ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ହେଲେ ସୁନୀଲ ଧଙ୍ଗଡ଼ାମାଝୀ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ଜାତୀୟ ସ୍ତରରେ ସୁପରିଚିତ ଯାଦବ ସଂସ୍କୃତି ଗବେଷକ ତଥା ସୁସଂଗଠକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏହି ଘୋଷଣା କରିଛନ୍ତି। ଏନେଇ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ବୁଢୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ସ୍ବର୍ଗତ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁନୀଲ ଜଣେ ପ୍ରତିଷ୍ଠିତ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ସଂଗଠକ ଓ ଗବେଷକ ଭାବେ ରାଜ୍ୟ ତଥା ସର୍ବଭାରତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହାସହ ସେ ରାଜ୍ୟର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଂଗଠନ ସହ ଜଡ଼ିତ ହୋଇ ଆସିଛନ୍ତି। ତାଙ୍କ ଉପରେ ଭରସା କରି ଏହି ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏବଂ ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଧଙ୍ଗଡ଼ାମାଝୀ।

ବିଶ୍ଵ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ ହୋଇଯାଇଛି…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା) – ରାୟଗଡ଼ା ଆଦିବାସୀ ମହାସଂଘ (ଆମୋ) ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ(ସୋମ୍)ର ମିଳିତ ଆନୁକୁଲ୍ୟରେ ବିଶ୍ବ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ ହୋଇଯାଇଛି । ରାୟଗଡ଼ା ସଦରମହକୁମା ସ୍ଥିତ ଉମା ଶଙ୍କର ସିନେମା ହୋଲ୍ ରୋଡ଼ରେ ଥିବା ହୋଟେଲ୍ ଅଶୋକ ଠାରେ ନିରାଡ଼ମ୍ବର ଭାବେ ବିଶ୍ଵ ଆଦିବାସୀ ଅଧିକାର ଦିବସ ୨୦୨୫ ପାଳନ କରାଯାଇଥିଲା । ୧୧ଟି ବ୍ଲକରୁ ପ୍ରାୟ ୧୩୦ ଜଣ ଆଦିବାସୀ ସମାଜସେବୀ, କର୍ମଜୀବି ଓ ବୁଦ୍ଧିଜୀବି ଯୋଗ ଦେଇ ଆଦିବାସୀଙ୍କ ଏକତା ଓ ଉନ୍ନତି ପାଇଁ ମାନେ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ପରେ ଅପରାହ୍ନ ୫ଘଟିକା ସମୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯାଇଥିଲା । ପ୍ରକାଶ ଥାଉ କି, ୨୦୦୭ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଆମେରିକା ସ୍ଥିତ ଜାତି ସଙ୍ଘର ବୈଠରେ ଘୋଷଣା କରାଯାଇଲା କି ମୋଟ ୪୬ଟି ଧାରା ବିଶ୍ବର ପ୍ରାୟ ୪୭ କୋଟି ସ୍ୱଦେଶୀ ତଥା ଆଦିବାସୀଙ୍କ ପାଇଁ ଲାଗୁ କରିବା ନିମନ୍ତେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ମାନଙ୍କୁ ନେଇ ଜାତି ସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଦିବାସୀଙ୍କ ଅଧିକାର ଉପରେ ଜାତିସଂଘର ଘୋଷଣାନାମାକୁ ବୁଝାଏ, ଏହା ୨୦୦୭ ମସିହାରେ ଗୃହୀତ ଏକ ଅଣ-ଆଇନଗତ ଭାବରେ ବାଧ୍ୟତାମୂଳକ ଆନ୍ତର୍ଜାତୀୟ ପ୍ରସ୍ତାବ ଯାହା ଆଦିବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ବିଶ୍ୱ ମାନଦଣ୍ଡ ସ୍ଥାପନ କରେ, ଯେଉଁଥିରେ ଆତ୍ମନିର୍ଣ୍ଣୟ, ସଂସ୍କୃତି, ଭାଷା ଏବଂ ଭୂମିର ଅଧିକାର ଓ ବିଭିନ୍ନ ଅଧିକାର ଅନ୍ତର୍ଭୁକ୍ତ । ଏହା କାନାଡା, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଭଳି କିଛି ଦେଶରୁ ପ୍ରାରମ୍ଭିକ ବିରୋଧ ସତ୍ତ୍ୱେ, ବିଶ୍ୱବ୍ୟାପୀ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ, ମର୍ଯ୍ୟାଦା ଏବଂ ବଞ୍ଚିବା ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କରିଥାଏ ।ଆଦିବାସୀ ଲୋକମାନେ ଅନନ୍ୟ ସଂସ୍କୃତି, ଲୋକ ଏବଂ ପରିବେଶ ସହିତ ସମ୍ପର୍କ ରଖିବା ଉପାୟର ଉତ୍ତରାଧିକାରୀ ଏବଂ ଅଭ୍ୟାସକାରୀ ଅଟନ୍ତି । ସେମାନେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ବୈଶିଷ୍ଟ୍ୟଗୁଡ଼ିକୁ ବଜାୟ ରଖିଛନ୍ତି ଯାହା ସେମାନେ ବାସ କରୁଥିବା ପ୍ରଭାବଶାଳୀ ସମାଜଠାରୁ ଭିନ୍ନ ଅଟେ । ବିଶ୍ୱର ଆଦିବାସୀ ଲୋକମାନେ ବର୍ଷ ବର୍ଷ ଧରି ସେମାନଙ୍କର ପରିଚୟ, ଜୀବନଶୈଳୀ, ପାରମ୍ପରିକ ଭୂମି, ଅଞ୍ଚଳ ଏବଂ ପ୍ରାକୃତିକ ସମ୍ପଦ ଉପରେ ସେମାନଙ୍କର ଅଧିକାରକୁ ସ୍ୱୀକୃତି ଦେବାକୁ ଚେଷ୍ଟା କରିଛନ୍ତି, ତଥାପି ଇତିହାସରେ, ସେମାନଙ୍କର ଅଧିକାର ସର୍ବଦା ଉଲ୍ଲଂଘନ ହୋଇଛି । ଆଦିବାସୀ ଲୋକମାନେ ଆଜି ବିଶ୍ୱର ସବୁଠାରୁ ଅସୁବିଧାଗ୍ରସ୍ତ ଏବଂ ଦୁର୍ବଳ ଗୋଷ୍ଠୀ ମଧ୍ୟରେ ଅଛନ୍ତି । ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବେ ସ୍ୱୀକାର କରୁଛି ଯେ, ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱତନ୍ତ୍ର ସଂସ୍କୃତି ସହିତ ଜୀବନଶୈଳୀକୁ ବଜାୟ ରଖିବା ପାଇଁ ବିଶେଷ ପଦକ୍ଷେପ ଆବଶ୍ୟକ । ୨୦୦୭ ମସିହାରେ ଜାତିସଂଘର ଆଦିବାସୀଙ୍କ ଅଧିକାର ଘୋଷଣାନାମା ୧୪୪ଟି ଦେଶ ଦ୍ୱାରା ଗ୍ରହଣ କରାଯାଇଥିଲା, ଯଦିଓ ପ୍ରାରମ୍ଭରେ ୪ଟି ଦେଶ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ । ସେବେଠାରୁ, ସମସ୍ତ ୪ଟି ମୂଳ ଆପତ୍ତିକାରୀ ଯଥା- ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ସଦୟ ସେମାନଙ୍କର ମତ ବଦଳାଇଛନ୍ତି ଏବଂ ବର୍ତ୍ତମାନ ଘୋଷଣାନାମାକୁ ସମର୍ଥନ କରିଛନ୍ତି । ପ୍ରାରମ୍ଭିକ ଗ୍ରହଣ ଏଭଳି ହୋଇଥିଲା ତେଣୁ, ସପକ୍ଷରେ ଭୋଟ ୧୪୪ଟି,
ବିପକ୍ଷରେ ୪ଟି ଦେଶ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଯୁକ୍ତରାଷ୍ଟ୍ରଭୋଟ ଦେଇଥିଲେ । ଡର୍ବାନ ସମୀକ୍ଷା ସମ୍ମିଳନୀର ୨୦୦୯ ଫଳାଫଳ ଦଲିଲ ଦ୍ୱାରା ଦର୍ଶାଯାଇଥିବା ଘୋଷଣାନାମାକୁ ଏକ ବ୍ୟାପକ ଆନ୍ତର୍ଜାତୀୟ ସହମତି ଦ୍ୱାରା ସମର୍ଥନ କରାଯାଇଛି କି, ଯେଉଁଠାରେ ୧୮୨ଟି ରାଷ୍ଟ୍ର ଜାତି ସଂଘର ନିଷ୍ପତିକୁ ଗ୍ରହଣ ଓ ସ୍ୱାଗତ କରିଥିଲେ । ଜାତି ସଙ୍ଘ ଏକ ପ୍ରମୁଖ ମାନବାଧିକାର ଅନୁଷ୍ଠାନ ଯାହା ବିଶ୍ୱବ୍ୟାପୀ ଆଦିବାସୀଙ୍କ ଅଧିକାରକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଆଲୋଚନା ପରେ ଏହାକୁ ୨୦୦୭ ମସିହାରେ ଗୃହୀତ କରାଯାଇଥିଲା । ଭାରତ ବିଶ୍ୱ ସ୍ତରରେ ଆଦିବାସୀଙ୍କ ଅଧିକାର ସୁରକ୍ଷା ନୀତିକୁ ସମର୍ଥନ କରେ ତଥାପି, ଏହା ବଜାୟ ରଖେ ଯେ ନିର୍ଦ୍ଦିଷ୍ଟ ଧାରଣା ଏବଂ ଘୋଷଣା ଭାରତର ପରିପ୍ରେକ୍ଷୀରେ ପ୍ରଯୁଜ୍ୟ ନୁହେଁ, ଯେଉଁଠାରେ ସମସ୍ତ ନାଗରିକଙ୍କୁ ଭୂମିର ଆଦିବାସୀ ବୋଲି ବିବେଚନା କରାଯାଏ, ଯାହା ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଦିବାସୀ ଅଧିକାର ପ୍ରତି ଏକ ଅନନ୍ୟ ଏବଂ କିଛିଟା ବିରୋଧାଭାସୀ ଦୃଷ୍ଟିକୋଣ ଆଡ଼କୁ ନେଇଯାଏ । ୨୦୦୭ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଆମେରିକା ସ୍ଥିତ ଜାତି ସଙ୍ଘର ବୈଠରେ ଘୋଷଣା କରାଯାଇଲା ଏବଂ ମୋଟ ୪୬ଟି ଧାରା ବିଶ୍ବର ପ୍ରାୟ ୪୭ କୋଟି ସ୍ୱଦେଶୀ ତଥା ଆଦିବାସୀଙ୍କ ପାଇଁ ଲାଗୁ କରିବା ପାଇଁ ବିଶ୍ୱ ବିଭିନ୍ନ ରାଷ୍ଟ୍ର ସଦସ୍ୟ ମାନେ ବୈଠକ କରିଥିଲେ । ଜାତି ସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ଅବସ୍ଥିତ ଥିବା ବେଳେ ଜାତି ସଙ୍ଘର ଘୋଷଣା ଆଦିବାସୀଙ୍କ ଅଧିକାର ଉପରେ ଜାତିସଂଘର ଘୋଷଣାନାମାକୁ ବୁଝାଏ, ଏହା ୨୦୦୭ମସିହାରେ ଗୃହୀତ ଏକ ଅଣ-ଆଇନଗତ ଭାବରେ ବାଧ୍ୟତାମୂଳକ ଆନ୍ତର୍ଜାତୀୟ ପ୍ରସ୍ତାବ ଯାହା ଆଦିବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ବିଶ୍ୱ ମାନଦଣ୍ଡ ସ୍ଥାପନ କରେ, ଯେଉଁଥିରେ ଆତ୍ମନିର୍ଣ୍ଣୟ, ସଂସ୍କୃତି, ଭାଷା ଏବଂ ଭୂମିର ଅଧିକାର ଅନ୍ତର୍ଭୁକ୍ତ। ଏହା କାନାଡା, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଭଳି କିଛି ଦେଶରୁ ପ୍ରାରମ୍ଭିକ ବିରୋଧ ସତ୍ତ୍ୱେ, ବିଶ୍ୱବ୍ୟାପୀ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ, ମର୍ଯ୍ୟାଦା ଏବଂ ବଞ୍ଚିବା ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କର । ଏହି ଜିଲ୍ଲା ସ୍ତରୀୟ ବିଶ୍ବ ଆଦିବାସୀ ଅଧିକାର ଦିବସ ୨୦୨୫ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ (ସୋମ୍)ର ସଭାପତି ଶ୍ରୀ ଗଙ୍ଗାଧର ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଇଥିବା ବେଳେ ଆଦିବାସୀ ମହାସଂଘ ଓଡ଼ିଶା ଶାଖା ରାୟଗଡ଼ ଜିଲ୍ଲାର ସଭାପତି ଶ୍ରୀ ବସନ୍ତ କୁମାର ପେଦେଣ୍ଟି, ଆଦିବାସୀ ସମାଜ କାଶୀପୁର ବ୍ଲକର ସଭାପତି ଶ୍ରୀ ଶିବ ମାଝୀ, ଆଦିବାସୀ ସମାଜ ବିଷମକଟକ ବ୍ଲକର ସଭାପତି ଶ୍ରୀ ସୁଶାନ୍ତ ତୁଇକା, ମାନବ ଅଧିକାର କର୍ମୀ ଶ୍ରୀ ସଦନ ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ରାୟଗଡ଼ା ଜିଲ୍ଲା ସଂଯୋଜକ ଶ୍ରୀ ଦୀନବନ୍ଧୁ ହୁଇକା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ରାୟଗଡ଼ା ଉପ ସଭାପତି ଶ୍ରୀ ବନମାଳୀ ମାଝୀ ଏବଂ ଆଦିବାସୀ ମହାସଂଘ ଓଡ଼ିଶା ଶାଖା ରାୟଗଡ଼ା ଜିଲ୍ଲାର ଉପ ସଭାପତି ଶ୍ରୀ ଭଗବାନ ମାଝୀ ସଦୟ ଆଦିବାସୀ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ । ୧୧ଟି ବ୍ଳକର ଆଦିବାସୀ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ, ସୁନ୍ଦର ଏବଂ ଫଳପ୍ରଦ କରିବା ପାଇଁ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସଧାରଣ ସମ୍ପାଦକ ଶ୍ରୀ ଟିବୁ ସାରାକା ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ମହିଳା ମୋର୍ଚ୍ଚା ମୁଖ୍ୟା ତଥା ନାରୀନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ପ୍ରାସ୍କା ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସୂଚନା ବିଭାଗ ମୁଖ୍ୟ ଶ୍ରୀ ବିଜୟ କୁମାର ମେଲାକା ମଞ୍ଚ ପରିଚାଳନା କରିବା ସହିତ ଜାତି ସଙ୍ଘ ଦ୍ଵାରା ଘୋଷଣା ହୋଇଥିବା ୪୬ଟି ଧାରାକୁ ସରଳ ଭାବେ ବୁଝାଇ ଥିଲେ । ବିଶ୍ଵ ଆଦିବାସୀ ଦିବସ ଅପେକ୍ଷା ବିଶ୍ଵ ଆଦିବାସୀ ଅଧିକାର ଦିବସ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ତେଣୁ, ସମସ୍ତଙ୍କ ସହମତିରେ ପରେ ନିଷ୍ପତ୍ତି ନିଆଗଲା କି l, ଆଗାମୀ ବର୍ଷ ୨୦୨୬ ମସିହାରେ ଅଧିକ ସଂଖ୍ୟାରେ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଆଦିବାସୀଙ୍କୁ ସଚେତନ ଓ ଏକତା କରି ଉନ୍ନତିର ପହାଚକୁ ନେବା ।