ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ଗୁଣପୁର ପହଁଚି ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ । ଡାକ୍ତର ମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଖିଥିଲେ । ନୂତନ ଭାବେ ନିର୍ମାଣ ଚାଲିଥିବା କୋଠା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ପରେ ଗୁଣପୁର ବ୍ଲକ ସିନାସାରି ଓ କୁଲୁସିଂ ଗ୍ରାମକୁ ଯାଇ ସେଠାରେ ବିକଶିତ ଗ୍ରାମ ବିକଶିତ ଓଡିଶା ମାଧ୍ୟମରେ ଚାଲିଥିବା ଗୃହ ଗୁଡିକ ଦେଖିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କୁଲୁସିଂ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟର ତଦାରଖ କରିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ସେବିଷୟରେ ପଚାରି ବୁଝିଥିଲେ । ପୁଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ (SSD) ଯାଇ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ଉପରେ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନ, ପରିବେଶ ଭିତ୍ତିକ ଶିକ୍ଷା, ହଷ୍ଟେଲ ସୁପରିଚାଳନା, ଆଦି ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ ତାଗିଦ କରିଥିଲେ । ରିଜିଙ୍ଗତାଳ ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରି ବୁଝିଥିଲେ । ଶିଶୁମାନଙ୍କ ଶିକ୍ଷା ଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ସଚିବଙ୍କ ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ଫେରିବା ପରେ ପଦ୍ମପୁର ବ୍ଲକର ପଦ୍ମପୁର, ଖମପଦର, ଡିବିରିସିଂ, ଆଦି ଅଞ୍ଚଳ ଗସ୍ତ କରିଥିଲେ । ପଦ୍ମପୁର ଖମପଦରରେ ନିର୍ମାଣ ଚାଲିଥିବା ଅମୃତ ସରୋବର ପରିଦର୍ଶନ କରି ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ପିସୁ କଲଚର ଚାଷ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀଙ୍କୁ ଉତ୍ସାହତ କରିଥିଲେ ।

ପଦ୍ମପୁରର ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆକାଂକ୍ଷା ହାଟ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ । ସେଠାରେ ମା ମାନଙ୍କ ସହ ସୁଭଦ୍ରା ଯୋଜନାରେ ଉପକୃତ ହେଉଥିବା ବିଷୟରେ ଆଲୋଚନା କରିଥିଲେ । ସେଠାରୁ ଡିବିରିସିଂ ଗ୍ରାମକୁ ଯାଇ ଅନ୍ତଦୋୟ ଘର ଯୋଜନାରେ ଘର ପାଇଥିବା ହିତଧକାରୀଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଘର କାର୍ଯ୍ୟ ସରିଲେ ସରକାରଙ୍କ ଦ୍ଵାରା ଅଧିକ ଆର୍ଥିକ ପ୍ରଦାନ କରାଯିବ ବୋଲି କହିଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶୁ ଜାନି ସଚିବଙ୍କ ସହ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ।

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ ଶ୍ରୀ କୟାନ କିମ୍ଵାକା,ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ସୌମ୍ୟ କାନ୍ତ ବାଙ୍ଗଳା, ତହସିଲଦାର ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l

ଆଜି ମୋଟ ୩୯ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ବିଶେଷ କରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା ,ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଅଭିଯୋଗ ଶିବିରରେ ୫ଜଣକୁ ୫୧ହଜାର ଟଙ୍କା ରେଡ଼କ୍ରସରୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ l, ଏହି ଶିବିରରେ ଜିଲ୍ଲା ସ୍ତରିୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଡିଶା ଜୀବିକା ମିଶନ ମହିଳା ମାନଙ୍କ ନିମନ୍ତେ ମୁଢି ମିଲ ଉଧଘାଟନ କରିଥିବା ବେଳେ ଉଦ୍ୟାନ ବିଭାଗ ତରଫରୁ ଚାରା ବଣ୍ଟନ କରିଥିଲେ l

ଜେ॰କେ॰କାଗଜ କଳ ରାୟଗଡା ର ପାରିପାର୍ଶ୍ଵିକ ଉନ୍ନୟନ କାର୍ଯ୍ୟକ୍ରମ ତରଫରୁ ଜେକେପୁର ବଜାର ରେ ଏକ ନୂତନ ଶୌଚାଳୟ ଲୋକାର୍ପିତ

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ସ୍ୱଚ୍ଛ ଭାରତ ପଦକ୍ଷେପ ଅନ୍ତର୍ଗତ ପରିଛନତା ର ବିକାଶରେ ଜେ କେ କାଗଜକଳ ତରଫରୁ ଜେକେପୁର ମାର୍କେଟ ରେ ଏକ ଶୌଚାଳୟ ପରିସର ର ନିର୍ମାଣ କରାଯିବା ସହ ଏହାକୁ ୧୫ ଅଗଷ୍ଟ ୨୦୨୫ରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଜନସାଧାରଣ ଙ୍କ ନିମନ୍ତେ ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜେ କେ କାଗଜକଳ ର ଶ୍ରୀଯୁକ୍ତ ଜି.ଏସ୍. ପଟ୍ଟନାୟକ (ଜିଏମ -କ୍ୱାଲିଟି କଣ୍ଟ୍ରୋଲ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଶ୍ରୀମତୀ ସ୍ମୃତିରେଖା କର, (ପରିଚାଳିକା ପିଆର ଏବଂ ସିଏସଆର) ଏବଂ ଶ୍ରୀଯୁକ୍ତ ରାମୁଲୁ ପେଦେନ୍ତି, (ସରପଞ୍ଚ ଚାନ୍ଦିଲି ଗ୍ରାମପଂଚାୟତ) ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ମାର୍କେଟ ପରିସର ବ୍ୟବସାୟୀ ଏବଂ ଜେକେପୁର ର ଜନସାଧାରଣଙ୍କ ସମେତ କାଗଜକଳ ର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସାଧାରଣ ଲୋକଙ୍କ ପାଇଁ ଦୈନନ୍ଦିନ ବ୍ୟବହାର ପାଇଁ ଶୌଚାଳୟ ନଥିବାରୁ ଏବଂ ଶୌଚାଳୟ ସୁବିଧାର ଅଭାବ ଯୋଗୁଁ ଲୋକମାନେ ଖୋଲାରେ ମଳମୂତ୍ର କରୁଥିବାରୁ ସ୍ଥାନୀୟ ଦୋକାନୀ ସମ୍ପ୍ରଦାୟ, ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ସ୍ଥାନୀୟ ଜନସାଧାରଣ ଙ୍କ ସୁବିଧା ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଜେକେ କାଗଜକଳ ତରଫରୁ ଏହି ଶୌଚାଳୟ ର ନିର୍ମାଣ କରାଯାଇଥିଲା । ବଜାର ସଂଘର କର୍ମକର୍ତା , ବ୍ୟବସାୟୀ ଗଣ, , ଗଣମାଧ୍ୟମ ପ୍ରତିନିଧି , ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ଜନସାଧାରଣ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ଏବଂ ଜେକେ ପେପର ମିଲ୍ସର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପ୍ରକଳ୍ପକୁ ବାସ୍ତବରେ ପରିଣତ କରିବାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ଯାଦବ ପରିବାର କଳାହାଣ୍ଡି ତରଫରୁ ନନ୍ଦ ଉତ୍ସବ ପାଳନ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ଶନିବାର ଦିନ ଯାଦବ ପରିବାର କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ମହାସମାରୋହ ରେ ନନ୍ଦ ଉତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫେନ୍ସି ଡ୍ରେସ,ଭଜନ ସଂନ୍ଧ୍ୟା ଭଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁନି କଳାକାରଙ୍କୁ ମାନ୍ୟବର ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ସହ ସଂସ୍କୃତି,ସାହିତ୍ୟ ଓ କଳା ପ୍ରତି ନୂତନ ପିଢିର ଆଗ୍ରହକୁ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପାଞ୍ଚଶହରୁ ଉର୍ଦ୍ଧ ଶ୍ରୀକୃଷ୍ଣ ପ୍ରେମୀ ଉଭୟ ମହିଳା ଛାତ୍ର ଓ ଯୁବକ ଯାଦବଗଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଯୁକ୍ତା ବେହେରା,ପୂର୍ବତନ ଅଧ୍ୟକ୍ଷା,ଭବାନୀପାଟଣା ପୌରପାଳିକା ତଥା ରାଜ୍ୟ ମହିଳା ସଭାନେତ୍ରୀ,ଉତ୍କଳ ଯାଦବ ମହାସଭା, ସମ୍ମାନିତ ଅତିଥି ରୁପେ ଯୁଗଳ ପୋଡ଼,ଜିଲ୍ଲା ସଭାପତି,ବିଜେପି, ଜଗଦୀଶ ଯାଦବ, ଜିଲ୍ଲା ସଭାପତି,ସମାଜ ବାଦୀ ପାର୍ଟି,ବରିଷ୍ଠ ସଂଗଠକ ନଳିନୀ ରାଉତ,ବରିଷ୍ଠ ଆଇନଜୀବୀ କୀର୍ତ୍ତନ ନାଏକ,ବିଶିଷ୍ଠ କଳାକାର ଜଜାତି ନାୟକ,ଆଇନଜୀବୀ ସାଗର ରାଉତ, ଭବାନୀପାଟଣା ସହର ଯାଦବ ସମିତି ସଂପାଦକ ସତ୍ୟନାରାୟଣ ବିଶି, ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ, କୀର୍ତ୍ତି ଚନ୍ଦ୍ରଗୌଡ଼ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସର୍ପ ଧରାଳି ନିଖିଳ ସାହୁ ଓ ଅହରହ ଗୋ-ସେବା ରେ ନିଜକୁ ନିୟୋଜିତ କରୁଥିବା ‘ସହାୟତା’ ସଂଗଠନର ସମସ୍ତ ସଦସ୍ୟ ଙ୍କୁ ସେବାରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଯାଦବ ପରିବାର, କଳାହାଣ୍ଡି ପକ୍ଷରୁ ଯୁବ ସଂଗଠକ ଜିତୁ ରାଉତ, ସିଦ୍ଧାର୍ଥ ନାଏକ, ରାଧେ ରାଉତ, ଆଦିତ୍ୟ ନାଗ, କାଲେଶ୍ୱର ଚଣ୍ଡୀ, ଦୀପକ ଗୌଡ଼, ରୋଶନ ରାଉତ ଓ ଦୁଷ୍ମନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀଙ୍କ ରଚିତ ପୁସ୍ତକ “ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା” ଲୋକାର୍ପିତ ହୋଇଛି। ଭବାନୀପାଟଣା ସ୍ଥିତ ସତ୍ୟସାଇ ବିଦ୍ୟା ମନ୍ଦିରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭବାନୀପାଟଣା ଚିନ୍ମୟ ମିଶନର ମୁଖ୍ୟ ସ୍ବାମୀ ଅମେୟାନନ୍ଦ ଜି ମହାରାଜ, ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଗୀତା ପ୍ରଚାର ସମିତି ଭବାନୀପାଟଣାର ପ୍ରତିଷ୍ଠାତା ସଭାପତି ଇଂ ନିରଞ୍ଜନ ପ୍ରଧାନ, ଅବସର ପ୍ରାପ୍ତ ହିନ୍ଦୁସ୍ଥାନ ଏରୋନେଟିକ୍ସ ର ପ୍ରକଳ୍ପ ଅଧିକାରୀ ଗୋପାଳ କୃଷ୍ଣ ଷଡ଼ଙ୍ଗୀ, ହିଲ୍ ଟାଉନ୍ ସିଭିଲ ସୋସାଇଟିର ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ସତ୍ୟସାଇ ବିଦ୍ୟା ମନ୍ଦିରର ସମ୍ପାଦକ ସୁବ୍ରତ କୁମାର ଖାଡଙ୍ଗା ଓ ଶ୍ରୀରୂପା ପବ୍ଲିକେଶନର ଉପଦେଷ୍ଟା ଗାଳ୍ପିକ ସୁକାନ୍ତ କୁମାର ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ଲେଖିକା ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀ ଦୀର୍ଘ ଛଅ ବର୍ଷ ଧରି ତପସ୍ୟା ଓ ସାଧନା ଦ୍ବାରା ଗୀତା ଭଳି ଏକ ପବିତ୍ର ଆଧ୍ୟାତ୍ମକ ଗ୍ରନ୍ଥ ଅନୁଦିତ ଓ ଟୀକା ପ୍ରସ୍ତୁତ କରିଛନ୍ତି। ଭଗବତ କୃପା ବିନା ଏହିଭଳି ଗ୍ରନ୍ଥ ରଚନା ସମ୍ଭବ ନୁହେଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ଗୀତା ସଂସାରର ସବୁଠୁ ଅମୂଲ୍ୟ ସମ୍ପଦ ଏବଂ ଏହା ପଠନ ଦ୍ଵାରା ମାନସିକ ଅବସାଦ, ଦୁଶ୍ଚିନ୍ତା ରୁ ନିଶ୍ଚୟ ମୁକ୍ତି ମିଳେ। ଏଣୁ ସମସ୍ତେ ପ୍ରତିଦିନ ଅନ୍ତତଃ ଗୀତାର ଗୋଟିଏ ଶ୍ଲୋକ ପାଠ କରି ତାହାର ଭାବାର୍ଥ ବୁଝି ନିଜ ଜୀବନରେ ପ୍ରୟୋଗ କରି ଶାନ୍ତିରେ ଜୀବନଯାପନ କରିବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସୁଶ୍ରୀ ସୁନୟନା ମୁଣ୍ଡ ପ୍ରାରମ୍ଭିକ ସଙ୍ଗୀତ ଓ ସତ୍ୟସାଇ ସେବା ସମିତି ଭକ୍ତ ବୃନ୍ଦ ଭଜନ ପରିବେଷଣ କରିଥିଲେ। ମନୋଜ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ରାହ୍ମଣ ସମାଜର ଟ୍ରଷ୍ଟି ପ୍ରମୋଦ ଖମାରୀ ଓ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ପୁସ୍ତକର ରଚୟିତା ସ୍ନେହଲତା ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଲୋକାର୍ପଣ ଆୟୋଜକଙ୍କ ପକ୍ଷରୁ ଏକେଏନ ନ୍ୟୂଜ୍ ର ମୁଖ୍ୟ ସମ୍ପାଦକ ଅମିୟ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଆକାଶବାଣୀ କଳାକାର ସୌରଭ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ହରିଶ୍ଚନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଚରମ ଅବହେଳା ; ଲାଞ୍ଜିଗଡ଼ ବ୍ଲକରେ ସଡ଼କ ଯୋଗାଯୋଗ ବିପର୍ଯ୍ୟସ୍ତ , ରାଜରାସ୍ତାକୁ ଓହ୍ଲାଇବ ଲାଞ୍ଜିଗଡ଼ ପ୍ରେସ କ୍ଳବ….!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷିତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନୁସୂଚିତ ଅଞ୍ଚଳର ମାନ୍ୟତା ପାଇଥିବାବେଳେ ବିଭିନ୍ନ ମୌଳିକ ସେବା, ସୁବିଧା ଓ ସରକାରୀ ଯୋଜନା କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା, ସ୍ୱାଧୀନତାର ଦୀର୍ଘ ୭୯ ବର୍ଷ ପରେ ମଧ୍ୟ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରେ ସଡ଼କ ଯୋଗାଯୋଗ ଭଳି ମୌଳିକ ସୁବିଧା ଉପଲବ୍ଧ ହୋଇପାରିଲା ନାହିଁ। ଆଜି ବି ବ୍ଲକର ଅନେକ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। ରୋଗୀ ଓ ଗର୍ଭବତୀ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି। ଅନେକ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଅତ୍ୟନ୍ତ ନିମ୍ନମାନର କାମ, ଶୂନ୍ୟ ରକ୍ଷଣାବେକ୍ଷଣ ଓ ଶୂନ୍ୟ ପରିଚାଳନା, ବିଭାଗୀୟ ଯାଞ୍ଚ ଓ ତଦାରଖରେ ଅବହେଳା, ଭୁଲ ଡିଜାଇନିଂ ଯୋଗୁଁ ସଡ଼କ ଯୋଗାଯୋଗ ଏକପ୍ରକାର ଭୁଷୁଡ଼ି ପଡ଼ିଛି। ଠିକ ସେହିପରି ବ୍ଲକର ଅନେକ ଦୂର ଦୁରାନ୍ତର ଓ ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ରାସ୍ତା ଓ ପୋଲ ଅଧପନ୍ତରିଆ ହୋଇ ପଡ଼ିରହିଛି। ଟେଣ୍ଡର ହାସଲ କରିଥିବା ଠିକାଦାର ନିଜେ ରାସ୍ତା ନିର୍ମାଣ ନକରି ପେଟି କଣ୍ଟ୍ରାକ୍ଟରଙ୍କ ହାତରେ କାମ ଟେକି ଦେଉଥିବାବେଳେ ମୁନସୀ, ସୁପରଭାଇଜର ଭରସାରେ ବ୍ଲକ ଅଞ୍ଚଳର ରାସ୍ତା ନିର୍ମାଣ ହେଉଛି। ଏପରିକି ରାସ୍ତା ନିର୍ମାଣର ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀମାନେ ନିଜ ପାଇଁ ନିର୍ମିତ ସରକାରୀ କାର୍ଯ୍ୟାଳୟ( ସିକେରକୁପା ଓ ବିଶ୍ୱନାଥପୁର )ରେ ଦିନେ ବି ଉପସ୍ଥିତ ରହୁନଥିବାବେଳେ ରାସ୍ତା ଓ ପୋଲ ନିର୍ମାଣ ସମୟରେ କେମିତି ତଦାରଖ କରୁଥିବେ ବେଶ ଅନୁମାନ କରାଯାଇପାରେ। ସେଥିମଧ୍ୟରୁ ସିକେରକୁପା କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତକୋଠି ପାଲଟିସାରିଛି କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରତି ଦୁଇ ତିନିବର୍ଷରେ ଏହାର ନିୟମିତ ମରାମତି କରାଯାଏ। ନୂଆ ରାସ୍ତା ପାଇଁ ବାରମ୍ବାର ସର୍ଭେ କରାଯାଉଛି ସତ କିନ୍ତୁ ନୂଆ ରାସ୍ତା ନିର୍ମାଣ ହେଉନାହିଁ। ଠିକାଦାରମାନଙ୍କ ଦ୍ୱାରା ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅବଧି ସରିଗଲେ ବି ବିଭାଗ ପକ୍ଷରୁ ସମ୍ପୃକ୍ତ ରାସ୍ତା ଓ ପୋଲର ମରାମତି ପାଇଁ ଧ୍ୟାନ ଦିଆଯାଉନାହିଁ। ବ୍ଲକର ବିଶ୍ୱନାଥପୁର-ମୂଷାନାଳ, ମୂଷାନାଳ-କାନକୁଟ୍ରୁ, ଲାଞ୍ଜିଗଡ଼ ଭାୟା ତ୍ରିଲୋଚନପୁର-ବିଜେପୁର, ବିଜେପୁର-ପାହାଡ଼ପଦର, ଛତ୍ରପୁର-ବାତେଲିମା, ସରଲାଞ୍ଜି-ଗୁଣ୍ଡରୀ, କଦମ୍ବଗୁଡା-ଭୁର୍ଟିଗଡ଼, ଗୋବର୍ଦ୍ଧନପୁର- କଦଳୀଘାଟି, ଲାଞ୍ଜିଗଡ଼- ବେନଗାଁ, ବନ୍ଧପାରି-ଲାଞ୍ଜିଗଡ଼, ଖଜୁରଗୁଡ଼ା ଛକ-ଡମ ସୁଲିମ, ଲୋକନାଥପୁର ଛକ-ମେଲଘୁଟୁ, ଖଜୁରଗୁଡା ଛକ- ମାଳିଯୁବାଙ୍ଗ-ସୁନାଖଡ଼ିକା, ଲାଞ୍ଜି-ବେନଗାଁ, ଜାମଚୁଆଁ-ଯୁବାଗାଁ-ଡାହାଣୀପଦର, ଧଡେଲ- କାର୍ଲିଜୁଡ଼ି, ଲାଖବାହଲି-ପଣସଗୁଡା, କାନକୁଟ୍ରୁ-ଗାରେସ, ଭଟାଙ୍ଗପଦର-ଗୁଣ୍ଡରୀ, କିଡିଙ୍ଗ-ମାଡ଼ିବନ୍ଧା- ମାହେଶ୍ୱରୀପୁର ଆଦି ରାସ୍ତା ନିର୍ମାଣ ଓ ମରାମତି ଆବଶ୍ୟକ ହେଉଛି। ସେହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ନୂତନ ରାସ୍ତା ଓ ପୋଲ ନିର୍ମାଣର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦୌ ଦୃଷ୍ଟିପାତ କରୁନାହାନ୍ତି। ଲୋକେ ଅଭିଯୋଗ କରିକରି ଥକିଗଲେଣି, ଖବରକାଗଜରେ ବାରମ୍ବାର ପ୍ରକାଶ କଲାପରେ ବି ଫଳ କିଛି ମିଳୁନି। ଶେଷରେ ଅନ୍ୟ ଉପାୟ ନପାଇ ନାଗରିକ ଦାୟିତ୍ୱ ତୁଲାଇବାକୁ ଆଗେଇ ଆସିଛି ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବ। ଆଜି ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଉପଦେଷ୍ଟା କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ କୁମାର ନାୟକଙ୍କ ସହିତ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ଲାଞ୍ଜିଗଡ଼ ବ୍ଲକର ଏହି ମୌଳିକ ସମସ୍ୟା ପ୍ରତି ପଦକ୍ଷେପ ନନେଲେ ଅଞ୍ଚଳବାସୀଙ୍କ ତରଫରୁ ପ୍ରେସ କ୍ଳବ ନୈତିକ ଦାୟିତ୍ୱ ନେବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସେହିପରି ସଡ଼କ ଯୋଗାଯୋଗରେ ଥିବା ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ନନେଲେ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନ ଅଫିସ ଘେରାଉ କରିବା ସହିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫିସ ସାମ୍ନାରେ ଧାରଣାରେ ବସିବୁ ବୋଲି ଚେତାବନୀ ଦିଆଯାଇଛି। ବ୍ଲକର ଏହି ମୌଳିକ ସମସ୍ୟାକୁ ନେଇ ବ୍ଲକର ୩୦ରୁ ଉର୍ଦ୍ଧ୍ଵ ବିଭିନ୍ନ ସାମାଜିକ, ରାଜନୈତିକ ସଂଗଠନ ଓ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ସହଯୋଗ କରିବେ ବୋଲି ଜଣାପଡିଛି। ଧାରଣା ଦିନ ପାଞ୍ଚଶହରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କ ସମାଗମ ହେବ। ସମସ୍ୟାର ସମାଧାନ ନହେବା ଓ ନିର୍ଭର ପ୍ରତିଶ୍ରୁତି ନମିଳିବା ଯାଏଁ ଧାରଣା ଜାରି ରହିବ ଏବଂ ଏହି ସମୟରେ କିଛି ଅଘଟଣ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପ୍ରଶାସନ ଦାୟୀ ରହିବେ ବୋଲି ପ୍ରେସ କ୍ଳବ ତରଫରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଭବାନୀପାଟଣା ଟାଉନ ଥାନା ପୁଲିସକୁ ମଧ୍ୟ ଅବଗତ କରାଯାଇଛି।

ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ଅବସରରେ ନଗର ପରିକ୍ରମା…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)-ସକାଳ ୯ ଘଣ୍ଟା ସମୟରେ ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର କମିଟି, ମହାବୀରପଡା ଓ ନଗର ଯାଦବ ସମାଜ, ଭବାନୀପାଟଣା ପକ୍ଷରୁ ନଗର ପରିକ୍ରମା ବଡ ଆଡମ୍ବର ରେ ହୋଇଯାଇଅଛି l ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥ୍‌ ଇଂ ତା. ୧୫.୦୮.୨୦୨୫ ରିଖ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି। ପରବର୍ତ୍ତୀ ଶନିବାର ଦିନ ନଗର ଯାଦବ ସମାଜ, ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର କମିଟି, ମହାବୀର ପଡା, ଏବଂ ଯାଦବ ଯୁବ ସମାଜ ଆନୁକୂଲ୍ୟରେ ସ୍ଥାନୀୟ “ଶ୍ରୀ ଶ୍ରୀ ବାଳଗୋପାଳ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ମହୋତ୍ସବ ଓ ନନ୍ଦୋତ୍ସବ” ଅବସରରେ ଏକ ବିରାଟ ଶୋଭାଯାତ୍ରା ସହ ନଗର ପରିକ୍ରମାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବିରାଟ ନଗର ପରିକ୍ରମା ଯାତ୍ରା ସମୟରେ କୃଷ୍ନ ଚନ୍ଦ୍ର ବଗର୍ତୀ, ସୁଦାମ ବିଶି, ତ୍ରିଭୁବନ ଗଉଡ, ଅଙ୍କୁର ଯାଦବ, ଅଭିଷେକ ଗହୀର, ଭାରତ ଗହୀର, ରୋହିଣୀ କାନ୍ତ ଚଲାଣ, ଗୋବିନ୍ଦ ନାଗ, ଦେବେନ୍ଦ୍ର, ବିପିନ ବାଗ, ଏବଂ ବନବାଡ଼ି, କାଦୋମାଳ, ଓ କୀର୍ତ୍ତନ ମଣ୍ଡଳୀ, ସର୍ଗୀଗୁଡା, କାମଠଣା ସମସ୍ତ ଶ୍ରଦ୍ଧାଳୁ ଯାଦବ ଭାଇ ଭଉଣୀ ତଥା ସମସ୍ତ ପରିବାର ବର୍ଗ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ଏହି ଶୋଭାଯାତ୍ରାରେ ଯାଦବ ଯୁବ ଭାଇ ମାନେ ବହୁ ସଂଖ୍ୟାରେ ଯୋଗ ଦାନ କରିଥିଲେ l ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ମନେ ପକାଇବା ପାଇଁ ପବିତ୍ର ହିନ୍ଦୁ ପର୍ବ ଜନ୍ମାଷ୍ଟମୀ, ୨୦୨୫ରେ ମହା ଉତ୍ସାହର ସହିତ ପାଳନ l ଜନ୍ମାଷ୍ଟମୀ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ। ଏହା କୃଷ୍ଣଙ୍କ ଜୀବନ, ଶିକ୍ଷା ଏବଂ ଦିବ୍ୟ କାର୍ଯ୍ୟକଳାପର ଏକ ଉତ୍ସବ, ଯାହା ଭକ୍ତମାନଙ୍କ ପାଇଁ ଖୁସି ଏବଂ ପରିପୂର୍ଣ୍ଣତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏକ ଗୁରୁତ୍ୱପୂର୍ଣ୍ଣ ବିଧି ହେଉଛି କ୍ଷୀର, ଦହି, ଘିଅ, ମହୁ ଏବଂ ଜଳର ମିଶ୍ରଣ ସହିତ କୃଷ୍ଣ ମୂର୍ତ୍ତିକୁ ସ୍ନାନ କରାଇବା। ଝୁଲଣ ଉତ୍ସବ କୃଷ୍ଣ ମୂର୍ତ୍ତି ପାଇଁ ସଜ୍ଜିତ ଦୋଳା ପ୍ରଦାନ କରେ। ଦହି ହାଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯେଉଁଠାରେ ଲୋକମାନେ ଦହି ପାତ୍ର ଭାଙ୍ଗିବା ପାଇଁ ମାନବ ପିରାମିଡ ଗଠନ କରନ୍ତି, ଯାହା କୃଷ୍ଣଙ୍କ ଖେଳୁଆଡ଼ ସ୍ୱଭାବର ପ୍ରତୀକ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟତଃ କୃଷ୍ଣଙ୍କ ଜୀବନର କାହାଣୀଗୁଡ଼ିକୁ ଚିତ୍ରଣ କରୁଥିବା ନୃତ୍ୟ ନାଟକ ଅନ୍ତର୍ଭୁକ୍ତ, ଯାହାକୁ ରାସଲୀଳା କୁହାଯାଏ।