମ୍ପନ୍ନ ହୋଇଛି। ଆଜି ମା ଦୂର୍ଗା ଙ୍କ ମେଲାଣି ର ବେଳ। ଏହି ମେଲାଣି ସମୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ହର୍ଷ ଉଲ୍ଲାସର ସହିତ ବ୍ୟାଣ୍ଡ ବାଜା ସହିତ ଡିଜେର ତାଳେ ତାଳେ ନିଜକୁ ହଜାଇ ଦେଇଥିଲେ। ମା ଦୂର୍ଗା ଙ୍କ ଏହି ମେଲାଣି ସମୟରେ ଯେତିକି ଖୁସି ହୋଇଥିଲେ ମହିଳା ମାନେ ଅଧିକ ଦୁଃଖ ମଧ୍ୟ ହୋଇଥିଲେ। ଅଶ୍ରୁଭରା ନୟନରେ ମା ଦୂର୍ଗାଙ୍କ ବିଦାୟ ଦେବା ସମୟ ପାଖେଇ ଆସୁଥିବା ବେଳେ ନିଜ ଆଖିରୁ ଦୁଇଧାର ଅଶ୍ରୁ ଉପସ୍ଥିତ ସମସ୍ତ ମହିଳାଙ୍କ ଆଖିରେ ବୋହିବା ଦେଖିବାକୁ ମିଳିଥିଲା।

ମା ଦୂର୍ଗା ଶକ୍ତି ସ୍ୱରୁପିଣି ନାରୀ ରୂପରେ ଆସି ମହିଷାସୁର ବୋଧ କରିଥିଲେ। ଜଗତର ମଙ୍ଗଳ ଜଗତ ଜନନୀ ଦୁର୍ଗାଙ୍କ ଆବିର୍ଭାବ। ସେହିଭଳି ସୁସ୍ଥ ସମାଜ ଗଠନ ଓ ତାହାର ପରିଚାଳନା ନିମନ୍ତେ ନାରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୁଲିସ୍ କଲୋନୀ ଠାରୁ ମା ଦୂର୍ଗା ଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇ, ମୁଖ୍ୟ ବଜାର ଦେଇ ସାରଳା ଛକ, କୋରାପୁଟ ଛକ ଠାରୁ ହାଲୁଆ ନଦୀ ଅଭିମୁଖେ ଯାଇଥିଲେ। ହାଲୁଆ ନଦୀରେ ମୂର୍ତ୍ତି ବିସର୍ଜନ କରିବା ସହ ପୁଲିସ୍ ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ମା ଦୁର୍ଗାଙ୍କ ଠାରେ ସମସ୍ତ ଙ୍କ ମଙ୍ଗଳ କାମନା କରିବା ସହ ଆୟୁ ଆରୋଗ୍ୟ କାମନା କରି ମା ଦୁର୍ଗା ଙ୍କ ଠାରେ ପ୍ରାର୍ଥନା କରିଛନ୍ତ।

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ର ଶ୍ରେଷ୍ଠ ପ୍ରଦର୍ଶନ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ସୁନ୍ଦରଗଡ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରିଯୋଗିତାରେ କଳାହାଣ୍ଡି ଜିଲ୍ଲା ର ଛାତ୍ରଛାତ୍ରୀ ଶ୍ରେଷ୍ଠ ପ୍ରଦର୍ଶନ କରି 8 ଗୋଟି ସ୍ଵର୍ଣ୍ଣ, 3 ଗୋଟି ରୋପ୍ୟ, ଗୋଟିଏ କାଂସ୍ୟ ପଦକ ହାସଲ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଥିରେ ଲାଞ୍ଜିଗଡ଼ ଉଚ୍ଚବିଦ୍ୟାଳୟ ର ତରୁଣ କୁମାର ମାଝୀ, ତିନୋଟି ସ୍ଵର୍ଣ୍ଣ ପଦକ, ଲୀନ ମାଝୀ, ତିନୋଟି ସ୍ଵର୍ଣ୍ଣ ପଦକ, ରୋହିତ କୁମାର ମାଝୀ, ତିନୋଟି ରୋପ୍ୟ, ଗାୟତ୍ରୀ ମାଝୀ ଦୁଇଟି ସ୍ଵର୍ଣ୍ଣ,ଗୋଟିଏ କାଂସ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସମସ୍ତ ଙ୍କୁ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧିତ କରି ପୁରସ୍କାର ସ୍ଵରୂପ ପ୍ରତି ସ୍ଵର୍ଣ୍ଣ ପଦକ କୁ ଏକ ହଜାର, ରୋପ୍ୟ ପଦକ କୁ ପାଞ୍ଚଶହ ଟଙ୍କା ପ୍ରଦାନ କରି ସମସ୍ତ ପଦକ ବିଜେତା ଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ, ଜିଲ୍ଲା ଶିକ୍ଷା ବିଭାଗ ର ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

ଧର୍ମଗଡ଼ ବ୍ଳକ ବଡବସୁଲ ଗ୍ରାମପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଧର୍ମଗଡ଼ ବ୍ଲକ ବଡବସୁଲ ଗ୍ରାମଠାରେ ଆଜି ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦେଶକା ବର୍ଣାଲି ଡେକା, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ସି.ଡି.ଓ ଦୟାମୟ ପାଢ଼ୀ, ପି.ଏ ଆଇ.ଟି.ଡି.ଏ ପ୍ରଦ୍ୟୁମ୍ନ ଦାସ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଧର୍ମଗଡ ବ୍ଲକ ଅଧ୍ଯକ୍ଷା ବବିତା ପାଟ୍ଟଯୋଷି, ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ସଦାଶିବ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ବଡବସୁଲ ସରପଂଚ ମକୁନ୍ଦ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗ୍ରାମସଭାରେ ପଂଚାୟତର ସମସ୍ତ ଅଙ୍ଗନୱାଡ଼ି, ଆଶା, ୱାର୍ଡ ସଭ୍ୟ/ସଭ୍ୟା, ଶିକ୍ଷକ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସମେତ ଗାଁର ଶତାଧୂକ ଲୋକ ଉପସ୍ଥିତ ଥିଲେ । ଆଦି କର୍ମଯୋଗୀ ଅଭିଯାନର ଆଭିମୁଖ୍ୟ ସଂପର୍କରେ ମଞ୍ଚାସିନ ଅତିଥ୍‌ ମାନେ ମତବ୍ୟକ୍ତି କରିଥିଲେ। ଏହାପରେ ନିର୍ଦ୍ଦେଶିକା ଶ୍ରୀମତୀ ଡେକା ଆଦି ସେବାକେନ୍ଦ୍ର ପରିଦର୍ଶନ କରିବା ସହିତ ଗାଁର ସାମାଜିକ ଓ ସମ୍ବଳ ମାନଚିତ୍ର ଦେଖ୍ ଖୁସି ବ୍ୟକ୍ତି କରିଥିଲେ। ଏହାପରେ ଆଦି କର୍ମଯୋଗି ଅଭିଯାନ ଅନୁର୍ଗତରେ ତିଆରି ହୋଇଥ‌ିବା ୫ବର୍ଷିଆ ଗ୍ରାମ୍ୟ ଯୋଜନା କୁ କର୍ତ୍ତବ୍ୟ ପ୍ରକଳ୍ପ ନିର୍ଦେଶକ ରାଜେଶ ପଟ୍ଟନାୟକ ଗୋଟି ଗୋଟି କରି ସମସ୍ତଙ୍କୁ ଅବଗତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧୂକାରୀ ସଦାଶିବ ନାୟକ ସ୍ବାଗତ ଅଭିଭାଷଣ ରଖୁଥ‌ିବା ବେଳେ ବ୍ଲକ ଅଧ୍ଯକ୍ଷା ବବିତା ପଟ୍ଟଯୋଷି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବ୍ଲକର ଆଦି କର୍ମଯୋଗି, ବ୍ଲକ୍ ମାଷ୍ଟର ଟ୍ରେନର ଅରୂପାନନ୍ଦ ଭୋଇ, ଗାଁର ଆଦି ସହଯୋଗୀ, ଗାଁର ଆଦି ସାଥ୍‌ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସୁର୍ଯ୍ୟନାରାୟଣ ପାଢ଼ୀ, ସୁଚିସ୍ମିତା ମୁଣ୍ଡ, ଅଭି ମଙ୍ଗରାଜ, ଦିବ୍ୟ ରଞ୍ଜନ ବେହେରା, ଦକ୍ଷଶୁତ ଭାଇଁସାଲ, କମଳାକାନ୍ତି ଶବର, ରଥ ଗୋପାଲ, ବଟକୃଷ୍ଣ ବାରିକ, ମମତା ଶବର, ସଞ୍ଜୀବ ମେହେର, ରବୀନ୍ଦ୍ର ବେହେରୁକ, ହୃଷୀକେଶ ରାଜେନ୍ଦ୍ର ଦୁରିଆ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅହିଂସା ର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମ ଧୁନ୍ ପରିବେଷଣ କରାଯାଇଥିଲା ଏବଂ ସହର ସ୍ଥିତ ଗାନ୍ଧି ଛକ,ଗାନ୍ଧୀ ପ୍ରମୋଦ ଉଦ୍ୟାନ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ଅବସ୍ଥାପିତ ଶାନ୍ତି କପୋତ ଶାସ୍ତ୍ରୀଜି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ (ଲୋକସଭା) କଳାହାଣ୍ଡି ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେସ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀ ପାଟଣା, ପ୍ରମୋଦ କୁମାର ପାଢ଼ୀ, ଶିକ୍ଷାବିତ୍ ଡଃ ଉମେଶ ଚନ୍ଦ୍ର ଶତପଥି, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ଆର୍ତ୍ତତ୍ରାଣ ମହାପାତ୍ର, ଜୟ ଶଙ୍କର ନାୟକ, ଡଃ ଭବାନୀ ଶଙ୍କର ନିଆଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ ପ୍ରମୁଖ ଯୋଗଦେଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ଗାନ୍ଧୀ ଛକ ଠାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ ସହିତ ସର୍ବଧର୍ମ ପ୍ରାର୍ଥନା,ଆଲୋଚନା ଚକ୍ର, ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ତାଙ୍କ ଅଭିଭାଷଣ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଆଜିର ଛାତ୍ରଛାତ୍ରୀ ଯୁବପିଢ଼ି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନୋଭାବ କୁ ନେଇ କାର୍ଯ୍ୟକରିବା ପାଇଁ ଆହ୍ଵାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ଯୋଗଦେଇ ସ୍ଵାଧୀନତା ସଂଗ୍ରାମ ର କର୍ଣ୍ଣଧାର ଅହିଂସା ର ପୂଜାରୀ ଗାନ୍ଧୀଜି ଓ ଶାନ୍ତି ଦୂତ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ଓ ଦେଶ ମାତୃକାର ସେବା ପାଇଁ ତାଙ୍କର ବଳିଷ୍ଟ ନେତୃତ୍ୱ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ,ଏଥିରେ ଶିକ୍ଷାବିଭାଗର ବିରଞ୍ଚି ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।