ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ବୁଧବାର ଦିନ କେସିଙ୍ଗା ବ୍ଲକ ର ଲଇତରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସି ଆର ସି ସି ଶ୍ରୀ ତପନ କୁମାର ଦାଶ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଲଇତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୁଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ବେଳେ ଅତିଥି ମାନଙ୍କ ମଧ୍ୟରେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଡୁମେର୍ମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ଦୋରା, ଲଇତରା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ଲଇତରା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ନିମାଇ ଚରଣ ଭୋଇ, ପୂର୍ବତନ ଛାତ୍ର ତଥା ସମାଜସେବୀ ଶ୍ରୀ ସଂଜୀବ ଗୋଡ ଉପସ୍ଥିତ ଥିଲେ । ପ୍ରଥମେ ଶ୍ରୀ କୁଶ ଚନ୍ଦ୍ର ସାହୁ ସ୍ଵାଗତ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ତାପରେ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କିଭଳି ଭାବରେ ପାଠ ପଢି ନଥିବା ଛାତ୍ର ଛାତ୍ରୀ ଙ୍କୁ ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖାଇବା, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇ ସହଯୋଗ କରିବା ବୋଲି ଆଲୋଚନା ହୋଇଥିଲା ।ନିକଟ ଅତୀତ ରେ ହେଇଥିବା ସର୍ଭେ ଅନୁଯାୟୀ ଯେଉଁ ପିଲା ମାନେ ନପଢ଼ି ଅଛନ୍ତି ତାଙ୍କୁ ନାମ ଲେଖାଇବା ବୋଲି ମତ ପ୍ରକାଶ ହୋଇଥିଲା । ଏହି ଶିକ୍ଷା ସଭା ରେ ପ୍ରଧାନ ଶିକ୍ଷକ ଶ୍ରୀ ଚୂଡ଼ାମଣି ମହଲା,ଶ୍ରୀ ରୋହିତ ପୋଢ଼,ଶ୍ରୀ ଧନିଷ୍ଟ ସୁନା,ଶ୍ରୀ ବିଷ୍ଣୁ ଭାଟି,ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ଦେଇ, ଦୁମେର୍ମୁଣ୍ଡା ଏସ ଏମ ସି ର ସଭାପତି ଶ୍ରୀ ଜମାଲାର୍ଯୁନ ସାହୁ, ଅଭିଭାବକ ଗଣ, ପୂର୍ବତନ ଛାତ୍ର ଛାତ୍ରୀ ଗଣ, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ । ଲଇତରା ବିଦ୍ୟାଳୟର ଶ୍ରୀମତୀ ଭାନୁମତୀ ଚୌହାନ,ଶ୍ରୀମତୀ ନଳିନୀ ନାଗ,ଶ୍ରୀମତୀ ପ୍ରମିଳା ମାଝି,ଶିକ୍ଷକ ତାପସ ମହଲା,ଶ୍ରୀ ବଗ୍ରୁ ନାଏକ ଉପସ୍ଥିତ ଥିଲେ । ଶେଷରେ ମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ଶବର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରିଥିଲେ ।

ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ “ଡ୍ରପ୍ ଆଉଟ୍ ଛାତ୍ରଙ୍କ ନାମଲେଖା” କାର୍ଯ୍ୟକ୍ରମ ଅନୁଷ୍ଠିତ …!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଗତ ବୁଧବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣନାଥପୁର ଠାରେ ଆଜି ଛାତ୍ର ଆଇନଗତ ସାକ୍ଷରତା କ୍ଲବର ଛାତ୍ର ସଦସ୍ୟ ମାନଙ୍କୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଏବଂ “ଡ୍ରପ ଆଉଟ୍ ଛାତ୍ରଙ୍କ ନାମଲେଖା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧି କରଣ ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲର ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୂପ ସିଂ ରାଉତ, ସାମ୍ବାଦିକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସ୍ୱାଇଁ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନେଗି ଯୋଗଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମହାଖୁଡ ଆସିଥିବା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢକନ୍ ପ୍ରଦାନ କରିବା ସହିତ ଆସନ ଗ୍ରହଣ କରାଇଥିଲେ ଏବଂ ତତ୍ ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।

ଉକ୍ତ ସଭାର ମୁଖ୍ୟ ଅତିଥି ଶ୍ରୀମତୀ ସ୍ନିଗ୍ଧାରାଣୀ ପଣ୍ଡା “ଡ୍ରପ ଆଉଟ୍” ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଅଧାରୁ ପାଠ ଛାଡିଥିବା ୧୪ରୁ ୧୮ ବର୍ଷ ଛାତ୍ରଛାତ୍ରୀ ମାନେ ମାଗଣାରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ SIOS ରେ ନାମ ଲେଖାଇବେ ସେ ବିଷୟରେ କହିଥିଲେ। ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିଲେ ତାଙ୍କର ଅଭିଭାବକଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ସଚେତନ କରିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଯେପରି ବିଦ୍ୟାଳୟକୁ ନିୟମିତ ଆସିବେ ସେ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଇଥିଲେ।

ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ …!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ବୁଧବାର ଦିନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଜଳନ୍ଧର ନାଏକ ଙ୍କ ଉପସ୍ଥିତି ରେ ମଦନପୁର ରାମପୁର ଠାରେ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା ଓ ତାଙ୍କ ଶ୍ରୁତି ଚାରଣ କରାଗଲା ତତ୍ ସାଙ୍ଗେ ବ୍ଲକସ୍ତରୀୟ କର୍ମକର୍ତ୍ତା ଙ୍କୁ ନେଇ ସଙ୍ଗଠନ କୁ କିପରି ସୁଦୃଢ଼ କରାଯିବ ସେଥିପାଇଁ ଆଲୋଚନା କରାଗଲା।

ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭାରତ ବେମାଲ, ରାଜୁ ମିଶ୍ର, ରୁଦ୍ର ପ୍ରତପ ସିଂହ,ସୁବାଷ ଚନ୍ଦ୍ର ପ୍ରଧାନ, ସୁରେଶ ଚୌଧୁରୀ, ଯଶୋଦା ନାଏକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ତତ୍ ସହିତ କେସିଙ୍ଗା କଂଗ୍ରେସ ଭବନ ରେ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଯୋସ୍ନାମୟୀ ବଗର୍ତ୍ତୀ, ରାମଲାଲ ସୁନାନୀ, ରୋହିତ ଜୈନ, ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ବିଷମକଟକ ଗସ୍ତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଅଦ୍ୟ ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ବିଷମକଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ବିଷମକଟକ ପହଁଚି ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ କଥା ବାର୍ତ୍ତା ହେବା ସହ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବା ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।

ଏହା ପରେ କୁଲି ପଞ୍ଚାୟତ ର ଖମ୍ବେଶି ଗ୍ରାମ କୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା PM-JANMAN ଘର ଗୁଡ଼ି କୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତୁରନ୍ତ ମିସ୍ତ୍ରୀ ସମସ୍ୟା ଦୂର କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରି ବକେୟା କାମ ସବୁ ଶୀଘ୍ର ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶେଷ ରେ ରାୟଗଡ଼ା ସଦର ବ୍ଲକ କୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ (ପାର୍କ) ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ଫେରିଥିଲେ। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲିପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ମୁନିଗୁଡ଼ା ରାୟଗଡ଼ା ଜିଲ୍ଲା ମୁନିଗୁଡାକୁ ଏନଏସି ଘୋଷଣା ଦାବିକୁ ନେଇ ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଆୟୋଜନ ଓ ମୁନିଗୁଡା ପ୍ରଗତି ମଞ୍ଚର ସୌଜନ୍ୟରେ ମୁନିଗୁଡାର ସ୍ରମସ୍ତ ରାଜନୈତିକ,ଧାର୍ମିକ,ସାମାଜିକ ଅନୁଷ୍ଠାନ, କ୍ଳବ ଓ ବ୍ୟବସାୟୀ ସଙ୍ଘ,ବିଭିନ୍ନ ଯୁବଗୋଷ୍ଠୀ ଓ ଜନସାଧାରଣଙ୍କ ମିଳିତରେ 12 ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଥିବା ଦେଖାଯାଇଥିଲା l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକ ଔଷଧ ଦୋକାନ ଖୋଲା ରହିଥିବା ବେଳେ ମୁନିଗୁଡାର ସମସ୍ତ ଦୋକାନ ବଜାର, ହୋଟେଲ,ଚାଦୋକାନ ବନ୍ଦ ରହିଥିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ,ବିଦ୍ୟାଳୟ,ମହାବିଦ୍ୟାଳୟ ମଧ୍ୟ ବନ୍ଦ ରହିଥିଲା ଏଥିସହ ମୁନିଗୁଡାର ଗୋବର୍ଦ୍ଧନ ଛକ,ତିନିକୋଣିଆ ଛକ ଓ ମୁନିଖୋଲ ଛକ ସମେତ ଅନ୍ୟ ଛକ ମାନଙ୍କରେ ପ୍ରତିବାଦ କରିବା ସହ ସମସ୍ତ ଅଖଚକ ମଧ୍ୟ ବନ୍ଦ କରାଯାଇଥିଲା l ଫଳରେ ମୁନିଗୁଡାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ ଗୁଡିକ ଅଟକି ରହିଥିବା ବେଳେ ମୁନିଗୁଡାରୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଦ୍ରାପ୍ରଦେଶ ଏବଂ ପଡୋଶୀ କନ୍ଧମାଳ, କଳାହାଣ୍ଡି,ଗଜପତି ଜିଲ୍ଲାକୁ ସମ୍ପୂର୍ଣ ଭାବେ ଗାଡି ଚଳାଚଳ ବନ୍ଦ ରହିଥିଲା l ଏନେଇ ବସଷ୍ଟେଣ୍ଡରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା l ଏହି ଅବସରରେ ମୁନିଗୁଡା ସହରବାସୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ରାଜ୍ୟ ସରକାର 12ଟି ନୂତନ ଏନଏସି ଘୋଷଣା କରିଛନ୍ତି। ଦୁଃଖ ପରିତାପର ବିଷୟ ପୂର୍ବରୁ ସରକାର ମୁନିଗୁଡାକୁ ଏନଏସି ଘୋଷଣା ତାଲିକାରେ ରଖିଥିବା ସତ୍ୱେ ବର୍ତମାନ ସେହି ତାଲିକାରୁ ମୁନିଗୁଡା ବାଦ ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ମୁନିଗୁଡାକୁ ଏନଏସି ତାଲିକାରୁ କାହିଁକି ବାଦ ଦିଆଗଲା ବୋଲି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ପ୍ରଶ୍ନ ଉଠାଇଥିଲେ l ଏଥିସହ ଯେପର୍ଯ୍ୟନ୍ତ ମୁନିଗୁଡାକୁ ଏନଏସି ଘୋଷଣା କରାନଯିବ ସେପର୍ଯ୍ୟନ୍ତ ସହରବାସୀଙ୍କ ତରଫରୁ ଆନ୍ଦୋଳନକୁ ଜୋରଜାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ସାହୁହିକ ଭାବେ ମତ ପ୍ରକାଶ କରିଥିଲେ l

ଏହି ଧାରଣା ବେଳେ ବିଜେପିର ଓବିଶି ମୋର୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା,ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁନ୍ଦ୍ରୁକା,ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ପୂର୍ଣଚନ୍ଦ୍ର ଗୌଡ଼,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର,ମାନସ ରଞ୍ଜନ ବେହେରା,ଭାଗ୍ୟରଥୀ ନାଗ,ସରପଞ୍ଚ ସରସ୍ବତୀ ଶବର,ପଦ୍ମନାଭ ବେହେରା,ଅନଙ୍ଗ ନାଗ, ବିଏସପି ଜିଲ୍ଲା ସଭାପତି ଜିତୁ ଯାକକା,ପାଇକା ଯାକକା, ଶକୁନ୍ତଳା ନୁନ୍ଦ୍ରୁକା,ଅମ୍ବିକା ନାୟକ,ଲାବଣ୍ୟ ପାଣିଗ୍ରାହୀ,ମୁନିଗୁଡା ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡା,ନନ୍ଦ କିଶୋର ପଟ୍ଟନାୟକ,ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥା,ବଣିକ ସଙ୍ଘର ସଭାପତି ଚିନ୍ତାମଣି ସାହୁ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବ୍ରହ୍ମାନନ୍ଦ ଆଚାରୀ,ରାଧାପ୍ରାସାଦ ସାହୁ, ନିରଞ୍ଜନ ଶତପଥୀ,ଭଗବାନ ପଣ୍ଡା,ବୁଦ୍ଧିଜୀବୀ ତରଣୀ ଚୌଧୁରୀ,କେ.ସତ୍ୟନାରାୟଣ ରାଓ,ଜାମି ମହେଶ, ବଳରାମ ନାୟକ,ବିଦ୍ୟାଧର ଦାସ,ଦେବେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ମୁନିଗୁଡାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଜନସାଧାରଣ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l ପରେ ମୁନିଗୁଡା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରପତ୍ର ପ୍ରଦାନ କରାଗଲା l ଶେଷରେ ମୁନିଗୁଡାର ଏନଏସି ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ ସେଠାରେ ମୁଖ୍ୟମନ୍ତ୍ରୀ,ନଗର ଉର୍ଣ୍ଣୟନ ମନ୍ତ୍ରୀ,ବିଜେପି ରାଜ୍ୟ ସଭାପତି ସହ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ଉପରେ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରପଗଡ଼ ଓ ଚୋରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହା ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନାସାହେବ ଓହଲେ, ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ଓ ଚୋରା ଚାଲାଣ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ,ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କ ଠାରେ ନିବାରଣ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷlଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ କରିବା l ବିଶେଷ କରି ଓଡିଶା ଜୀବିକା ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଗଂଜା ଚାଷ ବଦଳରେ ସେହି ଅଂଚଳର ଲୋକଙ୍କୁ ଫଳ, ମକା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ମଞ୍ଜି ଯୋଗାଇବା ଉପରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ଗୁରୁତ୍ୱ ଦେଇଥିଲେ l ଅବକାରୀ ବିଭାଗକୁ ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ, ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତନିଧି, ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ଦୟାନିଧି ରାଉତ,ଜିଲ୍ଲା ଦକ୍ଷ୍ୟତା ଓ କର୍ମ ନିୟୋଜନ ଅଧିକାରୀ ସୁଶ୍ରୀ ସ୍ୱର୍ଣ ଲତା ରାଉତ, ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସଙ୍କ ତିନିଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ଓ ସମୀକ୍ଷା କରିଛନ୍ତି l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଷେକ ଦିଲ୍ଲୀପଙ୍କ ଉପସ୍ଥିତରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ l ଏହି ସମୀକ୍ଷା ବୈଠକରେ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗ୍ରାମୀୟ ନିର୍ମାଣ ବିଭାଗ ଦ୍ୱାରା କରାଯାଉଥିବା ସେତୁବନ୍ଧୁ ଯୋଜନା,ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା, ପୋଷଣ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ ଶ୍ରୀ ବିଦ୍ୟାଳୟ,ଜିଲ୍ଲା ମଙ୍ଗଳ ବିଭାଗର ହଷ୍ଟେଲ ସମସ୍ୟା,ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଜନଜାତିଙ୍କ ବିକାଶ ଯୋଜନା, ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶାସକ୍ତିକରଣ ବିଭାଗର , ଶକ୍ତି ବିଭାଗର ଗ୍ରାମୀଣ ବିଦ୍ୟୁତ କରଣ, ଯୋଗାଣ ବିଭାଗର ଧାନ ସଂଗ୍ରହ ପାଇଁ ଲକ୍ଷ ଧର୍ଯ୍ୟ, ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ, ପଂଚାୟତରାଜ ଓ ଗ୍ରାମୀୟ ଜଳଯୋଗାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଆଦିର ଅଗ୍ରଗତି ଓ ସମସ୍ୟା ଉପରେ ସମୀକ୍ଷା କରିଥିଲେ l

ଏହା ପୂର୍ବରୁ ତା:୧୯-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସ୍, ପ୍ରଥମେ ରାୟଗଡ଼ା ଠାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ନେଉଥିବା ପିଲା ଙ୍କ ସହ କଥା ବାର୍ତ୍ତା କରିଥିଲେ ଏବଂ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କୁ ନିଯୁକ୍ତି ପାଇଲା ପରେ ପିଲା ଙ୍କ ତଥ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ଗୁଣୁପୁର ଓ ପଦ୍ମପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ବିଶେଷ କରି ଗୁଣୁପୁର ଉପଖଣ୍ଡ ଚିକତ୍ସାଳୟ, ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାର ବିଭିନ୍ନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟ, ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ତା,ମଧ୍ୟାହ୍ନ ଭୋଜନ, ହଷ୍ଟେଲ ସୁପରିଚାଳନା, ଅଙ୍ଗନବାଡି କେନ୍ଦ୍ରର ଶିଶୁ ପୋଷଣ,ଅମୃତ ସରବର, ଆକାଂକ୍ଷା ହାଟ,ପିସି କଲଚର ଓ ସୁଭଦ୍ରା ଯୋଜନା ଉପରେ ଅନୁଧ୍ୟାନ କରିଥିଲେ l ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ କଥା ବାର୍ତ୍ତା ହେବା ସହ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବା ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହା ପରେ କୁଲି ପଞ୍ଚାୟତ ର ଖମ୍ବେଶି ଗ୍ରାମ କୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମ ଘର ଗୁଡ଼ିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ l ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହା ପରେ ରାୟଗଡ଼ା ସଦର ବ୍ଲକ କୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ l