ଚର୍ଚ୍ଚାରେ କାଶୀପୁରର କରିତ କର୍ମା ବିଡିଓ ମହୋଦୟ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଚର୍ଚ୍ଚିତ ବିଡିଓ ମହୋଦୟ ଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ର ମନରେଗା ଦୁର୍ନୀତି ବିରୁଦ୍ଧରେ ରାୟଗଡ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ହଠାତ୍ ବିଡ଼ିଓ ଡ. ଅମୃତ ରାଉଳଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେଇଛି। ସୂଚନା ମୁତାବକ ଡ. ରାଉଳ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ କାଶୀପୁର ପଞ୍ଚାୟତ ସମିତିରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ଡ. ରାଉଳ କାର୍ଯ୍ୟରେ ଯୋଗ ଦେବାର ମାତ୍ର ୩ମାସ ଭିତରେ କୋଟି କୋଟି ଟଙ୍କାର ମନରେଗା କାର୍ଯ୍ୟ ରେ ବ୍ଲକର ସବୁ ପଞ୍ଚାୟତ ରେ ଦୁର୍ନୀତି କରିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଦୁର୍ନୀତିକୁ ନେଇ ନୂଆଁ କଥା ପଦାକୁ ଆସିଥିଲା ଯାହାକି ଗୋଟିଏ ବସ୍ତା ସିମେଣ୍ଟ ୧ ଲକ୍ଷ ୮୦ ହଜାର ଟଙ୍କା ରେ କ୍ରୟ ହୋଇଥିବା ଜଣା ପଡ଼ିଥିଲା ସେଇଭଳି ଅନେକ ବିଲରେ ବେନିୟମ ଭାବେ ଦର ପକାଇ ସରକାରୀ ଅର୍ଥ ହଡପ କରିଥିବା ଜଣା ପଡିଥିଲା। ହେଲେ ଏହାକୁ ନେଇ ଜିଲ୍ଲାପାଳ ମହାଶୟ ଙ୍କ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ କାଶୀପୁର ବିଡ଼ିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଚିଠି ନମ୍ବର ୨୨୨୩୨/ପି ଆର୍/ ଡି ଡବ୍ଲୁ ୨୬ ସେପ୍ଟେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଡ଼ିଓଙ୍କ ବଦଳି ତାଲିକାରେ କାଶୀପୁର ବିଡିଓ ଡ. ରାଉଳଙ୍କ ବଦଳି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ତା ପରଦିନ ଅର୍ଥାତ୍ ୨୭ତାରିଖରେ ତଦନ୍ତକାରି ଦଳ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଯାହାକି ବର୍ତ୍ତମାନ୍ ବ୍ଳକ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଏହି ବଦଳି ପଛରେ କିଛି ରହସ୍ୟ ଲୁଚି ରହିଛି କି ? ଏଭଳି ସୂଚନା ମୁତାବକ ତାଙ୍କର କାର୍ଯ୍ୟକାଳ ସମୟରେ ଏହି ଦୁର୍ନୀତି ହୋଇଥିବା ବେଳେ ତାଙ୍କର ଭୂମିକା କଣ ଥିଲା ? ନା ଏହି ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ବଦଳି ପ୍ରୟାସ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି। ଅପର ପକ୍ଷରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ପାଇ ରାୟଗଡା ଜିଲ୍ଲା ଉତ୍କଳ ସୂଚନା ଅଧିକାର ମଞ୍ଚ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ୦୩/୦୯/୨୦୨୪ ରିଖ ଦିନ ସୂଚନା ଅଧିକାର ଆଇନ ର ଆବେଦନ ଫର୍ମ ରେ ମନରେଗା କାର୍ଯ୍ୟ ହୋଇଥିବା ସମୂହ ନଥି ପତ୍ର ଯଥା ବିଲ, ଅର୍ଡର ଓ କାର୍ଯ୍ୟ ଆରମ୍ଭ ହୋଇଥିବା ତାରିଖ ଓ ଶେଷ ହୋଇଥିବା ତାରିଖ ସମୂହ ପ୍ରଦାନ ନିମନ୍ତେ ଆବେଦନ କରାଯାଇଥିଲା। କିନ୍ତୁ ବିଡିଓ ବାବୁ ଏହାକୁ ନାଲି ଫିତା ତଳେ ବାନ୍ଧି ରଖିଥିବା ଏବେ ସ୍ଵଷ୍ଟ ବାରି ହେଉଛି l ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଯାଏଁ ବିଡିଓ ଶ୍ରୀ ରାଉଳ ଙ୍କ ବଦଳି ସ୍ଥଗିତ ରଖାଯାଉ ବୋଲି ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ରାୟଗଡା ଜିଲ୍ଲା ଆବାହକ ଶ୍ରୀ ଶକ୍ତି ଦାଶ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କୁ ଅନୁରୋଧ ପୂର୍ବକ ପତ୍ର ପ୍ରଦାନ କରିଛନ୍ତି l

ରାୟଗଡା ଜିଲ୍ଲାରେ ୭ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଛି ୨୨ ଟି ହଷ୍ଟେଲ୍‌ର ନିର୍ମାଣ କାମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ଆଦିବସୀ ଛାତ୍ରଛାତ୍ରି ଙ୍କ ହଷ୍ଟେଲ୍‌ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁଦାନ ଦେଇଛନ୍ତି। ଟେଣ୍ଟର ହୋଇ ୨୦୧୮ରୁ କାମ ଆରମ୍ଭ ହୋଇଛି। ବିଭାଗୀୟ ତଦାରଖ ଓ ଠିକା ସଂସ୍ଥାର ମନମୁଖି ଯୋଗୁଁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନ ହଷ୍ଟେଲ କୋଠା । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ଗୁଣପୁର ଅଞ୍ଚଳ ର ଶଗଡା, ଗାଦିଆଖଳା, ଚିନ୍ନାସାରି, ଓ କୁଜେନ୍ଦ୍ରି ହାଇସ୍କୁଲ୍‌ରେ । ହଷ୍ଟେଲ୍‌ ଅଧପନ୍ତରିଆ ଭାବେ କାମ ନହୋଇ ପଡିରହିଥିବାରୁ ଗ୍ରାମଞ୍ଚଳରୁ ଆସୁଥିବା ଆସିବାସୀ ଅନ୍ତେବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦିନରେ ଶ୍ରେଣି ଗୃହରେ ପାଠ ପଢୁଛନ୍ତି ରାତ୍ରିରେ ସେହି ଶ୍ରେଣି ଗୃହରେ ଆଶ୍ରୟ ନେଉଛନ୍ତି। ଏଭଳି ଦୃଶ୍ୟ ଚିନାସାରି ହାଇସ୍କୁଲ ରେ ଦେଖିବାକୁ ମିଳୁଛି। ଏଭଳି ରାୟଗଡା ଜିଲ୍ଲାରେ ୨୨ ଟି ସ୍କୁଲ୍‌ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ନିର୍ମାଣ ନିମନ୍ତେ ଅନୁମୋଦନ କରିଥିଲେ । ଅବଧି ସମୟ ସରିବା ପରେ ମଧ୍ୟ କୋଠା କାମ ସଂମ୍ପୁର୍ଣ୍ଣ ନହୋଇ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ସ୍ଥଳି ପାଲଟିଛି। ହଷ୍ଟେଲ୍‌ କୋଠା ନିର୍ମାଣ ନିମନ୍ତେ ରାଜ୍ୟସ୍ତରରେ ପ୍ରକ୍ରିୟା କରାଯାଇ ପଶ୍ଚିମବଙ୍ଗର ଷ୍ଟିଲ କ୍ୱାକର୍ସ କଷ୍ଟ୍ରକସନ୍ ଲିମିଟେଡ୍‌ ଜରିଆରେ କାମ କରିବାକୁ ନିଷ୍ପରି ନିଆଯାଇଥିଲା । କମ୍ପାନୀ ଜଣକ କାମ ହାତକୁ ନେବାପରେ ଆଉ ଏକ ସ୍ଥାନିୟ ଠିକାଦାର ଙ୍କୁ କାମ କରାଇବା ପାଇଁ ଚୁକ୍ତିନାମା କରାଇଛି। ସ୍ଥାନିୟ ଠିକାଦାର ୧୨ ଟି କୋଠା କାମ ସାରିଦେଇଥିବା କହିଛନ୍ତି। କିନ୍ତୁ ତାହା ହସ୍ତାନ୍ତର ହୋଇପାରୁନି। କେଠାଗୁଡିକରେ ଚୁକ୍ତିନାମା ଅନୁଯାୟି କାମ ସାରିଥିବା ଠିକାଦର କହିଛନ୍ତି। କିନ୍ତୁ ଅନ୍ୟ କୈାଣସି ଆନୁସଂଙ୍ଗିକ ବ୍ୟବସ୍ଥା ନଥିବାରୁ କୋଠା ହସ୍ତାନ୍ତର ହୋଇପାରୁନି ବାେଲି କହିଛନ୍ତି ଠିକାଦାର। ୨୦୧୮ରେ ଏକକାଳୀନ ଭାବେ ବିଭିନ୍ନ ସ୍କୁଲରେ ହଷ୍ଟେଲ୍‌ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସରକାରଙ୍କ ସମସ୍ତ ଦିଶା ନିର୍ଦ୍ଦେଶକୁ ବେଖାତିର କରିଥିଲେ ଠିକାଦାର । ସୂଚନା ଫଳକ ନଲଗାଇ କାମ ଆରମ୍ଭ କରିଥିଲେ । ନିମ୍ନମାନର ସିମେଣ୍ଟ୍‌, ଲୁହା ଛଡ଼ରେ କାମ କରିଥିଲେ । ନିମ୍ନମାନର କାମ ହେଉଥିବା ଲୋକେ ଅଭିଯୋଗ କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଓ ଗ୍ରାମବାସୀ କମ୍ପାନିର ଯନ୍ତ୍ରୀଙ୍କୁ ଜଣାଇଥିଲେ । ତଥାପି ସୁଫଳ ମିଳିନଥିଲା । ଏହାକୁ ଅଣଦେଖା କରଯାଇ କାମ ଜାରି ରହିଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଆଇଟିଡିଏର ପ୍ରକଳ୍ପ ପ୍ରସଶକ ଦୃଷ୍ଟି ଆକର୍ଷଣ କରଯାଇଥୁଲା । ୨୦୨୧ ମସିହାରୁ ନିର୍ମାଣ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ରାୟଗଡା ଜିଲ୍ଲାରେ ଏହି ଠିକା କମ୍ପାନି ୨୩ ଟି ହଷ୍ଟେଲ କେଠା କରିବା ପାଇଁ ଚୁକ୍ତ କରିଛି ସେଥିରୁ ଗୋଟିଏ କୋଠା ପ୍ରଶାସନ ପାଖରେ ହସ୍ତାନ୍ତର ହୋଇଛି। ଆଉ ୨୨ ଟି କୋଠା କାମ ସଂମ୍ପୁଣ୍ଣ ହୋଇପାରିନି। ବର୍ତମାନ କେଉଁଠି କୋଠା ବାହାରେ ରଙ୍ଗ ଦିଆଯାଇ ଭିତରେ ଶୈାଚାଳୟ ନାହିଁ କି ଟାଇଲ୍ ପଡିନି I ଅନ୍ୟ କେତେକ ସ୍ଥାନରେ ରଙ୍ଗମଧ୍ୟ ଦିଆଯାଇନି। କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ନାହିଁ ତ କେତେକ ସ୍ଥାନର କାେଠାର ପ୍ଲାଷ୍ଟର ମଧ୍ୟ ନାହିଁ। ଗଛ ଗୁଡିକ କୋଠା ବାହାରେ ଭିତରେ ଉଠିଗଲାଣି। ମଦ୍ୟପ ଓ ଜୁଆଡି ମାନଙ୍କ ଆଡା ସ୍ଥଳି ପାଲଟିଛି ଏହି କୋଠା। ହଷ୍ଟେଲ୍ କାମ ହସ୍ତାନ୍ତର ନହେଉଣୁ କୋଠା ଗୁଡିକ ଛାତରୁ ପାଣି ଲିକେଜ୍ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। କର୍ତ୍ତୃପକ୍ଷ ବର୍ତ୍ତମାନ ନିଜ ନିଜ ସ୍କୁଲ୍ ପରିସରରେ ଥିବା ଏହି କୋଠ ଗୁଡିକର ଜଗୁଆଳି ହୋଇରହିଛନ୍ତି । ମନମାନି କରୁଛନ୍ତି ଠିକାଦାର ଙ୍କ ବିରୋଧରେ ୨୦୨୩ ମସିହାରେ ଜିଲ୍ଲା ମଙ୍ଗଳ ବିଭାଗ ଠିକଦାର ଙ୍କ ଉପରେ ଥାନାରେ ଏତାଲା ଦେଇଥିବା ମଧ୍ୟ ଜଣାପଡିଛି। ତା’ପରେ ନିର୍ମାଣ ସରିବା ପାଇଁ ଠିକାଦାର ତତ୍ପର ହୋଇଥିଲେ। ଏଯାଏ କାମ ସରିନି । କୋଠା ପୂର୍ଣ୍ଣକରି ବ୍ୟବହାର ନିମନ୍ତେ ପ୍ରଦାନ କଲେ ସ୍କୁଲ୍ ଓ ଆଦିବାସୀ ଅନ୍ତେବାସୀ ଉପକୃତ ହେବେ ବୋଲି ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ର କହିଛନ୍ତି। ହଷ୍ଟେଲ ବ୍ୟବହାର ଉପୋଯୋଗି ହୋଇପାରିନି ଯାହାଦ୍ବାରା ପ୍ରଶାସନ ହସ୍ତକ୍ଷେପ କରି କୋଠା କାମ ସଂମ୍ପୁର୍ଣ୍ଣ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରି କହିଛନ୍ତି। ଏନେଇ ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରି ଙ୍କୁ ପଚରାଯାଇଥିଲା ଏନେଇ ଠିକା କମ୍ପାନୀ କୁ ଡକାଯାଇ ଆଲୋଚନା ହୋଇଛି ଅତିଶିଘ୍ର କାମ ସାରି ହସ୍ତାନ୍ତର କରିବା ନେଇ ଠିକାଦାର ପ୍ରତିଶ୍ରୁତି ଦେଇଛନ୍ତି। କିଛି ହଷ୍ଟେଲ କାମ ସରିବା ଉପରେ ଥିବା ବେଳେ ହଷ୍ଟେଲ ଗୁଡିକ ହସ୍ତାନ୍ତର ହେବ। ଠିକାଦର ଏଥିରେ ଖିଲାପ କଲେ ପ୍ରସାସନ ବିହିତ ପଦକ୍ଷେପ ନେବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଆଦିବାସୀ ଅଧୁଷିତ ଜିଲ୍ଲାରେ କେବେ ଛାତ୍ରଛାତ୍ରି ଏହି ହଷ୍ଟେଲ ରେ ରହି ପାଠପଢିବା ସୁବିଧା ପାଇପାରିବେ ଦେଖିବାକୁ ବାକି ରହିଲା। ଏହାକୁ ନେଇ ଏବେ ଅନେକ୍ ଖଟି ରେ କଣ୍ଟ୍ରାକ୍ଟର ମହୋଦୟ ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବଦନାମ୍ କରାଯାଉଚି ଅନ୍ୟ ପକ୍ଷରେ ସରକାରୀ ଅଧିକାରୀ ମାନେ କୋଠା ଗୃହ ହସ୍ତାନ୍ତର କରିବାକୁ ଗଲେ ମଙ୍ଗୁ ନାହାଁନ୍ତି ବୋଲି କହିବା ଶୁଣିବାକୁ ମିଳୁଛି l

ରୋଟାରୀ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା ପାଇଲେ ଶିକ୍ଷକ ପ୍ରସନ୍ନ କୁମାର ନାୟକ

!!! ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ବେଗୁନିଆପଡ଼ା)- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ ଏ ସି ଅନ୍ତର୍ଗତ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଠାରେ ରୋଟାରୀ କ୍ଲବ ବାଣପୁର ଓ ବାଲୁଗାଁ ଦ୍ଵାରା ନେସନ୍ ବିଲଡର ଆୱାଡ ସେରୋମନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟରୀୟାନ ଡ. ଶ୍ରୀନିବାସ ମହାପାତ୍ର, ମୁଖ୍ୟବକ୍ତା ଭାବେ ଭିକାରି ଚରଣ ମହାପାତ୍ର ସମେତ ଅନ୍ୟମାନେ ଯୋଗ ଦେଇ ପ୍ରଥମେ ଜାତୀୟ ସଙ୍ଗୀତ ଗାନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପସ୍ଥିତ ଅତିଥି ମାନେ ରୋଟାରୀ କ୍ଲବ ର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଆଗକୁ କେମିତି ଆହୁରି ଅଧିକ ସେବା କାର୍ଯ୍ୟ ହାତକୁ ନିଆଯାଇପାରିବ ସେନେଇ ଆଲୋକପାତ କରିଥିଲେ । ଏଥିରେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନକରି ଉପସ୍ଥିତ ଅତିଥି ମାନେ ସମ୍ମାନିତ କରିଥଲେ । ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏଥିରେ ରୋଟାରୀ କ୍ଳବ୍ ସଭାପତି ରୋଟରୀୟାନ ଶ୍ୟାମ ସୁନ୍ଦର ପୃଷ୍ଟି, ସମ୍ପାଦକ ରୋଟରୀୟାନ ଅଶୋକ କୁମାର ନାୟକ,ରୋଟରୀୟାନ ସରୋଜିନୀ ଦାଶ , ସୁରେଶ ଚନ୍ଦ୍ର ବେହେରା, ଧୀରେନ୍ଦ୍ର ପାତ୍ର,ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।