ବଦଳିଲା ସରକାର ହେଲେ ବଦଳି ପାରିନି ମାଝିପୁଟ ବିଦ୍ୟାଳୟ ର ଅବସ୍ଥା ; ବାରଣ୍ଡାରେ ଚାଲିଛି ପାଠପଢା…!

!!! କୋରାପୁଟ ଜିଲ୍ଲାରୁ ଶ୳୲ମଖିଲଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(କୋରାପୁଟ) – ଆଜିକୁ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନ ରେ ହନ୍ତ ସନ୍ତ ହୋଇ ନିଜର ଜୀବନ୍ କାଟୁଥିଲେ ନିରୀହ ଲୋକେ ସେମାନଙ୍କୁ ମିଳୁଥିଲା ଖାଲି ମିଛ ପ୍ରତିଶୃତି ହେଲେ ୨୪ ବର୍ଷ ପରେ ବଦଳିଛି ରାଜ୍ୟ ର ପଟ୍ଟଚିତ୍ର ବଦଳିଛି ସରକାର ହେଲେ ଦୂର ହୋଇ ପାରିନାହିଁ ଲୋକଙ୍କ ଦୁଃଖ ଆଉ ସମସ୍ୟା। ସମସ୍ୟା ଘେରରେ ଭରି ହୋଇ ରହିଥିବା ଏଭଳି ଏକ ଗ୍ରାମ ହେଉଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାପୁଟ ପଞ୍ଚାୟତର ମାଝିପୁଟ ଗ୍ରାମ । ମାଝିପୁଟ ଠାରେ ଥିବା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ 1972 ମସିହାରେ ସ୍ଥାପିତ ହୋଇଥିଲା। ହେଲେ ଆଜିକୁ ୫୦ ବର୍ଷ ପରେ ମଧ୍ୟ ସୁଧୁରି ପାରିନି ସେହି ସ୍କୁଲ ର ମୌଳିକ ସମସ୍ୟା। ସ୍କୁଲ ରେ ନାହିଁ ଯଥେଷ୍ଟ ଶିକ୍ଷା ଗୃହ ଯାହା ଅଭାବରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉ ଥିବା ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଅଭିଭାବକ ଏବଂ ଅଞ୍ଚଳ ବାସୀମାନେ ବିଦ୍ୟାଳୟରେ ଗଦାମ ଘର, ରୋଷେଇ ଘର, କ୍ଲାସ ରୁମ୍ ଗୁଡିକ୍ ର ମୂଳ ଆବଶ୍ୟକ ଥିବା ବେଳେ ଏଠି କିନ୍ତୁ ଏହାର୍ ଅଭାବ ନେଇ ଦୀର୍ଘ ଦିନ ଧରି ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନଙ୍କୁ ବହୁବାର ଅନୁରୋଧ କରାଗଲେ ମଧ୍ୟ ଏହାର ସମାଧାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ।ଯଦ୍ୱାରା ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ଏହା ପ୍ରଭାବିତ ହେଉଅଛି । କେବେ ସରକାର ଏହି ସମସ୍ୟା ଦିଗରେ ଦୃଷ୍ଟି ଦେବେ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସ୍ରୁଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଛାତ୍ରଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଓ ସରକାର ନୂଆ କ୍ଲାସ୍‌ରୁମ ସହ ବିଦ୍ୟାଳୟ ର ମୌଳିକ ସୁବିଧା ନିମନ୍ତେ ଗୁରୁତ୍ଵ ଦେଉଛନ୍ତି।

କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଏକ ବୌଧୂକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଏକ ବୌଧୂକ ଚର୍ଚ୍ଚା କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦିତ ହୋଇ‌ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ବିଜୟ ବୋହିଦାର ଯୋଗଦାନ କରି ସାଂପ୍ରତିକ ସମୟରେ ଜଗତୀକରଣ ଓ ରାଷ୍ଟ୍ର” ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଳେ ଥିଲେ । କାର୍ଯ୍ୟକ୍ରମରେ ମହା ହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ସଭାପତିତ୍ବ କରି କରିଥିବାବେଳେ ରାଜନୀତି ବିଭାଗର ମୁଖ୍ୟ ଶ୍ରୀ ରାଈ ମୋହନ ମାଝୀ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପକ ସୁନିଳ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟିର ୧ ଘଣ୍ଟା ରାଷ୍ଟ୍ର ପାଇଁ କାର୍ଯ୍ୟକ୍ରମ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ବ ରେ ୧୭ ସେପ୍ଟେମ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିଥିବା ସେବା ପକ୍ଷ ପାଳନ କାର୍ଯ୍ୟକ୍ରମ ଜାରି ରହିଛି। ଏହାରୀ ଭିତରେ ରେ ପ୍ରଖର ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଚିନ୍ତକ ଏବଂ ସୁ ସଂଗଠକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଏକାତ୍ମ ମାନବବାଦର ବିଚାରଧାରା ରଖୁଥିବା ମହାନ୍ ବ୍ୟକ୍ତିତ୍ଵ ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ” ୧ ଘଣ୍ଟା ରାଷ୍ଟ୍ର ପାଇଁ” ସମର୍ପଣ କାର୍ଯ୍ୟକ୍ରମ ରହିଥିଲା ।ଏହି କାର୍ଯ୍ୟକ୍ରମ ଅନୁଯାଇ ଏକ ପେଡ ମାଆ କେ ନାମ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ଭବାନୀପାଟଣା ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ଠାରେ ପାଳନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ମହାରାଜା ଶ୍ରୀ ଅନନ୍ତ ପ୍ରତାପ ଦେଓ ଜି ବରିଷ୍ଟ ନେତା ଭାରତ ଦେଓ ,ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା,ପୂର୍ବତନ ବିଧାୟକ ଅନାମ ନାଏକ ,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,କବି ଭବାନୀଶଙ୍କର ନିୟାଲ୍,ମଣ୍ଡଳ ସଭାପତି ଚିତ୍ତ ରଞ୍ଜନ ପାତ୍ର ,ପୂର୍ବତନ ସଭାପତି ସନ୍ତୋଷ ବିଶି ,ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଯୟଦେବ ସାହୁ , ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ଶୋଭାଗିନି ପାତ୍ର ,ଙ୍କ ସମତେ ସମସ୍ତ ନଗର କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହା ପରେ ଜିଲ୍ଲା କାର୍ଯ୍ୟଳୟ ଠାରେ ପଣ୍ତିତ ଦିନଦୟାଲ ଉପାଧ୍ୟାୟ ଙ୍କ ଫଟୋ ଚିତ୍ର ରେ ମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଜୀବନୀ ଉପରେ ଉପସ୍ଥିତ ନେତୃବୃନ୍ଦ ସ୍ମୃତି ଚାରଣ କରି ଥିଲେ ଓ ନଗର ସାଧାରଣ ସମ୍ପାଦକ ପ୍ରଦିପ ଦାସ ମଞ୍ଚ ପରିଚାଳନା କରିଥିଲେ ଓ ନଗର ସଭାପତି ଚିତ୍ତରଂଜନ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ଟିକିରି କୁ ବ୍ଲକ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଅଞ୍ଚଳବାସୀ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – କାଶୀପୁର ବ୍ଲକର ଟିକିରି ଅଞ୍ଚଳକୁ ବ୍ଲକ ମାନ୍ୟତା ଦାବିରେ ୧୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ଲକ ପୁନର୍ଗଠନ ବେଳେଏହାକୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ପୂର୍ବତନ ବିଧାୟକ ବିଭୀଷଣ ମାଝୀଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧିମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ସହାୟତା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ କାଶୀପୁର ବ୍ଲକରେ ୨୪ ପଞ୍ଚାୟତରେ ପ୍ରାୟ ଦେଢ଼ ଲକ୍ଷ ଜନସଂଖ୍ୟା ରହିଛି। ବ୍ଳକର ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଗ୍ରାମପଞ୍ଚାୟତ ଠାରୁ ୨୫ରୁ ୪୦କିଲୋମିଟର ଦୂରରେ ରହିଛି ବ୍ଳକ ସଦର ମହକୁମା।ପ୍ରଶାସନିକ ସୁବିଧା ଦୃଷ୍ଟିରୁ କାଶୀପୁର ବ୍ଲକକୁ ବିଭାଜନ କରି ଟିକିରିରେ ନୂତନ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଟିକିରି ପଞ୍ଚାୟତ ସହିତ କୋଡ଼ିପାରି, ଡଙ୍ଗାସିଲ, କୁଚେଇପଦର,ହାଡ଼ିଗୁଡ଼ା, ପୋଡ଼ାପାଡ଼ି, ବାଙ୍କୀମ୍ବ, ନକଟିଗୁଡ଼ା,ଶଙ୍କରଡ଼ା, ହୁଡୁକାବାହାଲ ଏବଂ ଗୋରଖପୁର ପଞ୍ଚାୟତର କିଛି ଅଂଶକୁ ମିଶାଇ ଟିକିରିରେ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶିଳ୍ପାଞ୍ଚଳରେ ରହିଥିବା ଟିକିରିରେ ଚାରୋଟି ସରକାରୀ ଓ ବେସରକାରୀ ହାଇସ୍କୁଲ, ଯୁକ୍ତ ଦୁଇ କଲେଜ, ପୁଲିସ ଥାନା, ଫରେଷ୍ଟ ରେଞ୍ଜ ଅଫିସ, ରେଳ ଷ୍ଟେସନ, ତିନିରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ଅନ୍ୟ କାର୍ଯ୍ୟାଳୟ ରହିଛି। ରାୟଗଡ଼ା ଜିଲ୍ଲା ପୁନର୍ଗଠନ ସମୟରେ ତତ୍କାଳୀନ ସରକାର ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବା ନେଇ ୧୯୯୩ ମସିହାରେ ତତ୍କାଳୀନ ତହସିଲଦାର ତ୍ରିନାଥ ନାହାକଙ୍କ ତତ୍ତ୍ବାବଧାନରେ ପ୍ରସ୍ତାବିତ ଟିକିରି ବ୍ଲକର ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏହିସବୁ ଦୃଷ୍ଟିକୋଣରୁ ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ ଦାବି କରିବା ଯଥାର୍ଥ ବୋଲି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରିଥିଲେ।

ଟିକିରିରେ ପ୍ରସ୍ତାବିତ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏହି ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ନାଏକ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ପୂର୍ବତନ ସରପଞ୍ଚ ସାନ୍ଧୁଚରଣ ମାଝୀ, ପାତଡ଼ି ମାଝୀ, ଗଣେଶ ସାଉନ୍ତା, ଆଇନଜୀବୀ ଉପେନ୍ଦ୍ର ମାଝୀ, ଆଦିବାସୀ ସମାଜର ବ୍ଲକ ସଭାପତି ଶିବ ମାଝୀ, ରାମନାଥ ମାଝୀ ଉପସ୍ଥିତ ଥିଲେ।

ସୋଚନୀୟ ହୋଇପଡ଼ିଛି ଗୋରଖପୁର ହାଟପଦା ଠାରୁ ଚାରଯୋଡି ରାସ୍ତା ର ଅବସ୍ଥା …!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ହାଟପଦା ଠାରୁ ଚାରଯୋଡି ପଞ୍ଚାୟତ ରାସ୍ତା ନିର୍ମାଣ ପାଇଁ ଗୋରଖପୁର ଗ୍ରାମ ବାସୀ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସରକାରୀ ଅଫିସ ଲିଖିତ ଆକାରରେ ଅଭିଯୋଗ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁ ନାହିଁ । ଗ୍ରାମ ବାସୀ କହିବା ଅନୁସାରେ ୨୦୨୩ ମସିହାରେ ରାୟଗଡ଼ା ଉପଜିଲ୍ଲାପାଳ ଙ୍କୁ ଲିଖିତ ଦେଇଥିଲେ! ତାପରେ ୨୦୨୪ ମସିହାରେ ପ୍ରଥମେ କାଶିପୁର ବ୍ଲକ ବିଡିଓ, ଏହା ପରେ ଆଇଟିଡିଏ ଅଫିସ ,ଆରଡ଼ି ଅଫିସ ଗୁଡ଼ିକ କୁ ଡାକଘର ମାଧ୍ୟମରେ ଲିଖିତ ଆକାରରେ ଜଣାଇଥିଲେ ଓ ଏହା ପରେ ୨୯-୦୨-୨୦୨୪ ମଧ୍ୟ ରାୟଗଡ଼ା ଜିଲ୍ଲା ପାଳ ନିକଟକୁ ମଧ୍ୟ ଡାକଘର ମାଧ୍ୟମରେ ଲିଖିତ ଆକାରରେ ଜଣାଇଥିଲେ ।

ଗୋରଖପୁର ଗ୍ରାମ ବାସୀ କହିବା ଅନୁଯାୟୀ ଓଡ଼ିଶାର ସରକାର ଦ୍ଵାରା ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରା ଯାଉଛି କିନ୍ତୁ ଆଜି ଯାଇ ଗୋରଖପୁର ଗ୍ରାମ ହାଟପଦା ଠାରୁ ଚାରଯୋଡି ରାସ୍ତା କାହିଁକି ନିର୍ମାଣ ହୋଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଏହି ଗ୍ରାମରେ ବର୍ଷା ହେଲେ ବହୁତ ଅସୁବିଧାର ସମ୍ମୁଖିନ ହୋଇ ଯାତାୟତ କରନ୍ତି! ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ଏହା ସହ ରାସ୍ତା ଦୁଇ ପାର୍ଶ୍ଵରେ ଡ୍ରେନ୍ ଗୁଡ଼ିକ କ ମାଟିରେ ପତି ହୋଇ ଯାଇଛି ଯାହା ଫଳରେ ରାସ୍ତା ଉପରେ ପାଣି ଜମି ରହୁଛି। ଏହା ସହ ପାଣି ଜମି ରହିବା ସହ ମଛା ମାଛି ମଧ୍ୟ ଜମି ରହୁଛି ଯାହା ଫଳରେ ରୋଗ ରେ ମଧ୍ୟ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ କହିଛନ୍ତି । ତେଣୁ ଗ୍ରାମବାସୀ ଗଣମାଧ୍ୟମ ଦ୍ୱାରା ଗୃହାରୀ କରି କହିଛନ୍ତି । ତୁରନ୍ତ ଗୋରଖପୁର ହାଟପଦା ଠାରୁ ଚାରଯୋଡି ରାସ୍ତା ନିର୍ମାଣ ଅନୁରାଧା କରିଛନ୍ତି।

କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କ ବ୍ଲକ ସମ୍ମୁଖରେ ଧାରଣା…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ incensetive based ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦାବିରେ ଆଜିଠାରୁ ୩ଦିନ ଧରି ଗଣ ଧାରଣାରେ ବସିବେ ବୋଲି କହିଛନ୍ତି। ମିଳିଥିବା ସୁଚନା ପ୍ରକାରେ ରାୟଗଡ଼ ବ୍ଳକ୍ ର ୨୮ଗୋଟି ପଞ୍ଚାୟତର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଆଜି ରାୟଗଡ଼ ବ୍ଲକ କାର୍ଯ୍ୟଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏମାନଙ୍କ କହିବା କଥା ଆମ ଦାବି ନ ଶୁଣିବା ପର୍ୟ୍ୟନ୍ତ ଆମ୍ଭେମାନେ ସକାଳ ଠାରୁ ସଂଧ୍ୟା ପର୍ୟ୍ୟନ୍ତ ଏହିଭଳି ବସି ରହିବୁ। ଆଜକୁ ୬ମାସ ହେଲା ପୂର୍ବରୁ ପାଉଥିବା ସ୍ଥାୟୀ ଦରମା ନ ପାଇ ବାରମ୍ବାର ବିଭାଗୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ର ବାଟ କରାଗଲା ନାହିଁ। ରାୟଗଡ଼ ଜିଲ୍ଳାର ଆସୋସିଏସନ୍ ତରଫରୁ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ପର୍ୟ୍ୟନ୍ତ ସ୍ଥାୟୀ ଦରମାର ସ୍ଥାୟୀ ସମାଧାନ ନ ହେବା ପର୍ୟ୍ୟନ୍ତ ବ୍ଲକର ଓଡ଼ିଶା ଜୀବିକା ମିଶନ ଅଫିସକୁ ତାଲା ପକାଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ତା ୨୨-୯-୨୫ ରିଖ ଠାରୁ ଗଣ ଧାରଣାରେ ବସିବା ପାଇଁ ସଂଘ ନିଷ୍ପତ୍ତି ନେଇଛି ବୋଲି ସୁମିତ୍ରା ତୁରୁକ୍, କସ୍ତୁରୀ କିଲ୍ଲାକା, ରିତା ପେଡେଣ୍ଟି, ସ୍ୱୋପ୍ନା କାଡ୍ରାକା, ପାର୍ବତୀ ମାଣ୍ଡାଙ୍ଗି, ମାଧୁରୀ ବେଣିଆ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ୍ କୁମାର ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସ୍ଵର୍ଗତ ନିରଞ୍ଜନ ପ୍ରଧାନ (ବିଦ୍ରୋହୀ) ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ସ୍ଥାନୀୟ ଅମଲା ଭବନ ଠାରେ ସ୍ଵର୍ଗତ ନିରଞ୍ଜନ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଟିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଭାରତ ଭୂଷଣ ଠାକୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ପ୍ରଫେସର ବିଜୟ ବହିଦାର ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ବିଦ୍ରୋହୀଙ୍କ ସ୍ମୃତି ଚାରଣ କରି ଦେଶର ବିଭିନ୍ନ ଟ୍ରେଡ଼ ୟୁନିଅନ ଦ୍ଵାରା ହେଉଥିବା ବିଦ୍ରୋହ ସମ୍ପର୍କରେ ସୂଚନା ଦେଇ ନିରଞ୍ଜନ ବିଦ୍ରୋହୀ ଙ୍କ ଅବଦାନ ସମ୍ପର୍କରେ କହିଥିଲେ। ସମ୍ମାନୀତ ଅତିଥି ଭାବେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲିଙ୍ଗରାଜ ଆଜାଦ, ରଜତ ପ୍ରଧାନ, ଅନୱର ଭାରତୀ,ସତ୍ୟ ମାହାର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସୁନାନୀ, ସୁରେଶ ସଂଗ୍ରାମ, ଅଗଷ୍ଟ ନାୟକ, ସନ୍ତୋଷ ମୁଣ୍ଡ ପ୍ରମୂଖ ସ୍ମୃତି ଚାରଣ କରିଥିଲେ। ଆଇନଜୀବୀ ସିଦ୍ଧାର୍ଥ ନାୟକ ସ୍ମୃତି ସଭାମଞ୍ଚ ପରିଚାଳନା କରିଥିଲେ। ନିରଞ୍ଜନ ସ୍ମୃତି ସମ୍ମାନ ଭାବେ କୃଷି କ୍ଷେତ୍ରରେ ଜୁନାଗଡ଼ ଅଞ୍ଚଳର ଲକ୍ଷ୍ମଣ ରଣବୀର, ସମାଜ ସେବା କ୍ଷେତ୍ରରେ ଭାବଗ୍ରାହୀ ନାୟକ, ପରିବେଶ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ଜିଲ୍ଲା କଲ୍ୟାଣୀ ସିଂ ପୁର କୃଷ୍ନ ସିକକା ଙ୍କୁ ସମ୍ମାନୀତ କରାଯାଇଥିଲା। ନିରଞ୍ଜନ ସ୍ମୃତି କମିଟି ଆବାହକ ଇନ୍ଦ୍ରଜିତ୍ ମହାଖୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ପ୍ରଥମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ସେବା ପର୍ବ ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇ ସ୍କୁଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ଚିତ୍ରକର, ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଥିମ ସମ୍ପର୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା କର୍ମଶାଳାର ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭ ଉଦଘାଟନ କରି ଚିତ୍ରଙ୍କନ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭି.ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ)ଅନିମେଷ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧିକାରୀ ପ୍ରମୋଦ କୁମାର ପାଢୀ, ଜିଲ୍ଲା ଭା.ଜ.ପା. ସଭାପତୀ ଯୁଗଳ କିଶୋର ପୋଢ, ଏମ୍.ପି. ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା, ଡଃ. ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୨୩ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରି ବିକଶିତ ଭାରତ ଥିମ ସମ୍ପର୍କରେ ସୁନ୍ଦର ଚିତ୍ର ଆଂକିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ଶୁଭମ ଓମକାର, ଡ୍ରିମ ପବ୍ଲିକ ସ୍କୁଲ, ପ୍ରଥମ ସ୍ଥାନ ପାଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂଦୀପ ଦୁବେ ଦ୍ଵିତୀୟ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ସ୍ମୁତି ପ୍ରଜ୍ଞା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କଲେଜ ସ୍ତରରେ ଉଦ୍ୟାନସୁ ବାଗ, କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ପ୍ରଥମ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରକାଶ ନାଏକ ଦ୍ୱିତୀୟ ଓ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ଶ୍ରୀଧର ରାଉତ ତୃତୀୟ ସ୍ଥାନ ପାଇଥିଲେ । ବୃତ୍ତିଗତ ଚିତ୍ରାଙ୍କନ ପ୍ରତିଯୋଗିତା ବର୍ଗରେ ସଂଗ୍ରାମ ସରାଫ ପ୍ରଥମ, ତରୁଣ ମହାପାତ୍ର ଦ୍ୱିତୀୟ ଓ ଲିଙ୍ଗରାଜ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ତିନୋଟି ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ସମସ୍ତ ପେଣ୍ଟିଙ୍ଗ କୁ ରାଜ୍ୟ ସ୍ତରକୁ ପଠାଯିବ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ ।

ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ଅର୍ଥ ବିଭାଗ ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ତରଫରୁ ସେବା ପର୍ବ ଉପଲକ୍ଷେ ସଞ୍ଚୟ ବୃକ୍ଷରୋପଣ କରାଯାଇ ସ୍ୱଳ୍ପ ସଞ୍ଚୟ ତଥା ଆର୍ଥିକ ସ୍ଵାକ୍ଷରତା ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲା ଆର୍ଥିକ ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ମେଦିନୀପୁର ପଞ୍ଚାୟତରେ ଏକ ସଞ୍ଚୟ ବୃକ୍ଷରୋପଣ ପରେ ଆଞ୍ଚଳିକ ସେବା ଓ ସ୍ଵାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା ସହ ନିର୍ଦ୍ଦେଶକ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ସେବା କଳାହାଣ୍ଡି ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଏହି ଶିବିରରେ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ବହୁ ଲୋକ ସାମିଲ ହୋଇ ଏହାର ଲାଭ ଉଠାଇପାରିବେ ସେ ସମ୍ପର୍କରେ ଗୁରୁତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ପୋଷ୍ଟାଲ ସୁପରିଟେନଡେଣ୍ଟ ସୁଶାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ ।

ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ବହୁଜନ ସମାଜ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟଳୟ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଧିମାନ ସରୋଜ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଡ଼ଃ. ଲାଲଜୀ ମେଧାନକର ଜି କେନ୍ଦ୍ରୀୟ ସଂଯୋଜକ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ରାଜ୍ୟ ସଂଯୋଜକ ଧୀମାନ ସୁଧୀର କୁମାର ନାୟକ, ଉପ-ସଭାପତି ଧୀମାନ ବିଭୂତି ମାଝୀ ଯୋଗ ଦେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ଧୀମାନ ମଧୁ ସୁଦନ ଯାଦବ ସଭା ପରିଚାଳନା କରିଥିଲେ । ଦଳର ସାଙ୍ଗଠନିକ କାର୍ଯ୍ୟର ଦୃଢ଼ି କରଣ ପାଇଁ କେନ୍ଦ୍ରୀୟ ସଂଯୋଜକ ସମ୍ମାନନୀୟ ଲାଲଜୀ ମେଧାନକର୍ ଜୀ ରାଜ୍ୟ କମିଟିର ସମ୍ପ୍ରସାରଣ କରିଥିଲେ । ଏହି କମିଟିରେ କଳାହାଣ୍ଡି ଜିଲ୍ଲାରୁ ଧୀମାନ ଯୋଗେଶ୍ୱର ସାଗର ଙ୍କୁ ରାଜ୍ୟ ସମ୍ପାଦକ ଭାବରେ ମନୋନୀତ କରି ରାୟଗଡ଼ା ଜୋନ ଭୁକ୍ତ କଳାହାଣ୍ଡି ଜିଲ୍ଲାର ସଂଗଠନ ଦାୟିତ୍ଵ ଅର୍ପଣ କରିଥିଲେ । ଯେଉଁ ଜିଲ୍ଲା ମାନଙ୍କର ଜିଲ୍ଲା କମିଟି ଗଠନ ହୋଇ ନଥିଲା ସେହି ଜିଲ୍ଲା ମାନଙ୍କ କମିଟି ଗଠନ ପାଇଁ ଜିଲ୍ଲା ସଭାପତି ମାନଙ୍କ ନାମ ଘୋଷଣା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ପାଇଁ ଧୀମାନ ସୋମନାଥ ନାଏକଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ ଯେ, ଜିଲ୍ଲା କମିଟି ଗଠନ କରି ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟିର ସଭ୍ୟ/ସଭ୍ୟା ମାନଙ୍କ ନାମ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ । ତା ସହିତ ଦଳର ସାଙ୍ଗଠନିକ ଦୃଢ଼ ସମ୍ପ୍ରସାରଣ ପାଇଁ ନିର୍ବାଚନ ମଣ୍ଡଳୀ କମିଟି, ବ୍ଲକ କମିଟି, ସେକ୍ଟର କମିଟି, ବୁଥ କମିଟି ଗଠନ କରି ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସଭାପତିଙ୍କ ପାଖରେ ଦାଖଲ କରିବେ। ମାନନୀୟ ସୋମନାଥ ନାଏକଙ୍କୁ କଳାହାଣ୍ଡି ଜିଲ୍ଲାର ସଭାପତି ଭାବେ ଘୋଷଣା ପରେ ଜିଲ୍ଲାର ବହୁଜନ ସମାଜ ଏବଂ ଦଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଛି। ସେମାନେ ମାତ ପ୍ରକାଶ କରିଛନ୍ତି ଯେ , ସୋମନାଥ ନାଏକ ଜଣେ ବରିଷ୍ଠ ଓ ଦଳର ଅନୁଭୂତି ସମ୍ପନ୍ନ କର୍ମକର୍ତ୍ତା ଥିଲେ , ତେଣୁ ତାଙ୍କ ନେତୃତ୍ୱରେ ଜିଲ୍ଲା ସଂଗଠନ ଆହୁରି ସୁଦୃଢ଼ ହୋଇ ପାରିବ ବୋଲି ମତ ପ୍ରକାଶ ପାଇବା ସହିତ ଅଞ୍ଚଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି।