ବଦଳିଲା ସରକାର ହେଲେ ବଦଳି ପାରିନି ମାଝିପୁଟ ବିଦ୍ୟାଳୟ ର ଅବସ୍ଥା ; ବାରଣ୍ଡାରେ ଚାଲିଛି ପାଠପଢା…!
!!! କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(କୋରାପୁଟ) – ଆଜିକୁ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନ ରେ ହନ୍ତ ସନ୍ତ ହୋଇ ନିଜର ଜୀବନ୍ କାଟୁଥିଲେ ନିରୀହ ଲୋକେ ସେମାନଙ୍କୁ ମିଳୁଥିଲା ଖାଲି ମିଛ ପ୍ରତିଶୃତି ହେଲେ ୨୪ ବର୍ଷ ପରେ ବଦଳିଛି ରାଜ୍ୟ ର ପଟ୍ଟଚିତ୍ର ବଦଳିଛି ସରକାର ହେଲେ ଦୂର ହୋଇ ପାରିନାହିଁ ଲୋକଙ୍କ ଦୁଃଖ ଆଉ ସମସ୍ୟା। ସମସ୍ୟା ଘେରରେ ଭରି ହୋଇ ରହିଥିବା ଏଭଳି ଏକ ଗ୍ରାମ ହେଉଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାପୁଟ ପଞ୍ଚାୟତର ମାଝିପୁଟ ଗ୍ରାମ । ମାଝିପୁଟ ଠାରେ ଥିବା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ 1972 ମସିହାରେ ସ୍ଥାପିତ ହୋଇଥିଲା। ହେଲେ ଆଜିକୁ ୫୦ ବର୍ଷ ପରେ ମଧ୍ୟ ସୁଧୁରି ପାରିନି ସେହି ସ୍କୁଲ ର ମୌଳିକ ସମସ୍ୟା। ସ୍କୁଲ ରେ ନାହିଁ ଯଥେଷ୍ଟ ଶିକ୍ଷା ଗୃହ ଯାହା ଅଭାବରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉ ଥିବା ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଅଭିଭାବକ ଏବଂ ଅଞ୍ଚଳ ବାସୀମାନେ ବିଦ୍ୟାଳୟରେ ଗଦାମ ଘର, ରୋଷେଇ ଘର, କ୍ଲାସ ରୁମ୍ ଗୁଡିକ୍ ର ମୂଳ ଆବଶ୍ୟକ ଥିବା ବେଳେ ଏଠି କିନ୍ତୁ ଏହାର୍ ଅଭାବ ନେଇ ଦୀର୍ଘ ଦିନ ଧରି ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନଙ୍କୁ ବହୁବାର ଅନୁରୋଧ କରାଗଲେ ମଧ୍ୟ ଏହାର ସମାଧାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ।ଯଦ୍ୱାରା ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ଏହା ପ୍ରଭାବିତ ହେଉଅଛି । କେବେ ସରକାର ଏହି ସମସ୍ୟା ଦିଗରେ ଦୃଷ୍ଟି ଦେବେ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସ୍ରୁଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଛାତ୍ରଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଓ ସରକାର ନୂଆ କ୍ଲାସ୍ରୁମ ସହ ବିଦ୍ୟାଳୟ ର ମୌଳିକ ସୁବିଧା ନିମନ୍ତେ ଗୁରୁତ୍ଵ ଦେଉଛନ୍ତି।




