ସାର ବିକ୍ରିରେ ଆସିଛି ସାମାନ୍ୟ ସୁଧାର…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ସାର ର ଅଭାବି ବିକ୍ରି ରେ ସାମାନ୍ୟ ସୁଧାର ଆସିଛି। ଯେଉଁ ସାର ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ବାଧ୍ୟ ହୋଇ ଚଢ଼ା ଦରରେ କିଣୁଚୁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ବର୍ତ୍ତମାନ୍ ୧ହଜାର ଟନ୍ ମେଟ୍ରିକ୍ସ୍ ୟୁରିଆ ରାୟଗଡ଼ ଜିଲ୍ଲାରେ ପହଁଚିଛି। ଯାହାଦ୍ବାରା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି କ୍ରମରେ ପଣ୍ଡା ଫର୍ଟିଲାଇଜୋର ନାମକ ସାର ବିକ୍ରୟ କେନ୍ଦ୍ର ରେ ଚାଷୀଙ୍କ ଚିନ୍ତା ଦୁର ହୋଇଛି ବୋଲି କିଛି ଚାଷି ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ବିକ୍ରୟ କେନ୍ଦ୍ରରେ ଆଧାର କାର୍ଡ ଦେଖି ସାର ବସ୍ତା ପିଛା ମାତ୍ର ୨୭୦ଟଙ୍କା ନେଉଥିବା ଚାଷି ଖୁଶି ମନରେ କହିଛନ୍ତି।

ଘଣ୍ଟା ଘଣ୍ଟା ଧରି ଚାଷି ମାନେ ଖରାରେ ଠିଆ ହୋଇ ରହୁଥିବା ହେତୁ ପାନୀୟ ଜଳର ବ୍ୟବସ୍ଥା ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ରୁ କିଛି ଚାଷି ଆସି କପା ଚାଷ ନିମନ୍ତେ ଚଢା ଦରରେ ସାର କିଣି ନେଉଥିବା ହେତୁ ରାୟଗଡ଼ ଜିଲ୍ଲାରେ ସାର ଅଭାବି ବିକ୍ରି ଦେଖା ଦେଇଛି ବୋଲି କିଛି ଚାଷୀ ମାନେ କହିଛନ୍ତି। ଆଗାମି ଦିନରେ ସାର ସଙ୍କଟ ସମ୍ପୂର୍ଣ୍ଣ ଭାବେ ଦୁର ହୋଇଯିବ ବୋଲି ବିକ୍ରୟ କେନ୍ଦ୍ର ମାଲିକ କହିଛନ୍ତି।

ଉଦଘାଟିତ ହେଲା ସୁନୀଲ ମେମୋରିଆଲ ଡିୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ…!

!!! ରାୟଗଡ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭଳ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ମିନି ଷ୍ଟାଡିୟମ ଠାରେ ସକାଳ ୯:୩୦ ମିନିଟ୍ ସମୟରେ ରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଏକ ଡ୍ୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୧୭ ତାରିଖ ରେ ସମାପ୍ତ ହେବା ବୋଲି ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ ର ନିର୍ଦ୍ଦେଶକ ଶ୍ରୀ ଶକ୍ତି ଦାଶ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ଓରଫ୍ ସାନ ଗୌଡ, ସମ୍ମାନିତ ଅତିଥି ଭାବେ ଓକିଲ ସଂଘ ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ, ମହର୍ଷି ଗୁରୁକୁଳ ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ ଓ ସମ୍ପାଦକ ଶ୍ରୀ ରାଜେଶ କୁମାର ପଣ୍ଡା, କ୍ରୀଡାବିତ୍ ରବିନ୍ଦ୍ର କୁମାର ପଣ୍ଡା, ସାମାଜ ସେବୀ କୃଷ୍ଣ ମାଧବ ଦାଶ, କଳିଙ୍ଗ ସାମ୍ବାଦିକ ସଙ୍ଘ ର ଉପ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ପ୍ରଥମ ଦିନ ମ୍ୟାଚ୍ ଟି ପାରଳାଖେମୁଣ୍ଡି ଓ ଗୁଣପୁର ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ମଧ୍ୟ ରେ ହୋଇଥିଲା ।ଏଥିରେ ପ୍ରଥମେ ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ଟଚ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ସମୁଦାୟ ୨୫ ଓଭର ଖେଳି ୯ ଗୋଟି ୱିକେଟ ହରାଇ ୧୩୭ ରନ୍ କରିଥିବା ବେଳେ ପାରଳାଖେମୁଣ୍ଡି ଦ୍ଵିତୀୟ ପର୍ଯ୍ୟାୟ ରେ ୨୪ ଓଭର ୩ ଟି ବଲ ଖେଳି ୩ ୱିକେଟ ରେ ବିଜୟୀ ହୋଇଛି। ଜି.ଆଇ.ଇ. ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରୀତମ ପ୍ରଧାନ ସର୍ବାଧିକ ୪୧ ରନ୍ କରିଥବା ବେଳେ ପାରଳାଖେମୁଣ୍ଡି ପକ୍ଷରୁ ସୁନିତ ବେହେରା ସର୍ବାଧିକ ୪୭ ରନ୍ କରି ମେନ ଅଫ୍ ଦି ମ୍ୟାଚ୍ ଲାଭ କରିଛନ୍ତି ଏବଂ ପାରଳାଖେମୁଣ୍ଡି ପକ୍ଷରୁ ସର୍ବାଧିକ ଭାବେ ପି ସତୀଶ ୩ ଗୋଟି ଓ ଶୁଭମ୍ ରାଉତ ୩ ଗୋଟି ୱିକେଟ ନେଇଥିଲେ।