ବିଭିନ୍ନ ଦାବି ନେଇ କେସିଙ୍ଗା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ…!
!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଭବାନୀପାଟଣା)- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ସମସ୍ତ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶନିବାର ଦିନ କେସିଙ୍ଗା ବ୍ଲକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ନିଜର ଶିକ୍ଷାଦାନ ସମାପ୍ତ କରିବା ପରେ ସ୍ଥାନୀୟ ବି ଇ ଓ ଅଫିସ ପରିସରରେ ନିଜର ୬ ଦଫା ଦାବୀ ନେଇ ଶାନ୍ତି ଶୃଙ୍ଖଳା ସହିତ ବିକ୍ଷୋବ ପ୍ରଦର୍ଶନ କରିବା ସହିତ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ ବେହେରା ଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏକ ଦାବି ପ୍ରଦାନ କରିଛନ୍ତି।
ଦାବୀ ଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ,ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ପେନସନ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅବସର ବୟସ କୁ ୬୨ କୁ ବୃଦ୍ଧି, ଗ୍ରେଡପେ ରେ ଥିବା ଅସଙ୍ଗତି ଦୂରୀକରଣ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଏବଂ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ୬ ଟି ନୋସନାଲ ଇନକ୍ରୀମେଣ୍ଟ ସହିତ ବାରିଷ୍ଠତା ପ୍ରଦାନ କରି ନୂତନ ପେନସନ ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଭଳି ଦାବି କରିଛି ସମୁନୟ ସମିତି। ବର୍ତ୍ତମାନ କେବଳ ବ୍ଲକ୍ ସ୍ତରରେ ଧାରଣା ଦିଆଯାଉଥିବା ବେଳେ ଆଗାମୀ ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ଵର ଠାରେ ଆନ୍ଦୋଳନ କରାଯିବା ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।ଦେଶର ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ମାନଙ୍କ ଦାବି ପ୍ରତି ସରକାର କେବେ ଦୃଷ୍ଟି ଦେବେ ଓ କେବେ ଏମାନଙ୍କ ଦାବି ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।







