ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ମହାନଦୀ କୋଳ ଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପାଟାୱରୀ ଓ ମହାନଦୀ କୋଲଫିଲଡର ପ୍ରବନ୍ଧକ ଶୁଭ୍ରଜ୍ୟୋତି ସାହୁଙ୍କ ମଧ୍ୟରେ ସାକ୍ଷାରିତ ହୋଇଛି l କମ୍ପାନୀରେ ସିଏସଆର ପାଣ୍ଠିରେ ବିଦ୍ୟାଞ୍ଜଳି ଯୋଜାନରେ ଜିଲ୍ଲାର ଜନଜାତି ବିଦ୍ୟାଳୟ ମାନଙ୍କରେ ଅନ୍ତେବାସୀ ମାନଙ୍କ ବିଭିନ୍ନ ସୁଜିଧା ଯଥା ଖଟ, ଗଦା ଓ ଆର (RO)ଯୋଗାଇଦେବା ନିମନ୍ତେ ୪କୋଟି ୫୦ଲକ୍ଷ ଟଙ୍କାର ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷର ହୋଇହିଛି l ଏହି ଅର୍ଥ ଜିଲ୍ଲାପ୍ରଶlସନ ଜରିଆରେ ଖର୍ଚ୍ଚ କରାଯିବ l ସେହିପରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଡାଏଲିସିସ ୟୁନିଟ କିବିବା ନିମନ୍ତେ ୫୮ଲକ୍ଷ ଟଙ୍କା କମ୍ପାନୀରେ ସିଏସ ଆର ପାଣ୍ଠିରୁ ଜିଲ୍ଲାପ୍ରଶାସନ ପ୍ରଦାନ କରାଯିବl ନିମନ୍ତେ ଚୁକ୍ତି ସ୍ଵାକ୍ଷରିତ ହୋଇଛି l ଯାହାଫଳରେ ସ୍ଥାନୀୟ ରୋଗୀମାନେ ଚିକିତ୍ସା ସୁବିଧା ନିକଟରେ ପାଇପାରିବେ lସେହିପରି ଅନ୍ୟଟି ଜିଲ୍ଲାର ଗର୍ବବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଅବନତି ଏବଂ ଅପବ୍ୟୟକୁ ସମାଧାନ କରିବା ପାଇଁ, ଏକ ବହୁମୁଖୀ ପଦ୍ଧତି ଆବଶ୍ୟକ। ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥାରେ ମହିଳାମାନଙ୍କର ପୁଷ୍ଟିସାର ଉନ୍ନତି, ସ୍ତନ୍ୟପାନକୁ ସମର୍ଥନ କରିବା, ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟର ଗୁଣବତ୍ତା ବୃଦ୍ଧି କରିବା ଏବଂ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଉପରେ ଧ୍ୟାନ ଦେବା। ଏକକାଳୀନ, ଗୁରୁତର ଭାବରେ ଅପବ୍ୟୟ ହୋଇଥିବା ପିଲାମାନଙ୍କ ପାଇଁ ସମୟୋଚିତ ଏବଂ ଉପଯୁକ୍ତ ଯତ୍ନ ପ୍ରଦାନ କରିବା ସେମାନଙ୍କ ଜୀବନ ଏବଂ ବିକାଶକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଜିଲ୍ଲାର କାଶୀପୁର, ପଦ୍ମପୁର ଓ ମୁନିଗୁଡା ବ୍ଲକରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଅପପୁଷ୍ଟିରେ ଉନ୍ନତି ଆଣିବା ନିମନ୍ତେ କାର୍ଯ୍ୟକ୍ରମକୁ କାର୍ଯ୍ୟ କରିବା ନିମନ୍ତେ ୩କୋଟି ୯୬ଲକ୍ଷ ୨୧ହଜାର ୨୪୫ଟଙ୍କାର କମ୍ପାନୀ ସହିତ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି l ଏହି ଚୁକ୍ତି ସ୍ଵାକ୍ଷର ବେଳେ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଓ ମହାନଦୀ କଫିଲଡ ତରଫରୁ ରହିତ ସିଂହ ଉପସ୍ଥିତ ଥିଲେ l

ରବୀନ୍ଦ୍ର ମଣ୍ଡପରେ ଓଡିଶା ସାହିତ୍ୟ ଏକାଡେମୀର 68ତମ ସ୍ଵନକ୍ଷତ୍ର ଦିବସ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଓଡ଼ିଆ ସାହିତ୍ୟ ଏକାଡେମୀ ର ୬୮ତମ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଥିଲେ। ଡିଜିଟାଲ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପ୍ଲାଟଫର୍ମ ରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁକ୍ତ କରାଇବ ସହ ଓଡ଼ିଆ ଭାଷାକୁ ବିଶ୍ୱ ବିଦିତ କରାଇବା ପାଇଁ ଆମେ ସଦା ସର୍ବଦା ନିଜର ପ୍ରୟାସ ଜାରି ରଖିବା ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ବିଶିଷ୍ଟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖକ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ ଯୋଗଦେଇଥିଲେ।ଗତ ଜୁଲାଇ ୨୦ ତାରିଖ ରବିବାର ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ପ୍ରତିଯୋଗିତରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ମାନ୍ୟବର ମନ୍ତ୍ରୀ ଅର୍ଥ ରାଶି ସହ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ନବମ ଶ୍ରେଣୀ ଛାତ୍ର ଲମ୍ବୋଦର ଗୋପାଲ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପୁରସ୍କୃତ ହୋଇ ବିଦ୍ୟାଳୟ ତଥା ସାରା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ଼ଃ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ବିକାଶ ନର୍ସିଂ କଲେଜ ତରଫ ରୁ” ସଶକ୍ତ ନାରୀ ସଶକ୍ତ ଦେଶ ” କାର୍ଯ୍ୟକ୍ରମ ” ଆୟୋଜିତ

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ , ସେହି ନାରା କୁ ଆଉ ଏକ ପାଦ ଆଗେଇ ନେବାରେ ସହାୟକ ସାଜିଛି କଳାହାଣ୍ଡି ଜିଲ୍ଲାର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବିକାଶ ନର୍ସିଂ କଲେଜ୍। ଏହି କଲେଜ୍ ର ଛାତ୍ର ଛାତ୍ରୀ ମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁ କୁ ଯାଇ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗ୍ରାମାଞ୍ଚଳ ର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ ଓ ସମାଜ ର କୁସଂସ୍କାର କୁ ନେଇ ସଚେତନ କରୁଥିବା ବେଳେ ଆଜି ପ୍ରଥମ ପଯ୍ୟାୟ ରେ କଳାହାଣ୍ଡି ଜିଲ୍ଲାର ୧୦ ଗୋଟି ଗ୍ରାମ ପଞ୍ଚାୟତ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ସୂଚନା ମିଳିଛି। ଆଜି କେସିଙ୍ଗା ବ୍ଲକ୍ ସିରୋଲ ପଞ୍ଚାୟତ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିରୋଲ୍ ଗାଁ ରେ ଅନୁଷ୍ଟିତ ଏହି ସଚେତନ କାର୍ଯ୍ୟକ୍ରମ ରେ ଶିରୋଲ ସରପଞ୍ଚ ଶ୍ରୀମତୀ ଝରଣା ବାଗ ଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ସଚେତନ ଭିର୍ତିକ ପଥ ପ୍ରାନ୍ତ ନାଟକ ର ମଜା ନେଉଥିବା ଦେଖିବାକୁ ମିଳିଥିଲା ।

ମନ ଜିତୁଛି ମନ୍ କି ବାତ୍…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡ଼ା ନିର୍ବାଚନ ମଣ୍ଡଳୀ କୁମ୍ଭିକୋଟା ମଣ୍ଡଳ ଅର୍ନ୍ତଗତ ତାଡ଼ାମା (ବୁଥ୍ ନମ୍ବର ୧୯୫) ଗ୍ରାମଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷକ ଭାବେ ରାୟଗଡ଼ା ଯୁବ ନେତା ତଥା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଙ୍କ ସହ ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ,ପୁରୁଷୋତ୍ତମ ଡ଼ଙ୍ଗରୀ, ମଣ୍ଡଳ ଉପ ସଭାପତି ରଇଦାସ୍ ବାତ୍ରୀୟା ଙ୍କ ସମେତ ଅଞ୍ଚଳ ର ଭାରତୀୟ ଜନତା ପାର୍ଟି ର ଦେବଦୂର୍ଲବ୍ କାର୍ଯ୍ୟକର୍ତ୍ତା ଙ୍କ ସହିତ ମନ କି ବାତ୍ କା୍ଯ୍ୟକ୍ରମ ରେ ଏହି ବିଶେଷ ମୁହୂର୍ତ୍ତ l ମୋଦୀ ଜୀ ଆମ ଦେଶର ଯୁବବର୍ଗଙ୍କୁ ପ୍ରେରଣା ଦେବାଭଳି ପ୍ରସଙ୍ଗ ଯେପରିକି ମହାକାଶରୁ ଫେରିଥିବା ବାୟୁସେନା ଗ୍ରୁପ୍‌ କ୍ୟାପଟେନ୍‌ ଶ୍ରୁଭ୍ରାଂଶୁ ଶୁକ୍ଳାଙ୍କ କଥା ଏବଂ ଚନ୍ଦ୍ରଯାନ-୩ ଆଦି ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶାର କେଉଁଝର ଜିଲ୍ଲାରେ ଲୋକକଳା ମାଧ୍ୟମରେ ବନାଗ୍ନି ବାବଦରେ ସଚେତନ କରୁଥିବା କୀର୍ତ୍ତନ ଦଳ ବାବଦରେ ଏବଂ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ଶାଢ଼ୀ ବିଷୟରେ ଉଲ୍ଲେଖ କରିଥିବାରୁ ରାୟଗଡ଼ା ଯୁବ ମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଜୀଙ୍କୁ ଧନ୍ୟବାଦ ଜଣାଉଛୁ। ରାଷ୍ଟ୍ର ଗଠନ ଉପରେ ଦେଶର ନାଗରିକଙ୍କ ପାଖରେ ନିଜର ତଥା ସରକାରଙ୍କ ମତ ରଖିବା ପାଇଁ କରାଯାଉଥିବା ମନ କି ବାତ କାର୍ଯ୍ୟକ୍ରମ ଏକ ପସନ୍ଦ ଓ ଆଦରର ମାଧ୍ୟମ ପାଲଟିଛି I

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ଏହି ଅଞ୍ଚଳ ର ବୁଦ୍ଧିଜୀବି ,ଯୁବପିଢ଼ି,ସମାଜ ର ଆତ୍ମାକୁ ସମୃଦ୍ଧ କରୁଛି ଏବଂ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ ଏହି ଅଞ୍ଚଳ ର କାର୍ଯ୍ୟକର୍ତ୍ତା ମାନେ ଆଦରଣୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ପରିଶେଷରେ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଯୁବ ନେତା ପ୍ରିତମ କୁମାର୍ ବିସ୍କୁଟ ଏଵଂ ଚକ୍ଲେଟ୍ ଦେଈ ଧନ୍ୟବାଦ୍ ଦେଇଛନ୍ତି…….ll