ରାୟଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ
ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ ସହର ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ ଶାଖାର ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ରାଜ୍ୟ ସଭାପତି ସୁଚନ୍ଦ୍ର ମହାନ୍ତି ଉପ ସଭାପତି ଏନ ପ୍ରଭାକର, ଷ୍ଟ୍ରିଁଙ୍ଗ କମିଟି ଅଧ୍ୟକ୍ଷ ଦୁର୍ଯ୍ୟଧନ ନାୟକ, ଗଜପତି ସଭାପତି ନିରଞ୍ଜନ ସ୍ୱାଇଁ, କଟକରୁ ଆସିଥିବା ସଂପାଦକ ଅରୁଣ ବିଶ୍ଵାଳ, ଅଶ୍ଵିନୀ ପଣ୍ଡା, ଅରୁଣ କୁମାର ଦାସ, ଉପଦେଷ୍ଟା ତଥା ନିର୍ବାଚନ ନିରୀକ୍ଷକ ଶରତ ଚନ୍ଦ୍ର ଆନନ୍ଦ, ରାୟଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ସୁଧୀର କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅଧିକାରୀ ମାନେ ସଂଘ ପରିଚାଳନା ଏବଂ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। ଏହି ପରିପେକ୍ଷୀରେ ରାୟଗଡ଼ ରାଜସ୍ଵ କ୍ଷେତ୍ରର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ ହୋଇଥିଲେ। ବେଲେଟ ପେପର ମାଧ୍ୟମରେ ଭୋଟିଂ ହୋଇଥିଲା। ଆର ଆଇ ଅଫିସ, ନେଟ ସମସ୍ୟା, ମୋବାଇଲ ବିଲ୍, ଲାପଟପ୍ ପ୍ରଦାନ କରାଯାଉ, ଗ୍ରେଡ୍ ପେ, ପଦ ଉନ୍ନତି ଭଳି ବିଷୟ ଗୁଡ଼ିକୁ ଆଖି ଆଗରେ ରଖି ନୂତନ କର୍ମକର୍ତ୍ତା ଚୟନ କରିଥିଲେ।

ସଂଘରେ ଥିବା ସମସ୍ତ ସଦସ୍ୟ ରାୟଗଡ଼ ଶାଖା ପାଇଁ ସଭାପତି ଭାବରେ ମନୋଜ କୁମାର ଶବର, ଉପ ସଭାପତି ଭାବରେ ଧରଣି ରଞ୍ଜନ ବେହେରାଙ୍କୁ ଗୁଣୁପୁର ଜୋନ ପାଇଁ ଏବଂ କୃଷ୍ଣ ଶବରଙ୍କୁ ରାୟଗଡ଼ ଜୋନ ପାଇଁ ନିର୍ବାଚିତ ହୋଇଛନ୍ତି। ସେହିଭଳି ସଂପାଦକ ଭାବେ ବାଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ସୁଧିର କୁମାର ସେଠୀ, ଯୁଗ୍ମ ସମ୍ପାଦକ ମିନାକ୍ଷୀ ପାଣିଗ୍ରାହୀ, ପରିଚାଳନା ସମ୍ପାଦକ ଭାବରେ ଦେବଦତ୍ତ ପଣ୍ଡା, ଆନନ୍ଦ ବମ୍ମାନା, କେ. ମଣିକାଣ୍ଟା ଚୟନ ହେଇଛନ୍ତି। ସଂଘ ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମାର୍ଗ ଦର୍ଶକ ଓ ଉପଦେଷ୍ଟା ଭାବରେ ଶିବାନନ୍ଦ ଦାସ, ବାପୁନ ବେହେରା, ବାଳକୃଷ୍ଣ ରଥ, ଅଶୋକ ଦାସ, ନମିତା ଗମାଙ୍ଗ, ଦେବି ପ୍ରସାଦ ମଲ୍ଲିକ ଓ ପ୍ରଦିପ କୁମାର ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି।






