ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ ; “ଜିଲ୍ଲାରୁ ଉପକୃତ ହେବେ ୩୭୫୫୫୬ ମହିଳା”…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଭବାନୀପାଟଣ।)- ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋରାପୁଟର ଜୟପୁରରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରl ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି l ମହିଳା ମାନଙ୍କୁ ଆତ୍ମ ନିର୍ଭର ଓ ଶଶକ୍ତ କରିବା ଉଦେଶ୍ୟରେ ଅନ୍ନନ୍ୟ ଯୋଜନା ସୁଭଦ୍ରା ଆଜି ତୃତୀୟ କିସ୍ତି ୫୦୦୦ଟଙ୍କା ପ୍ରଦାନ କରିଛନ୍ତି l ଭବାନୀପାଟଣା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଧର୍ମଗଡ଼,ସୁଧୀର ରଞ୍ଜନ ପାଟଯୋଷୀ,ସମ୍ମାନିତ ଅତିଥି, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ଯ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ କୁମାର ନାୟକ, ବିଡିଓ ଚନ୍ଦନ ଭୋଇ ସମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଟଯୋଷୀ ନିଜର ବକ୍ତବ୍ୟରେ କହିଲେ ଯେ ସୁଭଦ୍ରା ଯୋଜନା ହେଉଛି ମହିଳା ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଓ ଆତ୍ମନିର୍ଭରଶୀଳ କରିବା ମୁଖ୍ୟ ଉଦେଶ୍ୟ l ସରକାର ଦେଉଥିବା ୫ହଜାର ଟଙ୍କାକୁ ସଠିକ ବିନିଯୋଗ କରି ଅଧିକରୁଅଧିକ ଉନ୍ନତି ହେବା ପାଇଁ କାମନା କରିଥିଲେ l କାର୍ଯ୍ୟକ୍ରମ ରେ ସ୍ୱୟଂ ସହୟୋକ ଭଉଣୀ ମାନେ ଅତିଥି ମlନକୁ ରଖିବାନ୍ଧି ଭାଇଭଉଣୀ ସମ୍ପର୍କ ନିବିଡ଼ ବନ୍ଧନକୁ ସଦୃଢ଼ ଉଜ୍ଜୀବିତ କରିଥିଲେ l ସମ୍ମାନିତ ଅତିଥି ଶ୍ରୀ ସିଂହଦେଓ ସୁଭଦ୍ରା ଯୋଜନା ଦ୍ୱାରା ମହିଳା ମାନେ କିପରି ଉପକୃତ ହେଇପାରିବେ ସେ ଦିଗରେ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ତୃତୀୟ କିସ୍ତିର ସୁଇଚ ଟିପି ଶୁଭlରମ୍ବ କରିବା ମାତ୍ରେ ଯୋଗ୍ୟ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ଦେବିଟି ମାଧ୍ୟମରେ ସିଧା ସଳଖ ଜମା ହୋଇଯାଇଛି l ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶ୍ରୀମତୀ ନିଶା ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲl ବେଳେ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ, ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା, ଶେଷ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡିଶା ଆଦିବାସୀ ମଞ୍ଚ ତରଫରୁ ନିଆରା ଢଙ୍ଗରେ ପାଳିତ ହେଲା ବିଶ୍ଵ ଆଦିବାସୀ ଦିବସ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆଦିବାସୀ ସଂଗଠନ ମାନଙ୍କ ଦ୍ବାରା ବିଶ୍ବ ଆଦିବାସୀ ଦିବସ ବଡ଼ ଧୁମଧାମ୍ ରେ ପାଳିତ ହୋଇଯାଇଛି । ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ନିଆରା ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଞ୍ଚ ପ୍ରସ୍ତୁତ ହୋଇଥିଲା ସତ କିନ୍ତୁ ଅତିଥୀଙ୍କ ପାଇଁ ମଞ୍ଚର ବସିବାର ବ୍ୟବସ୍ଥା ନଥିଲା ଯାହାକି ସମସ୍ତଙ୍କୁ ଚକିତ କରିଥିଲା । କାରଣ ଆଦିବାସୀ ସମ୍ପ୍ରଦାୟରେ ଛୋଟ,ବଡ଼ ବାଛ ବିଚାର ନାଥାଏ । ପ୍ରତ୍ୟକ ଆଦିବାସୀ ଜଣେ ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ । ଏଭଳି ମନୋଭାବ ରଖି ମଞ୍ଚ ତଳେ ସମସ୍ତ ଉପସ୍ଥିତ ଆଦିବାସୀ ଭାଇ ଭଉଣୀଙ୍କ ସହିତ ଅତିଥି ମାନଙ୍କ ପାଇଁ ଆସନର ବ୍ୟବସ୍ଥା ହୋଇଥିଲା । ବିଶ୍ୱ ଆଦିବାସୀ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସମାଜକୁ ଦେଇ ଥିବାରୁ ବିଭିନ୍ନ ମହଲରୁ ମଞ୍ଚକୁ ପ୍ରଶଂସା କରାଯାଇଛି । ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ପାଳନ ହେଉଛି ବିଶ୍ୱ ଆଦିବାସୀ ଦିବସ। ଗୁଣୁପୁର ସ୍ଥିତ ପୌର ପରିଷଦ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଆଦିବାସୀ ମହିଳା ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା ଆଦିବାସୀଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ସକାଶେ ତାଙ୍କରି ଅବଦାନ ଅନନ୍ୟ ବୋଲି କହିଥିଲେ । ଏହି ଅବସରରେ ସେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ତାଙ୍କର ବକ୍ତବ୍ୟ ବାଢ଼ିଥିଲେ । ଏହି ଅବସରରେ ଶ୍ରୀମତୀ ହୁଇକା ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବା ସହ ନିଜର ବିନମ୍ର ଓ ସରଳ ଭାବମୂର୍ତ୍ତି ଏବଂ ସାମାଜିକ ସଂହତି ପାଇଁ ସର୍ବଦା ପରିଚିତ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ ସମାଜରେ ଆଦିବାସୀ ସଂପ୍ରଦାୟର ଜନଜାତି ଆଜି ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ଜିଲ୍ଲାର ପ୍ରତିଟି ବ୍ଳକର ବହୁ ଆଦିବାସୀ ନେତା ତଥା ବୁଦ୍ଧିଜିବୀ ଓ ସମାଜସେବୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ବିଷୟକୁ ନେଇ ଉପସ୍ଥାପନ କରିଥିଲେ । ଏହା ସହ ଆଦିବାସୀ ପରମ୍ପରା ଓ ସଂସ୍କୃତିର ନୃତ୍ୟ, ଗୀତ ପରିବେଷଣ କରି ମନୋରଞ୍ଜନ କରିଥିଲେ।

ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ଉକ୍ତ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ ବାଦଲ ତା, ଆଦିବାସି ମହିଳା ନେତ୍ରୀ ତଥା ସମିତି ସଭ୍ୟା ସେଲେନି ଶବର , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଲୋକନେତା ଇସମାଇଲ ଶବର, ପାରା ସ୍ପୋର୍ଟସ ଏସୋସିଏସନ୍ ସଭାପତି ଜଳନ୍ଧର ବାଛେଲି , ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ଅଭିଯାନର ଜିଲ୍ଲା ସଭାପତି ବିଜୟ ଦାସ, ପ୍ରେସ୍ କ୍ଲବ୍ ର ସଭାପତି ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ ଦାସ, ରାୟଗଡ଼ା ନାଗରିକ ମଞ୍ଚର ଜିଲ୍ଲା ଆବାହକ ଅଜୟ ରଥ, ଜିସିଡି ୱାକର୍ସ୍ କ୍ଲବ୍ ଓ ରାୟଗଡ଼ା ସାମ୍ବାଦିକ ମହାସଂଘର ର ସଭାପତି ଦୀପକ ପୃଷ୍ଟି, ଗୁଣୁପୁର ଓକିଲ ସଂଘର ସଭାପତି ଗୌରୀ ଶଙ୍କର ଦାସ, କନ୍ଧକୁଳ ସମାଜର ଉପସଭାପତି, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାହୁ, ଉପଦେଷ୍ଟା ପ୍ରଦୀପ ଦାସ, ଜନଜାଗରଣ ମଞ୍ଚର ଶିବରାମ ନାୟକ ଓ ସୁଧୀର ଗମାଙ୍ଗ ଓ ମଞ୍ଚର ବ୍ଲକ୍ ସ୍ତରୀୟ ଆବାହକମାନେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଜେମସ ଶବର ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ମଞ୍ଚର ଜିଲ୍ଲା ସଭାପତି ଦିବାକର ଶବର । ଏହି ଅବସରରେ ଓଡ଼ିଶା ଆଦିବାସୀ ମଞ୍ଚ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

କଳିଙ୍ଗ ସାହିତ୍ୟ ଘର ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପଟ୍ଟୋଜୋଶୀ ଙ୍କ ରିପୋର୍ଟର !!!

ଏଥର ସମ୍ଭାଳ(ଗୁଣପୁର)- ଅଦ୍ୟ ତା ୦୯-୦୮-୨୦୨୫ରିଖ ଶନିବାର ଦିନ ଗୁଣପୁର କଳିଙ୍ଗ ସାହିତ୍ୟ ଘର ତରଫରୁ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି । ଆବାହକ ଶକ୍ତି ଦାଶ ଙ୍କ ନିମନ୍ତ୍ରଣକ୍ରମେ ସ୍ଥାନୀୟ ଭେଙ୍କେଟଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ଗୁଣପୁର ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ଦୀପ, ମୁଖ୍ୟ ବକ୍ତା ଭାବେ ଶତାୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମାନନ୍ଦ ବରିହା ଯୋଗ ଦେଇଥିଲେ । ସାହିତ୍ୟ ଘର ସମ୍ପାଦକ ଅନନ୍ତ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦୀପ ନିଜ ଅଭିଭାଷଣରେ ଗଙ୍ଗାଧରଙ୍କ ଜୀବନୀ, କୃତି, ସାଧନା ଉପରେ ବ୍ୟକ୍ତବ ରଖିବା ସହ, କାବ୍ୟ ସାହିତ୍ୟରେ ବିରାଟ ପରିବର୍ତ୍ତନର ବ୍ୟକ୍ତିତ୍ୱ ଗଙ୍ଗାଧର ଥିଲେ ବୋଲି ଅଭିହିତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବରିହା ଗଙ୍ଗାଧରଙ୍କ ଅବଦାନ, ଚାଷ, ଚାଷୀ ଓ କୃଷି ପ୍ରତି ଗଙ୍ଗାଧରଙ୍କ କୃତି ସବୁକୁ ମନେ ପକେଇଥିଲେ । କବୟିତ୍ରୀ ରଜନୀ ରାଣୀ ମିଶ୍ର କବିତାରେ ଗଙ୍ଗାଧରଙ୍କ ସ୍ମୃତି ଚାରଣ କରିଥିବା ବେଳେ କ୍ରିଷ୍ଣ ପ୍ରସାଦ ଦାସ ଜର୍ମାନରେ ଗଙ୍ଗାଧରଙ୍କ କୃତି କିପରି ଅଛି ତାହା ଉପସ୍ଥାପନା କରିଥିଲେ । ସଭାପତି ଶ୍ରୀ ମଲ୍ଲିକ ଗଙ୍ଗାଧରଙ୍କ ଜୀବନୀ, ସାହିତ୍ୟରେ ସମାଜ ପ୍ରତି ଭଲ ପାଇବା ଉପସ୍ଥାପନ କରିଥିଲେ ।

କାର୍ଯ୍ୟକ୍ରମକୁ କଳିଙ୍ଗ ସାହିତ୍ୟ ଘରର ଉପସଭାପତି ଇନ୍ଦ୍ରକ୍ଷୀ ଦାସ ସଂଯୋଜନା କରିବା ସହ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ସାହିତ୍ୟ ଘରର ସଂଗଠନ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା, ସଦସ୍ୟ ସୂର୍ଯ୍ୟ ପଟ୍ଟନାୟକ, ରଞ୍ଜିତ ପାଢ଼ୀ ଓରଫ୍ ଟୁଟୁ ପାଢୀ , ସନ୍ତୋଷ କୁମ୍ଭାର, ସୀମାଞ୍ଚଳ ଗୌଡ, ରାମ କୁମ୍ଭାର, ସମାଜ ସେବୀ ଉମା ଶଙ୍କର ଦାଶ,ଆମରାପୁ ବିଶ୍ଵନାଥ ସେଠୀ ଓ ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅନୀଲ ସାହୁକାର ଓ ଦେବୀ ପ୍ରସାଦ ମିଶ୍ର , ଯୁବ ସାମ୍ବାଦିକ ସନ୍ତୋଷ କୁମାର ଗୁରୁ, ଶିକ୍ଷକ ଦୁର୍ଗା ପ୍ରସାଦ ମହାପାତ୍ର, ରମେଶ ମିଶ୍ର, ଅଶ୍ବିନୀ ତ୍ରିପାଠୀ ଙ୍କ ସମେତ ବହୁ କବି କବୟିତ୍ରୀ ଯୋଗ ଦେଇଥିଲେ । ସଭା ଶେଷରେ ଅତିଥି ବୃନ୍ଦ ଙ୍କୁ ସମ୍ମାନିତ କରିବା ସହ ଏଥି ନିମନ୍ତେ ହୋଇଥିବା ବକ୍ତୃତା ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ରାୟଗଡ଼ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ରାୟଗଡ଼ ବ୍ଳକ ତରଫରୁ ଶୁକ୍ରବାର ଘରେ ଘରେ ତ୍ରିରଙ୍ଗା , ଘରେ ଘରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ଏକ ଶୋଭାଯାତ୍ରା ଜିଲ୍ଲା ପରିଷଦ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା, ଗାନ୍ଧୀନଗର ବନଖଣ୍ଡ ଅଧିକାରୀଙ୍କ ବାସଭବନ, ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ରାସ୍ତା ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ବ୍ୟାନର, ତ୍ରିରଙ୍ଗା, ପ୍ଲାକାର୍ଡ ଓ ସ୍ଲୋଗାନରେ ମୁଖରିତ ଶୋଭାଯାତ୍ରା ସ୍ଵଚ୍ଛତାର ବାର୍ତ୍ତା ବହନ କରି ଜନସଚେତନତା ସୃଷ୍ଟି କରିଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ପଞ୍ଚାୟତ ସମିତି ସଦଭାବନା ଗୃହରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ଓ ସମାଜରେ ସ୍ଵାଧୀନତା ଓ ସ୍ଵଚ୍ଛତାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ବରେଣ୍ୟ ଅତିଥି ଭାବେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ମନିଷା ଦାସ, ବିଜୟ କୁମାର ନାୟକ, ରଶ୍ମି ରଞ୍ଜନ ପରିଡା , ପ୍ରଭାତ ଲେଙ୍କା, ନିହାର ରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଦୋରା, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।


ବୈଠକ ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ଵାରା ସ୍ଵଚ୍ଛତା ସମ୍ପର୍କିତ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ଘରେ ଘରେ ତ୍ରିରଙ୍ଗା ଓ ସ୍ଵଚ୍ଛତା ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ। ଅତିଥି ବୃନ୍ଦ ନିଜ ଶରୀର ସହ ଘର, ଗାଁ ଓ ପରିବେଶକୁ ସ୍ବଚ୍ଛ ରଖିବାର ଆବଶ୍ୟକତା କିପରି ଦେଶର ବିକାଶରେ ସହାୟକ ହୋଇଥାଏ, ଘରେ ଘରେ ତ୍ରିରଙ୍ଗାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଠ ତାରିଖ ଠାରୁ ସ୍ବାଧୀନତା ଦିବସ ପର୍ଯ୍ଯନ୍ତ ପ୍ରତ୍ୟେକ ସ୍ଥାନରେ ପାଳନ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି । ଉଭୟ ରାୟଗଡ ବ୍ଲକ ଓ ଜିଲ୍ଲା ପରିଷଦର କର୍ମକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଏଥିରେ ଯୋଗ ଦେଇଥିଲେ ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ର ମିଳିତ ଆନୁକୂଲ୍ୟରେ ରେଡ୍ ରନ୍ ୩.୦(ମାରାଥନ) ଅନୁଷ୍ଠିତ…!

!!! କଳାହାଣ୍ଡି ରୁ ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଶୁକ୍ରବାର ଦିନ ସକାଳ ୮:୦୦ ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଜିଲ୍ଲା ଏଡ଼ସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍ ଏବଂ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ରେଡ୍ ଇନ୍, ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡାକ୍ତର ନିହାର ରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ମାରାଥନରେ ଜିଲ୍ଲାର ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ, ଭବାନୀପାଟଣା ମହିଳା ମହାବିଦ୍ୟାଳୟ ଓ ସାନ୍ଧ୍ୟ ମହା ବିଦ୍ୟାଳୟରୁ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧୁକାରୀ (ଟି . ବି), ଡ଼ା. ମନୋ ମାଝୀ, ବେଦାନ୍ତ ଆଲୁମିନା ଲାଞ୍ଜିଗଡ ରୁ ହେଡ଼ ସିକୁରୀଟି ଶ୍ରୀ ଦେବାଶିଷ ଦତ୍ତ, ସୁରେନ୍ଦ୍ର କୁମାର ସାହୁ, ରାମ ଚନ୍ଦ୍ର ବସନ୍ତିଆ, ମାନସ ମିଶ୍ର, ଝସକେତନ ସାହୁ, ବିଭୂପ୍ରସାଦ ମହାପାତ୍ର (ଡିଆଇଏସ କଳାହାଣ୍ଡି)ଓ ନୋଡାଲ ଅଧିକାରୀ, ଏଡ଼ସ୍‌, ପତାକା ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୂ ରେଡ ରନ ମାରାଥନ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାରାଥନରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ମଧ୍ୟ ଦେଇ ଯୁବଗୋଷ୍ଠୀ ମାନଙ୍କୁ ଏଡସର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା, ସ୍ଲୋଗାନ ଦେଇ ନୂଆ ୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ପହଞ୍ଚି ସେଠାରୁ ପୂନଃର୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ମହିଳା ମହାବିଦ୍ୟାଳୟ ରୁ ଶ୍ରୀ ଜେନା, ଭବାନୀପାଟଣା ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟାପକ ଏବଂ ଉତ୍ସାହୀ ଛାତ୍ରଛାତ୍ରୀ, ବିଭିନ୍ନ ବର୍ଗର ସଚେତନ ନାଗରିକ ଯୋଗ ଦେଇଥିଲେ।ମାରାଥନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ଼. ନିହାରେନ୍ଦ୍ର ପଣ୍ଡା, ଡ. ମନୋ ମାଝୀ ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ରୁ ଦେବାଶିଷ ଦତ୍ତ ଅଧିକାରୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ପୁରୁଷ ବିଭାଗରେ ଭୋପାଲ ବିଶି ଥୁଆପାଦରରୁ ପ୍ରଥମ ସ୍ଥାନ, ସଞ୍ଜୟ ସୁନା ବେଳାମାଳ ପାଶ୍ଟିକୁଡ଼ି, ଅମର ମାଝୀ ପାହାଡପଦର, ଲାଞ୍ଜିଗଡ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ପୂଜା ମାଝୀ, ଠେମରା, ପ୍ରଥମ, ତପସ୍ୱିନୀ ନାଏକ ଦୁଆରସୁଣୀ ଏବଂ ତ୍ରିବେଣୀ ନାଏକ ସାନଖଇରମାଲ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବେଦାନ୍ତ ଲାଞ୍ଜିଗଡ ସହୟତାରେ ସମସ୍ତ ପ୍ରତିଯୋଗୀଙ୍କୁ ଟି ସର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା। ଶ୍ରୀ ରାମ ଚନ୍ଦ୍ର ବସନ୍ତିଆ ସୁନ୍ଦର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟି;କଳାହାଣ୍ଡି ଶାଖାର ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ…!

!!! କଳାହାଣ୍ଡି ରୁ ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟି (ଓ ଏସ ସି ଟି ଇ ସି ସି) କଳାହାଣ୍ଡି ଶାଖା ର ସଭାପତି ସନ୍ତୋଷ କୁମାର ରଥଙ୍କ ନେତୃତ୍ୱ ରେ ୫ ଗୋଟି ପ୍ରମୁଖ ଦାବୀଗୁଡିକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହା ପୂର୍ବରୁ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡିଶା ଶିକ୍ଷ୍ୟା କାର୍ଯ୍ୟାଳୟ ଏବଂ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ସରକାର ଏପର୍ଯ୍ୟନ୍ତ ତାଙ୍କର ସମସ୍ୟା ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ପୂର୍ବ ସରକାର 0୧/୧/୨୦୧୮ ରୁ ବ୍ଲକ ଗ୍ରାଣ୍ଟ ସିଷ୍ଟମକୁ ଉଚ୍ଛେଦ କରି ଏକ ନୂତନ ଜିଆଇଏ ନୀତି-୨୦୧୭ ପ୍ରଚଳନ କରିଛନ୍ତି। ଅତ୍ୟନ୍ତ ଦୁଃଖର ବିଷୟ ଏହି ଯେ, ଉକ୍ତ ଜିଆଇଏ ନୀତିକୁ କୌଣସି ସେବା ସର୍ତ୍ତାବଳୀ ଏବଂ ପେନସନ ସୁବିଧା ବିନା ଅଧିସୂଚିତ ଜାରି କରାଯାଇଥିଲା। ସାରା ରାଜ୍ୟରେ ନୂତନ ସହାୟତାପ୍ରାପ୍ତ ସ୍କୁଲ ଏବଂ କଲେଜର ବହୁ ସଂଖ୍ୟକ ଶିକ୍ଷକ ଓ କର୍ମଚାରୀ ପ୍ରତି ମାସରେ ଖାଲି ହାତରେ ଅବସର ନେଉଛନ୍ତି। ସେମାନଙ୍କୁ ଜୀବନର ବାକି ସମୟ ପାଇଁ ଭୋକରେ ରହିବାକୁ ପଡୁଛି। ୧୯୪ଟି ଯୋଗ୍ୟ ହାଇସ୍କୁଲ ଏପର୍ଯ୍ୟନ୍ତ ସରକାରଙ୍କଠାରୁ ଗୋଟିଏ ବି ପାଉଣା ପାଇନାହାଁନ୍ତି। ସେମାନେ ୨୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପରେ କୌଣସି ଦରମା ବିନା ଅବସର ନେଉଛନ୍ତି। ସେମାନଙ୍କ ଏସ ଏବଂ ଏମଇ ବିଭାଗର କର୍ତ୍ତୃପକ୍ଷ ଏବଂ ମାନ୍ୟବର ଆଇନ ଓ ଶିକ୍ଷା ମନ୍ତ୍ରୀଙ୍କ ସହିତ ପେନସନ, ସେବା ସର୍ତ୍ତାବଳୀ ଏବଂ ଜିଆଇଏ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବାରମ୍ବାର ଆଲୋଚନା କରାଯାଇଛି। ଅନେକ ଆଲୋଚନା ପରେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ତେଣୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଏବଂ କର୍ମଚାରୀ ସମନ୍ୱୟ କମିଟି ((ଓ ଏସ ସି ଟି ଇ ସି ସି) ର ୫ ଗୋଟି ଯଥାର୍ଥ ଅଭିଯୋଗଗୁଡ଼ିକୁ ବିଚାର କରି ରାଜ୍ୟର ଶୈକ୍ଷିକ ବାତାବରଣ ସୁଗମ ହୋଇପାରିବ ବୋଲି ସଙ୍ଘ ତରଫରୁ ବିନମ୍ର ଅନୁରୋଧ କରାଯାଇଛି। ୫ ଗୋଟି ପ୍ରମୁଖ ଦାବୀ ଗୁଡିକ ହେଲା, ସମସ୍ତ ଯୋଗ୍ୟ ହାଇସ୍କୁଲ ଏବଂ କଲେଜକୁ ଜିଆଇଏ ଫୋଲ୍ଡରେ ସାମିଲ କରିବା। ମାନ୍ୟବର ଓଡିଶା ହାଇକୋର୍ଟଙ୍କ ରାୟ ଅନୁଯାୟୀ ନୂତନ ସହାୟତାପ୍ରାପ୍ତ ହାଇସ୍କୁଲ ଏବଂ କଲେଜର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ପେନସନ ଏବଂ ସେବା ସର୍ତ୍ତାବଳୀ ପ୍ରଦାନ କରିବା। ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି। ହାଇସ୍କୁଲ ଏବଂ କଲେଜ ପାଇଁ ନୂତନ ସ୍ଥାୟୀ ନିଯୁକ୍ତି ପାଇଁ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯିବା। ସମସ୍ତ ପୂର୍ଣ୍ଣ ସହାୟତାପ୍ରାପ୍ତ ଏବଂ ନୂତନ ସହାୟତାପ୍ରାପ୍ତ ହାଇସ୍କୁଲ ଏବଂ କଲେଜର ସରକାରୀକରଣ। ସମସ୍ତ ବର୍ଗ ପାଇଁ ଗ୍ରେଡ୍ ପେରେ ଅସଙ୍ଗତିର ପରିହାର ଏବଂ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ଛଅଟି ନୋକ୍ସନାଲ ଇନ୍କ୍ରିମେଣ୍ଟ ବୃଦ୍ଧି ଅନ୍ତର୍ଭୁକ୍ତ କରିବା ଇତ୍ୟାଦି।ଏହି ଦାବିପତ୍ର ଦେବା ଅବସରରେ ସନ୍ତୋଷ କୁମାର ରଥ ସଭାପତିଓସଷ୍ଟା, ପ୍ରଭାତ କୁମାର ରଥ ସାଧାରଣ ସମ୍ପାଦକ ଓଷ୍ଟା, ଶାରଙ୍ଗଧର ଠାକୁର, ଉପସଭାପତି, ଭବାନୀ ଶଙ୍କର ମିଶ୍ର ଏଡଭାଇଜର, ସନନ୍ତ ପଟ୍ଟଯୋଶୀ ବ୍ଲକ ସମ୍ପାଦକ କୋକସରା, ଚନ୍ଦ୍ରହାସ୍ୟ ମେହେର ବ୍ଲକ ସମ୍ପାଦକ ଜୁନାଗଡ଼, ପୁର୍ଣ ଚନ୍ଦ୍ର ଚଣ୍ଡୀ ବ୍ଲକ ସମ୍ପାଦକ ଲାଞ୍ଜିଗଡ, ସତ୍ୟ ନାରାୟଣ ଚଳାନ ବ୍ଲକ ସମ୍ପାଦକ ଗୋଲାମୁଣ୍ଡା, ସୂର୍ଯ୍ୟ ପ୍ରସାଦ ଠାକୁର ଯୁଗ୍ମ ସମ୍ପାଦକ ଓସଷ୍ଟା, ବିଷ୍ଣୁ ଚରଣ ଗୌଡ଼, ଯୁଗ୍ମ ସମ୍ପାଦକ ଓସଷ୍ଟା,ଆଶିଷ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ଜନଜାତି ସେବା ଜଗତ ପାଖରେ ଓରମାସ ରାଖି ଦୋକାନ ଉଦଘାଟିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରକ୍ଷା ବନ୍ଧନର ପବିତ୍ର ଅବସରରେ, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ), ରାୟଗଡ ତରଫରୁ ଜିଲ୍ଲାପରିଷଦ ରାୟଗଡ଼ ସହଯୋଗରେ ଟ୍ରାଇବାଲ୍ ୱାର୍ଲ୍ଡ, ଆଇ ଟି ଡିଏ, ରାୟଗଡା ସମ୍ମୁଖରେ ୫ରୁ ୯ ଅଗଷ୍ଟ ୨୦୨୫ପର୍ଯ୍ୟନ୍ତ ଏକ “ରାଖୀ ମହୋତ୍ସବ” ଆୟୋଜନ କରୁଛି। ଏହି ମହୋତ୍ସବ ଗ୍ରାମୀଣ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱୟଂ ସହାୟକ ଗୋଷ୍ଠୀଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ହସ୍ତନିର୍ମିତ ରାଖୀ, ପରିବେଶ ଅନୁକୂଳ ଉତ୍ପାଦ, ପାରମ୍ପରିକ ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ଏକ ସକ୍ରିୟ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଏକ ପ୍ରୟାସ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ମହିଳା କାରିଗରମାନଙ୍କୁ ସଶକ୍ତ କରିବା ଏବଂ ଗ୍ରାହକମାନଙ୍କ ସହିତ ସିଧାସଳଖ ଯୋଡ଼ି ସ୍ଥାୟୀ ଜୀବିକାକୁ ସମର୍ଥନ କରିବା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ଼ା, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଉଦଘାଟନ କରିଥିଲେ l

 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ରାୟଗଡ଼ାର ପ୍ରକଳ୍ପ ପ୍ରଶାସକ, ITDA, ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ତାସିଲିଂଦାର, ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ,ରାୟଗଡ଼ାର ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ, ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ,ଓଡିଶା ଜୀବିକା ମିଶନ , ରାୟଗଡ଼ା ଏବଂ ସିନିୟର ଲେଖାପାଳ ଓରମାସ, ରାୟଗଡ଼ା ଏବଂ FPOS ର ଓରମାସ ଟିମ୍ ଏବଂ ସିଇଓଙ୍କ ଉପସ୍ଥିତ ଥିଲେ l ଜିଲ୍ଲା ସାରା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପିଜି ଦ୍ୱାରା ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବାଉଁଶ ରାଖୀ, ଜୈବିକ ଉତ୍ପାଦ, ବାଜରା ଆଧାରିତ ଖାଦ୍ୟ, ଔଷଧୀୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ବିକ୍ରୟ କରାଯାଉଛି। ଏହି ଉତ୍ସବ କେବଳ ରକ୍ଷା ବନ୍ଧନର ସାଂସ୍କୃତିକ ମହତ୍ତ୍ୱକୁ ପାଳନ କରେ ନାହିଁ ବରଂ ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରେ ଏବଂ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରେ। ଓରମାସ ଏବଂ ଜିଲ୍ଲା ପ୍ରଶାସନ ରାୟଗଡ଼ାର ନାଗରିକମାନଙ୍କୁ ମହୋତ୍ସବ ପରିଦର୍ଶନ କରିବାକୁ ଏବଂ ଗ୍ରାମୀଣ ଉତ୍ପାଦକମାନଙ୍କ ଉତ୍ପାଦ କ୍ରୟ କରି ସେମାନଙ୍କ ସଶକ୍ତିକରଣରେ ଯୋଗଦାନ ଦେବାକୁ ଅନୁରୋଧ କରୁଛନ୍ତି।

ଜିଲ୍ଲାସ୍ତରୀୟ ଖରିଫ ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲାସ୍ତରୀୟ ଖରିଫ, ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ କମିଟି ବୈଠକ ଗତ ତା ୪/୦୮/୨୦୨୫ରିଖରେ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଭା. ପ୍ର. ସେ, ଅଧ୍ୟକ୍ଷତା କରିଥିଲେ l ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପାୱାର ପୋଏଣ୍ଟ ମାଧ୍ୟମରେ ବିସ୍ତୃତ ଭାବରେ ଜିଲ୍ଲାର କୃଷି ସମ୍ବଧୀୟ ଉପସ୍ଥାପନା କରିଥିଲେ l ଜିଲ୍ଲାପାଳ ଏହାକୁ ଧ୍ୟାନରସହକlରେ ଶୁଣିବା ସହିତ ଏହା ଗଭୀର ଭାବରେ ଅନୁଧ୍ୟାନ କରି ଅଧିକ ଜାଣିବା ଉଦେଶ୍ୟରେ କୃଷି କର୍ମଚାରୀ ମାନଙ୍କୁ ପ୍ରଶ୍ନ କରୁଥିଲେ l ବିଶେଷ କରି ଜିଲ୍ଲାରେ କେଉଁ ଚାଷ ଭଲ ହୁଏ, ଅଧିକ ଚାଷୀ କଣ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି l କେଉଁ ଅର୍ଥକlରୀ ଫସଲ ଚାଷ କଲେ ଚାଷୀ ଉପକୃତ ହେବେ,କେଉଁ କୃଷି ଯନ୍ତ୍ର ପାତିର ଚାହିଦା ଅଧିକ ରହୁଛି, ଜଳସେଚନ ସୁବିଧା, ବିହନ ଓ ରାସାୟନିକ ସାର ଉପଯୋଗୀତା ଆଦି ଉପରେ ପଚାରିଥିଲେ l ଆଜିର କୃଷି ରଣନୀତି ବୈଠକର ମୁଖ୍ୟ ଉଦେଶ୍ୟ ହେଉଛି ଖାଦ୍ୟଶସ୍ୟ ଉତ୍ପାଦନର ବଢାଇବା ଓ ଏହାକୁ ସୁରକ୍ଷା କରିବା , ତୈଳବୀଜ କପା ଏବଂ ଶସ୍ୟଜାତୀୟ ସୂକ୍ଷ୍ମ ଫସଲ ରୋପଣ କରିବା l ଶସ୍ୟଜାତୀୟ ଓ କପାର ବ୍ୟାପକ ଭାବରେ କରିବା ଗୁରୁତ୍ୱ ଦେବା l ଅଧିକ ଅମଳ ପାଇଁ ଜଳସେଚନ ର ସୁନିଶ୍ଚିତ କରିବା। ବିହନ, ରାସାୟନିକ ସାର ଓ କୃଷି ଯାନ୍ତ୍ରିକୀକରଣ ଇତ୍ୟାଦି ପଦାର୍ଥ ଯୋଗାଣ ବ୍ୟବସ୍ଥା କରିବା,ସମ୍ପ୍ରସାରଣ କାର୍ଯ୍ୟକାରିଣୀ ମାଧ୍ୟମରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରସାର କରିବା, କ୍ଷୁଦ୍ର ପ୍ରଦର୍ଶନ, ମିନିକିଟ୍ ପରୀକ୍ଷଣ ତାଲିମ ଏବଂ ପରିଦର୍ଶନ ପରିଚାଳନା କରିବା। ଜିଲ୍ଲାର ଖରିଫ କୃଷି ରଣନୀତି ହେଉଛି ନଦୀ ଜଳ ଉଠାଣ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକlରି କରି ଜଳ ସେଚନ ସମ୍ଭାବନା ସୃଷ୍ଟି କରିବା। ସର୍ବାଧିକ ଜଳସେଚନ ସୁନିଶ୍ଚିତ କରିବା ପାଇଁ ନଦୀରେ ସୂକ୍ଷ୍ମ ଜଳସେଚନ କାର୍ଯ୍ୟକ୍ରମ କରିବା। ରାସାୟନିକ ସାର ଠିକ ସମୟରେ ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦେବା l ମୃତ୍ତିକା ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଚାଷୀମାନଙ୍କୁ ଜୈବିକ ସାର , ଭର୍ମି କମ୍ପୋଷ୍ଟ ଅର୍ଗାନ୍ ସାରର ଜୈବିକ ଚାଷକୁ ଉତ୍ସାହିତ କରିବା। ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଏବଂ ମୃତ୍ତିକା ପରୀକ୍ଷା ଆଧାରିତ ସୁପାରିଶ ଏବଂ ସନ୍ତୁଳିତ ସାରର ବ୍ୟବହାର କରି ଉତ୍ପାଦନ କରିବା ନିମନ୍ତେ ପ୍ରୋତ୍ସାହିତ କରଲଯିବ l ରାଜ୍ୟ ଯୋଜନା ଯୋଜନାରେ ଧନିଚା ବୁଣା ଏବଂ ସୂର୍ଯ୍ୟ ମୁଖି ସହିତ ସବୁଜ ସାର ବ୍ୟବହାର କରି ମାଟି ସନ୍ତୁଳନ ପାଇଁ ପ୍ରତିରୋପଣରେ ସାମିଲ କରି ସବୁଜ ସାର ବ୍ୟବହାରକୁ ଲୋକପ୍ରିୟ କରିବା। ମାଣ୍ଡିଆ ଧାଡିରେ ପ୍ରତରୋପଣ ବ୍ୟବସ୍ଥା ଗ୍ରହଣ ପାଇଁ ପ୍ରଶଂସକଙ୍କୁ ପ୍ରୋତ୍ସାହନ କରିବା କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ପଦ୍ଦକ୍ଷେପ ନିଆଯିବ l ପ୍ରଧାନମନ୍ତ୍ରୀ ଫସଲ ବୀମା ଅଧୀନରେ ଅଧିକ ସଂଖ୍ୟକ ଚାଷୀଙ୍କୁ କଭର କରୁଥିବା ଲୋକପ୍ରିୟ ଫସଲ ବୀମା କରାଇବା l କଠିନ ପରିଶ୍ରମ ହ୍ରାସ କରିବା ପାଇଁ କୃଷି ଯାନ୍ତ୍ରିକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ଜିଲ୍ଲାରେ ୧୮୧୪୮୫ ହେକଟର ଜମିରେ ବିଭିନ୍ନ ଫସଲ ଚାଷ କରାଯିବାର ଲକ୍ଷ ଧର୍ଯ୍ୟ କରାଯାଇଛି l.ଜିଲ୍ଲାରେ ୪୩୨୦୧ ହେକଟର ଜମିରେ ବିଶେଷ କରି ଅଧିକ ଅମଳ, ହାଇବ୍ରିଡ଼ ଓ ଦେଶୀ ଧାନ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି l ମକା ୧୬୫୧୯ହେକ୍ଟର ଜମିରେ, ମାଣ୍ଡିଆ ୧୮୯୦୨ହେକ୍ଟର, ଯୱାରl ୧୩୦୦ହେଜଟର,ବଜାର ୩୦୦ ହେକ୍ଟର,ଛୋଟ ମାଣ୍ଡିଆ ୫୭୭ହେକ୍ଟର, ମୁଗ ୮୦୨ହେକ୍ଟର, ବିରି ୯୪୯ହେକ୍ଟର, ହରଡ଼ ୧୪୧୫ହେକ୍ଟର ଏହାସହିତ ଚିନାବାଦାମ,ଜଡ଼ା, ସୂର୍ଯ୍ୟମୁଖୀ ଆଦି ତୈଳବିଜ ୬୮୪ହେକ୍ଟର, ତନ୍ତୁ ଜାତୀୟ ୧୬୪୩ହେକ୍ଟର, ସବୁଜ ପାରିବl ୧୧୨୯ହେଜଟର ଜମିରେ, ମସଲା ଜାତୀୟ ଫସଲ ୩୩୩୦ ହେକ୍ଟର ଜମିରେ ଯଶକରାଯିବ ନିମନ୍ତେ ଲକ୍ଷ ରଖାଯାଇଛି l ଏହି ବୈଠକରେ କୃଷି କର୍ମଚାରୀ, ଜଳସେଚନ ବିଭାଗ, ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଆଦି ଯୋଗଦାନ କରିଥିଲେ l

ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ପ୍ରତିଷ୍ଠା ଦିବସ ପାଳନ…!

!!! କଳାହାଣ୍ଡି ରୁ ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୪୫ ତମ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ର ପ୍ରତିଷ୍ଠା ଦିବସ ମହାବୀର ରଙ୍ଗ ମଞ୍ଚ ରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ମୁଖ୍ୟ ଅତିଥି, ଏହି ଅନୁଷ୍ଠାନ ର ପୂର୍ବତନ ସଭାପତି ଜୟନ୍ତ ବେହେରା ଅବସର ପ୍ରାପ୍ତ ଅଧ୍ୟାପକ ଅଜୟ ମିଶ୍ର ସମ୍ମାନୀତ ଅତିଥି, ଅଧ୍ୟାପକ ପରମେଶ୍ଵର ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଘୁମୁରା ସମ୍ପର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ଏକ ପାଠ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ପାରିତ କରାଯାଉ। ସହ ସମ୍ପାଦକ ସଂଜୀବ ସିଂହ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ସତ୍ୟ ସିଂ, ଉପ ସଭାପତି ସଞ୍ଜୟ କୁମାର, ଶୁରୁ ବାରିକ ନାଟ୍ୟ ସମ୍ପାଦକ ସୁଶାନ୍ତ ସିଂ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଘୁମୁରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ବାବୁ, କପିଳ ସିନ୍ଦୁର, ଯୁବ କଳାକାର ଦୀପଚନ ପୋଢ, ନିହାର ରଞ୍ଜନ ଦାଶ ପ୍ରମୂଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ….!

!!! କଳାହାଣ୍ଡି ରୁ ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)-  କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୨୨ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୯୯ ଗୋଟି ଓ ସାମୂହିକ ୧୭ ଗୋଟି ରହିଥିବା ବେଳେ ୨୭ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ,ଭତ୍ତା, ରେଶନ କାର୍ଡ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ,ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ଶିଶୁ ସୁରକ୍ଷା, ଜଙ୍ଗଲ ଓ ପରିବେଶ, ଜିଲ୍ଲା, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅନିମେସ ପ୍ରଧାନ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଧର୍ମଗଡ଼ ଅଜୟ ପ୍ରକାଶ ତିର୍କୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ଼ା.ନିହାରେନ୍ଦ୍ର ପଣ୍ଡା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଳୟ କୁମାର ପରିଡା, ମୁଖ୍ୟ ଜିଲା ବେସାମରିକ ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର,ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟଣା, ଚିନ୍ମୟ କୁମାର ନାଏକ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ୍ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।