ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଏକ ପେଡ ମା କେ ନାମ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ,କେସିଂଗାରେ ଦ୍ୱିତୀୟ ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଓ ‘ଏକ ପେଡ ମା କେ ନାମ ‘ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିଜ ଅଭିଭାଷଣରେ ସଭାପତି ଶ୍ରୀ ବେହେରା ଗୁଣାତ୍ମକ , ସମନ୍ବିତ ଓ ସାମଗ୍ରିକ ବିକାଶରେ ଶିକ୍ଷା, ଖାଦ୍ୟ , ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉପସ୍ଥିତ ପିତାମାତା, ଅଭିଭାବକ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ବୈଠକରେ ଓଡ଼ିଶା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସମସ୍ତ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅଭିଭାବକମାନେ ଗଠନମୂଳକ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।ପରବର୍ତୀ ସମୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରି ସମସ୍ତ ଅଭିଭାବକ /ଅଭିଭାବକ। ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଆଜି ସକାଳ ୧୦:୩୦ ରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଏନ.ସି.ସି ଆର୍ମୀ ,ଏୟର ଏବଂ ନାଭାଲ ବିଭାଗର କ୍ୟାଡେଟ ତଥା ଇକୋ କ୍ଲବ ଏବଂ ଶକ୍ତି କ୍ଲବ ର ଛାତ୍ର ଛାତ୍ରୀ ଭାଗନେଇଥିଲେ।କେସିଂଗା ବନାଞ୍ଚଳ ବିଭାଗର କର୍ମଚାରୀ ସକ୍ରୀୟ ଯୋଗଦାନ କରିଥିଲେ।ଏହାପରେ ୪୦ରୁ ଉର୍ଦ୍ଧ୍ଵ ମାଆମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏବଂ ଅପରାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କେସିଙ୍ଗା ଆନୁକୁଲ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛେତ୍ରୀ, ସ୍ବତନ୍ତ୍ର ଅତିଥି ଶ୍ରୀ ଶିବପ୍ରସାଦ ବେହେରା, ଅବସରପ୍ରାପ୍ତ ଅଧ୍ୟକ୍ଷ , ଡି.ଏ.ଭି. ସ୍ବୟଂଶାସିତ କଲେଜ, ଟିଟିଲାଗଡ଼ , ଏବଂ ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା, ପ୍ରକୃତି ବନ୍ଧୁ ଶ୍ରୀ ଅଭୟ କୁମାର ଦେବତା, କେସିଙ୍ଗା ବନାଞ୍ଚଳ ସୁରକ୍ଷା କର୍ମୀ ଶ୍ରୀ ଧନଞ୍ଜୟ ନିଆଲ୍, ସି.ଆର୍,ସି.ସି. ଶ୍ରୀ ଚନ୍ଦ୍ର ଧ୍ବଜ ନାଗ ଯୋଗଦାନ କରିଥିଲେ ଏବଂ ‘ଏକ ପେଡ ମା କେ ନାମ’ ଆହ୍ବାନର ଉପାଦେୟତା ଓ ପ୍ରାସଙ୍ଗିକତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅବତାରଣା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରା ଏହି ଅଧିବେଶନର ସଭାପତିତ୍ବ କରିଥିଲେ ଓ ଶିକ୍ଷକ ଶ୍ରୀ ଜି.କ୍ରିଷ୍ଣା ରେଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ସି.ଆର୍. ସି.ସି.ମାନେ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ,କେସିଙ୍ଗାର ସମସ୍ତ ଶିକ୍ଷା ଓ ଅଣ ଶିକ୍ଷା କର୍ମଚାରୀମାନେ ସକ୍ରିୟ ସାହାଯ୍ୟ ଓ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପାଳନ ଉପଲକ୍ଷେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବ ମହାସମାରୋହରେ ଉତ୍ସାହର ସହିତ ପାଳନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସରକାରୀ/ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କର ପୂର୍ଣ୍ଣ ସହଯୋଗ ଜିଲ୍ଲାପାଳ କାମନା କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ତା. ୧୪.୦୮.୨୦୨୫ ମଧ୍ୟ ରାତ୍ରିରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମଶାଲ ଶୋଭାଯାତ୍ରା, ତା. ୧୫.୦୮.୨୦୨୫ ପ୍ରାତଃ ୪:୩୦ ସମୟରେ ସହରରେ ରାମଧୁନ ପରିବେଷଣ, ସକାଳ ୭:୩୦ ସମୟରେ ସମସ୍ତ ସରକାରୀ/ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ମାଲ୍ୟାର୍ପଣ, ସ୍ଥାନୀୟ ଲାଲ୍ ବାହାଦୁର ଷ୍ଟାଡିୟମ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ୯:୧୫ ସମୟରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ଜିଲ୍ଲାସ୍ତରୀୟ ପ୍ୟାରେଡ ଉତ୍ସବ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା, ବିଭିନ୍ନ ସ୍ଵଚ୍ଛାସେବି ଅନୁଷ୍ଠାନର ସହଯୋଗରେ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା କାରାଗାର, ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ଫଳ ଓ ମିଷ୍ଠାନ୍ନ ବଣ୍ଟନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ରକ୍ତଦାନ ଶିବିର, ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲଠାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେଶନ) ଅନିମେଷ ପ୍ରଧାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିହ ଚରଣ ପଟ୍ଟନାୟକ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ପୌରପାଳିକା ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ନାଏକ, ପୋଲିସ ଆର.ଆଇ. ସୁରେଶ କୁମାର ବଳିଆରସିଙ୍ଗ, ଆସିଷ୍ଟାନ୍ତ କମାଣ୍ଡଡେଣ୍ଟ ମହେନ୍ଦ୍ର ଭୋଇ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଶିକ୍ଷାବିଦ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ ବୈଠକର କାର୍ଯ୍ୟସୂଚୀ ପଠନ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତୁଣ୍ଡଲା ରେ ବାଲ୍ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ତୁଣ୍ଡଲା ଗ୍ରାମରେ ସରକାର ଙ୍କ ଲକ୍ଷ୍ୟ କୁ ପୂରଣ କରିବା ପାଇଁ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନ ଉଦ୍ଦେଶ୍ୟ ରେ ତୁଣ୍ଡଳା ଗ୍ରାମ ପଞ୍ଚାୟତ ରେ ବାଲ୍ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଅଛି ।ଉକ୍ତ ବାଲ୍ ସଭା କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ସରୋଜ କୁମାର ସେଠ, ପିଇଓ ଶ୍ରୀ ପାର୍ଥ ରଣା, ଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଆଇସିଡ଼ିଏସ ବିଭାଗ ର ଅଧିକାରୀ ଙ୍କ ସହିତ ୪୦ ଜଣ ବାଳକ, ବାଳିକା ଉପସ୍ଥିତ ଥିଲେ । ଉକ୍ତ ସଭା ରେ ବାଳକ, ବାଳିକା ଙ୍କ ସ୍ୱାସ୍ଥ୍ୟ, ପୋଷଣ, ପରିମଳ ବିଷୟରେ ଆଲୋଚନା କରାଗଲା । କେସିଙ୍ଗା ବ୍ଲକ ରେ ଏହା ପ୍ରଥମ ବାଲ୍ ସଭା ଅନୁଷ୍ଠିତ କରାଯାଇଥିବା ତୁଣ୍ଡଲା ପିଇଓ ଶ୍ରୀ ପାର୍ଥ ରଣା ପ୍ରକାଶ କରିଛନ୍ତି ।

ପାଷ୍ଟିକୁଡ଼ି କୁ ନୂତନ ବ୍ଳକ ଘୋଷଣା ପାଇଁ ଅରବିନ୍ଦ ସାହୁ ଙ୍କ ନେତୃତ୍ୱରେ ଦାବିପତ୍ର …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଓଡ଼ିଶା ସରକାର ନୂଆ ବ୍ଲକ ଗଠନ କରିବା ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦାବି ଜୋର୍ ଧରିଥିବା ବେଳେ ପାଷ୍ଟିକୁଡ଼ି ଗ୍ରାମ ପଞ୍ଚାୟତ ସହ ଚାରି ପାଖରେ ଥିବା ୧୩ ଟି ଗ୍ରାମ ପଞ୍ଚାୟତ କୁ ନେଇ ନୂତନ ବ୍ଲକ୍ ଘୋଷଣା ପାଇଁ ଯୁବ ନେତା ଅରବିନ୍ଦ ସାହୁ ଙ୍କ ନେତୃତ୍ବ ରେ ମାନ୍ୟବର ଓଡିଶା ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ପୁର୍ବତନ ବ୍ଲକ ଚେୟାରମେନ ସ୍ବର୍ଗତ ଶେଷଦେବ ସାହୁ ଙ୍କ ନେତୃତ୍ୱରେ ୧୯୯୩ ମସିହାରୁ ପାଷ୍ଟିକୁଡ଼ି କୁ ବ୍ଲକ୍ ଘୋଷଣା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ କିନ୍ତୁ ସେହି ସମୟରେ ଓଡ଼ିଶାରେ ବ୍ଲକ ସମ୍ପ୍ରସାରଣ ହୋଇ ନ ଥିଲା। ବର୍ତ୍ତମାନ ନୂତନ ବ୍ଲକ ଘୋଷଣା ହେବା ସୂଚନା ଆସୁଥିବାରୁ ପାଷ୍ଟିକୁଡ଼ି କୁ ବ୍ଲକ ମାନ୍ୟତା ଦାବି ଜୋର୍ ଧରିଛି। ପାଷ୍ଟିକୁଡ଼ି କୁ ବ୍ଲକ୍ ମାନ୍ୟତା ପାଇଁ ସଦର ବ୍ଲକ୍ ର ଥୁଆପଦର କର୍ଲାଗୁଡା ପାଳସିଝରଣ ଚହଗାଁ କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡ଼ି ଅଧମୁଣ୍ଡା ଫଟକାମାଲ ନାସିଗାଁ ଚାଞ୍ଚେର ଗୋକୁଲସର ଦେଗାଁ ଦାଦପୁର ର ସମସ୍ତ ସରପଞ୍ଚ ଦୁଇ ଜିଲ୍ଲା ପରିଷଦ ସଦସ୍ୟ ଦୁଇ ପୂର୍ବ ବ୍ଲକ୍ ଚେୟାରମେନ ସମେତ ଶତାଧିକ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସାହାଯ୍ୟ କରିଥିଲେ। ସନ୍ତୋଷ ରଣା ସୁରେନ୍ଦ୍ର ବେମାଲ ଜ୍ଞାନେନ୍ଦ୍ର ମେହେର ଉପେନ୍ଦ୍ର ମେହେର ହିମାଂଶୁ ଗଉଡ ଦୀପକ ଦାସ ଜିତେନ୍ଦ୍ର ରଣା ବିଷ୍ଣୁ ସାହୁ କିଶନ ସାହୁ ମନୁ ରଣା ଆଦିତ୍ୟ ବାରିକ ନିଖିଲ ସାହୁ ଓ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ସହଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ଙ୍କ ଚିଠି ନମ୍ବର ୫୦୭ ତା ୩୧ ମାର୍ଚ୍ଚ ୨୦୨୫ ଅନୁଯାୟୀ ବ୍ଲକ ଗଠନ ପ୍ରକ୍ରିୟା ଆରମ୍ଭ ସମୟରେ ବିଚାର କୁ ନିଆଯିବ ବୋଲି ଜଣାଇଛନ୍ତି।

କଳାହାଣ୍ଡି ଜିଲ୍ଲା ସ୍ତରୀୟ କ୍ରୀଡା ସ୍କାଉଟ୍ ଗାଇଡ୍ସ ଓ ଜୁନିୟର ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ମଙ୍ଗଳବାର ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ସଭା ଗୃହ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ କ୍ରୀଡା ସଂଗଠନ, ସ୍କାଉଟ୍ ଗାଇଡ୍ସ, ଓ ଜୁନିୟର ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ ସ୍ୱାଗତ୍ ଭାଷଣ ସହ ୨୦୨୫/୨୬ ର ଆର୍ଥିକ ଅନୁଦାନ ସମ୍ପର୍କରେ ତଥା ଚଳିତ ବର୍ଷ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ l ଉକ୍ତ ବୈଠକରେ ୧୩ ଟି ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ, ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମସ୍ତ ନୋଡାଲ ସମ୍ପାଦକ, ସ୍କାଉଟ୍ ଗାଇଡ୍ ର କର୍ମକର୍ତ୍ତା, ଜୁନିୟର ରେଡକ୍ରସ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାଏକ ଓ ଶ୍ରୀ ହେମସାଗର ମହାନନ୍ଦ ଉପସ୍ଥିତ ରହି ପ୍ରତେକ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ବିଭିନ୍ନ ବ୍ଲକ ରୁ ଆସିଥିବା ଗୋଷ୍ଟୀ ଶିକ୍ଷା ଅଧିକାରୀ ବୃନ୍ଦ ନିଜ ନିଜ ବ୍ଲକ ରେ ସୂଚାରୁ ରୂପେ କ୍ରୀଡା ପରିଚାଳନା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଚଳିତ ବର୍ଷ ସ୍କାଉଟ୍ ଗାଇଡ୍ସ ଉଇଡି କୋଡ ୧୫୦୦ କୁ ବୃଦ୍ଧି କରିବା ପାଇଁ ସ୍କାଉଟ୍ ଟ୍ରେନର ଶ୍ରୀ ଧୀରେନ୍ଦ୍ର କୁମାର ପଣ୍ଡା ସମସ୍ତଙ୍କୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ, ଶ୍ରୀ ମହେନ୍ଦ୍ର କୁମାର ପଣ୍ଡା, ଜୁନିୟର ରେଡକ୍ରସ ଅଫିସର ଶ୍ରୀ ନାରାୟଣ ପଧାନ, ବରିଷ୍ଠ କାଉନସେଲର ଶ୍ରୀ ସୁଦାମ ମିଶ୍ର, କ୍ରୀଡା ଶିକ୍ଷକ ଶ୍ରୀ ସୁବାଷ ନାଗ, ମନୋଜ କୁମାର ଦାସ, ଜୟକୃଷ୍ଣ ନାୟକ, ସୁନୀଲ କୁମାର ନାଏକ ଏବଂ ସ୍କାଉଟ୍ ଯୁଗ୍ମ ସମ୍ପାଦକ ଶ୍ରୀ ସନାତନ ସାହୁ, ଜିଲ୍ଲା ସ୍କାଉଟ ଗାଇଡ୍ସ ସଂଗଠକ ଶ୍ରୀ ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ କୁ ସହୋଯାଗ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତଙ୍କୁ ପ୍ରତେକ କାର୍ଯ୍ୟକ୍ରମ ରେ ଶୃଙ୍ଖଳା ସହ ନିର୍ଦ୍ଧିଷ୍ଟ ଭାବରେ କାର୍ଯ୍ୟ କରିବାକୁ ମାର୍ଗ ଦର୍ଶନ କରିଥିଲେ l ଶେଷରେ ରୁପସିଂ ରାଉତ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସଭାପତି ଙ୍କ ଅନୁମତି କ୍ରମେ ସଭାସାଙ୍ଗ କରାଗଲା l