ପୁଣି ଦାଦନ ଯନ୍ତ୍ରଣାର ଦୁଃଖଦ ଚିତ୍ର, ତାମିଲନାଡୁରୁ ଫେରିଲା ଯୁବକଙ୍କ ମୃତଦେହ ….!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ(ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମାଣିକେରା ଗ୍ରାମ ପଞ୍ଚାୟତ ଟାପରେଙ୍ଗ ଗ୍ରାମର ଜମଧର ନାଗଙ୍କ ପୁଅ ଥମାସ ନାଗ (୨୪) ପରିବାରର ଜଣେ ମାତ୍ର ରୋଜଗାରିଆ ପୁଅ ଆର୍ଥକ ଅନଟନରେ ଚଳୁଥିଲେ ତାଙ୍କର ପରିବାର ମାର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ବହୁତ ଟଙ୍କା ଦରକାର ହେଲା ଗାଁରେ କୌଣସି କାମଧନ୍ଧା ନପାଇ ପାଇବାରୁ ବାହାର ରାଜ୍ୟ ତାମିଲନାଡୁ ରାଜ୍ୟକୁ ଦାଦନ ଯିବାପାଇଁ ବାଧ୍ୟ ହେଲେ । ତାଙ୍କ ଦେହ କୌଣସି କାରଣରୁ ଅସୁସୁ ହୋଇଥିଲା ଏବଂ ଡାକ୍ତରଖାନାରେ ନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ତେବେ ମୃତ୍ୟୁର କା କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ ବର୍ତ୍ତମାନ ପର୍ଯ୍ୟନ୍ତି। ଅନ୍ୟପଟେ ତାମିଲନାଡୁରୁ ତାଙ୍କ ଶବ ଏବେ ଗାଆଁକୁ ଫେରିଛି ଶୁଣି ଅଞ୍ଚଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାମିଲନାଡୁରୁ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଅଣାଯାଉଛି। ଯୁବକ ଥମାସଙ୍କ ଏମିତି ଅକାଳ ବିୟୋଗରେ ସାଙ୍ଗସାଥ୍‌ ବନ୍ଧୁ ପରିଜନ ସହ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦାଦନ ସମସ୍ୟା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କାଗଜକଲମରେ ରହିଯାଇଛି ଅଞ୍ଚଳର ୭୦ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ କିଛି କାମଧନ୍ଦା ନପାଇ ବାଧ୍ୟ ହୋଇ ନିଜର ପରିବାର ପୋଷଣ ପାଇଁ ରୋଜଗାର ଆଶାରେ ବିଭିନ୍ନ ରାଜ୍ୟ କୁ ଯାଇ କାମ କରିବା ସହ ନିଜ ଗୁଜୁରାଣ ପରିବାର ମେଣ୍ଢାଇ ଥାଆନ୍ତି । ନାମକୁ ମାତ୍ର ସରକାରଙ୍କ ମନରେଗା ଯୋଜନା ଜିଲ୍ଲାର ସମସ୍ତେ ପଞ୍ଚାୟତରେ କାମକରୁ ନଥିବା ଜବ କାର୍ଡ ଧାରୀ ମାନଙ୍କ ନାମରେ ଟଙ୍କା ଉଠାଯାଉଛି ତାହା ସମସ୍ତ ଅଧିକାରୀ ମାନଙ୍କୁ ଜଣା ସବୁ ଜାଣିଶୁଣି ମୁକବଧୂର ସାଜିଛି ପ୍ରଶାସନ ସେଥିପାଇଁ ଲୋକେ ବାହାର ରାଜ୍ୟ କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଅସହ୍ୟ ଦାଦନ ଦୁଃଖ କିଏ କିଏ ବୁଝିବ । ମାଲିକ ମାନଙ୍କ ନିର୍ଯାତନାର ଶିକାର ହୋଇ ଜୀବନ ହରେଇଛନ୍ତି ଶହ ଶହ ଓଡ଼ିଆ ଶ୍ରମିକ ଏବେ ପୁଣି ଜଣେ ଦାଦନ ନ ଖଟିବାକୁ ଯାଇ ନିଜର ଜୀବନ ହାରିଲେ । ରୋଜଗାର ଗାରକ୍ଷମ ପୁଅକୁ ହରାଇ ପରିବାର ଏବେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । କେଉଁଠୁ ଆସିବ ବୃଦ୍ଧ ମା ବାପା ଙ୍କ ଚିକିତ୍ସା ଟଙ୍କା ପଇସା ଏପ୍ରତି ଜିଲ୍ଲା ପ୍ରଶାସନ ଆର୍ଥିକ ସାହାଯ୍ୟ କରିବା ପାଇଁ ଅଞ୍ଚବାସ ସୀ ବୁଦ୍ଧିଜୀବୀ ଦାବି କରୁଛନ୍ତି ।

ଏସଏସଟି ଶିକ୍ଷକ ହେମନ୍ତ ସାହୁ ଙ୍କୁ ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ସହ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ(କଳାହାଣ୍ଡି)- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ସ୍କୁଲ ଗେଟ୍‌କୁ ତାଲା ଲଗାଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାହାରେ ବସି ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ ଏସଏସଟି (ସାମାଜିକ ବିଜ୍ଞାନ) ଶିକ୍ଷକ ହେମନ୍ତ ସାହୁଙ୍କୁ ଉକ୍ତ ସ୍କୁଲ୍ ରୁ ବ୍ଲକ୍ ଶିକ୍ଷ୍ୟା ବିଭାଗ ଅନ୍ୟତ୍ର ସ୍ଥାନାନ୍ତରଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ବ୍ୟାଘାତ ଘଟିଛି, ଶ୍ରୀଯୁକ୍ତ ସାହୁ ଉକ୍ତ ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କୁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦାନ ଦେଉଥିଲେ। ତାଙ୍କର ଶିକ୍ଷା ପ୍ରଣାଳୀ ଓ ମାନବିକ ବ୍ୟବହାର ଦ୍ୱାରା ଅନେକ ଛାତ୍ରଛାତ୍ରୀ ଲାଭାନ୍ବିତ ହେଉଥିଲେ ।ଏହିପରି ଏକ ଶିକ୍ଷକଙ୍କୁ ଅଚାନକ ସ୍ଥାନାନ୍ତର କରାଯିବା ଦ୍ୱାରା ବିଦ୍ୟାଳୟର ପାଠପଢ଼ା ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରି ବିଦ୍ୟାଳୟର ଗେଟ୍ ସମ୍ମୁଖ ରେ ପ୍ଲାକାର୍ଡ ଓ ଲାଉଡ ସ୍ଲୋଗାନ ସହିତ “ହେମନ୍ତ ସାହୁ ଆସନ୍ତୁ, ଶିକ୍ଷା ଆଗକୁ ବଢ଼ାନ୍ତୁ” ବୋଲି ନାରା ଦେଉଥିବା ବେଳେ ତାଙ୍କ ଅଭିଭାବକ ମାନେ ମଧ୍ୟ ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଅଭିଯୋଗ ଏହି ଯେ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ଵେତାଲିନ ପ୍ରଧାନ କିଛି ମୃଷ୍ଠିମେୟ ବ୍ୟକ୍ତିଙ୍କ ସହିତ ମିଳିତ ଉଦ୍ୟମରେ ଶ୍ରୀ ହେମନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି କରାଇଛନ୍ତି କାରଣ ଶ୍ରୀମତୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିଲେ ଯେମିତି, ଏନରୋଲମେଣ୍ଟ ବାବଦକୁ ୬୦ ଟଙ୍କା ବଦଳରେ ୩୦୦ ଟଙ୍କା ଆଦାୟ କରିବା, ଛାତ୍ରଛାତ୍ରୀ ମାନଙ୍କ ପରିଚୟ ପତ୍ର ନିମନ୍ତେ ୩୦ ଟଙ୍କା ଆଦାୟ କରିଥିଲେ ହେଁ ଆଇଡି କାର୍ଡ ବର୍ତମାନ ସୁଦ୍ଧା ବଣ୍ଟନ ନ କରିବା, ଗଣେଶ ପୂଜା ପାଇଁ ୧୦୦ ଟଙ୍କା ଆଦାୟ କରିବା ଇତ୍ୟାଦି। ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଏ ବିଷୟ ସ୍ଥାନୀୟ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ, ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ କଲେ ନାହିଁ। ଆଉ କୌଣସି ବିକଳ୍ପ ପନ୍ଥା ନଥିବାରୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ, ଅଭିଭାବିକା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିବା ସହ ଶିକ୍ଷକ ଶ୍ରୀ ହେମନ୍ତ କୁମାର ସାହୁଙ୍କ ବଦଳିକୁ ତୁରନ୍ତ ବାତିଲ କରିବା ନିମନ୍ତେ ଦାବି ଉପସ୍ଥାପନା କରିଛନ୍ତି।

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି(ଭା.ପ୍ର.ସେ)ଙ୍କ ଯୋଗଦାନ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ)- ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି(ଭା.ପ୍ର. ସେ)ଆଜି ପୂର୍ବାହ୍ନରେ ଯୋଗଦନ କରିଛନ୍ତି l ବିଦାୟୀ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଭୁବନେଶ୍ୱରକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ନିର୍ଦ୍ଧେଶକ ଭାବରେ ବଦଳି ହେବା ପରେ ଆଜି ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା କୋଷl ଅଧିକାରୀ ଶ୍ରୀମତୀ ମିତୁତ୍ସ୍ନା ରାଉତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ l

ନୂତନ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଏହାପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲା ସ୍ମାର୍ଟ ସିଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଗତ ୧୦ ଜାନୁଆରୀ ୨୦୨୪ରୁ ୨୫ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଲାପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ଚିନ୍ତନ କକ୍ଷରେ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଅପରାହ୍ନ ୩. ୦୦ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ତହସିଲଦାର ମାନଙ୍କ ସହିତ ଆଲୋଚନା କରିଥିଲେ l ନିଜର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ କହିଲେ ଯେ ଆମେ ସମସ୍ତେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସେବା କରିବା ପାଇଁ ଆସିଛୁ l ଜିଲ୍ଲାର ଭାବମୂର୍ତ୍ତି ଅବକ୍ଷ ନକରି ସଜାଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ l କାର୍ଯ୍ୟରେ ଖିଲାପି କରିବେ ନାହିଁ ବୋଲି କହିଥିଲେ l