ଖୋଲା ଆଲୋଚନା ‘କଳାହାଣ୍ଡିର କୃଷି ଓ କୃଷକ’ ଅନୁଷ୍ଠିତ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ହଜାର ହଜାର ବର୍ଷ ପୂର୍ବରୁ ସାରା ବିଶ୍ୱରେ ଧାନ ଉତ୍ପାଦନର ମୂଳସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ ଥିଲା। ଏ ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା ଓ ମୁଣ୍ଡା ଜରିଆରେ ଜଳସେଚନର ନିୟମିତ ବ୍ୟବସ୍ଥା ରହିଥିଲା। କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦର ବିପଣନ ଏକ ପ୍ରମୁଖ ପ୍ରସଙ୍ଗ ଅଟେ। ଜିଲ୍ଲାରେ ଅନେକ କୃଷି ସମସ୍ୟା ରହିଛି। ସେଥିମଧ୍ୟରୁ ଉପଯୁକ୍ତ କୃଷି ଭିତ୍ତିଭୂମି ପାଇଁ ଜମିଜମାର ରେକର୍ଡ ସଂଶୋଧନ ସହିତ ଅଭାବୀ ବିକ୍ରି ସମସ୍ୟାର ସମାଧାନ କରାଯିବାର ଆବଶ୍ୟକତା ରହିଛି। ଖାଲି ପଡ଼ିଥିବା ଜାଗାକୁ କୃଷି ଉପଯୋଗୀ କରାଯିବାର ଆବଶ୍ୟକତା ରହିଛି। ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଚାଷ ଓ ଚାଷୀଙ୍କୁ ଫୋକସ କରିବା ସହିତ କୃଷି ଶ୍ରମିକ ବିଶେଷ କରି ମହିଳା କୃଷି ଶ୍ରମିକ ଓ ଶିକ୍ଷିତ ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି। ମନରେଗା ଭଳି ଯୋଜନାକୁ ଚାଷ ଓ ଚାଷୀଙ୍କ ହିତ ପାଇଁ ବିନିଯୋଗ କରାଯିବା ଉଚିତ। ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ କୃଷି କମିସନ ସ୍ଥାପନ, କୃଷି ଯନ୍ତ୍ରପାତି ଓ ଉପକରଣ କିଣିବାରେ ରିହାତି, ସଘନ ଚାଷ ପ୍ରଣାଳୀର ବ୍ୟବହାର, କୃଷି ଭିତ୍ତିକ ପ୍ରୋସେସିଂ ୟୁନିଟ ସ୍ଥାପନ, ଜିଲ୍ଲା ବ୍ୟାପି ଶୀତଳ ଭଣ୍ଡାର ସ୍ଥାପନ, ଚାଷୀ ଦ୍ୱାରା ଉତ୍ପାଦିତ ଫସଲ ମଧ୍ୟରୁ ୮୦ ପ୍ରତିଶତ ମଣ୍ଡିରେ ବିକ୍ରି ଓ ବାଧ୍ୟତାମୂଳକ ୨୦ ପ୍ରତିଶତ ବିହନ ଭାବେ ବ୍ୟବହାର, କୃଷକ ସଂଗଠନ ଗୁଡ଼ିକୁ ସଶକ୍ତ କରିବା, ଆଖୁଚାଷକୁ ପ୍ରୋତ୍ସାହନ ଓ ଦେଶୀଗୁଡ଼ ପ୍ରସ୍ତୁତି ୟୁନିଟ ସ୍ଥାପନ, ଗୋପାଳନ, ମତ୍ସ୍ଯ ଚାଷ, ଆମ୍ବଚାଷ ପାଇଁ ପ୍ରୋତ୍ସାହନ, ପ୍ରବାହ ଜଳସେଚନ ବଦଳରେ ଉଠା ଜଳସେଚନ ଉପରେ ଗୁରୁତ୍ୱ, ବର୍ଜ୍ୟ ଜଳ ପରିଚାଳନା, ଛୋଟଛୋଟ ନଦୀର ସଂଯୋଗୀକରଣ, ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଶଯ୍ୟାରେ ବୃକ୍ଷରୋପଣ, ସରକାରୀ ଗୋଦାମରେ ଗଛିତ ଚାଉଳର ସଦ ବ୍ୟବହାର, ଭବାନୀପାଟଣା ଓ ଧର୍ମଗଡ଼ ଉପଖଣ୍ଡରେ ଦୁଇଗୋଟି ବିଶାଳ ଗାଈଗୋରୁ, ଛେଳି ମେଣ୍ଢା ବଜାର ସ୍ଥାପନ, କପା ମଣ୍ଡି ସ୍ଥାପନ, ଜଳପୁରୁଷ କାର୍ଜୀ ମାଝୀଙ୍କ ଦ୍ୱାରା ନିର୍ମିତ କେନାଲର ପୁନଃରୁଦ୍ଧାର, ଲାଞ୍ଜିଗଡ଼ ବ୍ଲକରେ ରେତ କେନାଲର ସମ୍ପ୍ରସାରଣ, ନିୟମଗିରି ଅଧିବାସୀଙ୍କ ଉତ୍ପାଦିତ ଜଙ୍ଗଲଜାତ ଦ୍ରବ୍ୟର ସଠିକ ବିକ୍ରିବଟା, ଚାଷ ଓ ଚାଷୀଙ୍କ ମଧ୍ୟରେ ଦଲାଲରାଜ ଶେଷ କରିବା, ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରେ କୃଷିକୁ ପ୍ରୋତ୍ସାହନ, ବହୁବିଧ ଓ ବଦଳ ଚାଷକୁ ପ୍ରୋତ୍ସାହନ, ମଣ୍ଡି ବ୍ୟବସ୍ଥାରେ ଉନ୍ନତି, ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନର ଆବଶ୍ୟକତା ରହିଛି। ସାରା ରାଜ୍ୟରେ କୃଷିରେ ଅଗ୍ରାଧିକାର ହାସଲ କରିଥିବା କଳାହାଣ୍ଡି ପାଇଁ ଏକ ସ୍ୱତନ୍ତ୍ର ପଲିସୀର ଆବଶ୍ୟକତା ରହିଛି ଏବଂ ଜିଲ୍ଲାର କୃଷି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି ଆଜି ସ୍ଥାନୀୟ ଏସ. ଏନ ରେସିଡେନ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ କଳାହାଣ୍ଡିର କୃଷି ଓ କୃଷକ ଶୀର୍ଷକ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ଓ ଗବେଷକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଶାନ୍ତନୁ ବେହେରା, ସୁଶାନ୍ତ ମହାପାତ୍ର, ବିଶିଷ୍ଟ ଚାଷୀ କୃଷ୍ଣ ନାଗ, ପ୍ରଶାନ୍ତ ପାଟଯୋଶୀ, ଦିପ୍ତୀରଞ୍ଜନ ପ୍ରହରାଜ, ଭବାନୀପାଟଣା ସମବାୟ ବ୍ୟାଙ୍କର ସଭାପତି ଗିରୀଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିବାବେଳେ ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ଆବାହକ ବିଧାୟକ ଶ୍ରୀ ମିଶ୍ର ଆଗାମୀ ଦିନରେ ଜିଲ୍ଲାର କୃଷିଭିତ୍ତିକ ପ୍ରସଙ୍ଗ ଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଦୃଢତାର ସହିତ ପ୍ରକାଶ କରିଥିଲେ। ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକ ଅଞ୍ଚଳରୁ ଶତାଧିକ ସାମ୍ବାଦିକଙ୍କ ସହିତ ଚାଷୀ ଓ ବୁଦ୍ଧିଜୀବୀ ନାଗରିକଗଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଜ୍ଞାନ ପ୍ରକାଶ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ , ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଶ୍ରୀମତୀ ଅମ୍ବିକା ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଜ୍ଞାନଚାନ୍ଦ ଶତପଥି ଉଦଘାଟନ କରିଥିବାବେଳେ, ରାୟଗଡ ଉପଜିଲ୍ଲାପାଳ, ଶ୍ରୀ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ରୂପେ ଶିକ୍ଷକ. ତାଲିମ. ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମେହେର ଏବଂ ସମ୍ମାନିତ ଅତିଥି ରୂପେ କବି ତଥା ଅନୁବାଦକ, ସହକାରୀ ଜିଲ୍ଲାପାଳ ଶ୍ରୀ ଆଶୁତୋଷ ପାତ୍ର ମଞ୍ଚାସିନ ରହିଥିଲେ l ପ୍ରାରମ୍ଭରେ ବିବେକାନନ୍ଦ ବିଦ୍ୟାମନ୍ଦିର ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା, ଶିଶୁ କଳାକାରମାନଙ୍କ ଦ୍ୱାରା, ଢେମସା ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଗଜପତି, କନ୍ଧମାଳ ସହିତ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ ରୁ ସମସ୍ତ ସାହିତ୍ୟିକ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜିକା ଶ୍ରମତି ସସ୍ମିତା ମିଶ୍ର ଏବଂ ଯୁବ ଆବାହକ କବି ଶ୍ରୀ ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।


ଜ୍ଞାନ ପ୍ରକାଶ ର କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ମିଶ୍ର,, ଜିଲ୍ଲା ଉପ ସଂଯୋଜକ ଶ୍ରୀ ଇ ଗୌରୀ ଶଙ୍କର ରାଓ , ପରାମର୍ଶ ଦାତା ଶ୍ରୀ ଦାମୋଦର ହୋତା କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ଦ୍ଵିତୀୟ ଅଧିବେଶନରେ କବିତା ଆସରରେ ଅତିଥି ଭାବେ ଯୋଗଦାନ ଦେଇଥିଲେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ଅମୁଲ୍ୟ କୁମାର ଦାଶ, କନ୍ଧମାଳ ଜିଲ୍ଲା ପ୍ରମୁଖ, ଶ୍ରୀ ନୀଳମଣି ପାଟଯୋଶୀ, ଶ୍ରୀମତୀ ବେବିରାଣୀ ନନ୍ଦ, ଶ୍ରୀ ଅରୁଣ କୁମାର ଲେଙ୍କା ମଞ୍ଚାସିନ ଥିଲେ l ଶ୍ରୀ ବିମଳଚାନ୍ଦ ପଟ୍ଟନାୟକ, ଶ୍ରୀ ବିଜୟ ଚୌଧୁରୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, ଡ଼କ୍ଟର ମାୟାଧର ସାହୁ ଶ୍ରୀ ସଦାଶିବ ରାଜଗୁରୁ, କଲ୍ୟାଣୀ ସାସମଲ, ଶ୍ରୀ ଜୟଦେବ ସିଠ, ଶ୍ରୀମତୀ ମହେଶ୍ୱତା ପାଣିଗ୍ରାହୀ, ଶ୍ରୀମତୀ ତ୍ରିବେଣୀ ମିଶ୍ର, ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ. ଶିବ ସୁନ୍ଦର ପାଣିଗ୍ରାହୀ, ବବିତା ପୁରହିତ, ଡ଼ କଲ୍ୟାଣୀ ମିଶ୍ର, ଶ୍ରୀ ଦୁର୍ଗା ଶତପଥୀ, ତ୍ରିଲୋଚନ ପ୍ରଧାନ, ମିନତୀ ସେନାପତି, ଅହଲ୍ୟା ମହାରଣା, ଶ୍ରୀ ଜଗଦୀଶ ଚନ୍ଦ୍ର ଦୋରା, ଶିକ୍ଷକ ଶ୍ରୀ ନୀଳାଞ୍ଚଳ ମିଶ୍ର, ଶ୍ରୀ ଲାବନ୍ୟ ମୋହନ ପଟ୍ଟନାୟକ ଯୋଗଦାନ ଦେଇଥିଲେ । ଶିକ୍ଷା, ସମାଜ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି, ଯୁବ ଆଊ ଶିଶୁ ପ୍ରତିଭା, ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର ପୁରସ୍କୃତ ହୋଇଥିଲେ ସମାଜସେବି ଶ୍ରୀ ରାଜେଶ ବିଶ୍ୱାଳ, ଶ୍ରୀମତୀ ପ୍ରଶାନ୍ତି ସାହୁ, ଲୋକକଳା କଳାକାର ଶ୍ରୀ ସନ୍ତୋଷ କୁମାର ବଛା ଓ ଅନ୍ୟମାନେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।