ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)-  ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଆଜ ଗୁରୁବାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥି ନିମନ୍ତେ ସ୍ଥାନୀୟ ରିଳା୍ୟାନ୍ସ ପେଟ୍ରୋଲ ପମ୍ପ ଠାରୁ ବାହାରି କାଟିଲାଗୁଡା ତରଣୀ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ଼କୁ ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅlପ୍ପlଲ ସ୍ୱାମୀ କାଡ୍ରାକା, ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ l ପ୍ରତ୍ୟକ ନାଗରିକଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ମୂଳ ଲକ୍ଷ ବୋଲି ମାନ୍ୟବର ବିଧାୟକ ଶ୍ରୀ କାଡ୍ରlକା କହିଥିବା ବେଳେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି କହିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ସ୍ଥିର ଦେଶପ୍ରେମ ଜାଗ୍ରତ କରିବା, ନାଗରିକ ଗର୍ବକୁ ପ୍ରୋତ୍ସାହିତ କରିବା ଏବଂ ଆମର ଗଣତନ୍ତ୍ର ଏବଂ ସ୍ୱାଧୀନତାର ଏକ ଜୀବନ୍ତ ପ୍ରତୀକ ଭାବରେ ତିରଙ୍ଗାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା l

ଏହି କାର୍ଯ୍ୟକ୍ରମ କ୍ରମରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବର୍ଗର ଅଂଶଗ୍ରହଣ କରି ରିଳା୍ୟାନ୍ସ ପେଟ୍ରୋଲ ପମ୍ପ ଠାରୁ କଟଲାଗୁଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ୪କିଲୋମିଟର ଦୂର ଦୌଡ଼ିଥିଲେ l ପୁରୁଷ ବର୍ଗର ଓ ମହିଳା ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ଦିନ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ, ରୀତାରାଣୀ ମିଶ୍ର, ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ l

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼, ସରସ୍ଵତୀ ରାୟ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନ୍. ସି.ସି, ରେଡ୍ କ୍ରସ୍ ଓ ଏନ୍. ଏସ୍. ଏସ ର ତତ୍ତ୍ଵାବଧନରେ ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ସହ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପି.ଅରୁଣ କୁମାର , ଟି.ଜ୍ୟୋତି, ସୁବ୍ରତ ପ୍ରଧାନ, ଲେଫ୍ଟନାଣ୍ଟ ଉଦୟ ନାଏକ ,ରମେଶ ହୁଇକା, କେ.କେ ଯାନି, ଭବେସ ମହାନ୍ତି, ପ୍ରିୟଦର୍ଶିନୀ ବଳ , ଟିକେଶ୍ୱର ମାଝୀ, ଶଙ୍କର ପେଦୁରୁ, ମୋନାଲିସା ପାଣିଗ୍ରାହୀ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ, ତଥା ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମ ରେ ୧୦୦ ମିଟର ର ଏକ ଜାତୀୟ ପତାକା ସାମିଲ କରାଯାଇଥିଲା । ଏହି ଶୋଭାଯାତ୍ରା ମହାବିଦ୍ୟାଳୟର ମୂଖ୍ୟ ଫାଟକ ରୁ ବାହାରି ରିଙ୍ଗ ରୋଡ, ୟୁ. ଜି, ଏମ. ଆଇ.ଟି, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ଏହା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସୁସ୍ଥ ସମାଜ ଓ ନିଶା ମୁକ୍ତ ଭାରତ ଗଠନ ଉଦ୍ଧେଶ୍ୟରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ ।

ସ୍ଵତନ୍ତ୍ର ଅତିଥି ଭାବେ ଲାଲକିଲ୍ଲା ୭୯ତମ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ;ଭାରତ ସରକାରଙ୍କ ତରଫରୁ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ ଡିଲେଶ୍ୱର ରଣା…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମାନସ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଆୟୋଜିତ “୭୯ ତମ ସ୍ବାଧିନତା ଦିବସ”ରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମିଳିଛି। ଭାରତ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। କଳାହାଣ୍ଡିର ଜଣେ ଯୁବଲେଖକ ଭାବେ ପ୍ରଥମଥର ପାଇଁ ଲାଲକିଲ୍ଲାସ୍ଥିତ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପତାକା ଉତ୍ତୋଳନ ଓ ଦେଶକୁ ସମ୍ବୋଧନ ପର୍ବରେ ଉପସ୍ଥିତ ହେବ ସହ ସେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଧଅଁରାମାଲ ଗାଁରେ ଜନ୍ମିତ ଡିଲେଶ୍ୱରଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ରଚନା, ଅଭିନୟ ଓ ଉପସ୍ଥାପନାରେ ବେଶ୍ ରୁଚି ରହିଛି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଅକାଦେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ଜଣେ ଲେଖକ ଭାବେ କଳାହାଣ୍ଡିରୁ ସେ ଜାତୀୟ ସ୍ଵାଧୀନତା ଦିବସ ଉତ୍ସବରେ ସାମିଲ ହେଉଥିବାରୁ ଅନେକ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଲ୍ ଓଡିଶା ଟେଣ୍ଟ ହାଉସ ଏଣ୍ଡ ସପ୍ଲାୟର୍ସ ଓନର ୱେଲ୍ଫେୟର ଆସୋସିଏସନ୍ ୫ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମାନସ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- କଳାହାଣ୍ଡି ମାଁ ମାଣିକେଶ୍ବରୀ ଲାଇଟ୍ ଟେଣ୍ଟ ,ସାଉଣ୍ଡ, ଫ୍ଲାୱାର ଓ ଇଭେଣ୍ଟ ୱନର୍ସ୍ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଥିବା ୫ମ ରାଜ୍ୟ ସ୍ତରୀୟ ଅଲ୍ ଓଡିଶା ଟେଣ୍ଟ ହାଉସ ଏଣ୍ଡ ସପ୍ଲାୟର୍ସ ଓନର ୱେଲ୍ଫେୟର ଆସୋସିଏସନ୍ ୫ମ ରାଜ୍ୟ ସ୍ତରୀୟ ବୈଠକ ଭବାନୀପାଟଣା ଟାଉନ ହଲ ଠାରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳୁ ପ୍ରଥମେ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିର ରୁ ଏକ ତ୍ରିରଙ୍ଗା ଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ଟାଉନ ହଲ ଠାରେ ପହଞ୍ଚିଥିଲା । ପହଞ୍ଚିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ୫ମ ଏଯୁକେଟିଭ ବଡି ମିଟିଂ ରେ ଅତିଥି ଭାବରେ ବସନ୍ତ ଦାଶ ଅଲ୍ ଓଡିଶା ଟେଣ୍ଟ ମାଲିକ ସଙ୍ଘ,ଅଟଳ ବିହାରୀ ଜେନା ଅଧ୍ୟକ୍ଷ ଅଲ୍ ଓଡିଶା,ରାମ ଦାସ ମେହେର ଉପ ସଭାପତି ଅଲ୍ ଓଡିଶା ଟେଣ୍ଟ ମାଲିକ ସଙ୍ଘ , କୁମାର ଭଟ୍ଟ ସାଧାରଣ ସମ୍ପାଦକ ଅଲ୍ ଓଡିଶା ଟେଣ୍ଟ ମାଲିକ ସଙ୍ଘ ,ଜଗନ ଜେନା କାର୍ଯ୍ୟକାରୀ ସମ୍ପାଦକ ଅଲ୍ ଓଡିଶା ଟେଣ୍ଟ ମାଲିକ ସଙ୍ଘ ପ୍ରବୋଧ କୁମାର ଦାଶ ସମ୍ପାଦକ ଅଲ୍ ଇଣ୍ଡିଆ ଟେଣ୍ଟ ମାଲିକ ସଙ୍ଘ , ଅଭିଷେକ ପଟ୍ଟନାୟକ ସାଧାରଣ ସମ୍ପାଦକ ଟେଣ୍ଟ ମାଲିକ ସଙ୍ଘ କଳାହାଣ୍ଡି , ଗୁରୁଚରଣ ଦାଶ ସାଧାରଣ ସମ୍ପାଦକ ଅଲ୍ ଇଣ୍ଡିଆ ଟେଣ୍ଟ ମାଲିକ ସଙ୍ଘ, ଅର୍ତ୍ତଭଞ୍ଜ ମଲ୍ଲିକ ଯୁଗ୍ମ ସମ୍ପାଦକ ଅଲ୍ ଇଣ୍ଡିଆ ଟେଣ୍ଟ ମାଲିକ ସଙ୍ଘ ପ୍ରମୁଖ ମଞ୍ଚାଷିନ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ବୈଠକ ରେ ରାଜ୍ୟର ୨୫ ରୁ ଉର୍ଦ୍ଧ ଜିଲ୍ଲା ର ଟେଣ୍ଟ ହାଉସ ଏଣ୍ଡ ସପ୍ଲାୟର୍ସ ଓନର ୱେଲ୍ଫେୟର ଆସୋସିଏସନ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହିପରିପେକ୍ଷିରେ କଳାହାଣ୍ଡି ମାଁ ମାଣିକେଶ୍ବରୀ ଲାଇଟ୍ ଟେଣ୍ଟ ,ସାଉଣ୍ଡ, ଫ୍ଲାୱାର ଓ ଇଭେଣ୍ଟ ୱନର୍ସ୍ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଉପସ୍ଥିତ ଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟ ମାନଙ୍କୁ ଫଟୋଚିତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇ ଥିଲା । ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟ କରି ଆସିଥିବା ବରିଷ୍ଠ ସଦସ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ଦ୍ଵାରା ଉଦବୋଧନ ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥି ମାନେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆପଣ ମାନେ ସମସ୍ତେ ନିଜ କାର୍ଯ୍ୟ କରିବା ସହ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ନିଜର କାର୍ଯ୍ୟ ଠିକ୍ ଭାବରେ ନିଜ ନିଜ ଭିତରେ ସୁସମ୍ପର୍କ ସ୍ଥାପନ କରି ସମସ୍ତେ ମିଳିମିଶି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳ ହେବ ତେଣୁ ଆମେ ସମସ୍ତେ ମିଶି ଆଗକୁ କାର୍ଯ୍ୟ କରିବା ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ । ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଅଲ୍ ଓଡିଶା ଟେଣ୍ଟ ହାଉସ ଏଣ୍ଡ ସପ୍ଲାୟର୍ସ ଓନର ୱେଲ୍ଫେୟର ଆସୋସିଏସନ୍ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ କଳାହାଣ୍ଡି ମାଁ ମାଣିକେଶ୍ବରୀ ଲାଇଟ୍ ଟେଣ୍ଟ ,ସାଉଣ୍ଡ, ଫ୍ଲାୱାର ଓ ଇଭେଣ୍ଟ ୱନର୍ସ୍ ୱେଲଫେୟାର ଆସୋସିଏସନ୍ ର ସମସ୍ତ ସଦସ୍ୟ ସୁଚାରୁରୂପେ ତୁଲାଇଥିଲେ ।

ପିଲାଙ୍କ ଭବିଷ୍ୟତ କୁ ନଷ୍ଟ କରୁଛି ପାହାଡି ରାସ୍ତା,ଜଙ୍ଗଲୀ ପାହାଡି ରାସ୍ତା ଭୟରେ ଯାଉ ନାହାନ୍ତି ସ୍କୁଲ;୧୨ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଶିକ୍ଷାରୁ ବଞ୍ଚିତ….!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମାନସ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ସରକାର ପ୍ରଥମେ ଶିକ୍ଷାକୁ ମୌଳିକ ଅଗ୍ରାଧିକାର ଦେଇଥିବା ବେଳେ ପ୍ରତ୍ୟେକ ଗାଁରେ ସ୍କୁଲ ନିର୍ମାଣ କରିଛନ୍ତି l ମାତ୍ର ଏବେବି ଅନେକ ଗାଁରେ ଶିକ୍ଷା ଲାଭ କରିବାରେ କୌଣସି ବ୍ୟବସ୍ଥା ହୋଇ ପାରିନାହିଁ ଯାହାଫଳରେ ଉକ୍ତ ଗାଁର ଛାତ୍ର ଛାତ୍ରୀ ମାନେ ୮ କି.ମି ଜଙ୍ଗଲୀ ପାହାଡିଆ ନଦୀ ନାଲ ପାଦଚଲା ଖାଲ ଖମା ରାସ୍ତା ଦେଇ ସ୍କୁଲକୁ ଯିବାକୁ ପଡିଥାଏ l ଏହିଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗ ପଦର ପଞ୍ଚାୟତ ଅନ୍ତର୍ଗତ ଟୁଟୁଗୁମ୍ମା ଗାଁରେ l ଉକ୍ତ ଗାଁ ସୁଲିଆ ମୁଖ୍ୟ ରାସ୍ତା ଠାରୁ ୮କି,ମି ରହିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୩ କିମି ଦୂରରେ ରହିଛି l ହେଲେ ଗାଁ ପାଖରେ ପିଲାଙ୍କ ପାଠ ପଡିବା ପାଇଁ କୌଣସି ବିଦ୍ୟାଳୟ ନ ଥିବାରୁ ୮ କି.ମି ଦୂରରେ ଥିବା କୋଟଡ଼ଘାଟି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ନାମ ଲେଖିଛନ୍ତି କିନ୍ତୁ ଜଙ୍ଗଲୀ ପାହାଡି ଆବୁଡ଼ା ଖାବୁଡ଼ା ଖାଲଖମା ଓ ତିନିଟି ନଦୀ ରହିଥିବା ବେଳେ ବନ୍ୟପ୍ରାଣୀଙ୍କ ଭୟ ମଧ୍ୟ୍ୟ ରହିଛି ଯାହାଫଳରେ ଛାତ୍ର ଛାତ୍ରଙ୍କୁ ଛାଡିବାରେ ସୁରକ୍ଷିତ ମାନୁ ନାହାନ୍ତି ଅଭିଭାବକ ମାନେ l କୋଟଡ଼ ଘାଟି ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପ୍ରଯ୍ୟନ୍ତ ଅନେକ ପିଲାଙ୍କ ନାମ ଲେଖା ହୋଇଥିଲେ ମଧ୍ୟ୍ୟ ପାହାଢ଼ି ରାସ୍ତା ପାଇଁ ସ୍କୁଲ ଆସିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଅନେକ ପିଲାଙ୍କୁ ସ୍କୁଲ ରେଜିଷ୍ଟରେ ଉପସ୍ଥାନ ପକେଇ ପଞ୍ଚମ ଶ୍ରେଣୀ ଉତୀର୍ଣ୍ଣ ହୋଇ ଭଟାଙ୍ଗ ପଦର ସ୍କୁଲରେ ମନୋଜ ମାଝୀ ଓ ଫୁଲମେ ମାଝୀ ନାମକୁ ମାତ୍ର ନାମ ଲେଖିଥିବା ବେଳେ ସ୍କୁଲ ନ ଯାଇ ଘରେ ରହୁଛନ୍ତି l ନିଜ ଗାଁ ଠାରୁ ଭଟାଙ୍ଗ ପଦର ସ୍କୁଲ ୧୫କି.ମି ଦୂର ହେଉଥିବା ବେଳେ ଯିବାଆସିବାରେ ସମ୍ଭବ ହେଉ ନାହିଁ ଫଳରେ ପ୍ରାଥମିକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିଛନ୍ତି l ତେଵେ ଏମାନଙ୍କୁ ଭଟାଙ୍ଗ ପଦର ଆବାସିକ ବିଦ୍ୟାଳୟରେ ରହିକି ପାଠ ପଢ଼ିବାର ବ୍ୟବସ୍ଥା କରାଗଲେ ପାଠ ପଢି ପାରିବେ ବୋଲି ଅଭିଭାବକ ମାନେ ମତପ୍ରକଶ କରିଛନ୍ତି l କୋଟଡ଼ଘାଟି ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯାଥିବା ମନୋଜ ମାଝୀ, ମନ୍ତ ମାଝୀ, ଫୁଲମେ ମାଝୀ, ପବିତ୍ର ମାଝୀ, ଜୟନ୍ତୀ ମାଝୀ, ରଶ୍ମିତା ମାଝୀ, ସରିତା ମାଝୀ, ପ୍ରମିଳା ମାଝୀ ସ୍କୁଲଙ୍କୁ ପାଠ ପଢ଼ିବା ପାଇଁ ଆସୁ ନ ଥିବା ବେଳେ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ଆମେ ସେହି ଗାଁକୁ ଯାଇଥିଲୁ ଓ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ ଙ୍କୁ ବୁଝାସୁଝା କରିଥିଲୁ ସ୍କୁଲ କୁ ପିଲାଙ୍କୁ ଛାଡିବା ପାଇଁ କିନ୍ତୁ ସେମାନେ ଦୂରତା ଓ ଜଙ୍ଗଲୀ ରାସ୍ତା ଯୋଗୁଁ ସ୍କୁଲ ଆସିବା ପାଇଁ ଅନ୍ଇଚ୍ଛା ପ୍ରକାଶ କରୁଛନ୍ତି l ଆମେ ମଧ୍ୟ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ବୋଲି ମତ ପ୍ରକାଶ କରିଛନ୍ତି l ପିଲାଙ୍କୁ ଶିକ୍ଷା ଦାନ ପାଇଁ ଗାଁରେ ନୂତନ ସ୍କୁଲ ନିର୍ମାଣ ପାଇଁ ଦାବି କରିଛନ୍ତି ଫଗନୁ ମାଝୀ, ମଦନୁ ମାଝୀ, ଧମକା ମାଝୀ, ଚନ୍ଦ୍ର ମାଝୀ, ଗଦନ ମାଝୀ, ରାଣୁ ମାଝୀ, ସନ୍ତୋଷ ମାଝୀ ସମେତ ଗ୍ରାମ ବାସି l ତେଵେ ପ୍ରଶାସନ ଏତି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମ ବାସି ନିବେଦନ କରିଛନ୍ତି l

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ; ୧୧ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମାନସ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଓଡ଼ିଶା ରାଜସ୍ୱ ଅମଲା ସଂଘର ତା : ୧୩.୦୭.୨୦୨୫ ରିଖ ର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁସାରେ ଗତ ୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ଯୋଗଦେଇଛନ୍ତି । ଆଜି ଦ୍ଵିତୀୟ ଦିନ ମଧ୍ୟ ଓଡିଶା ରାଜସ୍ବ ଅମଲା ସଂଘ କଳାହାଣ୍ଡି ଶାଖା ସାମୁହିକ ଛୁଟିରେ ଅଛନ୍ତି । ରାଜସ୍ୱ ଅମଲା ମାନଙ୍କର ସାମୁହିକ ଛୁଟିରେ ଥିବା ଯୋଗୁଁ କଳାହାଣ୍ଡି ଜ଼ିଲ୍ଲାର ସମସ୍ତ ରାଜସ୍ୱ ବିଭାଗୀୟ କାର୍ଯ୍ୟାଳୟ ଗୁଡିକ ଖାଲି ପଡି ରହିଅଛି । ଏହାଦ୍ୱାରା ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଆଜି ଦ୍ଵିତୀୟ ଦିନରେ ଓଡିଶା ରାଜସ୍ୱ ଅମଲା ମାନେ ଜ଼ିଲ୍ଲା ଅମଲା ଭବନ ଠାରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ ଓ ଏଠାରେ ପ୍ରାୟ ୧୫୦ ଜଣ ଯୋଗଦେଇଥିଲେ । ରାଜ୍ୟ ସରକାର ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଳାହାଣ୍ଡି ଜ଼ିଲ୍ଲା ରାଜସ୍ୱ ଅମଲା ସଂଘର ଉପ-ସଭାପତି ନୀଳକଣ୍ଠ ଗଉଡ ଓ ସମ୍ପାଦକ ଆଶୁତୋଷ ମିଶ୍ର ପ୍ରକାଶ କରିଛନ୍ତି । ଜ଼ିଲ୍ଲା ଅମଲା ଭବନଠାରେ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ ର ଶତାଧିକ କର୍ମଚାରୀ ଉପସ୍ଥିତ ରହିଥିଲେ । ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ହେଲେ ସୁନୀଲ କାନୁନଗୋ, ଲକ୍ଷ୍ମୀ ନାରାୟଣ ପୃଷ୍ଟି , କାଶୀନାଥ ଦଣ୍ଡସେନା, ବିଷ୍ଣୁ ଚରଣ ପାତ୍ର ଅଜିତ କୁମାର ସାହୁ, ସୁଦୀପ୍ତ ରଞ୍ଜନ ସିଂ, ଚିନ୍ମୟୀ ଠାକୁର , ଲେଖାରାମ ଗହୀର ଓ ବିନାୟକ ବିଶ୍ୱାଳ । ୯ ଦଫା ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆର୍ଏସପି -୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । ଏଥିସହ ଗତ ୨୮ ଜୁଲାଇ ୨୦୨୫ ରେ ଜାରି ହୋଇଥିବା ଓଡିଶା ରାଜସ୍ୱ ସେବା (ସଂଶୋଧନ ) ୨୦୨୫ ନିୟମରେ ରାଜସ୍ବ ଅମଲା ମାନଙ୍କର ଓଡିଶା ରାଜସ୍ୱ ସେବାରେ ପଦୋନ୍ନତି ସମ୍ଭାବନା ବହୁତ କମଥିବାରୁ ରାଜସ୍ୱ ଅମଲା ମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ ।

ଭାରତୀୟ ନିର୍ବାଚନ ଆୟୋଗର ଭୋଟ ଚୋରୀକୁ ନେଇ କଳାହାଣ୍ଡି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମାନସ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ସାରା ଦେଶରେ ବର୍ତ୍ତମାନ ଭୋଟ ଚୋରୀ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏହି ଭୋଟ ଚୋରୀକୁ ନେଇ ବିଭିନ୍ନ ପ୍ରମାଣ ରଖୁବା ପରେ ପ୍ରସଂଗ ଘନେଇବାରେ ଲାଗିଛି। ରାହୁଳ ଦୀର୍ଘ ସମୟ ଧରି ସେ କିପରି ଭୋଟ ଚୋରୀ ହୋଇଛି ତାହାର ତଥ୍ୟ ରଖୁଛନ୍ତି। ଫଳରେ ସାରା ଦେଶରେ ବର୍ତ୍ତମାନ ଏହାକୁ ନେଇ ତର୍କବିତର୍କ ହେବାରେ ଲାଗିଛି। ରାହୁଳଙ୍କ ଏହି ଚୋରୀ ପ୍ରସଂଗକୁ ଓଡିଶାରେ ପ୍ରଦେଶ କଂଗ୍ରେସ ମଧ୍ଯ ପ୍ରସାର କରିବାରେ ଲାଗିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ ଓଡିଶାରେ କିପରି ଭୋଟ ଚୋରୀ ହୋଇଛି ତାହାର ବାଖ୍ୟା କରିଛନ୍ତି। ଡିସିସି ସଭାପତି ଶ୍ରୀ ନାଏକ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ କରି କ୍ଷମତାକୁ ଆସିଥିବା ବ୍ୟକ୍ତି କେବେ ଗଣତାନ୍ତ୍ରିକ ବ୍ୟବହାର କରି ପାରିବ ନାହିଁ । ଗତ ଲୋକସଭା ନିର୍ବାଚନରେ ବିଜେପି ସମ୍ପୂର୍ଣ ହାରିବା ସ୍ଥିତିରେ ଥୂଲା ଯଦି ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଏବଂ ଓଡିଶାରେ ବିଜେଡି ସୁପ୍ରିମୋ ସାଲିସ କରି ନ ଥାନ୍ତେ ତେବେ ଦିଲ୍ଲୀରେ ଇଣ୍ଡିଆ ଗଟବନ୍ଧନ ସରକାର କ୍ଷମତାକୁ ଅସିଥାନ୍ତି । ମହାରାଷ୍ଟ୍ରରେ ଗୋଟିଏ କୋଟି ଭୋଟ ଚୋରୀ କରାଯାଇଛି । ସମସ୍ତ ଏକଜିଟ ପୁଲ, ଜନମତ ଏବଂ ରାଜନୈତିକ ଗତି ମିଥ୍ୟା ସାବ୍ୟସ୍ତ ହେଲା ଏବଂ ବିଜେପି ମହାରାଷ୍ଟ୍ରରେ ବିଜୟ ଲାଭ କଲା । ଏହା କେବଳ ସମ୍ଭବ ହୋଇଛି ଭୋଟ ଚୋରୀ ମାଧ୍ୟମରେ । ଓଡିଶା ସଂସଦୀୟ ନିର୍ବାଚନ ପରେ ୪୨ ଲକ୍ଷ ଅଧୂକ ଭୋଟ ପଡ଼ିଥିବା କଥା ବିଶିଷ୍ଟ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଉପସ୍ଥାପନ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଆୟୋଗ ନେଇ ନଥିଲେ । ଆଶ୍ଚର୍ଯ୍ୟର କଥା ବିଜେଡି ୫୧ ଗୋଟି ବିଧାନସଭା ଆସନ ଜିତିଥିଲେ କିନ୍ତୁ ଗୋଟାଏ ଲୋକସଭା ଆସନ ମଧ୍ଯ ଜିତି ପାରିଲେ ନାହିଁ । ଏହା ଅସମ୍ଭବ । ଧନ୍ୟବାଦ ରାହୁଳ ଗାନ୍ଧୀ ଯିଏ କି ବିଗତ ବର୍ଷ ବର୍ଷ ଧରି ଗଣତନ୍ମ ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ସତ ସାହସ ଦେଖାଇଛ ଛନ୍ତି ଏବଂ ଭୋଟ ଚୋରୀ ଜାଗର କରିଛନ୍ତି । ରହସ୍ୟ ଜନତାଙ୍କ ଆଗରେ ଉଜାଗର କରିଛନ୍ତି ନିର୍ବାଚନ କମିଶନ କେମିତି ଭୋଟ ଚୋରୀ ମାଧ୍ୟମରେ ଲୋକ ରାକଙ୍କ ସହିତ ବିଶ୍ବାସଘାତ କରି ବିଜେପିକୁ କ୍ଷମତାସୀନ କରିଛି ଏସବୁ ବିଷୟରେ କଂଗ୍ରେସ ଆଜି ସୋମବାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବା ସହିତ ଗ୍ରାମ ଗ୍ରାମରେ ଚୋରୀ ବିଷୟରେ ଲୋକଙ୍କୁ ସଚେତନ କରାଉଛି । ରାହୁଳ ଗାନ୍ଧୀଙ୍କ ଗଣତନ୍ତ୍ର ବଞ୍ଚାଇବା ସତସାହସକୁ ଏକ ବିରାଟ ଆନ୍ଦୋଳନର ରୂପ ଦିଆଯିବ ବୋଲି ସଭାପତି ନାଏକ କହିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ଭାରତ ଭୂଷଣ ବେମାଲ ନିଜ ବକ୍ତବ୍ୟରେ କହିଲେ ଯେ, ଆମେ ଜିନିଷ ପତ୍ର ଚୋରୀ ହେବା ଶୁଣିଛୁ ଏବଂ ଦୀର୍ଘ ଦଶନ୍ଧି ହେବ ଗଣତାନ୍ତ୍ରିକ ରାଜନୀତିରେ ଅଛୁ କିନ୍ତୁ ଏଭଳି ଭୋଟ ଚୋରୀ କାର୍ଯ୍ୟ ଆମେ କେବେ ଶୁଣି ନ ଥୂଲୁ । ରାହୁଳ ଗାନ୍ଧୀ ତଥ୍ୟ ପ୍ରମାଣ ସହ ନିର୍ବାଚନ ଆୟୋଗଙ୍କ ଭୋଟ ଚୋରୀର ପର୍ଦାଫାଶ ପାଇଁ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି ସେଥ‌ିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ରାହୁଳ ଗାନ୍ଧୀ ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟର ଡିଜିଟାଲ ଡାଟା ଏବଂ ସିସିଟିଭି ଫୁଟେଜ ପ୍ରଦାନ କରିବା ପାଇଁ ଲିଖୂତ ଭାବରେ ଅନୁରୋଧ କରିଥିଲେ କିନ୍ତୁ ଆୟୋଗ ପ୍ରଦାନ କରି ନଥିଲେ । ଯଦି ନିର୍ବାଚନ ଆୟୋଗ ଦୋଷୀ ନୁହନ୍ତି ତେବେ ଡାଟା ଏବଂ ଫୁଟେଜ ପ୍ରଦାନ କଲେ ନାହିଁ କାହିଁକି? ପୁଣି ଭୋଟ ଚୋରୀ ପର୍ଦାଫାଶ କରିବା ପରେ ମହାରାଷ୍ଟ୍ର ସମେତ ଚାରି ଗୋଟି ରାଜ୍ୟର ନିର୍ବାଚନ ଆୟୋଗଙ୍କ ୱେବ ସାଇଟରୁ ଭୋଟର ବିଭାଗ ଡିଲିଟ କରି ଦେଲେ କାହିଁକି ? ଏସବୁରୁ ସ୍ପଷ୍ଟ ଜଣାପଡୁଛି ନିର୍ବ ନିର୍ବାଚନ ଆୟୋଗ ଭୋଟ ଚୋରୀ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ ଜଳାଞ୍ଜଳି ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିସିସି ସଭାପତି ଜଳନ୍ଧର ନାଏକଙ୍କ ସହ ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ ଏବଂ ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାକୁଡ଼, ନାରୀ ନେତ୍ରୀ ମାଣିକ୍ୟ ସୁନା, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ରାଜ୍ୟ ସମ୍ପାଦକ ସରୋଜ ବାଗ, ଜିଲ୍ଲା ଉପସଭାପତି ପ୍ରିତମ ବେହେରା, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ,ଆଇନଜୀବି ସିଦ୍ଧାର୍ଥ ନାୟକ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୁଣ୍ଡ, ବ୍ରଜ ସାହୁ, ବାବା ଖାନ, ଭୀମ ନାୟକ, ବାଲେଶ୍ୱର ହରପାଳ, ଠଣ ସୁନ୍ଦର ନାୟକ, ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ ସନ୍ତୋଷ ପ୍ରଧାନ, ଦୁଃଖିଶ୍ୟାମ ପ୍ରମୁଖ ମଂଚାସୀନ ଥିଲେ।