ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ ର ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ କଳାହାଣ୍ଡି ଓ ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ଦେପୂର୍ ମିଳିତ ଆନୁକୁଲ୍ୟରେ ଦେପୁର ବଜାର ପ୍ରାଙ୍ଗଣରେ ବରିଷ୍ଠ ଉପଦେଷ୍ଟା ଧିମାନ୍ ପୁରୁନ୍ଧର କରୁଆ ଙ୍କର ସଭାପତିତ୍ବରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବାବା ସାହେବଙ୍କ ଫଟ ଚିତ୍ର ରେ ପୂଜାର୍ଚ୍ଚନା କରି ଗ୍ରାମ୍ୟ ଭ୍ରମଣ କରିଥିଲେ। ଏହି ନୂଆଁଖାଇ ଭେଟଘାଟରେ ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡରେଶନ ର ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହା ସଚିବ ଯତୀନ୍ଦ୍ର କର , ଆଇନ ପରାମର୍ଶ ଦାତା ଛାବିଲାଲ ନିଆଳ, କାର୍ଯ୍ୟକାରୀ ସଭାପତି ଦିଗମ୍ବର ଦୁରୀଆ, ଜୟପ୍ରକାଶ ଜାଲ, ଉପସଭାପତି ଧବଳେଶ୍ଵର ନାଗ , ବରୁଣ ନାଏକ, ଦୁର୍ଯ୍ୟଧନ କୁମାର , ଜିଲ୍ଲା ସମ୍ପାଦକ ଅଭିରାମ ନନ୍ଦ , ଶଙ୍କର କର,କୋଷାଧ୍ୟକ୍ଷ କୌସିକ୍ ଦୁର୍ଗା, ଯୁଧିଷ୍ଟିର ଭଗତ ସାମାଜିକ ମୁଖ୍ୟ ଲୋକନାଥ ନାଗ, ପ୍ରେମଲାଲ ନାଏକ, ପ୍ରକାଶ ସାଗର, ସରପଞ୍ଚ ଆଦିତ୍ୟ ନାଏକ , ଆଞ୍ଚଳିକ ଡମ୍ବ ବିକାଶ ପରିଷଦ ର ସଭାପତି ବିଜୟ ଦୀପ, ଉପ ସଭାପତି କୃଷ୍ଣ ଚନ୍ଦ୍ର ନାଗ , ସମ୍ପାଦକ ଅଭିରାମ ସାଗର, ମିଡ଼ିଆ ସେଲ ର ଧୀରେନ୍ଦ୍ର ସୁନାନି,ସଂସ୍କୃତି ବିଭାଗର ଅଭିରାମ କର, ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ସମାଜର ବିଶିଷ୍ଟ ସଂଗ୍ରାମୀ ମାନଙ୍କର ମରଣତ୍ୱର ମାନପତ୍ର ତାଙ୍କ ପରିବାରଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରେ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟ କୁ ସଫଳ କରିଥିଲେ।

ପୁନଃଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୨ ବର୍ଷ ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ ଜିଲ୍ଲାପାଳ ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବା ଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଓଡିଶା ଜିବିକା ମିଶନ ଇ ସି ସଂଘ, ସମଗ୍ନ ଭାରତୀୟ ମଜଦୁର ସଂଘ ପକ୍ଷରୁ ଭବାନି ପାଟନା ସ୍ଥିତ ଜିଲ୍ଲାପାଳ, କଳାହାଣ୍ଡି ଙ୍କ ଜରିଆରେ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଓଡିଶା ସରକାର ଲୋକସେବାଭବନ ଭୁବନେଶ୍ବର ଓଡିଶା ଙ୍କୁ ନିବେଦନ ପତ୍ର l ଶକ୍ତି ବିଭାଗ କମିଶନର ଙ୍କ ପକ୍ଷରୁ ଜାରୀ କାରଯାଇଥିବା ଚିଠି NO MS- ICB -CAPA-0004-2022.5229 ରେ ପୁନର୍ଗଠନ ପ୍ରକ୍ରିୟା କୁ ତୁରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଯଛି, ଯାହା ହଜାର ହଜାର କର୍ମ ଯିବି ମହିଳା ଇ ସି କର୍ମୀ ଙ୍କ ସବୁଠୁ ବଡ ଦୁଃଖ ର କାରଣ, ଗତ ଏପ୍ରିଲ ମାସରୁ ଏହି ପ୍ରକ୍ରିୟା କୁ ବନ୍ଦ ରଖ୍ ଥିବା କେବେ ଏବେ ପୁଣୀ ତତ୍ପର ଦେଖାଇ ଛନ୍ତି ସରକାର, ନୂଆ ସରକାର ଆସିବାର ଏକ ବର୍ଷ ମଧ୍ୟରେ, ମହିଳାଙ୍କ ପ୍ରତି ଏ ପ୍ରକାର କଠୋର ନିଷ୍ପରି କାହିକି ? ପ୍ରକାଶ ଥାଉ କି ! ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ ରଖି ଆଉ ୩ ବର୍ଷ କାର୍ଯ୍ୟକାଳ ବୃଦ୍ଧି ପାଇଁ, ଓଡିଶା ଜୀବିକା ମିଶନ ଇ ସି ସଂଘ, ଯାହା ଭାରତୀୟ ମଜଦୂର ସଂଘର ବିଚାର ଧାରା ରେ ଅନୁ ପ୍ରାଣିତ ହୋଇ ଶାନ୍ତି ଆଉ ଶୃଙ୍ଖଳା ର ସହ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରି.ଭାନ୍ସ ରେ ଅନେକ ଥର ସାକ୍ଷାତ୍ ଆଲୋଚନା ରେ ଅଭିଯୋଗ ରଖି ଥୁବା ବେଳେ, ସ୍କୁଟି ରୁଣ ନେଇଥିବା ମହିଳା ମାନଙ୍କ ସ୍କୁଟର ଋଣ ଶୁଝିବା ବାର ଦାୟୀତ୍ଵ ସହ ସମସ୍ତ ଇ ସି କର୍ମୀ ଙ୍କ ଥଇଥାନ ପାଇଁ ନୂଆ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିବା ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ମହୋଦୟା ଜଣେ ମାଆ, ମାଆ ହୋଇ ଆଜି ହଜାର ହଜାର ମାଆ ମାନଙ୍କ ପ୍ରତି ଏ ଅବିଚାର କାହିଁକି, ତାଙ୍କ ପରାମର୍ଶ ସମ୍ମାନ ଦେଇ ଆନ୍ଦୋଳନ ଆଉ ଆଇନ୍ ର ବାଟ ରୁ ଦୁରେଇ ରହିଥିବା ୭୦% ଇସି କର୍ମୀ ଙ୍କୁ ନେଇ ଆମ ସଂଘ ରେ ଥିବା ଇସି ମାନଙ୍କ ଅପରାଧ ଆମ୍ଭେ କୋର୍ଟ ରେ କେଶ୍ କରି ନାହୁଁ କୋର୍ଟ ରେ କେଶ କରିଥିବା ଇ ସି ସଂଘ ଙ୍କୁ ବାଦ ଦେଇ ସମସ୍ତଙ୍କୁ ପୁନର୍ଗଠନ ପ୍ରକ୍ରିୟା ମାଧ୍ୟମରେ ବାହାର କରିବା ପାଇଁ ଜାରି କରାଯାଇ ଥିବା ନିର୍ଦେଶ ମାଳା ପ୍ରକ୍ରିୟାକୁ ବନ୍ଦ ରଖି କାର୍ଯ୍ୟରତ ଇସି କର୍ମୀ ଙ୍କ ପାଇଁ ପୁନର୍ଗଠନ ବିଚାର କରନ୍ତୁ ସରକାର ଙ୍କ ପାଖରେ ନିବେଦନ ସମୂହ ପୁନର୍ଗଠନ ପ୍ରକ୍ରିୟା କୁ ବନ୍ଦ ରଖି ସମସ୍ତ ଜିପିଏଲ ଏଫ୍ ଇ.ସି କର୍ମୀ ଙ୍କୁ ଆଉ ଦୂଇ ବର୍ଷ ପାଇଁ କାର୍ଯ୍ଯ କରିବାର ସୁଯୋଗ ଦିଆଯାଉ । ସ୍କୁଟି ରୁଣ ଶୁଝିବା ନୂଆ ନିଯୁକ୍ତି କ୍ଷେତ୍ର ରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଯାହା ସରକାର ପ୍ରତିଶୁତି ଦେଇଥିଲେ । ସରକାର ମହିଳା ମାନଙ୍କ ଅଗ୍ରଗତି ର ବିକାସ ଦିଗରେ ସର୍ବଦା ବିଚାର ସହ ବିଷୟ ପ୍ରତି ଗୁରୁତ୍ବ ଦେଇ ପୁନର୍ବାର ବିଚାର କରି ସମସ୍ତ ଙ୍କୁ ଆଇ ଦୁଇ ବର୍ଷ କାର୍ଯ୍ୟ କରିବାର ସୂଯୋଗଦେଇ ଏକ ମହାନତା ଇ ଇତିହାସ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l ଏଥିରେ ନଳିନୀ ମଞ୍ଜରି ବାଗ ସଭାନେତ୍ରୀ, ଓଡିଶା ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ସଙ୍କଶିନି ପଣ୍ଡା ସମ୍ପାଦୀକା, ଓଡିଶା ଜିବିକା ମିଶନ ଇସି ସଙ୍ଗ କଳାହାଣ୍ଡି ଜିଲ୍ଲା, ଏବଂ ଅନନ୍ୟା କର୍ମୀ ଲକ୍ଷ୍ମୀ ଭୈସାଲ , ଜୟନ୍ତୀ ମାଝୀ, ପୁଷ୍ପାଞ୍ଜଳି ସା, କୁମୁଦିନୀ ମାଝୀ, ରୂପା ମାଝୀ, ବିମଳା ଟକରିଆ, ଉପସ୍ଥିତ ଥିଲେ ଓ ଓଡିଶା ଜୀବିକା ମିଶନ ଇ ସି ସଂଘ ସଂଲଗ୍ନ ଭାରତୀୟ ମଜଦୁର ସଂଘ ଜିଲ୍ଲା କମିଟି କଳାହାଣ୍ଡି ସମସ୍ତ କର୍ମୀ ସହଯୋଗ ର ହାତ ବଢେଇଥିଲେ l

ଜିଲ୍ଲା ସଭାପତି ଚୟନ ପାଇଁ ସୃଜନ ସଂଗଠନ ଅଭିଯାନ ଓ ବୈଠକ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

* ବିଜେପି ଉପରେ ବିଷ ଓଗାଳିଲେ କଂଗ୍ରେସ ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ)

* ନିର୍ବାଚନ କମିଶନର ସାଜିଛନ୍ତି ବିଜେପି ଏଜେଣ୍ଟ

* ମୋଦି ଙ୍କ ଡିଗ୍ରୀ ଉପରେ ଉଠାଇଲେ ପ୍ରଶ୍ନ

* ରାଜ୍ୟ ବାହାର ର ଲୋକଙ୍କୁ ଓଡ଼ିଶା ଲୁଟିବା ପାଇଁ ମିଳୁଛି ପ୍ରୋତ୍ସାହନ

ଏଥର ସମ୍ଭାଳ (କେସିଙ୍ଗା) – ଜାତୀୟ କଂଗ୍ରେସ ପକ୍ଷରୁ ସାରା ଦେଶରେ ଚାଲିଛି ଜିଲ୍ଲା ସଭାପତି ଚୟନ ପାଇଁ ସୃଜନ ସଂଗଠନ ଅଭିଯାନ।ସାରା ରାଜ୍ୟ ବୁଲି ବୁଲି ଆଜି ସୃଜନ ସଂଗଠନ ଅଭିଯାନ ଆରମ୍ଭ ହୋଇଥିଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିଥ ଆର ଏମ ସି କନଫରେନ୍ସ ହଲ ଠାରେ।ଟାଉନ ସଭାପତି ସୁଭାଷ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଯୋଗ ଦେଇଥିଲେ ଜାତୀୟ କଂଗ୍ରେସ ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ଏ ଆଇ ସି ସି ସେକ୍ରେଟାରୀ ସେଖ ମସ୍ତାନ ୱାଲି ଓ ରାଜ୍ୟ ପର୍ଯ୍ୟବେକ୍ଷକ ପୂର୍ବତନ ଫୁଲବାଣୀ ବିଧାୟକ ଅଭିମନ୍ୟୁ ବେହେରା।ଜାତୀୟ ପର୍ଯ୍ୟବେକ୍ଷକ ନିଜ ଅଭିଭାଷଣରେ ଜିଲ୍ଲା ସଭାପତି ଚୟନରେ ପାରଦର୍ଶିତା ଆଣିବା ପାଇଁ କର୍ମୀ ମାନେ କାହାର ସଭାପତିତ୍ବରେ ଜିଲ୍ଲାରେ କାମ କରିବେ ତାହା ସେମାନେ ହିଁ ନିର୍ଣ୍ଣୟ କରିବେ ବୋଲି କହି ପ୍ରାୟ ଅଧଘଣ୍ଟା କାଳ କେନ୍ଦ୍ର ବିଜେପି ସରକାର ଉପରେ ବିଷ ଓଗାଳିଲେ।ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଡିଗ୍ରୀ ଠୁ ଆରମ୍ଭ କରି ଭୋଟ ଚୋରି ପର୍ଯ୍ୟନ୍ତ ସମସ୍ତ କଥା ଉପସ୍ଥାପନ କରି ଥିଲେ।ନିଜ ଅଭିଭାଷଣରେ ସେ ନିର୍ବାଚନ କମିଶନର ବିଜେପି ର ଏଜେଣ୍ଟ ସାଜିଛି କହିବା ସହ ରାଜ୍ୟ ସରକାର ରାଜ୍ୟ ବାହାର ର ଲୋକ ମାନଙ୍କୁ ଓଡ଼ିଶା ଲୁଟିବା ପାଇଁ ନିମନ୍ତ୍ରଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଆର ଏସ ଏସ ର ବିଚାର ଧାରା ଉପରେ ମଧ୍ୟ ଆଲୋଚନା କରିଥିଲେ।କେନ୍ଦ୍ର ରେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସରକାର ଙ୍କୁ କୌଣସି ପ୍ରଶ୍ନ ପଚାରିଲେ ଇଡି , ଇନକମ ଟ୍ୟାକ୍ସ ର ଡର ଦେଖାଇ ମୁଁହ ବନ୍ଦ କରିବାକୁ ଚେଷ୍ଟା ଚାଲିଛି ବୋଲି ପର୍ଯ୍ୟବେକ୍ଷକ ପ୍ରକାଶ କରି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଓ ପି ସି ସି ସଭାପତି ଭକ୍ତ ଚରଣ ଦାସ ଙ୍କୁ ପ୍ରଶଂସାରେ ପାଟି ଦେଇଥିଲେ।ଆଗାମୀ ଦିନରେ କଂଗ୍ରେସ ଦେଶରେ ଓ ରାଜ୍ୟରେ ଶାସନ ଭାର ସମ୍ଭାଳି ଦେଶର ପ୍ରଗତି କରିବ ବୋଲି ଉପସ୍ଥିତ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୋପଦି ମାଝୀ, ଜିଲ୍ଲା ଯୁବ କଂଗ୍ରେସ ର ମହମ୍ମଦ ସାହେବ, ପୂର୍ବତନ ନଗର ପାଲ ରାମକୁମାର୍ ଜୈନ,ମହେନ୍ଦ୍ର ନାଏକ, ବିଶ୍ୱାସୀ ନାଏକ, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ , ବିଜୟ ଦୀପ, ଡାକ୍ତର ଏହେଶାନ ଖାନ, ରତନ ଦୀପ ଙ୍କ ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ।

ବିଜେପି ପକ୍ଷରୁ ବ୍ଳକ ସ୍ତରୀୟ ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କୃଷିଭିତ୍ତିକ ଓ ଭାଇଚାରା ର ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ମଙ୍ଗଳବାର ଦିନ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ପକ୍ଷରୁ ଆୟୋଜନ ହେବାକୁ ଥିବା କୋକସରା ବ୍ଲକ ସ୍ତରୀୟ ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ରବିବାର କୋକସରା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋକସରା ମଣ୍ଡଳ ବିଜେପି ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ବିଜେପି ସଭାପତି ଧର୍ମବ୍ରତ ପଣ୍ଡା, ଆମପାଣି ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ତୁଲାରାମ ନାଏକ, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଜିଲ୍ଲା ପ୍ରତିନିଧି ସଦସ୍ୟ ଅର୍ଜୁନ ଭାଟି,ଦୁର୍ଗା ପ୍ରସାଦ ପ୍ରଧାନୀ, ବରିଷ୍ଠ କାର୍ଯ୍ୟ କର୍ତ୍ତା ନିଳକଣ୍ଠ ମାଝୀ, ସୁଧୀର ପାତ୍ର,ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା , ମୋଟେର ମଣ୍ଡଳ ସଭାପତି ଧବଳେଶ୍ଵର ଗୋପାଳ ,ଚକ୍ରଧର ବେଶ୍ରା, ମହିଳା ନେତ୍ରୀ ଧରିତ୍ରୀ ବାଗ, ପୁର୍ବତନ ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ମାଝୀ,ସୁଶିଲ ପାଢ଼ୀ, ସୋମନାଥ ବାଗ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ଆୟୋଜନ ନେଇ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଙ୍କ ଅଭିନବ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ପ୍ରଥମ ଥର କରି ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି କର୍ମମୟ ବ୍ୟସ୍ତବହୁଳ ଜୀବନ ରେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଗୁରୁତ୍ଵ ଦେଇ ସମସ୍ତ ସରକାରୀ କର୍ମଚାରୀ ନିଜର କାର୍ଯ୍ୟାଳୟ ର ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇବା କୁ ହେଲେ ନିଜର ତଥା ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ସବଳ ରଖିବା ସହିତ ସ୍ୱାସ୍ଥ୍ୟବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ସଚେତନତା ପ୍ରତି ଜିଲ୍ଲାପାଳଙ୍କ ଏହି ନୂତନ ପରିକଳ୍ପନା ଓ ମହତ ଉଦ୍ୟମ କୁ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଶଂସା କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲୀପ ଦୁବେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଭେଷଜ ଚିକିତ୍ସା ବିଭାଗ,ଦାନ୍ତ ଚିକିତ୍ସା ବିଭାଗ, ଚକ୍ଷୁ, ନାସା,କର୍ଣ୍ଣ ଓ ଗଲା,ଶିଶୁ ରୋଗ ବିଭାଗ ଇତ୍ୟାଦି ର ବିଶେଷଜ୍ଞ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଏହି ଶିବିରରେ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଡି ଡି ପ୍ଲୀନିଂ ସୁକାନ୍ତ ଦଲେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବ୍ରତ ସାହୁ, ଏ ପି ଡି,ବିମ୍ବାଧର ସାହୁ, ଡିଇଜିଏମ୍,ସଞ୍ଜୀବ କୁମାର ଚୌଧୁରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚାରୀ ପ୍ରମୁଖ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ଶତାଧିକ ରୁ ଉର୍ଦ୍ଧ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରର ସୁପରିଚାଳନା ରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ଦାସ ସହଯୋଗ କରିଥିଲେ। ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଲୋକ ରଞ୍ଜନ ମୁଣ୍ଡ, ଅନନ୍ତ କୁମାର ପଣ୍ଡା, ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କଲେ ଗଙ୍ଗାଧର ନନ୍ଦ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ବେଶ ପରିଚିତ । ପ୍ରତିବର୍ଷ କ୍ଲାସରେ ଥିବା ପିଲାମାନଙ୍କ ଶିକ୍ଷାର ସ୍ତରକୁ ହୃଦୟଙ୍ଗମ କରି ସ୍ଵତନ୍ତ୍ର ଭାବେ ଶିକ୍ଷା ଦାନ କରିଥାନ୍ତି । ଦଳଗତ ଭାବେ ପିଲାମାନଙ୍କ ମନରେ ଥିବା ଦ୍ଵନ୍ଦକୁ ସେ ଦୂର କରାଇଥାନ୍ତି । ଶ୍ରେଣୀରେ ପାଠ ପଢ଼ାଇବା ସମୟରେ ତାଙ୍କର ଅଭିନବ ଶିକ୍ଷାଦାନ ଶୈଳୀ ପିଲାଙ୍କ ହିନ୍ଦି ବିଷୟ ପ୍ରତି ଥିବା ଭୟକୁ ଦୂର କରାଇଥାଏ । ଶ୍ରୀ ନନ୍ଦଙ୍କ ନୀତିବାଣୀ ହେଉଛି , ଜଣେ ବ୍ୟକ୍ତି ରୋଜଗାରକ୍ଷମ ହେବା ଅପେକ୍ଷା ପ୍ରଥମେ ସୁନାଗରିକ ହେବା ଆବଶ୍ୟକ । ଏହି ଅନୁଚିନ୍ତାରେ ଶ୍ରୀନନ୍ଦ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ କରାଇଥାନ୍ତି । ମୋବାଇଲ ଠାରୁ ଦୂରରେ ରହି ପୁସ୍ତକକୁ ପିଲାମାନେ କିପରି ବନ୍ଧୁ କରିବେ, ସେଥିପାଇଁ ସେ ଅତ୍ୟନ୍ତ ଯତ୍ନବାନ । ପିଲାଙ୍କ ପାରିପାର୍ଶିକ ସମସ୍ୟାକୁ ବୁଝି ସେ ସମସ୍ୟାର ସମାଧାନ ପାଇଁ ସଦା ସର୍ବଦା ଚେଷ୍ଟିତ । ମାତା ପିତା ସଜି ଦେଶର ଉତ୍ତର ପିଢ଼ିଙ୍କୁ ସେ ପ୍ରସ୍ତୁତ କରାଇଥାନ୍ତି । ତାଙ୍କର ଏହି ଅବଦାନ, ଅଭିନବ ପ୍ରୟାସ ପାଇଁ ଗତ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ କମ୍ଭେଂସନ୍ ସେଣ୍ଟର ଲୋକସଭା ଭବନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ଆଜି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

କୋଲନରାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (କୋଲନରା) – ଅଦ୍ୟ ତା ୦୮-୦୯-୨୦୨୫ରିଖ ଦିନ କୋଲନରା ବ୍ଲକ ସଭାଗୃହଠାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଆରକ୍ଷୀ ଅଧିକରି ଅମୂଲ୍ୟ କୁମାର ଧର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼, ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରୋଜିନୀ ଦେବୀ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୬୬ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୪୨ଟି ବ୍ୟକ୍ତିଗତ,୨୧ଟି ସାମୁହିକ ଦରଖାସ୍ତ ଓ ୦୩ଟି ମେଡିକାଲ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ରେଡ଼କ୍ରସ ପାଣ୍ଠିରୁ ୦୩ଜଣଙ୍କୁ ୪୦,୦୦୦ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୌର ହରି ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦଶରଥୀ ସୋରେନ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିନା ପ୍ରଧାନ ଶିବିର ପରିଚାଳନା କରିଥିଲେ ।

ସାସୁ ବହୁ ମାଳି ସୁରକ୍ଷା ସମିତି ର ପ୍ରସ୍ତୁତି ବୈଠକ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅଧିନସ୍ଥ ସାସୁ ବହୁ ମାଳି ଚତୁଃପାର୍ଶ୍ଵରେ ଆଦିମ କାଳରୁ ବସବାସ କରି ଆସୁଥିବା ନିରିହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବନବାସୀ ମାନେ ଜଳ ,ଜଙ୍ଗଲ,ଓ ମାଁ ମାଟିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ଥିବା ଦେଖିବାକୁ ମିଳିଛି। ଏନେଇ ସାସୁବହୁ ମାଳି ସୁରକ୍ଷା ସମିତି ଆବାହକ ଶ୍ରୀ ରାମଚନ୍ଦ୍ର ମାଝି, କୁଞ୍ଜବନ ନାଏକ, କ୍ଷେତ୍ରମୋହନ ନାଏକ ଙ୍କ ଅଧ୍ୟକ୍ଷତାରେ ଆଜି ବିସ୍ଥାପିତ ଆଠଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୨୦ଟି ଗ୍ରାମ ର ଗ୍ରାମ ବାସୀ ଏକ ତ୍ରୀତ ହୋଇ ବୈଠକ କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣାପଡିଛି, ସୁଚନା ରୁ ପ୍ରକାଶ ଯେ କାଶିପୁର ବ୍ଲକ ରେ ଉତ୍କଳ ଆଲୁମିନା, ଅଦିତ୍ୟ ରିଫେନାରି, ବେଦାନ୍ତ ପରି, କମ୍ପାନୀ ରହି ମଧ୍ୟ ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମୃତ୍ୟୁ ବରଣ କଲେ ସବ ଆସୁବାକୁ ୫ ଦିନ ଲାଗୁଛି, ଏହା ଆମେ ଅନୁଭଵ କରୁଛୁ, ବର୍ତ୍ତମାନ ରାଜ୍ୟ ସରକାର ଓ କେନ୍ଦ୍ରସରକାର ଏବେ ଏହି ସାସୁବହୁ ମାଳି କୁ ପୁଣି ବିଦେଶୀ କମ୍ପାନୀକୁ ବିକ୍ରି କରି , ମାଗଣାରେ ଚାଉଳ, ମହିଳା ଙ୍କୁ ମାଗଣା ଟଙ୍କା, ଚାଷି ଙ୍କୁ ମାଗଣା ଟଙ୍କା ଦେଇ ସରକାର ମୁଁ ହଁ ବନ୍ଦ୍ କରିବାକୁ ଚେଷ୍ଟା ଚଳାଇଥିବାରୁ ଏହା କୁ ସାସୁବହୁ ମାଳି ସୁରକ୍ଷା ସମିତି କେବେ ହେଲେ ସଫଳ କରିବା କୁ ଦେବନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି, ଆଜିର ଏହି ପ୍ରସ୍ତୁତି ବୈଠକ କରେ ଜଳ, ଜଙ୍ଗଲ , ଓ ଜମି ର ସୁରକ୍ଷା ପାଇଁ ଆଠଟି ପଞ୍ଚାୟତ ର ସମସ୍ତ ଗ୍ରାମ ରେ ବୈଠକ କରି ସଚେତନ କରାଇବା ସ଼ହ ମାତୃଭୂମି ର ସନ୍ ମାନ କୁ କେବେହେଲେ ବିକ୍ରି କରି ବା କୁ ଦିଆଯିବ ନାହିଁ, ଏଣୁ, ସୁରକ୍ଷା ସମିତି ଜାଗ୍ରତ ପ୍ରହରି ଭାବେ କାର୍ଯ୍ୟକରି ଐତିହ ପ୍ରାକୃତିକ ଆମର ଏହି ଅସରନ୍ତି ସମ୍ପତି କୁ ବିଦେସି ହାତରେ ବନ୍ଧକ ରଖି ବୁ ନାହିଁ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଥିବା ଶୁଣିବାକୁ ମିଳିଛି । ଉକ୍ତ ପ୍ରସ୍ତୁତି ବୈଠକ କୁ କବି ନାଏକ, ସାବାନା ମାଝି, ଜଳ ମାଝି, ଗୈରି ନାଏକ ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟ କର୍ତ୍ତା ସହଯୋଗ କରିଥିଲେ ।