ଧୁମଧାମ ରେ ପାଳନ ହେଲା ଅଗ୍ରସେନ ଜୟନ୍ତୀ..!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କେସିଙ୍ଗା) – ଅଗ୍ରୱାଲ ସମାଜ ର ଆତ୍ମା ର ଉତ୍ସବ ଅଗ୍ରସେନ ଜୟନ୍ତୀ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମହାଆଡ଼ମ୍ବର ସହିତ ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି। ଅଗ୍ରସେନ ଜୟନ୍ତୀ କୁ ସ୍ମରଣୀୟ କରିବା ପାଇଁ ଅଗ୍ରୱାଲ ସମାଜ ସହିତ ଅନେକ ସଂଗଠନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଥିବା ଉକ୍ତ ଜୟନ୍ତୀ ପାଇଁ ସେପ୍ଟେମ୍ବର ୯ ତାରିଖରୁ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଖେଳକୁଦ ବ୍ୟତୀତ ଅନେକ ଚିତ୍ତାକର୍ଷକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ଅଞ୍ଚଳବାସୀ ଙ୍କୁ। ଅଗ୍ରସେନ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇପଡ଼ିଥିଲା କେସିଙ୍ଗା ସହର।ବିରାଟ ଶୋଭାଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରି କୁ ମନମୁଗ୍ଧ କରିଥିଲା। ସେବା ସମାନତା ଓ ଅହିଂସା କୁ ମୂଳ ଲକ୍ଷ ନେଇ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମାଜର ଏକତା ଓ ଏକତ୍ରିତତା ଓ ଭାଇଚାରା ଦେଖିବାକୁ ମିଳିଥିଲା।ଚଳିତ ବର୍ଷ କେସିଙ୍ଗା ଅଗ୍ରୱାଲ ସଭା ତାହାର ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ପାଳନ କରୁଛି। ଏହି ଅବସରରେ ଅଗ୍ରସେନ ଜୟନ୍ତୀ ଦିନ ସକାଳୁ ରାତ୍ରି ପର୍ଯ୍ୟନ୍ତ ସମ୍ମାନ ପୁରସ୍କାର ଓ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ର ରାଜ୍ୟ ସଭାପତି ଅରୁଣା ଅଗ୍ରୱାଲ ଏବଂ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ମାରୱାଡ଼ି ଯୁବା ମଞ୍ଚ ର ରାଷ୍ଟ୍ରୀୟ କନଭେନର ଅନୁରାଧା ଅଗ୍ରୱାଲ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାମ କୁମାର ଜୈନ, ସମ୍ପାଦକ ରୋହିତ ଅଗ୍ରୱାଲ, ସଭାପତି ପ୍ରବୀଣ ଅଗ୍ରୱାଲ ( କାଲୁ ), ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କମିଲା ଜି ଏସ ଟି ମିଳିଲା ଉପହାର ଧନ୍ୟବାଦ୍ ମୋଦୀ ସରକାର…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ସ୍ଥାନୀୟ ସର୍କିଟ ହାଉସ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆତ୍ମ ନିର୍ଭର ଭାରତ ଅଭିଯାନ ର ରାଜ୍ୟ ସଂଯୋଜକ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦଳ ତରଫ ରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରେ ଉପସ୍ଥିତ ରହି ଜି ଏସ ଟି ହ୍ରାସ ଦ୍ଵାରା ଦେଶ ର ଆର୍ଥିକ ସୁଧାର ଉପରେ ପ୍ରଧାନମନ୍ତ୍ରୀ ଦେଇ ଥିବା ବାର୍ତ୍ତା ଉପସ୍ଥାପନ କରିଛନ୍ତି ଓ ଡବଲ ଇଞ୍ଜିନ ସରକାର ରେ ଓଡ଼ିଶା ବାସୀ ଓ ଦେଶ ବାସୀ ଙ୍କୁ ଦଶହରା ଓ ଦୀପାବଳୀ ର ଉପହାର ଭେଟି ଦେଇଛନ୍ତି ବୋଲି କହିଛନ୍ତି। ଶ୍ରୀ ପାଣିଗ୍ରାହୀ ,ପୂର୍ବରୁ ରହି ଥିବା ରେ ଟ୍ୟାକ୍ସ ବ୍ୟବସ୍ଥା ରେ ଜନସାଧାରଣ ,ବ୍ୟବସାୟୀ ,ଛାତ୍ର ଛାତ୍ରୀ ଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିଲା ,ରାଜସ୍ୱ ଆଦାୟ ରେ ଦେଶ ର ଆର୍ଥିକ କ୍ଷତି ହେଉଥିଲା । ଏହାକୁ ଦେଖି କେନ୍ଦ୍ରସରକାର ଦେଶ ରେ ଗୋଟିଏ ଦେଶ ଗୋଟିଏ ଟେକ୍ସ ନିୟମ ଲାଗୁ କରିଥିଲେ ଓ ଏହି ନିୟମ ଅନୁଯାୟୀ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଦେଶରେ ଜି ଏସ ଟି ବ୍ୟବସ୍ଥା ଆରମ୍ଭ ହେଲା ଯାହାର ଫଳ ସ୍ୱରୂପ ଆଜି ଦେଶ ଆର୍ଥିକ ମଜବୁତ୍ ସହ ଛିଡ଼ା ହେବା ରେ ସକ୍ଷମ ହୋଇ ପାରିଛି,ବର୍ତ୍ତମାନ କ୍ଷେତ୍ର ରେ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଏକ ବହୁତ୍ ବଡ଼ ପରିବର୍ତନ ଆଣିଛନ୍ତି ଜି ଏସ ଟି ସ୍ଲାବ ଯାହା କି ୪ ଟି ପର୍ଯ୍ୟାୟ ରେ ଲାଗୁ ହୋଇଥିଲା ଯାହା ୫% ରୁ ନେଇ ୨୮% ପର୍ଯ୍ୟନ୍ତ ରହି ଥିଲା ତାହା ବର୍ତମାନ ହ୍ରାସ ହୋଇ ୦% ରୁ ୧୮% ରହିଛି , ଜି ଏସ ଟି ହ୍ରାସ ଦ୍ଵାରା ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ଗ୍ରହଙ୍କୁ ଅସ୍ଵସ୍ଥି ପ୍ରଦାନ କରିଛି ବୋଲି କହିଛନ୍ତି ବିଜେପି ଦଳ ତରଫ ରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଟ ନେତା ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା ,ଆର୍ତ୍ତ ମହାପାତ୍ର,ଜିଲ୍ଲା ସଧାରଣ ସମ୍ପାଦକ ଜୟଶଙ୍କର ନାଏକ , ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତ ରଞ୍ଜନ ପାତ୍ର ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ ,ବରିଷ୍ଟ ନେତା ରୁପେଶ ଜୈନ ,ପ୍ରଦୀପ ପଣ୍ଡା ,ଯୁବମୋର୍ଚ୍ଚା ସମ୍ପାଦକ ମାନସ ଜେନା ,ସତିଶ ବେହେରା ,ରାକେଶ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ…. !

!!!  କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ପୌରପାଳିକା ଭବାନୀପାଟଣା ମିଳିତ ଉଦ୍ୟମରେ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବୃକ୍ଷ ରୋପଣ, ସହରର ବିଭିନ୍ନ ମନ୍ଦିର ପରିସର ସଫା ସୁତୁରା, ପତଞ୍ଜଳୀ ଯୋଗ ସମିତିର ସଦସ୍ୟ ମାନଙ୍କୁ ନେଇ ଯୋଗ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ, ସ୍ଲୋଗାନ୍, କୁଇଜ୍ ଏବଂ ବର୍ଜ୍ୟବସ୍ତୁ ଆର୍ଟ୍ ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ପ୍ରତ୍ୟେକ ଦିନ ସହରର ବିଭିନ୍ନ ସ୍ଥାନକୁ ସଫା ସୁତୁରା କାର୍ଯ୍ୟକ୍ରମ ଚାଲୁରହିଛି। ଆଜି ସକାଳ ୬.୩୦ ମି ସମୟରେ ପୁରୁଣାପଡା ଆଶ୍ରୟସ୍ଥଳୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମମୁଖ ର ରାସ୍ତା ପରିସରରେ ସାମୁହିକ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନେତୃତ୍ଵରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ନିର୍ବାହୀ ଅଧିକାରୀ,ଅନିମେସ ପ୍ରଧାନ ,ଭାରତୀୟ ପ୍ରଶାସନିକ ସେବା(ପ୍ରବେସନ) ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସହ ନିର୍ଦ୍ଦେଶ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମି କହଁର,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମଜିବୁନ ନିଶା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ,କର୍ମଚାରୀ,ସ୍ଥାନୀୟ ବାସିନ୍ଦା, ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ହିଁ ସେବା ଅଭିଯାନ ର ସଫେଇ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସଫେଇ କାର୍ଯ୍ୟକ୍ରମ ଆରମ୍ଭରୁ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ। ପରିମଳ ଜରିଆରେ ଦେଶମାତୃକା ର ସେବା କରିବା, ସ୍ଵଚ୍ଛତା ପ୍ରତି ପ୍ରତିବଦ୍ଧ ରହି ସମୟ ଉତ୍ସର୍ଗ କରିବା, ସ୍ଵେଚ୍ଛାକୃତ ଭାବେ ସପ୍ତାହକୁ ଦୁଇ ଘଣ୍ଟା ହିସାବରେ ପ୍ରତିବର୍ଷ ଅନ୍ୟୁନ ସହେ ଘଣ୍ଟା ସ୍ଵଚ୍ଛତା ପାଇଁ ଖର୍ଚ୍ଚ କରିବା, ଏଣେତେଣେ ଅଳିଆ ନ ପକାଇ ନିଜ ପରିବାର ସ୍ଵସ୍ଥାନ ,ଗ୍ରାମ ଏବଂ କର୍ମକ୍ଷେତ୍ର ରୁ ହିଁ ସ୍ଵଚ୍ଛତା ର ଅଭିଯାନ ଆରମ୍ଭ କରିବା, ସ୍ଵଚ୍ଛ ଭାରତ ଅଭିଯାନର ବାର୍ତ୍ତା ପ୍ରଚାର କରିବା,ନିଜେ ନେଇ ଥିବା ପ୍ରତ୍ୟେକ ପଦକ୍ଷେପ କିପରି ଦେଶକୁ ସ୍ଵଚ୍ଛ କରିବାରେ ସହାୟକ ହେବ ସେସମ୍ପର୍କରେ ସମସ୍ତେ ଶପଥପାଠ କରିଥିଲେ। ନିଜ କାର୍ଯ୍ୟାଳୟରେ ରଖାଯାଇଥିବା ଦୁଇଟି ଆବର୍ଜନା କୁଣ୍ଡରେ ନୀଳ ରେ ଶୁଖିଲା ଓ ସବୁଜ ରେ ଓଦା ଆବର୍ଜନା ସଂଗୃହୀତ କରି ମ୍ୟୁନିସିପାଲଟି ର ନିୟୋଜିତ ଗାଡି ରେ ନିୟମିତ ଦେବା ପାଇଁ ସମସ୍ତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ସହରର ପ୍ରତେକ ନାଗରିକ ଏଥି ପ୍ରତି ସଚେତନ ହେବା ସହିତ ସ୍ଵଚ୍ଛତା ସେବା ଅଭିଯାନ ରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ଅପିଲ କରାଯାଇଥିଲା। ପୌରପାଳିକା ର ଉପଯୋଗ ଖଜଣା ଠିକ୍ ସମୟରେ ପୈଠ କରିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଥିଲା।

ଆଜିର ସଫେଇ ଅଭିଯାନ ରେ ୪୪୮.୫ କେଜି ର ଅଦରକାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା ଏହା ରିସାଇକ୍ଲିନିଂ ପାଇଁ ଦିଆଯିବ । ଚଳିତ ମାସ ୨୫ ତାରିଖ ଦିନ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ, ନେହେରୁ ଯୁବ କେନ୍ଦ୍ର, ନାଗରିକ ମାନଙ୍କୁ ନେଇ କଲେଜ ଛକ ଠାରୁ କେସିଙ୍ଗା ରାସ୍ତା ରେ ସାମୁହିକ ସଫେଇ ଅଭିଯାନ ଆରମ୍ଭ ହେବ, ସେହିପରି ଆସନ୍ତା ୨୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଇଧାମ ପର୍ଯ୍ୟନ୍ତ ସ୍ଵଚ୍ଛତା ଗଣଦୌଡ, ୨୮ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ଟାଉନହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅକ୍ଟୋବର ୨ ତାରିଖ ଦିନ ସ୍ଵଚ୍ଛତା ହିଁ ସେବା ଅଭିଯାନର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି। କଳାହାଣ୍ଡି ଜିଲ୍ଲା କୁ ଏକ ସ୍ଵଚ୍ଛ, ସବୁଜ, ସୁନ୍ଦର ଜିଲ୍ଲା ଭାବରେ ଗଢିତୋଳିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ର ଆବଶ୍ୟକତା ଉପରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗୁରୁତ୍ୱ ଦେଇଥିଲେ। ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସ୍ଵଚ୍ଛତା ଅଭିଯାନ ରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ର ପ୍ରତିନିଧି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତ ଦାନ ଶିବିର ଗୋଷ୍ଠୀ କେନ୍ଦ୍ର ର ମୁଖ୍ୟ ପରିଚାଳକ ଡ଼.ପ୍ରଜ୍ଞା ପ୍ରୀତିଶୃତି ମାଝି ଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିରରେ ଗୋଷ୍ଠୀ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ରକ୍ତ ଦାନ କରିଥିଲେ। ଏହି ଶିବିରକୁ ପ୍ରଥମେ ଡ଼.ମାଝୀ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ଧୂପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ଏହି ଶିବିରରେ ଡ. କୁଞ୍ଜ ବିହାରୀ ସାହୁ, ଡ଼.ଆଶିଷ ଶଥପଥୀ ,ଡ଼.ରବୀନ୍ଦ୍ର ନାଥ ଖଟୁଆ,ଡ଼.ଲଳିତ ଅଗ୍ରୱାଲ, ଡ଼.ବିଭୁ ପ୍ରସାଦ ମହାପାତ୍ର, ଆଇ.ସି.ଟି.ସି.କାଉନ୍ସିଲର ସାରଥୀ ଦେଇ,ନର୍ସି ଅଫିସର ମଧୁସ୍ମିତା ମହାନ୍ତି, ଫାର୍ମାସିଷ୍ଟ ଅଧିକାରି ଗୋପାଳ କୃଷ୍ଣ ପାଣିଗ୍ରାହୀ, ରୋଗୀ କଲ୍ୟାଣ ସମିତି ର ସଦସ୍ୟ ଗିରିଧାରୀ ଲାଲ ଅଗ୍ରୱାଲ ପ୍ରମୁଖ କର୍ମଚାରୀ ଙ୍କ ଉପସ୍ଥିତ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବିଶ୍ୱ ଭୂଷଣ ପ୍ରଧାନୀ ଶିବିର କୁ ପରିଚାଳନା କରିଥିଲେ।

ମୋବାଇଲ ନେଟଓ୍ବାର୍କ ବାଧାପ୍ରାପ୍ତ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡା ଜିଲ୍ଲା କାଶିପୁରବ୍ଲକ ସୁଙ୍ଗେର ପଞ୍ଚାୟତ ସଦର ମହକୁମା ରେ ମୋବାଇଲ ସେବା ବହୁଦିନ ଧରି ନାହିଁ ବନ୍ଦ ପଡି ରହିଛି।ଗ୍ରାମରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ ଜନ ସଂଖ୍ୟା ରହିଥିବା ବେଳେ ।ଏଠାରେ ରହିଛି ଦୁଇ ଦୁଇଟି ମୋବାଇଲ ନେଟଓ୍ବାର୍କ ଗୋଟିଏ ଚାଲୁଥିବା ବେଳେ ଅନ୍ୟ ଟି ଅକାମୀ ହୋଇ ପଡି ରହିଛି ସୁଙ୍ଗେର ଗ୍ରାମ ବାସୀ ଗୋଟିଏ ନେଟୱର୍କ ଉପରେ ନିର୍ଭର କରନ୍ତି ତାହା ପୁଣୀ BSNL ନେତୱାର୍କ କେତେ ବେଳେ ନେଟୱର୍କ କରୁଛି ତୋ ଆଉ କେତେ ବେଳେ ରହୁନାହିଁ ବୋଲି ଅଂଚଳ ବସି କହୁଥିବା ଜଣାପଡୁଛି।ବାରମ୍ବାରଅଂଚଳ ବସି ଅଭିଯୋଗ କଲା ପରେ ମଧ୍ୟକିଛି ସୁଫଳ ମିଳିବାର ନା ନେଉନାହିଁ। ଏହା ସହ ସବୁ ସମୟ ରେ ଛାତ୍ର ଛାତ୍ରୀ ମାନେ ଯେତେବେଳେ ଅନଲାଇନ ପଢ଼ିବା ପାଇଁ ଚାହୁଁଥିଲେ ମଧ୍ୟ ବାଧାପ୍ରାପ୍ତ ହେଉଥିବା ସୁଙ୍ଗେର ଗ୍ରାମ ଛାତ୍ର ଛାତ୍ରୀ ମାନେ କହିଛନ୍ତି । ଏହା ସହ ସେଠାରେ ଦୁଇଟି ବିଦ୍ୟାଳୟ ରହିଥିବା ବେଳେ SBI ବ୍ୟାଙ୍କ ଓ ପଞ୍ଚାୟତ କାର୍ଯ୍ୟାଳୟ ଭଳି ଅନେକ ବିଭାଗ ରହିଛି ଯେଉଁ ସବୁ ଅନଲାଇନ ସରକାରୀ କାର୍ଯ୍ୟ ହୁଏ ସେହି ଗୋଟିଏ BSNLଉପରେ ହିଁ ନିର୍ଭର କରନ୍ତି ସବୁ ସମୟରେ ଅସୁବିଧା ହେଉ ଗ୍ରାମ ବାସୀ କହିଛନ୍ତି। ତେଣୁ ଏହି ସୁଙ୍ଗେର ଗ୍ରାମ ର ଏହି ସମସ୍ୟାର ସମାଧାନ କେବେ ହେବ ଦେଖିବାକୁ ବାକି ରହିଲା

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ପ୍ରଥମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ..!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ସେବା ପର୍ବ – ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇ ସ୍କୁଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ଚିତ୍ରକର, ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଥିମ ସମ୍ପର୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା କର୍ମଶାଳାର ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭ ଉଦଘାଟନ କରି ଚିତ୍ରଙ୍କନ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭି.ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ)ଅନିମେଷ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧିକାରୀ ପ୍ରମୋଦ କୁମାର ପାଢୀ, ଜିଲ୍ଲା ଭା.ଜ.ପା. ସଭାପତୀ ଯୁଗଳ କିଶୋର ପୋଢ, ଏମ୍.ପି. ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା, ଡଃ. ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୨୩ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରି ବିକଶିତ ଭାରତ ଥିମ ସମ୍ପର୍କରେ ସୁନ୍ଦର ଚିତ୍ର ଆଂକିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ଶୁଭମ ଓମକାର, ଡ୍ରିମ ପବ୍ଲିକ ସ୍କୁଲ, ପ୍ରଥମ ସ୍ଥାନ ପାଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂଦୀପ ଦୁବେ ଦ୍ଵିତୀୟ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ସ୍ମୁତି ପ୍ରଜ୍ଞା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କଲେଜ ସ୍ତରରେ ଉଦ୍ୟାନସୁ ବାଗ, କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ପ୍ରଥମ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରକାଶ ନାଏକ ଦ୍ୱିତୀୟ ଓ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ଶ୍ରୀଧର ରାଉତ ତୃତୀୟ ସ୍ଥାନ ପାଇଥିଲେ । ବୃତ୍ତିଗତ ଚିତ୍ରାଙ୍କନ ପ୍ରତିଯୋଗିତା ବର୍ଗରେ ସଂଗ୍ରାମ ସରାଫ ପ୍ରଥମ, ତରୁଣ ମହାପାତ୍ର ଦ୍ୱିତୀୟ ଓ ଲିଙ୍ଗରାଜ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ତିନୋଟି ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ସମସ୍ତ ପେଣ୍ଟିଙ୍ଗ କୁ ରାଜ୍ୟ ସ୍ତରକୁ ପଠାଯିବ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ ।

ମଥୁରା ପଞ୍ଚାୟତ ସ୍ବାଭିମାନ ମଞ୍ଚ ପକ୍ଷରୁ ବାବା କେଦାରେଶ୍ବର ପୀଠରେ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଶକଳେଶ୍ୱର ରଥ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଖଲ୍ଲିକୋଟ) – ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ଗ୍ରାମ ସ୍ଥିତ ବାବା କେଦାରେଶ୍ବରଙ୍କ ପୀଠରେ ମଥୁରା ପଞ୍ଚାୟତ ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ଦଳବଳ ନିର୍ବିଶେଷରେ ପଞ୍ଚାୟତର ସ୍ବେଚ୍ଛାସେବୀ, ସମାଜସେବୀ, ଯୁବକ ଓ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ନିଜ ବ୍ୟକ୍ତି ଗତ ସ୍ବାର୍ଥ ହାସଲ ପାଇଁ ଦଲାଲଗିରୀ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ଦୂରରେ ରହି ପଞ୍ଚାୟତ ବାସୀଙ୍କ ସ୍ବାର୍ଥ ହାସଲ ପାଇଁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଥିଲା। ଏତଦ୍ବ୍ୟତୀତ ଜନପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସରେ ସାରା ଦେଶରେ ସେବା ପକ୍ଷ ପାଳନ ହେବା ସହ ଆମ ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରା ଯାଉଥିବା ବେଳେ ସ୍ବାଭିମାନ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ତିନି ଶହରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ।

ଗୁରୁଣ୍ଠି ମୋରମ ପାହାଡ଼ ରୁ ମୋରମ ଉଠାଣ ବେଳେ ମାଡି ବସିଲା ପୋଲିସ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେ ସି ବି ଜବତ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଶକଳେଶ୍ୱର ରଥ ଙ୍କ ରିପୋର୍ଟ !!

ଏଥର ସମ୍ଭାଳ (ଖଲ୍ଲିକୋଟ) – 18/9 ଦୀର୍ଘ ଦିନ ହେଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ଲଣ୍ଡା ମୋରମ ପାହାଡ଼ ମାନଙ୍କ ରୁଅବାଧ ମୋରମ ଚାଲାଣ ହେଉଥିବା ଖବର ପାଇଁ ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରୁଣ୍ଠି ପାହାଡ଼ ଉପରେ ଅଛନଜ ଚଢ଼ାଉ କରି ଦୁଇ ଗୋଟି ଟ୍ରାକ୍ଟର ଓ ଡି 07,ଏ ଜ 3789, ଓ ଡି 07 ଜେ, 5580 ଓ ଜେ ସି ବି ନମ୍ବର ଓ ଡି ଓ ଡି 0 ୟାଇ 7 4326 କୁ ଜବତ କରିଥିବା ଜଣାଅପଡ଼ିଛି |ଉକ୍ତ ଚଢ଼ାଉ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାବ ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ, ସୁଜିତ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀ ମାନେ ଭାଗ ନେଇଥିଲେ |

ଘାଟି ଉପରୁ ତଳକୁ ଖସିଲା ତେଲ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲ୍ପର ଆହତ…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଶକଳେଶ୍ୱର ରଥ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥର ହରିଡାମୂଳ ଘାଟିରୁ ତଳକୁ ଖସିଲା ରୁଚି ଗୋଲ୍ଡ ତେଲ ବୋଝେଇ ଟ୍ରକ । ଟ୍ରକଟି କାକିନାଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ଘଟିଛି ଦୂର୍ଘଟଣା। ଟ୍ରକର ଡ୍ରାଇଭର ଆଇ ଶ୍ରିନୁ ଓ ହେଲ୍ପର ଶେସା ରାଓଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରେ ପଡିଥିବା ତେଲକୁ ପାଣି ସ୍ପ୍ରେ କରି ରାସ୍ତା ସଫା କରିବା ସହ ଯାନବାହନ ଚଳାଚଳକୁ ସ୍ବାଭାବିକ କରିଥିଲେ ଏବଂ ଲୁଟ ଦାଉରୁ ରକ୍ଷା କରିଥିଲେ। ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି।

ଏଣିକି ସ୍କୁଲ ପିଲାଙ୍କୁ ବସ ଭଡା ଛାଡ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ମୋହନ ସରକାର କଲେ ବଡ ଘୋଷାଣ। ଏଣିକି ସ୍କୁଲ ପିଲାଙ୍କୁ ରାଜ୍ୟର ସମସ୍ତ ଘରୋଇ ବସ ରେ ବସ ଭଡା ଛାଡ । ସ୍କୁଲ ୟୁନିଫର୍ମ ଓ ଆଇ କାର୍ଡ ଧରିଥିବା ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ପାଇବେ ଏହାର ସୁବିଧା ଆଉ ଦେବାକୁ ପଡିବନି ଟଙ୍କା। ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି ରେ ଲାଭପ୍ରଦ ହୋଇ ପାରିବେ ଗରୀବ ଛାତ୍ର ଛାତ୍ରୀ। ସରକାର ଙ୍କ ଏହି ଘୋଷଣା ପାଇଁ ସାଧୁବାଦ ଦେବା ସହ ଧନ୍ଯବାଦ୍ ଜଣାଇଥିଲେ ଓଡ଼ିଶା ବାସୀ ।