କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କ ବ୍ଲକ ସମ୍ମୁଖରେ ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ incensetive based ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦାବିରେ ଆଜିଠାରୁ ୩ଦିନ ଧରି ଗଣ ଧାରଣାରେ ବସିବେ ବୋଲି କହିଛନ୍ତି। ମିଳିଥିବା ସୁଚନା ପ୍ରକାରେ ରାୟଗଡ଼ ବ୍ଳକ୍ ର ୨୮ଗୋଟି ପଞ୍ଚାୟତର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଆଜି ରାୟଗଡ଼ ବ୍ଲକ କାର୍ଯ୍ୟଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏମାନଙ୍କ କହିବା କଥା ଆମ ଦାବି ନ ଶୁଣିବା ପର୍ୟ୍ୟନ୍ତ ଆମ୍ଭେମାନେ ସକାଳ ଠାରୁ ସଂଧ୍ୟା ପର୍ୟ୍ୟନ୍ତ ଏହିଭଳି ବସି ରହିବୁ। ଆଜକୁ ୬ମାସ ହେଲା ପୂର୍ବରୁ ପାଉଥିବା ସ୍ଥାୟୀ ଦରମା ନ ପାଇ ବାରମ୍ବାର ବିଭାଗୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ର ବାଟ କରାଗଲା ନାହିଁ। ରାୟଗଡ଼ ଜିଲ୍ଳାର ଆସୋସିଏସନ୍ ତରଫରୁ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ପର୍ୟ୍ୟନ୍ତ ସ୍ଥାୟୀ ଦରମାର ସ୍ଥାୟୀ ସମାଧାନ ନ ହେବା ପର୍ୟ୍ୟନ୍ତ ବ୍ଲକର ଓଡ଼ିଶା ଜୀବିକା ମିଶନ ଅଫିସକୁ ତାଲା ପକାଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ତା ୨୨-୯-୨୫ ରିଖ ଠାରୁ ଗଣ ଧାରଣାରେ ବସିବା ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ସୁମିତ୍ରା ତୁରୁକ୍, କସ୍ତୁରୀ କିଲ୍ଲାକା, ରିତା ପେଡେଣ୍ଟି, ସ୍ୱୋପ୍ନା କାଡ୍ରାକା, ପାର୍ବତୀ ମାଣ୍ଡାଙ୍ଗି, ମାଧୁରୀ ବେଣିଆ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ୍ କୁମାର ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସ୍ଵର୍ଗତ ନିରଞ୍ଜନ ପ୍ରଧାନ (ବିଦ୍ରୋହୀ) ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ସ୍ଥାନୀୟ ଅମଲା ଭବନ ଠାରେ ସ୍ଵର୍ଗତ ନିରଞ୍ଜନ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଟିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଭାରତ ଭୂଷଣ ଠାକୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ପ୍ରଫେସର ବିଜୟ ବହିଦାର ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ବିଦ୍ରୋହୀଙ୍କ ସ୍ମୃତି ଚାରଣ କରି ଦେଶର ବିଭିନ୍ନ ଟ୍ରେଡ଼ ୟୁନିଅନ ଦ୍ଵାରା ହେଉଥିବା ବିଦ୍ରୋହ ସମ୍ପର୍କରେ ସୂଚନା ଦେଇ ନିରଞ୍ଜନ ବିଦ୍ରୋହୀ ଙ୍କ ଅବଦାନ ସମ୍ପର୍କରେ କହିଥିଲେ। ସମ୍ମାନୀତ ଅତିଥି ଭାବେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲିଙ୍ଗରାଜ ଆଜାଦ, ରଜତ ପ୍ରଧାନ, ଅନୱର ଭାରତୀ,ସତ୍ୟ ମାହାର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସୁନାନୀ, ସୁରେଶ ସଂଗ୍ରାମ, ଅଗଷ୍ଟ ନାୟକ, ସନ୍ତୋଷ ମୁଣ୍ଡ ପ୍ରମୂଖ ସ୍ମୃତି ଚାରଣ କରିଥିଲେ। ଆଇନଜୀବୀ ସିଦ୍ଧାର୍ଥ ନାୟକ ସ୍ମୃତି ସଭାମଞ୍ଚ ପରିଚାଳନା କରିଥିଲେ। ନିରଞ୍ଜନ ସ୍ମୃତି ସମ୍ମାନ ଭାବେ କୃଷି କ୍ଷେତ୍ରରେ ଜୁନାଗଡ଼ ଅଞ୍ଚଳର ଲକ୍ଷ୍ମଣ ରଣବୀର, ସମାଜ ସେବା କ୍ଷେତ୍ରରେ ଭାବଗ୍ରାହୀ ନାୟକ, ପରିବେଶ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ଜିଲ୍ଲା କଲ୍ୟାଣୀ ସିଂ ପୁର କୃଷ୍ନ ସିକକା ଙ୍କୁ ସମ୍ମାନୀତ କରାଯାଇଥିଲା। ନିରଞ୍ଜନ ସ୍ମୃତି କମିଟି ଆବାହକ ଇନ୍ଦ୍ରଜିତ୍ ମହାଖୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ।